• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପ୍ରକୃତି ଯେବେ ତାଣ୍ଡବ ରଚେ ସବୁଠି ପଡ଼ିଯାଏ ହାହାକାର । ସମସ୍ତେ ଜୀବନ ବଞ୍ଚାଇବାକୁ ଏମିତି ଚିତ୍କାର କରନ୍ତି । କାରଣ ଏଠି ସବୁକିଛି ଛଡ଼ାଇ ନେଇଛି ଘୂର୍ଣ୍ଣିଝଡ଼ । ସମସ୍ତଙ୍କୁ ଯେମିତି ହତବାକ୍‌ କରିଦେଇଛି । ଫିଲିପିନ୍ସର ଉତ୍ତର ପଶ୍ଚିମାଞ୍ଚଳରେ ଘୂର୍ଣ୍ଣିଝଡ଼ ‘ଟ୍ରାମି’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ଧନଜୀବନ ହାନୀ ହୋଇଛି ।

ଘୂର୍ଣ୍ଣିଝଡ଼ ଯୋଗୁ ୧୩୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଲୋକଙ୍କ ଏଯାଏଁ ପତ୍ତା ମିଳୁନି । ଅନେକ ପରିବାରର ଏମିତି କିଛି ସଦସ୍ୟ ରହିଛନ୍ତି ଯିଏ କି କେଉଁଆଡେ ଅଛନ୍ତି ତା’ ଜାଣିନାହାନ୍ତି କେହି । ପ୍ରବଳ ବର୍ଷା ପବନ ଯୋଗୁ ଅନେକ ସ୍ଥାନରେ ମାଟି ଅତଡ଼ା ଧସି ଘରଦ୍ଵାର ଭାଙ୍ଗିରୁଜି ଯାଇଛି । କିଛି ଲୋକ ଘର ତଳେ ମଧ୍ୟ ଫସି ରହିଛନ୍ତି । ଲୋକମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛି ଉଦ୍ଧାରକାରୀ ଟିମ୍‌ ।

ରାସ୍ତା ଘଟ ବନ୍ଦ ରହିଥିବାରୁ ଯାତାୟାତରେ ବାଧା ଉପୁଜୁଛି । ଜଳସ୍ତର ବଢ଼ିବାରୁ ମଧ୍ୟ ଲୋକମାନେ ନାହିଁ ନଥିବାର ହଇରାଣ ହେଉଛନ୍ତି । ହଜାର ହଜାର ଲୋକ ବାସହରା ହୋଇଥିବାବେଳେ ପ୍ରବଳ ବର୍ଷା ଯୋଗୁ ଅତର୍କିତ ବନ୍ୟା ଆସିବାରୁ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ପ୍ରବଳ ବେଗରେ ପବନ ବହିବାରୁ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଛି । ଫିଲିପିନ୍ସରେ ଏପରି ଘୂର୍ଣ୍ଣିଝଡ଼। କିଛି ନୂଆ କଥାନୁହେଁ । ଚଳିତ ବର୍ଷ ସେଠାରେ ୧୦ଟି ଘୂର୍ଣ୍ଣିଝଡ଼ ହୋଇସାରିଥିବାବେଳେ ଏହା ହେଉଛି ୧୧ ଘୂର୍ଣ୍ଣିଝଡ଼ ।

ଏଠାରେ ବାରମ୍ବାର ଘୂର୍ଣ୍ଣିଝଡ଼ ହେବା ଫଳରେ ଫିଲିପିନ୍ସବାସୀମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଘୂର୍ଣ୍ଣିଝଡ଼ ‘ଟ୍ରାମି’ ପ୍ରଭାବରେ ଲୋକମାନେ ନିଖୋଜ ଥିବାବେଳେ ଉଦ୍ଧାର ଏବଂ ସ୍ଥାନାନ୍ତର କାର୍ଯ୍ୟରେ ୧୫୦୦ ପୋଲିସ କର୍ମୀ ନିୟୋଜିତ ରହିଛନ୍ତି । ପ୍ରଭାବିତ ଲୋକଙ୍କୁ ଉଦ୍ଧାର ପାଇଁ ସମସ୍ତ ପ୍ରକାରର ଚେଷ୍ଟା ଚାଲିଛି । ଗତ ସେପ୍ଟେମ୍ବରରେ ଆସିଥିବା ୟାଗୀ ଯୋଗୁଁ ଫିଲିପାଇନ୍ସ ଛାରଖାର ହୋଇଥିଲା । ଯେଉଁଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now