Advertisment

ୟୁକ୍ରେନ୍ ଉପରେ ଋଷିଆର ଘନଘନ ବୋମା ବର୍ଷଣ : ସିସିଟିଭିରେ କଏଦ୍ ଛାତିଥରା ଦୃଶ୍ୟ

ଆକାଶରୁ ବୋମା ବର୍ଷା ସହ ହୋଇଛି ଭୟଙ୍କର ବିସ୍ଫୋରଣ । ଖାରକିଭ୍ ସହରର ବୋମା ବର୍ଷା ଯୋଗୁ ସ୍ଥାନୀୟ ଅଞ୍ଚଳ ଧ୍ୱଂସ ସ୍ତୁପରେ ପରିଣତ ହୋଇଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
Ukraine Crisis

Ukraine Crisis

ରୁଷିଆ ଆକ୍ରମଣରେ ୟୁକ୍ରେନରେ ଭୟଙ୍କର ବିସ୍ଫୋରଣ । ଖାରକିଭ୍ ସହର ମଝିରେ ରୁଷିଆର ଏୟାର ଆଟାକରେ ଥରିଲା ପୁରା ସହର । ସ୍ଥାନୀୟ ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି ବିସ୍ଫୋରଣର ଛାତିଥରା ଚିତ୍ର । ଆକାଶରୁ ବୋମା ବର୍ଷା ସହ ହୋଇଛି ଭୟଙ୍କର ବିସ୍ଫୋରଣ । ଖାରକିଭ୍ ସହରର ବୋମା ବର୍ଷା ଯୋଗୁ ସ୍ଥାନୀୟ ଅଞ୍ଚଳ ଧ୍ୱଂସ ସ୍ତୁପରେ ପରିଣତ ହୋଇଛି ।

Advertisment

କ୍ୟାମେରା କଏଦ ହୋଇଥିବା ଏହି ଚିତ୍ର ହିଁ ବୟାନ କରୁଛି ରୁଷିଆ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଭୟାବହତା । ତେବେ ଏହି ବିସ୍ଫୋରଣରେ କେତେ ମୃତାହତ ହୋଇଛନ୍ତି ତାହାର ତଥ୍ୟ ଜଣାପଡ଼ିନାହିଁ । ତେବେ ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ ସ୍ଥାନୟ ଅଞ୍ଚଳର ବହୁ କୋଠା ଧ୍ୱଂସ ହୋଇଯାଇଛି । ରୁଷିଆର ଘନ ଘନ ଆକ୍ରମଣକୁ ଦେଖି ରାଜଧାନୀ କିଭରେ ଥିବା ଭାରତୀୟଙ୍କୁ ଆଜି ସୁଧା ସହର ଛାଡ଼ିବାକୁ ପରାମର୍ଶ ଦେଇଛି ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସ ।

ୟୁକ୍ରେନ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ଆଡଭାଇଜରୀ ଜାରି କରାଯାଇଛି। ଟ୍ରେନ୍‌ ହେଉ ଅବା ଯାତାୟତ ପାଇଁ ଉପଯୁକ୍ତ ଥିବା ଯେକୌଣସି ମାଧ୍ୟମ ଧରି ସେଠାରୁ ତୁରନ୍ତ ଛାଡି ଚାଲିଯିବାକୁ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ତରଫରୁ କୁହାଯାଇଛି। ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଦଖଲ କରିବା ପାଇଁ ମାଡି ଆସୁଛି ରୁଷ। କିଭ୍‌ର ଆଖପାଖ ଅଞ୍ଚଳକୁ ରୁଷ ସେନା କବ୍‌ଜା କରିସାରିଲେଣି। ଏବେ ପାଳି ରାଜଧାନୀର। ଏଥିପାଇଁ ବିପୁଳ ସୈନ୍ୟ ଏବଂ ଯୁଦ୍ଧ ସାମଗ୍ରୀ ଧରି ରୁଷ ସେନା କିଭ୍‌ ଆଡକୁ ବଢ଼ୁଛି। ଯେତେ ସମ୍ଭବ ଆଜି ରୁଷ ୟୁକ୍ରେନ୍‌ର ରାଜଧାନୀ କିଭ୍‌କୁ ଦଖଲ କରିପାରେ।

Advertisment
Russia Ukraine Crisis Ukraine Crisis Ukraine Russia War
Advertisment
Advertisment