/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730737473.jpg)
Donald Trump
ଓଡ଼ିଆ ଷ୍ଟାଇଲ୍ରେ ଡୋନାଲ୍ଡ ଟ୍ରମ୍ପ କଲେ ପ୍ରଚାର । ଝାଟି ମାଟି ଘରେ ତଳେ ବେସିଲେ, ପତ୍ର ଠୁଙ୍ଗାରେ ଖାଇଲେ । ପାଖରେ ଥିଲେ ବିଶ୍ୱର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ଏଲନ୍ ମସ୍କ । ଯିଏ ଅନ୍ତରୀକ୍ଷକୁ ରକେଟ ଛାଡ଼ନ୍ତି, ସେ ବି ସେଇ ଝାଟିମାଟି ଘରେ ତଳେ ବସିଲେ ଆଉ ପତ୍ରରେ ଖାଇଲେ । ଦେହରେ କୁର୍ତ୍ତା-ପାଇଜାମାକୁ କାନ୍ଧରେ ଉତ୍ତରୀୟ ।
ଆଜ୍ଞା ହଁ, ଆପଣ ବିଶ୍ୱାସ ନକଲେ ବି ସତ । ଡୋନାଲ୍ଡ ଟ୍ରମ୍ପ ନିଜେ ଏମିତି କିଛି ଫଟୋ ପୋଷ୍ଟ କରିଛନ୍ତି । ଆଉ ପଚାରିଛନ୍ତି କିଏ ଅସିଲି କିଏ ନକଲି । ଖାଲି ସେତିକି ନୁହେଁ, ମୋଦିଙ୍କ ଅନ୍ଦାଜରେ ବି ଟ୍ରମ୍ପଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଛି । ନିର୍ବାଚନ ପ୍ରଚାର ବେଳେ ମୋଦିଙ୍କ ପାଖରେ ଯେମିତି ଯୋଗୀ ଛିଡ଼ା ହୋଇଥିଲେ, ଠିକ୍ ସେମିତି ଟ୍ରମ୍ପଙ୍କ ପାଖରେ ଗେରୁଆ ବସ୍ତ୍ର ପିନ୍ଧି ଏଲନ୍ ମସ୍କ ଛିଡ଼ା ହୋଇଥିବା ଫଟୋ ଦେଖିବାକୁ ମିଳିଛି । ଏମିତି ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ ସେହି ଫଟୋକୁ ଯିଏ ବି ଦେଖୁଛି ଟିକେ ଅଟକି ଯାଉଛି । ଆଉ ପରଖିବାକୁ ଚେଷ୍ଟା କରୁଛି, ତାହା ସତ ନା ମିଛ !
ଆଉ ସେହି ଫଟୋ ସବୁ ଦେଖିବା ପରେ ସମସ୍ତଙ୍କ ମନରେ ଗୋଟିଏ କଥା, AI କରିଦେଲା କମାଲ । ବାସ୍ତବରେ ଆମେ ଯେଉଁ ସବୁ ଫଟୋ ଗୁଡ଼ିକ ବିଷୟରେ କହୁଛୁ, ସେଗୁଡ଼ିକ ସତ ନୁହେଁ । ସେସବୁ AI ମାଧ୍ୟମରେ ପ୍ରସ୍ତୁତ କରାଯାଇଛି । ସେଥିରୁ କିଛି ଫଟୋ ଟ୍ରମ୍ପ ନିଜେ ପୋଷ୍ଟ କରିଛନ୍ତି । ଆଉ ଟ୍ରମ୍ପଙ୍କ ଏଭଳି ପୋଷ୍ଟ ଦେଖି, ଅନେକ ୟୁଜର ଅନେକ ପ୍ରକାର ମନ୍ତବ୍ୟ ଦେଉଛନ୍ତି ।
What If @realDonaldTrump and @KamalaHarris were our Indian Politician 👀😁 pic.twitter.com/UxBdlxukVt
— Iti 🇮🇳💯 (@ItismitaCodes03) November 4, 2024
କିଏ କହୁଛି, ଟ୍ରମ୍ପ ଏଭଳି ଫଟୋ ପୋଷ୍ଟ କରିବା ପଛରେ ରହିଛି ବଡ଼ ରାଜନୀତି । ସେ ଆମେରିକାରେ ଥିବା ଭାରତୀୟଙ୍କ ଭୋଟ୍ ହାତେଇବା ପାଇଁ ଏଭଳି AIର ସାହାରା ନେଇଛନ୍ତି । ଆଉ କେହି କେହି କମେଣ୍ଟ କରିଛନ୍ତି ଯେ, ଏମିତି ମଜାକିଆ ଢ଼ଙ୍ଗରେ ସୋସିଆଲ ମିଡିଆ ପୋଷ୍ଟ କରିବା ଟ୍ରମ୍ପଙ୍କ ଅଭ୍ୟାସ । ଏହା ତାଙ୍କର ପିଲାଳିଆମିକୁ ଦର୍ଶାଉଛି ।
ତେବେ ମଙ୍ଗଳବାର ସକାଳ ପାଇଲେ ଆମେରିକାରେ ହେବ ରାଷ୍ଟ୍ରପତି ନିର୍ବାଚନ । ଏଥର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିପକ୍ଷରେ ଅଛନ୍ତି ଭାରତର ବଂଶୋଦ୍ଭବ ତଥା ଆମେରିକାର ଭାଇସ୍ ପ୍ରେସିଡେଣ୍ଟ କମଳା ହାରିସ୍ । ଏଠି ପ୍ରଶ୍ନ ଏଥର ଆମେରିକା ଦେଖିବ ପ୍ରଥମ ମହିଳା ରାଷ୍ଟ୍ରପତି ନା ପୁଣି ଟ୍ରମ୍ପ ସରକାର ? କାହାର ହେବ ହ୍ୱାଇଟ୍ ହାଉସ୍ ? ଯଦି ଦ୍ୱିତୀୟ ଥର ପାଇଁ ଟ୍ରମ୍ପ ଜିତିବେ, ତେବେ ଇତିହାସ ରଚିବେ ।
ପ୍ରତି ୪ ବର୍ଷରେ, ନଭେମ୍ବର ମାସର ପ୍ରଥମ ମଙ୍ଗଳବାରରେ ହେଉଥିବା ପ୍ରେସିଡେନସିଆଲ ଇଲେକ୍ସନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍। ଭାରତୀୟ ସମୟ ମଙ୍ଗଳବାର ଅପରାହ୍ନ ସାଢେ ୪ଟାରୁ ବୁଧବାର ସକାଳ ସାଢେ ୬ଟା ଯାଏଁ ନିଆଯିବ ଭୋଟ୍। ମଙ୍ଗଳବାର ରାତି ସାଢେ ୨ଟାରୁ ଆରମ୍ଭ ହୋଇଯିବ ଏଗଜିଟ୍ ପୋଲ୍। ହେଲେ ଫାଇନାଲ ଫଳାଫଳ ଆସିବାକୁ ଲାଗିଯାଇପାରେ ଗୋଟିଏ ସପ୍ତାହର ସମୟ।
Which one looks original? @elonmuskpic.twitter.com/8P46QeQQiT
— Donald J. Trump 🇺🇸 Update (@TrumpUpdateHQ) November 4, 2024
ଆମେରିକାରେ ମୋଟ ୫୦ ରାଜ୍ୟ। ମୋଟ୍ ଇଲେକ୍ଟୋରାଲ୍ କଲେଜ ଭୋଟ୍ ୫୩୮। ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ। ତେବେ ଆମେରିକାରେ ଖେଳ ବିଗାଡି ପାରନ୍ତି ୭ ସ୍ୱିଙ୍ଗ ଷ୍ଟେଟ୍ । ଏହି ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩। ପେନସିଲଭେନିଆ ୧୯, ନର୍ଥ କାରୋଲିନା ୧୬, ଜର୍ଜିଆ ୧୬, ମିସିଗାନ୍ ୧୫, ଆରିଜୋନା ୧୧, ୱିସକନସିନ ୧୦ ଓ ନେବାଡାରେ ୬ ସିଟ୍ ରହିଛି। ଏହି ୭ ସ୍ବିଙ୍ଗ ଷ୍ଟେଟରେ କାଣ୍ଟେକା ଟକ୍କର ହେଉଛି। କୁହାଯାଉଛି, ଏମାନେ ହିଁ ସ୍ଥିର କରିବେ ରାଷ୍ଟ୍ରପତି ଆସନରେ ବସିବେ କିଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)