Advertisment

୪୦ ବର୍ଷ ପରେ ଜରୁରୀ ବୈଠକ ଡାକିଲା ଜାତିସଂଘ ନିରାପତ୍ତା ପରିଷଦ

ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘ ନିରାପତ୍ତା ପରିଷଦର ଜରୁରୀ ବୈଠକ ଡକାଯାଇଛି। ପ୍ରାୟ ୪୦ ବର୍ଷ ପରେ ନିରାପତ୍ତା ପରିଷଦର ଏପରି ଜରୁରୀ ବୈଠକ ଡକାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
U.N. Security Council

U.N. Security Council

ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘ ନିରାପତ୍ତା ପରିଷଦର ଜରୁରୀ ବୈଠକ ଡକାଯାଇଛି। ପ୍ରାୟ ୪୦ ବର୍ଷ ପରେ ନିରାପତ୍ତା ପରିଷଦର ଏପରି ଜରୁରୀ ବୈଠକ ଡକାଯାଇଛି। ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

Advertisment

ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ ନିନ୍ଦା କରି ପୂର୍ବରୁ ନିରାପତ୍ତା ପରିଷଦରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ତେବେ ସ୍ଥାୟୀ ସଦସ୍ୟ ଋଷିଆ ଭିଟୋ ପ୍ରୟୋଗ କରିବାରୁ ତାହା ଗୃହୀତ ହୋଇପାରିନଥିଲା। କିନ୍ତୁ ଜାତିସଂଘ ସାଧାରଣ ପରିଷଦରେ ଋଷିଆ ଭିଟୋ ପ୍ରୟୋଗ କରିପାରିବ ନାହିଁ। ତେଣୁ ସାଧାରଣ ପରିଷଦରେ ପାଶ୍ଚାତ୍ୟ ଦେଶ ଏହି ପ୍ରସ୍ତାବ ଆଣିଛନ୍ତି।

ନିରାପତ୍ତା ପରିଷଦର ପ୍ରସ୍ତାବ ଆଇନଗତ ଭାବେ ବାଧ୍ୟତାମୂଳକ ହୋଇନଥିଲେ ମଧ୍ୟ ଋଷିଆ ବିରୋଧରେ ଯଦି ପ୍ରସ୍ତାବ ପାରିତ ହୁଏ, ତେବେ ତାହା ସାରା ବିଶ୍ୱର ମତ ବୋଲି ଗ୍ରହଣ କରାଯିବ। ଯାହାକି ମସ୍କୋ ପାଇଁ ଏହା ଏକ କୂଟନୈତିକ ଧକ୍କା ହେବ ବୋଲି କୁହାଯାଉଛି। ସୂଚନାଥାଉ କି, ଜାତିସଂଘରେ ୧୯୩ ଜଣ ସଦସ୍ୟ ଅଛନ୍ତି।  

Advertisment

ଅନ୍ୟପକ୍ଷେ, ଋଷିଆର ଆକ୍ରମଣ ବିରୋଧରେ ସାରା ବିଶ୍ୱରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି। ଫ୍ରାନ୍ସର ରିବିରିଆ ସହରରେ ଶହ ଶହ ଲୋକ ଏକାଠି ହୋଇ ଋଷିଆ ବିରୋଧରେ ନାରାବାଜି କରିଛନ୍ତି। ୟୁକ୍ରେନ ସମର୍ଥନରେ ସ୍ଳୋଗାନ ଦେଇ ୟୁକ୍ରେନର ଜାତୀୟ ପତାକା ଧରି ଶହ ଶହ ଲୋକ ବିକ୍ଷୋଭ କରିଛନ୍ତି।

ସେହିପରି ଫ୍ରାନ୍ସରେ ବସବାସ କରୁଥିବା ରୁଷ୍ ନାଗରିକ ମଧ୍ୟ ଏ ଯୁଦ୍ଧକୁ ନିନ୍ଦା କରିବା ସହ ବିକ୍ଷୋଭ କରିଛନ୍ତି କେବଳ ଏତିକି ନୁହେଁ ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ପୁଟିନଙ୍କ ବିରୋଧରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିପରି ୟୁକ୍ରେନର ପଶ୍ଚିମ ଭାଗରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି।ପୋଲାଣ୍ଡ, ମୋଲଡୋଭା, ଜର୍ଜିଆ ଓ ଚେକୋସ୍ଲୋଭାକିଆରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସରକାର ଦେଶବାସୀଙ୍କୁ ବିପଦ ଭିତରକୁ ଟାଣି ନେଇତିବା ବେଲାରୁଷ୍‌ବାସୀ କହିଛନ୍ତି। 

UN Security Council Russia Ukraine Crisis Ukraine Crisis Ukraine Russia War
Advertisment
Advertisment