Advertisment

ଓଡ଼ିଆ ଛାତ୍ରୀଙ୍କ ଆକୁଳ ନିବେଦନ- ‘ଭୟ ଲାଗୁଛି, ଆମକୁ ଏଠାରୁ ନେଇ ଯାଅ’

ୟୁକ୍ରେନ୍-ଋଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ୟୁକ୍ରେନ୍‌ରେ ଫସିଛନ୍ତି ହଜାର ହଜାର ସଂଖ୍ୟକ ଭାରତୀୟ। ସେମାନଙ୍କ ମଧ୍ୟରେ ଓଡ଼ିଶାର ଲୋକ ମଧ୍ୟ ଅଛନ୍ତି। ଯେଉଁମାନେ କି ସ୍ୱଦେଶ ଫେରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odia Students Stuck In Ukraine

Odia Students Stuck In Ukraine

ୟୁକ୍ରେନ୍-ଋଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ୟୁକ୍ରେନ୍‌ରେ ଫସିଛନ୍ତି ହଜାର ହଜାର ସଂଖ୍ୟକ ଭାରତୀୟ। ସେମାନଙ୍କ ମଧ୍ୟରେ ଓଡ଼ିଶାର ଲୋକ ମଧ୍ୟ ଅଛନ୍ତି। ଯେଉଁମାନେ କି ସ୍ୱଦେଶ ଫେରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।

Advertisment

ଯଦିଓ ମିଶନ ଗଙ୍ଗା ମାଧ୍ୟମରେ ଅନେକ ଭାରତୀୟ ସ୍ୱଦେଶ ଫେରି ଆସିଲେଣି, ତଥାପି ଆହୁରି ଶତାଧିକ ଲୋକ, ମେଡିକାଲ ଛାତ୍ରଛାତ୍ରୀ ଏବେବି ୟୁକ୍ରେନ୍‌ରେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯାହା କିଛି ଖାଦ୍ୟପେୟ ସେମାନଙ୍କ ପାଖରେ ଥିଲା ତାହା ଧୀରେ ଧୀରେ ସରି ଆସିଲାଣି। ତେଣୁ ସ୍ୱଦେଶକୁ ଫେରି ଆସିବା ପାଇଁ ସେମାନେ ଭାରତର ବୈଦେଶିକ ମନ୍ତ୍ରଣାଳୟକୁ ନିବେଦନ କରିଛନ୍ତି। ଉଦ୍ଧାର ପାଇଁ ସେମାନେ ଭିଡିଓ ବାର୍ତ୍ତା, ସୋସିଆଲ ମିଡିଆରେ ମାଧ୍ୟମରେ ମଧ୍ୟ ନିବେଦନ କରିଛନ୍ତି। ମୋଦି ସରକାର ମଧ୍ୟ ୟୁକ୍ରେନରୁ ଭାରତୀୟଙ୍କୁ ମୁକୁଳାଇବାକୁ ୪ କେନ୍ଦ୍ରମନ୍ତ୍ରୀଙ୍କୁ ୟୁକ୍ରେନର ପଡୋଶୀ ଦେଶଙ୍କୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।

ୟୁକ୍ରେନରେ ଫସିଥିବା ହଜାର ହଜାର ଭାରତୀୟଙ୍କ ମଧ୍ୟରେ ଶତାଧିକ ଓଡ଼ିଆ ଅଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ଲୋଜାଲିନ୍ ସାହୁ, ଦୀନେଶ ସାହୁ, ଆଶିଷ କୁମାର ବିଶି ଓ ସତ୍ୟଶ୍ରୀ ମହାପାତ୍ର ପ୍ରମୁଖ ଅଛନ୍ତି। ସମସ୍ତେ ପୂର୍ବ ୟୁକ୍ରେନର ଖାରକିଭ୍‌ରେ ରହୁଛନ୍ତି। ବଙ୍କର ଭିତରେ ଅତି ଦୟନୀୟ ଅବସ୍ଥାରେ ସେମାନେ ଅଛନ୍ତି।

Advertisment

ଓଟିଭି ଜରିଆରେ କଟକର ଲୋଜାଲିନ ସାହୁ ୟୁକ୍ରେନର ଚିତ୍ର ବର୍ଣ୍ଣନା କରିଛନ୍ତି। ଲୋଜାଲିନ ମେଡିକାଲ ଷଷ୍ଠ ବର୍ଷର ଛାତ୍ରୀ। ସେ କହିଛନ୍ତି, ‘ଗତ ଫେବୃଆରୀ ୨୪ ତାରିଖ ଭୋର ସମୟରେ ଖାରକିଭ୍‌ରେ ବୋମା ବିସ୍ଫୋରଣ ଆରମ୍ଭ ହୋଇଯାଇଥିଲା। ସେବେଠୁ ଆମେ ଆତଙ୍କିତ ଅବସ୍ଥାରେ ଅଛୁ ଓ ମେଟ୍ରୋରେ ରାତି କାଟୁଛି। ଯାହା କିଛି ଖାଇବା ପାଖରେ ଥିଲା, ତାହା ଧୀରେ ଧୀରେ ସରିବାକୁ ବସିଲାଣି। ମେଟ୍ରୋ ଗେଟ୍‌ ବନ୍ଦ ଥିବାରୁ ବାହାରକୁ ଯାଇ କିଛି ଖାଦ୍ୟ ଆମେ କିଣିପାରୁନୁ।। ଦୋକାନ ସବୁ ମଧ୍ୟ ବନ୍ଦ ହୋଇଯାଇଛି। ଏପରିକି ଏଠାକାର ଲୋକମାନେ ମଧ୍ୟ ଖାଦ୍ୟ ସମସ୍ୟା ଦେଇ ଗତି କରୁଛନ୍ତି।’

ଲୋଜାଲିନ ଆହୁରି କହିଛନ୍ତି, ୟୁକ୍ରେନରେ ୩ ହଜାର ଭାରତୀୟ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଆ ଅଛନ୍ତି। ସବୁଠାରୁ ଅଧିକ ପ୍ରଭାବିତ ଖାରକିଭ୍ ସହରରେ ଫସି ରହିଛନ୍ତି ବହୁ ଓଡ଼ିଆ। କେବଳ ଖାରକିଭରେ ୫ଶହ ଓଡ଼ିଆ ପିଲା ପାଠ ପଢ଼ୁଛନ୍ତି। ଯେଉଁମାନେ କି ଫସି ରହିଛନ୍ତି। ଆତଙ୍କିତ ଅବସ୍ଥାରେ ଥିବା ଓଡ଼ିଆ ପିଲାଙ୍କୁ ତୁରନ୍ତ ଉଦ୍ଧାର କରିବା ଲାଗି ସେ ନିବେଦନ କରିଛନ୍ତି।

Odisha Students Russia Ukraine Crisis Ukraine Crisis Ukraine Russia War
Advertisment
Advertisment