• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କିଏ ଯିବେ ହ୍ୱାଇଟ ହାଉସ । ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ବଢୁଛି ଉତ୍କଣ୍ଠା । ଏବେ ବି ଚାଲିଛି କିଛି ସ୍ଥାନରେ ଭୋଟିଂ । ଡୋନାଲ୍ଡ ଟ୍ରମ୍ଫ- କମଳା ହାରିସଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ସୂଚନା ମିଳିଛି । ଏକଜିଟ୍ ପୋଲ୍ ଆକଳନରେ ଟ୍ରମ୍ପ କେତେକ ସ୍ଥାନରେ ଆଗୁଆ ଥିବା ସୂଚନା ରହିଛି । ଆମେରିକା ମିଡିଆ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଇଣ୍ଡିଆନା, କେନ୍ତୁକି, ୱେଷ୍ଟ ଭିରଜିନିଆରେ ୨୩ଟି ଇଲେକ୍ଟୋରାଲ ଭୋଟରେ ଆଗୁଆ ଅଛନ୍ତି ।

ହେଲେ ଭରମାଉଣ୍ଟରେ ୩ଟି ଇଲେକ୍ଟୋରାଲ ଭୋଟରେ ଆଗୁଆ ହାରିସ ଅଛନ୍ତି । ପ୍ରାରମ୍ଭିକ ଭାବେ ଆମେରିକାର ୮ ରାଜ୍ୟରେ ଭୋଟିଂ ଆରମ୍ଭ ହୋଇଥିବା ବେଳେ ପରେ ମୋଟ୍ ୫୦ଟି ରାଜ୍ୟ ସାମିଲ ହୋଇଥିଲା । ଯେଉଁଥିରେ ସ୍ୱିଙ୍ଗ୍ ଷ୍ଟେଟ୍ ଆରିଜୋନା ଏବଂ ୱିସକନସିନ୍ ରହିଛି । ମେରିଲ୍ୟାଣ୍ଡରେ ଲୋକେ ମତଦାନ ପାଇଁ ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଥିଲା ।

ଦେଶରେ ପରିବର୍ତ୍ତନ ପାଇଁ ଭୋଟ୍ ଦେବାକୁ ଆସିଥିବା କହିଛନ୍ତି କିଛି ଭୋଟର । ତେବେ ୮ କୋଟିରୁ ଅଧିକ ଆମେରିକା ବାସୀ ଆଗୁଆ ଭୋଟ୍ ଦେଇସାରିଛନ୍ତି । ଫାଇନାଲ ଫଳାଫଳ ଆସିବାକୁ ଲାଗିଯାଇପାରେ ଗୋଟିଏ ସପ୍ତାହ ସମୟ । ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର କମଳା ହାରିସଙ୍କ ଭିତରେ କାଣ୍ଟେ କା ଟକ୍କର ହେଉଛି ।

ଜଣଙ୍କ ପାଖରେ ପୂର୍ବରୁ ରାଷ୍ଟ୍ରପତିର ଅଭିଜ୍ଞତା ରହିଛି ତ ଆଉ ଜଣେ ବର୍ତ୍ତମାନର ଉପରାଷ୍ଟ୍ରପତି । ତେଣୁ ପ୍ରାର୍ଥୀ ଭାବେ କେହି କାହାଠୁ କମ୍ ନୁହଁନ୍ତି । ଆମେରିକାରେ ମୋଟ ୫୦ ରାଜ୍ୟ । ମୋଟ୍ ଇଲେକ୍ଟୋରାଲ୍ କଲେଜ ମୋଟ ୫୩୮ । ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ । ତେବେ ଆମେରିକାରେ ଖେଳ ବିଗାଡି ପାରନ୍ତି ୭ ସ୍ୱିଙ୍ଗ ଷ୍ଟେଟ୍ । ଏହି ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩ । ଫଳ ପ୍ରକାଶ ପରେ ଜାନୁଆରୀ ୨୦ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି ।

ତେବେ ଯିଏ ବି ବିଜୟୀ ହେଲେ ଗ୍ଲୋବାଲ୍ ଅର୍ଡର ବଦଳିବା ସମୀକରଣ ସମ୍ଭାବନା ରହିଛି । କାରଣ ଆମେରିକାରେ ଯେତେବେଳେ ଯାହା ନିଷ୍ପତ୍ତି ଆସିଛି ତାର ପ୍ରଭାବ ସାରା ବିଶ୍ୱ ଉପରେ ଦେଖିବାକୁ ମିଳିଛି । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଅର୍ଥ ବ୍ୟବସ୍ଥା, ଦର ବୃଦ୍ଧି, ନିଯୁକ୍ତି, ପ୍ରବାସୀଙ୍କୁ ଅଧିକାର ଓ ମହିଳାଙ୍କୁ ଗର୍ଭପାତ ଅଧିକାର ମୁଦ୍ଦା ରହିଛି ।

ଏପରି ସ୍ଥଳେ କମଳା ନିଜକୁ ଜଣେ ସାଧାରଣ ମହିଳା, ମିଡିଲ୍ କ୍ଲାସର ନେତା ବୋଲି ବାରମ୍ବାର କହୁଛନ୍ତି । ସାଧାରଣ ଲୋକଙ୍କ ପାଇଁ କାମ କରିବାର ଶପଥ ନେଇଛନ୍ତି । ଆମେରିକା ନାଗରିକଙ୍କ ରାଷ୍ଟ୍ରପତି ହେବି ବୋଲି ବି କହିଛନ୍ତି । ରାଜନୈତିକ ଫାଇଦା ନୁହେଁ, ବିକାଶ ଉପରେ ଧ୍ୟାନ ରଖିବେ ବୋଲି ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ।

ଦେଶକୁ ପାର୍ଟି ଓ ନିଜଠାରୁ ବହୁ ଉପରେ ରଖିବାର ପ୍ରତିଶ୍ରୁତି ଦେବା ସହ ନେସନ୍ ଫାଷ୍ଟର ନାରା ଦେଇଛନ୍ତି କମଳା । ଡକ୍ୟୁମେଣ୍ଟ ହୋଇନଥିବା ଶରଣାର୍ଥୀ, ବିଶେଷକରି ପିଲାମାନଙ୍କୁ ନାଗରିକତା ପ୍ରଦାନ, କୁଶଳୀ ଶ୍ରମିକ ଭିସା H-1Bର ସମ୍ପ୍ରସାରଣକୁ ସମର୍ଥନ, ବହୁପକ୍ଷ ବାଣିଜ୍ୟ ଚୁକ୍ତି ଓ ଆଞ୍ଚଳିକ ସହଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି ।

ସେହିପରି ଟ୍ରମ୍ପଙ୍କ ମୁଦ୍ଦା ରହିଛି, ମେକ୍ ଆମେରିକା ଗ୍ରେଟ୍ ଆମେରିକାର ନାରା । ଦର ବୃଦ୍ଧି, ଅର୍ଥ ବ୍ୟବସ୍ଥା, ନିଯୁକ୍ତି ଭଳି ପ୍ରସଙ୍ଗକୁ ଲଗାତାର ଉଠାଇଛନ୍ତି ସେ । ଅର୍ଥ ବ୍ୟବସ୍ଥାକୁ ନେଇ ଟ୍ରମ୍ପଙ୍କ ଉପରେ ଲୋକଙ୍କ ଅଧିକ ଭରସା ରହିଛି । ଟ୍ରମ୍ପଙ୍କ ପ୍ରବାସୀ ନୀତି ଯୋଗୁ ପ୍ରବାସୀ ଭାରତୀୟଙ୍କ ପ୍ରତି ବିପଦ ଆଶଙ୍କା ରହିଛି । ଯୁଦ୍ଧ ରୋକିବା ଓ ଶାନ୍ତି ରକ୍ଷା ନେଇ ପ୍ରତିଶ୍ରୁତି ଦେବା ସହ ଏଥର ନିଜ ଛବି ବଦଳାଇବାକୁ ଭରପୁର ପ୍ରୟାସ କରିଛନ୍ତି ।

ତୃଣମୂଳସ୍ତରରେ ନେତା ଭାବରେ ନିଜକୁ ଉପସ୍ଥାପିତ କରିଛନ୍ତି । କେତେବେଳେ ରାସ୍ତାରେ ଆବର୍ଜନା ଟ୍ରକ ଚଳାଉଥିବା ଦେଖିବାକୁ ମିଳିଥିବା ବେଳେ କେତେବେଳେ ମ୍ୟାକ ଡୋନାଲ୍ସ ଯାଇ ଲୋକଙ୍କୁ ସର୍ଭ କରିଥିଲେ ଟ୍ରମ୍ପ ।

OTV is now on Whatsapp

Join and get latest news update delivered to you via whatsapp

Join Now