Advertisment

ଋଷ-ୟୁକ୍ରେନ୍ ମହାଯୁଦ୍ଧ। ଦିନକୁ ପୁଟିନ୍ ଖର୍ଚ୍ଚ କରୁଛନ୍ତି...

ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ମହାଯୁଦ୍ଧ। ୟୁକ୍ରେନ ଉପରେ ଜବରଦସ୍ତ ଆଟାକ୍ ପାଇଁ ମାତ୍ର ଗୋଟିଏ ଦିନରେ ପୁଟିନ୍ ଖର୍ଚ୍ଚ କରୁଛନ୍ତି ଏତିକି ଲକ୍ଷ କୋଟି ଟଙ୍କା…ଏତେ ପରିମାଣ ଟଙ୍କାରେ ପୂରା ବିଶ୍ୱ…

author-image
Otv Khabar Bureau
Russo Ukrainian Conflict - How Much Is Russia Spending On Waging War Each Day

Russo Ukrainian Conflict - How Much Is Russia Spending On Waging War Each Day

ୟୁକ୍ରେନ-ଋଷିଆ ମଧ୍ୟରେ ଚାଲିଛି ଘମାଘୋଟ୍‌ ଯୁଦ୍ଧ। ଆଉ ଏହି ଯୁଦ୍ଧରେ ଦିନକୁ ଖର୍ଚ୍ଚ ହେଉଛି ଦେଢ ଲକ୍ଷ କୋଟି ଟଙ୍କା। ଆଉ ପୂର୍ବ ନିର୍ଦ୍ଧାରିତ ପ୍ଲାନ୍‌ ଅନୁସାରେ ଯୁଦ୍ଧ ଚାଲୁନଥିବାରୁ ଚିନ୍ତାରେ ପୁଟିନ୍‌। ଖରାପ ରଣନୀତି, କ୍ରେମଲିନର ଅତି ଆତ୍ମବିଶ୍ୱାସ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ୟୁକ୍ରେନର ସାହସିକତାର ସହ ଲଢେଇ ଋଷର ଯୋଜନାରୁ ବିଫଳ କରୁଥିବା କାରଣରୁ ଏବେ ଚିନ୍ତାରେ ପୁଟିନ୍‌। କ୍ୱିଭ୍‌କୁ ଅକ୍ତିଆର୍‌ କରିବାକୁ ଋଷିଆ ସେନା ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି ହେଲେ ସେମାନଙ୍କୁ ବାଧା ଦେଉଛନ୍ତି ୟୁକ୍ରେନ ସୈନ୍ୟ। ଯୁଦ୍ଧ ସାରିବାକୁ ପୁଟିନ୍‌ ଚେଷ୍ଟା କରୁଥିବା ବେଳେ ଯୁଦ୍ଧ ସରିବାର ନା ନେଉନାହିଁ।

Advertisment

ସ୍ଥିତି ଏମିତି ହେଲାଣି ଯେ, ଋଷର ପୁଞ୍ଜି ଏବଂ ଅସ୍ତ୍ରଶସ୍ତ୍ର ଧୀରେ ଧୀରେ ସରିବାରେ ଲାଗିଛି। ତେଣୁ ଏହାକୁ ସହଜରେ ବରଦାସ୍ତ କରିପାରୁନାହାନ୍ତି ଋଷିଆ ରାଷ୍ଟ୍ରପତି। ଏମିତିରେ କି ୟୁକ୍ରେନ ସହ ଯୁଦ୍ଧ ଘୋଷଣା ପରେ ଅନେକ ରାଷ୍ଟ୍ର ଏବେ ଋଷିଆ ବିରୋଧରେ ଥିବା ବେଳେ ଋଷିଆ ସମୁଦ୍ରରେ ଆମେରିକା ଯୁଦ୍ଧ ଜାହାଜ ଲୁଚିଥିବା ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ କରିଛି। ସେପଟେ ଆମେରିକା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ କରିବ ବୋଲି ଘୋଷଣା କରିବା ପରେ ପୁଟିନଙ୍କ ଚିନ୍ତା ଆହୁରି ବଢିଯାଇଛି। ତେଣୁ ଅଯଥାରେ ଦେଶର ସାମରିକ ଶକ୍ତିକୁ ଶେଷ କରିବାକୁ ଚାହୁଁନାହାନ୍ତି ପୁଟିନ୍‌।

ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ଯଦି ୟୁକ୍ରେନ ଆଉ ୧୦ ଦିନ ଯାଏ କିଭକୁ ନିଜ ନିୟନ୍ତ୍ରଣରେ ରଖିପାରେ ତେବେ ପୁଟିନ ୟୁକ୍ରେନ ସହ ଆଲୋଚନା କରିବାକୁ ବାଧ୍ୟ ହେବେ। କାରଣ ଏବେ ଋଷ ଯେମିତି ଭାବରେ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି ସେମିତି କଲେ ରକେଟ୍‌ ବି ଶେଷ ହୋଇଯିବ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ଋଷ ସୈନ୍ୟକଙ୍କୁ ଯେପରି ‍‌ଭାବରେ ୟୁକ୍ରେନ ସୈନ୍ୟ ଜବାବ ଦେଉଛନ୍ତି କିଭ୍‌ ଅକ୍ତିଆର କରିବା ଏତେ ସହଜ ନୁହେଁ ଋଷିଆ ପାଇଁ। ସେ ଯାହାବି ହେଉ ଋଷିଆର ଅସ୍ତ୍ରଶସ୍ତ୍ର ସରୁଥିବାରୁ ଏବେ ଚିନ୍ତାରେ ପୁଟିନ୍‌।

RussiaUkraineWar
Advertisment
Advertisment