• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଶାନ୍ତ ବେଲୁଚିସ୍ତାନ । ପାକ୍ ସେନା ଓ ବେଲୁଚି ବିଦ୍ରୋହୀଙ୍କ ମଧ୍ୟ ଏକପ୍ରକାର ଯୁଦ୍ଧ ଜାରି ରହିଛି । ବେଲୁଚିସ୍ତାନରେ ପାକିସ୍ତାନୀ ସେନା ଉପରେ ବଢ଼ୁଥିବା ଆକ୍ରମଣ ମଧ୍ୟରେ ବିଏଲଏ ବିଦ୍ରୋହୀଙ୍କୁ ହତ୍ୟା କରିଥିବା ଦାବି କରିଛି ପାକିସ୍ତାନୀ ସେନା । ବେଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ)ର ୨୦ ବିଦ୍ରୋହୀଙ୍କୁ ହତ୍ୟା କରିଥିବା ଦାବି କରାଯାଇଛି । ତେବେ ଏହି ଅପରେସନକୁ ପାକିସ୍ତାନ୍ ଅପରେସନ୍ କ୍ଲିନ୍ ଅପ୍ ନାମ ଦେଇଛି । ସେପଟେ ଏହି ଅପରେସନରେ ପାକିସ୍ତାନୀ ସେନାର ୯ ଜଣ ଯବାନ ମଧ୍ୟ ଜୀବନ ହରାଇଛନ୍ତି ।

ପାକ୍ ସେନା ସୂଚନା ଅନୁସାରେ ନୌସକି ପ୍ରଦେଶରେ ହୋଇଥିବା ଏନକାଉଣ୍ଟରରେ ୯ ବଲୁଚ୍ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଛି । ଜଣେ ଅଧିକାରୀଙ୍କ ସମେତ ପାକ୍ ସେନାର ପାଞ୍ଚ ଜଣ ଯବାନଙ୍କର ମଧ୍ୟ ଜୀବନ ହରାଇଛନ୍ତି । ଏନକାଉଣ୍ଟର କରି ପାକ୍ ସେନା ବିଦ୍ରୋହୀମା ନଙ୍କୁ ଘଉଡାଇ ଦେଇଥିବା ମଧ୍ୟ କହିଛି । ବିଦ୍ରୋହୀମାନେ ପଞ୍ଜୁରରେ ଯାଇ ଲୁଚି ଥିବାବେଳେ ପାକ୍ ସେନା ଏନକାଉଣ୍ଟର କରିଥିଲା । ଏହା ବ୍ୟତୀତ ସାମରିକ ଶିବିର ଉପରେ ହୋଇଥିବା ଆକ୍ରମଣ ସହ ଜଡିତ ଅନ୍ୟ ତିନିଜଣ ବିଦ୍ରୋହୀଙ୍କୁ ଶୁକ୍ରବାର ଦିନ ବାଲଗାଟାର ଅଞ୍ଚଳରେ ହତ୍ୟା କରାଯାଇଛି ।

ସେପଟେ କ୍ୟାମ୍ପରେ ହୋଇଥିବା ଆକ୍ରମଣ ପାଇଁ ବେଲୁଚିସ୍ତାନ ମୁକ୍ତି ସେନା ନିଜକୁ ଦାୟୀ କରିଛି । ବିଦ୍ରୋହୀମାନଙ୍କୁ ଆତ୍ମସମର୍ପଣ କରିବାର ସୁଯୋଗ ଦିଆଯାଇଥିବା, କିନ୍ତୁ ସେମାନେ ଆତ୍ମସମର୍ପଣ କରିନଥିଲେ ବୋଲି ପାକ୍ ସେନା ପକ୍ଷରୁ କୁହାଯାଇଛି ।

ତେବେ ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ଟ୍ୱିଟ କରି ପାକିସ୍ତାନୀ ସେନାକୁ ଅଭିନନ୍ଦନ ଜଣାଇଛନ୍ତି । ବେଲୁଚି ବିଦ୍ରୋହୀଙ୍କ ଷଡ଼ଯନ୍ତ୍ରକୁ ପାକ୍ ସେନା ପଣ୍ଡ କରିଥିବା ସେ କହିଛନ୍ତି । ଇମ୍ରାନ ଟ୍ୱିଟ୍ କରି କହିଛନ୍ତି, 'ଆମେ ଆମର ସାହସୀ ସୁରକ୍ଷା ବାହିନୀକୁ ପ୍ରଣାମ, ଯେଉଁମାନେ ବାଲୁଚିସ୍ତାନର ପଞ୍ଜଗୁର ଏବଂ ନୌସକିରେ ହେବାକୁ ଥିବା ଆକ୍ରମଣକୁ ରୋକିଛନ୍ତି ।

ଏହାପୂର୍ବରୁ ଜାନୁୟାରୀ ୨୮ରେ ଡେରା ବଗିଟିର ସୁଇ ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ପାକ୍ ସେନାର ତିନିଜଣ ସୈନିକ ଏବଂ ବଗି ସମ୍ପ୍ରଦାୟର ଜଣେ ନେତାଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଥିଲେ । ସେହିପରି ଜାନୁଆରୀ ୩୦ରେ ଜାଫ୍ରାବାଦ ଜିଲ୍ଲାର ଡେରା ଆଲାହାୟାର ସହରରେ ଗ୍ରେନେଡ ଆକ୍ରମଣ ହୋଇଥିଲା । ଏଥିରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ସମେତ ୧୮ ଜଣ ଆହତ ହୋଇଥିଲେ ।