ଫ୍ଲାଇଟରେ ସମସ୍ତ ଯାତ୍ରୀଙ୍କୁ ବିମାନ ପକ୍ଷରୁ ଖାଦ୍ୟ ପ୍ୟାକେଟ ଦିଆଯାଇଥିଲା। ଜଣେ ଯାତ୍ରୀ ନିଜ ଖାଦ୍ୟ ପ୍ୟାକେଟ କୋଲିବା ବେଳେ ସେତିରୁ ଏକ ଜୀବନ୍ତ ମୂଷା ବାହାରିଥିଲା।
କ୍ବାଡ ସମ୍ମିଳନୀରେ ଯୋଗ ଦେବା ଲାଗି ମୋଦିଙ୍କ ଆମେରିକା ଗସ୍ତ ବେଳେ ମୋଦି ଓ ବାଇଡେନଙ୍କ ମଧ୍ୟରେ ସାକ୍ଷାତ ପରେ ଏଭଳି ଉକ୍ତି ସହ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ବାଇଡେନ୍।
୨୦୧୪ରେ ମୋଦି ଓ ବାରାକ୍ ଓବାମାଙ୍କ ସାକ୍ଷାତକାର ସମୟର ଏକ ବିଶେଷ ଘଟଣା ସେୟାର କରିଛନ୍ତି ପୂର୍ବତନ ବୈଦେଶିକ ସଚିବ ତଥା ବର୍ତ୍ତମାନର ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା।
ଲେବାନନ୍ରେ ପେଜର୍ ଓ ୱାକି-ଟକି ବିସ୍ଫୋରଣ ପରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ବିସ୍ଫୋରଣରେ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ତେବେ ଏହି ବ୍ଲାଷ୍ଟ ପଛରେ କେରଳ ଲିଙ୍କ ଥିବା ଚର୍ଚ୍ଚା ଜୋର୍ ଧରିଛି।
ପେଜର୍ ବିସ୍ଫୋରଣରୁ ୨୪ଘଣ୍ଟା ନପୂରୁଣୁ ଏବେ ୱାକିଟକି ବିସ୍ଫୋରଣ ହୋଇଛି। ଗତକାଲି ପେଜର୍ ବିସ୍ଫୋରଣରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୱାକିଟକି ବିସ୍ଫୋରଣରେ ୨୦ଜଣ ଆଖିବୁଜିଛନ୍ତି।
ଭୋକ ବିକଳରେ ହାତୀ ମାଂସ ଖାଇବ ଜିମ୍ବାୱେ । ଜଙ୍ଗଲରୁ ୨ଶହଟି ହାତୀ ଶିକାର କରି ସେମାନଙ୍କ ମାଂସକୁ କ୍ଷୁଧାର୍ଥଙ୍କ ମଧ୍ୟରେ ବାଣ୍ଟିବ । ବିଭିନ୍ନ ଦକ୍ଷିଣ ଆଫ୍ରିକୀୟ ଦେଶରେ ମରୁଡ଼ି ଓ ଖାଦ୍ୟାଭାବ ଗମ୍ଭୀର ରୂପ ଧାରଣ କରିଥିବା ବେଳେ, ପୂର୍ବରୁ ନାମ୍ବିଆ ବି ୭ଶହରୁ ଅଧିକ ବନ୍ୟଜନ୍ତୁ ମାରି ଖାଇବାକୁ ନିଷ୍ପତ୍ତି ନେଇଛି ।..
କେବଳ ଲେବାନନ ନୁହେଁ ଇରାନରେ ମଧ୍ୟ ଏକାଧିକ ପେଜର ବ୍ଲାଷ୍ଟ ହୋଇଛି । ଏଭଳି ସିରିଜ ବ୍ଲାଷ୍ଟ ପଛରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ହାତ ଥିବା କୁହାଯାଉଛି ।
ମହାକାଶରେ ଫସିଛନ୍ତି ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଓ ଅନ୍ୟଜଣେ ସାଥୀ ବୁଚ୍ ବ୍ଲିମୋର। ତେବେ ଏଲନ ମସ୍କଙ୍କ ସ୍ପେଶ୍ ଏକ୍ସର ସ୍ବତନ୍ତ୍ର ଅନ୍ତରୀକ୍ଷ ଯାନରେ ଉଭୟଙ୍କୁ ଫେରାଇ ଆଣିବାକୁ ଯୋଜନା କରାଯାଇଛି। ଏହାର ନାଁ ରହିଛି ସ୍ପେସ୍ ଏକ୍ସ ଡ୍ରାଗନ୍ ସ୍ପେସକ୍ରାଫ୍ଟ।
କିଛି ଦିନ ପୂର୍ବରୁ ହିଜବୁଲ୍ଲାହ ଗୋଲ୍ଡ ଆପୋଲୋ ନାମକ ଏକ ତାଇୱାନ କମ୍ପାନୀକୁ ପ୍ରାୟ ତିନି ହଜାର ପେଜର୍ ତିଆରି ପାଇଁ ଅର୍ଡର ଦେଇଥିଲା। କମ୍ପାନୀ ଚଳିତ ବର୍ଷ ଏପ୍ରିଲରୁ ମେ ମଧ୍ୟରେ ତାଇୱାନରୁ ଲେବାନନକୁ ଏହି ପେଜର୍ ପଠାଇଥିଲା।
୧୯୯୦ ଦଶକରେ ଏହା ବେଶ୍ ଲୋକପ୍ରିୟ ଥିଲା। ବିଶେଷ କରି ଡାକ୍ତର, ବ୍ୟବସାୟୀ ଏବଂ ଜରୁରୀ ସେବା ସହ ଜଡିତ ବ୍ୟକ୍ତି ଏହାକୁ ବ୍ୟବହାର କରୁଥିଲେ ।
ପୁଣି ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ । ଫ୍ଲୋରିଡାରେ ଗଲ୍ଫ ଖେଳୁଥିବା ବେଳେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ ।
ପୃଥିବୀ ଠାରୁ ୪୦୦ କିଲୋମିଟର ଦୂର ସ୍ପେସ୍ ସେଣ୍ଟରରୁ ସୁନିତା ୱିଲିୟମ୍ସ ଓ ସାଥୀ ମହାକାଶଚାରୀ ବ୍ୟାରି ୱିଲମୋର ଭୋଟ ଦେବେ ।
ହମଜା ତା’ର ଭାଇ ଅବଦୁଲ୍ଲା ବିନ୍ ଲାଡେନକୁ ସାଥୀ କରି ଆଫଗାନିସ୍ତାନରେ ଅଲ୍ କାଏଦାର ନେଟୱର୍କ ବିସ୍ତାର କରୁଛି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ।
ମଙ୍କିପକ୍ସ ଭ୍ୟାକ୍ସିନକୁ ମିଳିଲା ଅନୁମତି। ଆଫ୍ରିକୀୟ ଦେଶରେ ବ୍ୟାପିଥିବା ମଙ୍କିପକ୍ସ ପାଇଁ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHO ପକ୍ଷରୁ ଅନୁମତି ମିଳିଛି।
ଗତବର୍ଷ ସେପ୍ଟେମ୍ବରରେ ଶୁଣାଯାଇଥିଲା ଶବ୍ଦ । ଏହା ଭୂକମ୍ପ ଭଳି କିନ୍ତୁ ଭୂକମ୍ପ ନୁହେଁ ।
ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ । କମଳା ହାରିସଙ୍କ ପାଇଁ ନିର୍ବାଚନୀ ପ୍ରଚାର କରୁଛନ୍ତି ସମୟ । ରାୟଗଡ଼ା ବାସିନ୍ଦା ମାନସ ସାହୁଙ୍କ ପୁଅ ସମୟ ।
ସେଣ୍ଟ ପିଟର୍ସବର୍ଗରେ ଭ୍ଲାଦିମିର ପୁଟିନ୍ ଓ ଅଜିତ ଡୋଭାଲ ୱାନ୍ ଟୁ ୱାନ୍ ବୈଠକରେ ଆଲୋଚନା କରିଛନ୍ତି ।
ସତର୍କ କଲେ ଇସ୍ରୋ ମୁଖ୍ୟ ଏସ୍. ସୋମନାଥ । କଣ୍ଟିନେଣ୍ଟାଲ୍ ସ୍କେଲ୍ ଡିଭାଷ୍ଟେସନ୍ ରିସ୍କ ଥିବା କହିଲେ ।
ଝିଅ ଉପରେ ନଜର ରଖିବାକୁ ଜଣେ ବାପାର ଅଜବ ଯୋଜନା । କୁଆଡ଼େ ଯାଉଛନ୍ତି, କଣ କରୁଛନ୍ତି ଟ୍ରାକ୍ କରିବାକୁ ମୁଣ୍ଡରେ ଲଗାଇଦେଲେ CCTV କ୍ୟାମେରା ।
ଏହି ଆକ୍ରମଣ ପଛର ମୁଖ୍ୟ ଖଳନାୟକ ଥିଲା ଅଲ କାଏଦା ମୁଖ୍ୟ ଓସାମା ବିନ୍ ଲାଡେନ୍ । ଏହି ଭୟଙ୍କର ଆତଙ୍କୀ ଆକ୍ରମଣର ପୁରା ପ୍ଲାନ କରିଥିଲା ଲାଡେନ୍ ।
ନର୍ଥ କୋରିଆର ଏକଛତ୍ରବାଦୀ ନେତା କିମ୍ ଇଲ୍ ସୁଙ୍ଗ । ୩୪ ଘଣ୍ଟା ବିଳମ୍ବରେ ହୋଇଥିଲା ମୃତ୍ୟୁର ଘୋଷଣା । ୧୦ ଦିନ ବାଧ୍ୟତାମୂଳକ ଥିଲା କାନ୍ଦିବା । ସତରେ କାନ୍ଦୁଛନ୍ତି କି ନାହିଁ ନଜର ରଖିବାକୁ ନିଯୁକ୍ତ ହୋଇଥିଲେ ଜାସୁସ ।
ଆମେରିକାର ବର୍ଜିନିଆରେ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ରାହୁଲ ଗାନ୍ଧି ଉଭୟ ବିଜେପି ଏବଂ ଆରଏସଏସକୁ କଡ଼ା ଭାଷାରେ ସମାଲୋଚନା କରି ବିବାଦକୁ ଆସିଛନ୍ତି ।
ଏହି ଟିଜର ଏବେ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି। ପୋଷ୍ଟରେ ସେ ଡିଭୋର୍ସ ଶବ୍ଦ ଲେଖାଥିବା ଏକ କଳା ରଂଗର ପରଫ୍ୟୁମ ବୋତଲର ଭିଡିଓ ସେୟାର କରିଛନ୍ତି।
ବାତ୍ୟା ‘ୟାଗି’ ଚାଇନାରେ ତାଣ୍ଡବ ରଚିବା ପରେ ଏବେ ଧୀରେ ଧୀରେ ଗୋଟିଏ ଗୋଟିଏ ଦୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି ।
ଚିତ୍କାର କରୁଛି ଚାଇନା... ସବୁଠାରୁ ବଡ଼ ବାତ୍ୟାରେ ଦୋହଲି ଯାଇଛି ଚୀନର ମେରୁଦଣ୍ଡ । ଘଣ୍ଟା ପ୍ରତି ୨୨୩ କିଲୋମିଟର ପବନର କରାଳ ରୂପ ଯେମିତି ଚାଇନା ମାଟିରେ ତାଣ୍ଡବ କରିଛି । କେତେବେଳେ ଘର ଭାଙ୍ଗିଛି, ତ ପୁଣି କେତେବେଳେ ଉପୁଡ଼ାଇ ପକାଇଛି ବଡ଼ ବଡ଼ ଗଛ ।