• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

trump
ଚୀନ ସହ ଯୁଦ୍ଧ କଲେ ହାରିଯିବ ଆମେରିକା ! ଜାଣନ୍ତୁ ଏପରି ଆକଳନ କଲା କିଏ?

ଚୀନ-ଆମେରିକା ମଧ୍ୟରେ ହେବ କି ଫାଇଟ୍‌? ଯଦି ଫାଇଟ୍‌ ହେବ ତେବେ ହାରିଯିବ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଏତେ ମାତ୍ରାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଉନ୍ନତ ‌ଜ୍ଞାନକୌଶଳ ଥାଇ ମଧ୍ୟ ଚାଇନ୍‌ଠାରୁ ପରାଜୟ ସ୍ୱୀକାର କରିବ ଆମେରିକା

faiz hamid
ରାତାରାତି ବଦଳି ଗଲେ ଆଇଏସ୍ଆ‌ଇ ମୁଖ୍ୟ

ରାତାରାତି ବଦଳି ଗଲେ ଆଇଏସଆଇର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମୀଦ। ସେ ବର୍ତ୍ତମାନ ପେଶାୱର କ୍ରପ୍ସ କମାଣ୍ଡର ଭାବେ ନିଯୁକ୍ତି ହୋଇଛନ୍ତି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତେବେ ଆଇଏସଆଇର ମୁଖ୍ୟ ଭାବେ କିଏ ନିଯୁକ୍ତି ହୋଇଛନ୍ତି, ସେନେଇ ଏଯାଏଁ କୌଣସି ସୁଚନା ମିଳିନାହିଁ। ତେବେ କାହିଁକି ହମୀଦଙ୍କୁ ରାତାରାତି ବଦଳି କରାଗଲା ଏନେଇ ପ୍ରଶ୍ନ ଉଠିବାରେ ଲାଇଛି।

Malaria Vaccine For Children
ବିଶ୍ୱର ପ୍ରଥମ ମ୍ୟାଲେରିଆ ଭ୍ୟାକ୍ସିନ୍‌କୁ WHOର ମଞ୍ଜୁରୀ

ମ୍ୟାଲେରିଆ ପାଇଁ ଭ୍ୟାକ୍ସିନ୍। ମ୍ୟାଲେରିଆ ବିପକ୍ଷରେ ବିଶ୍ୱର ପ୍ରଥମ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ମଞ୍ଜୁରୀ ଦେଇଛି। ମ୍ୟାଲେରିଆ ବିପଦକୁ କମ୍ କରିବା ପାଇଁ ବୈଜ୍ଞାନିକମାନେ ଏହି ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛନ୍ତି। ଏହି ଭ୍ୟାକ୍ସିନ୍ ଛୋଟ ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।

Earthquake Hits Pakistan
ସକାଳୁ ସକାଳୁ ଭୂକମ୍ପ ଝଟ୍‌କା: ୨୦ ମୃତ, ଅନେକ ଆହତ

ଆଜି ଭୋର ସମୟରେ ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଅଧିକାଂଶ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୬ ଜଣ ଶିଶୁ ଅଛନ୍ତି। ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

 Woman gives birth to baby in air india mid air flight coming from London to kochi
ଚଳନ୍ତା ବିମାନରେ ମହିଳାଙ୍କ ପ୍ରସବ ପୀଡା , ଆଉ ତା ପରେ....

ଚଳନ୍ତା ବିମାନରେ ମହିଳାଙ୍କ ଗର୍ଭ ଯନ୍ତ୍ରଣା । ଲଣ୍ଡନରୁ କୋଚି ଅଭିମୁଖେ ଯାଉଥିବା ଏକ ବିମାନରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

Device will release depression
ମାନସିକ ଅବସାଦରୁ ମୁକ୍ତି ଦେବ ଏହି ଡିଭାଇସ୍

ଆଜିର ଧାଁଦୌଡ ଜୀବନରେ ବିଷାଦ ଏକ ସାଧାରଣ କଥା ହୋଇଯାଇଛି। ଏହି ବିଷାଦ କାରଣରୁ ଅନେକ ସମୟରେ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚାନ୍ତ ହେବାକୁ ପଡିଛି। କିନ୍ତୁ ରୋଗୀଙ୍କୁ ଏଥିରୁ ରକ୍ଷା ମିଳିନି। କିନ୍ତୁ ବର୍ତ୍ତମାନ ଏଥିରୁ ମୁକ୍ତି ମିଳିବ। ଏନେଇ ଏକ ସ୍ୱତନ୍ତ ଡିଭାଇସ୍ ବାହାର କରାଯାଇଛି ଯାହା ଅଧାଅଧି ବିଷାଦ ଦୂର କରିବ। ଏହାକୁ ବ୍ରେନ୍ ପ୍ରେସମେକର କୁହାଯାଉଛି।

Film Shooting In Space
ମହାକାଶରେ ହେବ ଫିଲ୍ମ ସୁଟିଂ, MS-19ରେ ବସି ସାରିଲେଣି ସବୁ କ୍ର୍ୟୁ ମେମ୍ବର

ଫିଲ୍ମ ସୁଟିଂ ସବୁବେଳେ ଷ୍ଟୁଡିଓ ଭିତରେ ସମ୍ଭବ ହୋଇନଥାଏ । ଚଳଚ୍ଚିତ୍ର କାହାଣୀର ଆବଶ୍ୟକତା ଅନୁସାରେ, ବିଭିନ୍ନ ଲୋକେସନ୍‌କୁ ଯାଇ ସୁଟିଂ କରିଥାନ୍ତି ଫିଲ୍ମ ନିର୍ମାତା । କେତେବେଳେ ବଣ ପାହାଡ଼ରେ ତ କେତେବେଳେ ସମୁଦ୍ରରେ ଅବା ମରୁଭୂମିରେ ସୁଟ୍ ହୁଏ ବିଭିନ୍ନ ସିନ୍ ।

taiwan minister
ଚୀନ୍ ସହ ଯୁଦ୍ଧ ପାଇଁ ତାଇୱାନ ପ୍ରସ୍ତୁତ

ଚୀନ୍ ଏବଂ ତାଇୱାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ବର୍ତ୍ତମାନ ତାଇୱାନର ବୈଦେଶିକ ମନ୍ତ୍ରୀ ମଧ୍ୟ ଆକ୍ରୋଷ ଦେଖାଇ କହିଛନ୍ତି ଯେ ଆମେ ଚୀନ୍ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ। ୱାଇ କହିଛନ୍ତି ଯେ ତାଇୱାନର ପ୍ରତିରକ୍ଷା ଆମ ହାତରେ ଏବଂ ଆମେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

russian-film-the-challenge
ମହାକାଶରେ ଶୁଭିବ ଲାଇଟ୍-କ୍ୟାମେରା-ଆକ୍ସନ : ଜିରୋ-ଗ୍ରାଭିଟିରେ ଭାସିଭାସି ଅଭିନୟ କରିବେ ଅଭିନେତା ଓ ଅଭିନେତ୍ରୀ

ଫିଲ୍ମ ସୁଟିଂ ସବୁବେଳେ ଷ୍ଟୁଡିଓ ଭିତରେ ସମ୍ଭବ ହୋଇନଥାଏ । ଚଳଚ୍ଚିତ୍ର କାହାଣୀର ଆବଶ୍ୟକତା ଅନୁସାରେ, ବିଭିନ୍ନ ଲୋକେସନକୁ ଯାଇ ସୁଟିଂ କରିଥାନ୍ତି ଫିଲ୍ମ ନିର୍ମାତା । କେତେବେଳେ ବଣ ପାହାଡ଼ରେ ତ କେତେବେଳେ ସମୁଦ୍ରରେ ଅବା ମରୁଭୂମିରେ ସୁଟ୍ ହୁଏ ବିଭିନ୍ନ ସିନ୍ । ତେବେ ଜାଣିଛନ୍ତି କି, ମହାକାଶରେ ପ୍ରଥମ ଥର ପାଇଁ ଫିଲ୍ମ ସୁଟିଂ କରିବାକୁ ପାଦ ବଢ଼ାଇସାରିଛି ରୁଷ୍ ।

janet yellen
ଆର୍ଥିକ ମାନ୍ଦାବସ୍ତାରେ ବୁଡିବ ଆମେରିକା

ବିଶିଷ୍ଟ ଅର୍ଥନୀତିଜ୍ଞ ୟେଲେନ ସିଏନବିସିରେ କହିଛନ୍ତି ଯେ ଆମେରିକାର ସଂସଦ ଦିନକୁ ଦିନ ଋଣ ବଢାଇବରେ ଲାଗିଛି ଏହି ଋଣ ସଂକଟର ଯଥା ଶୀଘ୍ର ସମାଧାନ ହେବା ନିହାତି ଦରକାର। ନଚେତ୍ ଆମେରିକାର ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇ ପଡିବ।

Man eating raw-meat from 50 years
୫୦ ବର୍ଷ ହେବ କଞ୍ଚା ମାଂସ ଖାଉଛନ୍ତି; ସ୍ତ୍ରୀଙ୍କୁ ନ ଥିଲା ଜଣା

ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି। ସେମାନଙ୍କ ଭିତରେ ଅନେକ ପ୍ରକାରର ଅଭ୍ୟାସ ମଧ୍ୟ ଅଛି। ଏମିତି ଅନେକ ଅଭ୍ୟାସ ଅଛି ଯାହା ଏତେ ଅଜବ ଯେ ଯାହାକୁ ଜାଣିଲେ ହସ ଲାଗିବା ସହ ଆଶ୍ଚର୍ଯ୍ୟା ବି ଲାଗେ। ଏଭଳି ଏକ ବ୍ୟକ୍ତିଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ଯାହାଙ୍କୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ପତ୍ନୀଙ୍କୁ ବି ଯେତେବେଳେ ଏହି କଥା ଜଣାପଡିଲା ତାଙ୍କ ପାଦ ତଳୁ ମାଟି ଖସିଗଲା।

From house maid to Crorepati
ଦିନେ ଅନ୍ୟ ଘରେ କରୁଥିଲେ ଝାଡୁ-ପୋଛା : ଏବେ କୋଟିପତି

କୁହାଯାଏ ଗରୀବ ମଣିଷ କିଛି ବି କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଯେଉଁ ମଣିଷ ପାଖରେ ଆଗକୁ ଯିବାର ଇଛା ଥାଏ ସେ ସେହି ଗରିବୀ ଭିତରେ ମଧ୍ୟ ଏମିତି କିଛି ବାଟ ଖୋଜିନିଏ ଯାହା ତା’ର ପରିସ୍ଥିତିକୁ ସୁଧାରି ଦିଏ। ତେବେ ଅନେକ ସମୟରେ ପରିସ୍ଥିତିକୁ ସୁଧାରିବା ପାଇଁ କରାଯାଇଥିବା କାମ ଲୋକଙ୍କ ଦେହରେ ଯାଏନି। ଏଭଳି ଏକ ଘଟଣା ଆମେରିକାରେ ଘଟିଛି।

Nobel Prize 2021
ପଦାର୍ଥ ବିଜ୍ଞାନ ପାଇଁ ତିନି ବୈଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର

ପଦାର୍ଥ ବିଜ୍ଞାନ ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ୍ ପୁରସ୍କାର । ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ଗବେଷଣା ପାଇଁ ସୁକରୋ ମାନେବେ, କ୍ଲାସ୍ ହେଲସମ୍ୟାନ୍ ଏବଂ ଜିୟୋର୍ଜିୟ ପେରିସିକଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯିବ

imran khan
ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ବାଇଡେନ୍‌ଙ୍କ ଅଣଦେଖା

ପାକିସ୍ତାନକୁ ବାରମ୍ବାର ରେଡ୍ ସିଗନାଲ୍ ଦେଖାଉଛି ଆମେରିକା। ଇମ୍ରାନ୍ ଖାନ୍‌ଙ୍କ ସତ ଚେଷ୍ଟା ପରେ ମଧ୍ୟ ବାଇଡେନ୍ ତାଙ୍କୁ ଅଣଦେଖା କରୁଥିବାର ପାକିସ୍ତାନ୍‌ ପକ୍ଷରୁ ଶୁଣିବାକୁ ମିଳିଛି। ପାକିସ୍ତାନ୍‌ର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦୀର୍ଘ ଦିନ ଧରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ କଥାବାର୍ତ୍ତା ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ଆମେରିକା ପକ୍ଷରୁ ଏହାକୁ ଅଣଦେଖା କରାଯାଉଛି।

Tsai Ing-wen
ମହାଶକ୍ତି ଚୀନ୍‌କୁ ତାଇୱାନ୍‌ର ଚେତାବନୀ : କବଜା କରିବାକୁ ଚେଷ୍ଟା କଲେ ପୂରା ଏସିଆରେ ସୃଷ୍ଟି ହେବ ବିନାଶକାରୀ ପରିସ୍ଥିତି

ଚୀନ୍, ତାଇୱାନ ଉପରେ ଅତ୍ୟଧିକ ଚାପ ପକାଉଥିବା ସମୟରେ ତାଙ୍କର ଏପରି ବୟାନ୍ ଆସିଛି । ତାଇୱାନ ନିଜକୁ ଏକ ସ୍ୱୟଂଶାସିତ ତଥା ଗଣତାନ୍ତ୍ରିକ ଦ୍ୱୀପ ଭାବରେ ଦେଖେ । କିନ୍ତୁ ଚୀନ୍ ତାଇୱାନକୁ ନିଜର ଏକ ଅଂଶ ବୋଲି ଭାବେ । ତାଇୱାନକୁ ଚୀନ୍ ନିଶ୍ଚିତ ଭାବେ କବଜା କରିବ ବୋଲି ପୂର୍ବରୁ କହିସାରିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ।

Taliban says those graduated from 2000 to 2020 are no use madrasa education is valuable
୨୦ ବର୍ଷର ଡିଗ୍ରୀକୁ ଅବୈଧ ଘୋଷଣା କଲା ତାଲିବାନ୍‌

ତାଲିବାନ୍‌ର ନୂଆ ନିର୍ଦ୍ଦେଶାନାମା । ୨୦ ବର୍ଷର ଡିଗ୍ରୀଧାରୀଙ୍କୁ ଅବୈଧ ଘୋଷଣା କଲା ତାଲିବାନୀ । ଆଫଗାନ୍‌ରେ ତାଲିବାନ୍‌ ସରକାର ଦ୍ୱାରା ଏକ ନୂଆ ନିୟମ ଜାରି କରାଯାଇଛି । ଯେଉଁଥିରେ ମାଦ୍ରାସାର ପାଠପଢାକୁ ସର୍ବୋତ୍ତମ ଏବଂ ୨୦ ବର୍ଷର ଡିଗ୍ରୀଧାରୀଙ୍କ ପାଠପଢାକୁ ଅବୈଧ ତଥା ଅଦରକାରୀ ବୋଲି ଘୋଷଣା କରାଯାଇଛି ।

China sent 56 warplanes into Taiwan defense zone on monday
ଡ୍ରାଗନ୍‌ର ନୂଆ ଷଡ଼ଯନ୍ତ୍ର ! ତାଇୱାନକୁ ଭେଟି ଦେଲା ୫୨ଟି ଯୁଦ୍ଧ ବିମାନ

ତାଇୱାନ୍‌କୁ ଚୀନ୍‌ର ଭେଟି । ଗତକାଲି ଚୀନ୍‌ ତାଇୱାନ୍‌କୁ ୫୨ ଟି ଯୁଦ୍ଧ ବିମାନ ଭେଟି ସ୍ୱରୂପ ଦେଇଛି । ତାଇୱାନ୍‌ର ରକ୍ଷା ମନ୍ତ୍ରୀଳୟ ଅନୁସାରେ, ବାୟୁ ପ୍ରତିରକ୍ଷା ପ୍ରଣାଳୀରୁ ତାଇୱାନ ବାୟୁସେନା (Taiwan Airforce) ଚୀନ୍‌ର ଯୁଦ୍ଧ ବିମାନର ଗତିବିଧି ଉପରେ ନଜର ରଖିଥିଲା । ଯାହା ଦ୍ୱାରା ଜଣାପଡିଥିଲା ଯେ, ଚୀନ୍‌ର ୩୪ ଜେ -୧୬ ଯୁଦ୍ଧ ବିମାନ ଓ ୧୨ ଟି H-୬ ଯୁଦ୍ଧ ବିମାନ ତାଇୱାନ୍‌ର ସୁରକ୍ଷା କ୍ଷେତ୍ରର ଉଲଙ୍ଘନ କରିଛି ।

Facebook, Instagram, WhatsApp and Messnger Services Return Online
ଧୀରେ ଧୀରେ ସ୍ୱାଭାବିକ ହେଉଛି ସୋସିଆଲ୍ ମିଡିଆ

୬ ଘଣ୍ଟାରୁ ଅଧିକ ସମୟ ଅଚଳ ପରେ ଧୀରେଧୀରେ ସ୍ୱାଭାବିକ ହେଉଛି ସୋସିଆଲ ମିଡିଆ ଫେସବୁକ, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମ୍।

Whatsapp facebook instagram global outage twitterati have the last laugh
ସୋସିଆଲ ମିଡ଼ିଆ ସର୍ଭର ଡାଉନ୍‌ ବେଳେ ଶେଷ ବିକଳ୍ପ ଥିଲା ଟ୍ୱିଟର !

କିଛି ସମୟ ଧରି ସାରା ବିଶ୍ୱରେ ଡାଉନ୍‌ ହୋଇଯାଇଥିଲା ସୋସିଆଲ ମିଡ଼ିଆ ଫ୍ଲାଟ୍‌ଫର୍ମ। ଯାହା ଦ୍ୱାରା ସୋସିଆଲ ମିଡ଼ିଆର ପ୍ରମୁଖ ଆପ୍‌ ଚାଲୁ ନାଲୁ ନଥିଲା । ଯାହାକୁ ନେଇ ଅଧିକାଂଶ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହେଉଥିଲା। ଯାହାର କାରଣ ଜାଣିବା ଓ ଅଭିଯୋଗ କରିବା ପାଇଁ ଟ୍ୱିଟରକୁ ବ୍ୟବହାର କରିଥିଲେ ୟୁଜର୍ସ।

Social Media
ଅଚଳ ପରେ ସ୍ୱାଭାବିକ ହେଲା ଫେସବୁକ୍, ହ୍ୱାଟ୍ସଆପ୍

୬ ଘଣ୍ଟାରୁ ଅଧିକ ସମୟ ଧରି ୟୁଜର୍ସଙ୍କ ମଧ୍ୟରୁ ନା କେହି ମେସେଜ୍ ପଠାଇ ପାରୁଥିଲେ ନା କୌଣସି ୟୁଜର୍ସଙ୍କ ପାଖକୁ ମେସେଜ ଆସିପାରୁଥିଲା। ଭାରତ, ଆମେରିକା ସମେତ ବିଶ୍ୱର ବହୁ ଦେଶରେ ଏଭଳି ସର୍ଭର ଡାଉନ୍ ହୋଇ ପଡିଥିଲା।

Taliban
ତାଲିବାନ୍ ନେଲା ପ୍ରତିଶୋଧ; ଆଇଏସ-କେ ବେସ୍ ଉପରେ କଲା ଆକ୍ରମଣ

ରବିବାର କାବୁଲର ଇଦଗାହ୍‌ ​​ମସଜିଦ ବାହାରେ ହୋଇଥିବା ବିସ୍ଫୋରଣକୁ ନେଇ ତାଲିବାନ କ୍ରୋଧିତ ଥିବାର ଦେଖାଯାଇଛି। ଏହି ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣର ଜବାବରେ ତାଲିବାନ ଆଇଏସ୍-ଖୋରାସାନ୍ (ଆଇଏସ୍-କେ) ବେସ ଉପରେ ଆକ୍ରମଣ କରିଛି।

Marriage
ଜେସିବି ଉପରେ ବସି ବିବାହ କଲେ ଏହି ଦମ୍ପତି, ଦେଖନ୍ତୁ ଏହି ଭିଡ଼ିଓ

ଜୀବନରେ ବିବାହ ଏକ ସୁନ୍ଦର ମୁହୂର୍ତ୍ତ। ଏହି ଦିନକୁ ସ୍ମରଣୀୟ କରିବାକୁ ଚାହିଁଥାନ୍ତି ଦମ୍ପତି। ଏମିତିକି ବର-କନ୍ୟାଙ୍କ ପରିବାର ଲୋକକେ ଅନେକ ସାଜସଜ୍ଜା କରି ସେଲିବ୍ରେଟ କରିଥାନ୍ତି। ବେଳେ ବେଳେ ବିବାହ ଉତ୍ସବରେ ଦେଖିବାକୁ ମିଳେ କିଛି ଅଲଗା

The Mysterious Death Of Thousands Of Birds In Russia
ସମୁଦ୍ର କୂଳରେ ମରି ପଡିଛନ୍ତି ହଜାର ହଜାର ପକ୍ଷୀ; ଜାଣନ୍ତୁ କ’ଣ କହିଲେ ବୈଜ୍ଞାନିକ...

ସମୁଦ୍ର କୂଳରେ ମରି ପଡିଛନ୍ତି ହଜାର ହଜାର ପକ୍ଷୀ । ଋଷ୍‌ କ୍ରିମିଆର ଆରାବତ୍ ସ୍ପିଟ୍‌ (Arabat Spit)ରେ ଏହି ପକ୍ଷୀ ଗୁଡିକ ମରି ପଡିଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ୭ ହଜାରରୁ ଅଧିକ ପକ୍ଷୀମାନଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି ।

Fire fighters and police attend the scene as plane hits Milan building
୨ ମହଲା କୋଠାରେ ଖସିପଡିଲା ଚଳନ୍ତା ବିମାନ; ଦୁର୍ଘଟଣାରେ ୮ ମୃତ

ଇଟାଲିରେ ବଡ ଅଘଟଣ । ଦୁଇ ମହଲା କୋଠାରେ ଖସିପଡିଲା ଚଳନ୍ତା ବିମାନ । ଇଟାଲିର ମିଲାନ ସହରରେ ଏହି ଦୁର୍ଘଟଣା ହୋଇଛି । ରନୱେରେ ଅବତରଣ କରିବା ପୂର୍ବରୁ ଏକ ଛୋଟ ବିମାନଟି ମିଲାନର ଏକ ଦୁଇ ମହଲା ବିଶିଷ୍ଟ କୋଠାରେ ଖସିପଡିଥିଲା ।

Special Story | Unique Marriage In Pakistan- Bride & groom Romance On JCB Machine
ପାକିସ୍ତାନରେ ନିଆରା ବାହାଘର, ଜେସିବି ଉପରେ ନବ ଦମ୍ପତିଙ୍କ ରୋମାନ୍ସ

ଆପଣ ଅନେକ ବାହାଘର ଦେଖିଥିବେ। ଏହି ଏମିତି ବାହାଘର କେବେ ହେଲେ କେଉଁଠି ବି ଦେଖି ନଥିଲେ। ଜେସିବି ଉପରେ ଏମିତି କଲେ ନବ ଦମ୍ପତି। ଯାହାକୁ କେବେ ହେଲେ ଦେଖି ନଥିଲା ପାକିସ୍ତାନ...