Advertisment

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ମିଶନ ଜୋରଦାର : ୪ ଜଣ ମନ୍ତ୍ରୀ ପଠାଇବେ ମୋଦି ସରକାର

ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ବଡ଼ ଯୋଜନା କରିଛନ୍ତି ଭାରତ ସରକାର । ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ହେବ ଆହୁରି ତ୍ୱରାନିତ କରାଯିବ । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ୪ କେନ୍ଦ୍ର ମନ୍ତ୍ରୀ ଯିବାର ଯୋଜନା ରହିଛି । ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ରଷିଆ-ୟୁକ୍ରେନ୍ ଯୁଦ୍ଧ ପରିସ୍ଥିତିକୁ ନେଇ ଆଲୋଚନା ହେବ ।

author-image
Prangyan Parimita
Ukraine Crisis

Ukraine Crisis

ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ବଡ଼ ଯୋଜନା କରିଛନ୍ତି ଭାରତ ସରକାର । ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ହେବ ଆହୁରି ତ୍ୱରାନିତ କରାଯିବ । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ୪ କେନ୍ଦ୍ର ମନ୍ତ୍ରୀ ଯିବାର ଯୋଜନା ରହିଛି । ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ରଷିଆ-ୟୁକ୍ରେନ୍ ଯୁଦ୍ଧ ପରିସ୍ଥିତିକୁ ନେଇ ଆଲୋଚନା ହେବ । ବିଶ୍ୱସ୍ତ ସୂତ୍ର ନୁସାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରନ ରିଜିଜୁ ଏବଂ ପୂର୍ବତନ ସେନା ମୁଖ୍ୟ ଭି.କେ ସିଂ ୟୁକ୍ରେନର ପଡୋଶୀ ଦେଶ ଗସ୍ତ କରିବେ ।

Advertisment

ବର୍ତ୍ତମାନ ମିଶନ ଗଙ୍ଗା ଜରିଆରେ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ଅଣାଯାଉଛି । ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ମୋଦି ସରକାର ଯୋଜନା କରିଛନ୍ତି. ଏହି ମିଶନର ନାମ ଗଙ୍ଗା ରଖାଯାଇଛି। ଯୁଦ୍ଧ ଯୋଗୁ ୟୁକ୍ରେନର ଆକାଶ ମାର୍ଗ ବନ୍ଦ ରହିଛି। ଫଳରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ବିକଳ୍ପ ମାର୍ଗ ଚୟନ କରାଯାଇଛି। ଭାରତୀୟ ନାଗରିକ ୟୁକ୍ରେନରୁ ବସ୍ ଜରିଆରେ ରୋମାନିଆ ପହଞ୍ଚୁଛନ୍ତି । ଆଉ ରୋମାନିଆ ସହରର ବୁଖାରେଷ୍ଟରୁ ଏୟାର ଇଣ୍ଡିଆର ବିମାନ ଜରିଆରେ ଭାରତ ପହଞ୍ଚୁଛନ୍ତି।

ସେପଟେ ଆଜି ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘ ସାଧାରଣ ପରିଷଦର ଜରୁରୀ ବୈଠକ ବସିଛି । ପ୍ରାୟ ୪୦ ବର୍ଷ ପରେ ସାଧାରଣ ପରିଷଦର ଏପରି ଜରୁରୀ ବୈଠକ ଡକାଯାଇଛି । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେଉଛି । ରୁଷିଆର ଆକ୍ରମଣକୁ ନିନ୍ଦା କରି ଆଗରୁ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା । ସ୍ଥାୟୀ ସଦସ୍ୟ ରୁଷିଆ ଭିଟୋ ପ୍ରୟୋଗ କରିବାକୁ ତାହା ଗୃହୀତ ହୋଇପାରିନଥିଲା , କିନ୍ତୁ ସାଧାରଣ ପରିଷଦରେ ରୁଷିଆ ଭିଟୋ ପ୍ରୟୋଗ କରିପାରିବ ନାହିଁ ।

Advertisment

ତେଣୁ ସାଧାରଣ ପରିଷଦରେ ଏହି ପ୍ରସ୍ତାବ ଆଣିଛନ୍ତି ପାଶ୍ଚାତ୍ୟ ଦେଶ । ସାଧାରଣ ପରିଷଦର ପ୍ରସ୍ତାବ ଆଇନଗତ ଭାବେ ବାଧ୍ୟତାମୂଳକ ହୋଇନଥିଲେ ମଧ୍ୟ ରୁଷ ବିରୋଧରେ ଯଦି ପ୍ରସ୍ତାବ ପାରିତ ହୁଏ, ତେବେ ତାହା ସାରା ବିଶ୍ୱର ମତ ବୋଲି ଗ୍ରହଣ କରାଯି । ବ ମସ୍କୋ ପାଇଁ ଏହା ହେବ ଏକ କୂଟନୈତିକ ଧକ୍କା ଜାତିସଂଘରେ ୧୯୩ ଜଣ ସଦସ୍ୟ ଅଛନ୍ତି ।

Russia Ukraine Crisis Ukraine Crisis Ukraine Russia War
Advertisment
Advertisment