ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ରୁଷ ବିରୋଧରେ ଆମେରିକାର ବଡ଼ କାର୍ଯ୍ୟାନୁଷ୍ଠାନ । ମିଳିତ ଜାତିସଂଘରେ ଅବସ୍ଥାପିତ ରୁଷ ଡିପ୍ଲୋମେଟିକ ମିଶନର ୧୨ ଅଧିକାରୀଙ୍କୁ ବହିଷ୍କାର କରିଛି ଆମେରିକା । ମାର୍ଚ୍ଚ ୭ ସୁଦ୍ଧା ନ୍ୟୁୟର୍କ ଛାଡ଼ି ପଳାଇବାକୁ ଆମେରିକା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜାତିସଂଘରେ ରୁଷର ସ୍ଥାୟୀ ପ୍ରତିନିଧି ବାସିଲି ନେବେଜିଆ ସୂଚନା ଦେଇଛନ୍ତି ।
Published: Pallipuspa Samal
Last updated: 01 March 2022, 02:11 PM IST
ଶତାଧିକ ୟୁକ୍ରେନ୍ ସେନା ମଧ୍ୟ ଯୁଦ୍ଧରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଗୁରୁବାର ଠାରୁ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷ ସେନା ବେଲାରୁଷ ସୀମାକୁ ବ୍ୟବହାର କରି ୟୁକ୍ରେନରେ ଅନୁପ୍ରବେଶ କରିଥିଲା ।