• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କାହାର ହେବ ହ୍ୱାଇଟ୍ ହାଉସ । ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶର ନେତା ବାଛିବାକୁ କାଲି ଭୋଟ୍ ଦେବ ଆମେରିକା । ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲାଗି ଏଥର ହେବାକୁ ଯାଉଛି କଡ଼ା ମୁକାବିଲା । ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟ୍ ପ୍ରାର୍ଥୀ କମଳା ଓ ରିପବ୍ଲିକାନ୍ ପାର୍ଟିର ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର ଭିତରେ ଆଡଭାନ୍ସ ଭୋଟିଂରେ ଭାଗ ନେଲେଣି ସାଢ଼େ ୭ ଲକ୍ଷ ମତଦାତା । ୪୮ ଘଣ୍ଟା ପରେ ହ୍ୱାଇଟ ହାଉସର ବସ୍ କିଏ ହେବ ତାହା ସ୍ପଷ୍ଟ ହେବ ।

ତେବେ ଏଥର ନିର୍ବାଚନରେ ବୃହତ ବ୍ୟବଧାନରେ ନିର୍ବାଚନ ଜିଣିବେ ବୋଲି ଦୁଇ ପ୍ରାର୍ଥୀ ଦୃଢ଼ ଆଶାବାଦୀ ରହିଛନ୍ତି । ତେବେ ମ୍ୟାଜିକ୍ ନମ୍ବର ୨୭୦ କିଏ ପାର୍ କରି ହ୍ୱାଇଟ ହାଉସରେ ଏଣ୍ଟ୍ରି ମାରିବେ ତାକୁ ଜନତା ଜନାର୍ଦ୍ଦନ ହିଁ ନିଷ୍ପତ୍ତି ନେଇଛନ୍ତି । ରାଜନୀତି ବିଶାରଦଙ୍କ କହିବା କଥା, ଚଳିତ ନିର୍ବାଚନରେ ପେନସଲଭେନିଆ ଏବଂ ମିସଗନ୍ ଏହି ଦୁଇ ରାଜ୍ୟ କିଏ ରାଷ୍ଟ୍ରପତି ରେସ୍ ଜିତିବ ତାହା ନିର୍ଣ୍ଣୟ କରିବେ ।

ଅଧିକ ପଢ଼ନ୍ତୁ: ନିର୍ବାଚନ ଜିତିବାକୁ ଟ୍ରମ୍ପଙ୍କ ନୂଆ ଫର୍ମୁଲା; ଅଳିଆ ଗାଡ଼ି ଚଲାଇ କଲେ ପ୍ରଚାର

ଟ୍ରମ୍ପ, ଇତିହାସ ରଚିବେ । ନା କମଳା ହାରିସ ସରପ୍ରାଇଜ୍ କରିବେ । ନା ଆମେରିକାରେ ସୁଇସ୍ ଷ୍ଟେଟ୍ ଖେଳ ବିଗାଡିବେ । କମଳା ହାରିସ୍ ଜିତିଲେ ସେ ହେବେ ଆମେରିକା ଇତିହାସରେ ପ୍ରଥମ ମହିଳା ରାଷ୍ଟ୍ରପତି । ଟ୍ରମ୍ପ ଜିତିଲେ ଶହେ ବର୍ଷରେ ୩ଟି ଟର୍ମରେ ଦୁଇ ଥର ହେବେ ମିଷ୍ଟର ପ୍ରେସିଡେଣ୍ଟ । ଏହା କେବଳ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ନୁହେଁ । ଦୁଇ ଅଲଗା ଅଲଗା ଚିନ୍ତାଧାରା ରଖୁଥିବା ଆଶାୟୀଙ୍କ ଭିତରେ କଡ଼ା ଲଢ଼େଇ ।

ଯିଏ ବି ବିଜୟୀ ହେଲେ ଗ୍ଲୋବାଲ୍ ଅର୍ଡର ବଦଳିବା ସମୀକରଣ ସମ୍ଭାବନା ରହିଛି । କାରଣ ଆମେରିକାରେ ଯେତେବେଳେ ଯାହା ନିଷ୍ପତ୍ତି ଆସିଛି ତାର ପ୍ରଭାବ ସାରା ବିଶ୍ୱ ଉପରେ ଦେଖିବାକୁ ମିଳିଛି । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଅର୍ଥ ବ୍ୟବସ୍ଥା, ଦର ବୃଦ୍ଧି, ନିଯୁକ୍ତି, ପ୍ରବାସୀଙ୍କୁ ଅଧିକାର ଓ ମହିଳାଙ୍କୁ ଗର୍ଭପାତ ଅଧିକାର ମୁଦ୍ଦା ରହିଛି ।

ଏପରି ସ୍ଥଳେ କମଲା ନିଜକୁ ଜଣେ ସାଧାରଣ ମହିଳା, ମିଡିଲ୍ କ୍ଲାସର ନେତା ବୋଲି ବାରମ୍ବାର କହୁଛନ୍ତି । ସାଧାରଣ ଲୋକଙ୍କ ପାଇଁ କାମ କରିବାର ଶପଥ ନେଇଛନ୍ତି । ଆମେରିକା ନାଗରିକଙ୍କ ରାଷ୍ଟ୍ରପତି ହେବି ବୋଲି ବି କହିଛନ୍ତି । ରାଜନୈତିକ ଫାଇଦା ନୁହେଁ, ବିକାଶ ଉପରେ ଧ୍ୟାନ ରଖିବେ ବୋଲି ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ।

ଦେଶକୁ ପାର୍ଟି ଓ ନିଜଠାରୁ ବହୁ ଉପରେ ରଖିବାର ପ୍ରତିଶ୍ରୁତି ଦେବା ସହ ନେସନ୍ ଫାଷ୍ଟ ନାରା ଦେଇଛନ୍ତି କମଲା । ଡକ୍ୟୁମେଣ୍ଟ ହୋଇନଥିବା ଶରଣାର୍ଥୀ, ବିଶେଷକରି ପିଲାମାନଙ୍କୁ ନାଗରିକତା ପ୍ରଦାନ, କୁଶଳୀ ଶ୍ରମିକ ଭିସା H-1Bର ସମ୍ପ୍ରସାରଣକୁ ସମର୍ଥନ, ବହୁପକ୍ଷ ବାଣିଜ୍ୟ ଚୁକ୍ତି ଓ ଆଞ୍ଚଳିକ ସହଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି ।

ସେହିପରି ଟ୍ରମ୍ପଙ୍କ ମୁଦ୍ଦା ରହିଛି, ମେକ୍ ଆମେରିକା ଗ୍ରେଟ୍ ଆମେରିକାର ନାରା । ଦର ବୃଦ୍ଧି, ଅର୍ଥ ବ୍ୟବସ୍ଥା, ନିଯୁକ୍ତି ଭଳି ପ୍ରସଙ୍ଗକୁ ଲଗାତାର ଉଠାଇଛନ୍ତି ସେ । ଅର୍ଥ ବ୍ୟବସ୍ଥାକୁ ନେଇ ଟ୍ରମ୍ପଙ୍କ ଉପରେ ଲୋକଙ୍କ ଅଧିକ ଭରସା ରହିଛି । ଟ୍ରମ୍ପଙ୍କ ପ୍ରବାସୀ ନୀତି ଯୋଗୁ ପ୍ରବାସୀ ଭାରତୀୟଙ୍କ ପ୍ରତି ବିପଦ ଆଶଙ୍କା ରହିଛି । ଯୁଦ୍ଧ ରୋକିବା ଓ ଶାନ୍ତି ରକ୍ଷା ନେଇ ପ୍ରତିଶ୍ରୁତି ଦେବା ସହ ଏଥର ନିଜ ଛବି ବଦଳାଇବାକୁ ଭରପୁର ପ୍ରୟାସ କରିଛନ୍ତି ।

ତୃଣମୂଳସ୍ତରରେ ନେତା ଭାବରେ ନିଜକୁ ଉପସ୍ଥାପିତ କରିଛନ୍ତି । କେତେବେଳେ ରାସ୍ତାରେ ଆବର୍ଜନା ଟ୍ରକ ଚଳାଉଥିବା ଦେଖିବାକୁ ମିଳିଥିହା ବେଳେ କେତେବେଳେ ମ୍ୟାକ ଡୋନାଲ୍ସ ଯାଇ ଲୋକଙ୍କୁ ସର୍ଭ କରିଥିଲେ ଟ୍ରମ୍ପ ।

ଅଧିକ ପଢ଼ନ୍ତୁ: ପଛରେ ପଡିଯିବ ବୁର୍ଜ ଖଲିଫା; ସାଉଦିରେ ନିର୍ମାଣ ହେଉଛି ଦୁନିଆର ସବୁଠୁ ବଡ଼ ବିଲ୍ଡିଂ

OTV is now on Whatsapp

Join and get latest news update delivered to you via whatsapp

Join Now