• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କ୍ରୁର ଶାସକଙ୍କ କ୍ରୁର କାହାଣୀ । କୋରିଆ ଲୋକଙ୍କ ଜୀବନକୁ ନର୍କ କରିଦେଇଛନ୍ତି ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ । ନିଜର ତାନାଶାହୀ ଶାସନ ପାଇଁ କୁଖାତ ଶାସକ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ତାଙ୍କ ପିତା କିମ୍‌ ଜୋଙ୍ଗ ଇଲଙ୍କ ଜନ୍ମ ବାର୍ଷିକୀ ପାଳନ ହୋଇଛି । ତେବେ ପିତାଙ୍କ ଜନ୍ମଜୟନ୍ତୀ ଅବସରରେ ମାଳିଙ୍କୁ ସେ କଠୋର ଦଣ୍ଡ ଦେଇଛନ୍ତି । କିମ୍ ଜଙ୍ଗ୍ ଇଲଙ୍କ ଜୟନ୍ତୀ ଉତ୍ତର କୋରିଆର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଛୁଟି ମଧ୍ୟରେ ଗୋଟିଏ । ଏହି ଦିନ ଛୋଟ ଭୁଲ୍ କରିଥିଲେ ବି କିମ୍-ଜଙ୍ଗ୍ କଠୋର ଦଣ୍ଡ ଦେଇଥାନ୍ତି।

ଉତ୍ତରକୋରିଆର ସେମଜିୟନ ସହରରେ କିମ୍ ଜୋଙ୍ଗ ଉନଙ୍କ ପିତା କିମ ଜୋଙ୍ଗ ଇଲଙ୍କ ୮୦ତମ ଜନ୍ମ ବାର୍ଷିକୀରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କିମ୍‌ ଜୋଙ୍ଗ ଇଲଙ୍କ ଜୟନ୍ତୀରେ ଏକ ପ୍ରକାର ସ୍ୱତନ୍ତ୍ର ଫୁଲ ଲାଗିଥାଏ । ହେଲେ ମାଳିମାନେ ଅନବରତ କାମ କରିବା ଦ୍ୱାରା ମଧ୍ୟ ସେହି ଦିନ ଫୁଲ ଫୁଟିପାରିନଥିଲା । ଆଉ ଏଥିରେ ରାଗିଯାଇଥିଲେ କିମ୍ । ପିତାଙ୍କ ଜନ୍ମବାର୍ଷୀକିରେ ଫୁଲ ନଫୁଟିବାରୁ ମାଳିଙ୍କୁ ଦଣ୍ଡ ଶୁଣାଇବା ସହ ୨୪ ଘଣ୍ଟା କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ମାଳିମାନଙ୍କୁ ଲେବର୍ କ୍ୟାମ୍ପ୍ ପଠେଇ ଦେଇଛନ୍ତି ।

ଏହାସହ ସାଧାରଣ ଜନତାଙ୍କୁ ମଧ୍ୟ ସେ ଏହି ଦିନ କମ୍ ହଇରାଣ କରିନାହାନ୍ତି । ପିତାଙ୍କ ଗୁଣଗାନ ଶୁଣାଇବା ପାଇଁ ଏକଛତ୍ରବାଦୀ ଶାସକ କିମ ହଜାର ହଜାର ଲୋକ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଛିଡ଼ା କରାଇଛନ୍ତି । ଲୋକମାନେ କେବଳ ଭାଷଣ ଶୁଣିବା ପାଇଁ ଗ୍ଲୋଭସ୍ କିମ୍ବା ଟୋପି ନପିନ୍ଧି -15 ଡିଗ୍ରୀ ତାପମାତ୍ରାରେ ଛିଡ଼ା ହେବାକୁ ବାଧ୍ୟ ହୋଇଥିଲେ ।

ତେବେ ଏହି ଉତ୍ସବରେ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିପାଇଁ ଅନେକ କଳାକାରଙ୍କୁ ଥଣ୍ଡା ପାଣିରେ ଫରଫର୍ମ କରିବାକୁ ପଡ଼ିଥିଲା । ତେବେ ଜନତାଙ୍କୁ ଥଣ୍ଡାରେ ଛିଡ଼ା କରାଇଥିବା କିମ୍ ଜଙ୍ଗ୍ ନିଜେ ହିଟର ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ନିଜକୁ ଥଣ୍ଡାରୁ ରକ୍ଷା କରିବା ପାଇଁ ସେ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିଲେ ।