Advertisment

ଆଣବିକ ଯୁଦ୍ଧର ଧମକ ଦେଲେ ପୁଟିନ, ଆମେରିକା କହିଲା- ସାମାନ୍ୟ ଭୁଲ୍ ହେଲେ ବିରାଟ ବିଭ୍ରାଟ ସୃଷ୍ଟି ହେବ

ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଛି। ୟୁକ୍ରେନ ବିରୋଧରେ ଆଣବିକ ଯୁଦ୍ଧ ପାଇଁ ଋଷିଆ ଧମକ ଦେଇଛି। ସୀମାରେ ଆଣବିକ ଅସ୍ତ୍ର ସଜାଗ ରଖିବା ଲାଗି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି।

author-image
Rajalaxmi Sahoo
Ukraine-Russia War

Ukraine-Russia War

ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଛି। ୟୁକ୍ରେନ ବିରୋଧରେ ଆଣବିକ ଯୁଦ୍ଧ ପାଇଁ ଋଷିଆ ଧମକ ଦେଇଛି। ସୀମାରେ ଆଣବିକ ଅସ୍ତ୍ର ସଜାଗ ରଖିବା ଲାଗି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ନିଜ ଦେଶର ପରମାଣୁ ନିରୋଧୀ ବାହିନୀଙ୍କୁ ମଧ୍ୟ ସଜାଗ ହୋଇ ରହିବାକୁ ପୁଟିନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Advertisment

ପୁଟିନଙ୍କ ଆଣବିକ ଯୁଦ୍ଧ ଧମକ ପରେ ଆହୁରି ଅଧିକ କଠୋର ହୋଇଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ର ତଥା ନୋଟା ରାଷ୍ଟ୍ର ସମୂହ। ଆମେରିକା ମଧ୍ୟ ଋଷିଆର ଏଭଳି ଆଭିମୁଖ୍ୟକୁ ନେଇ ଚିନ୍ତିତ ହୋଇପଡ଼ିଛି। ସାମାନ୍ୟ ଭୁଲ୍ ହେଲେ ଏକ ବିରାଟ ବିଭ୍ରାଟ ହୋଇଯିବ ବୋଲି ଆମେରିକା ପ୍ରତିରକ୍ଷା ବିଭାଗ ଅଧିକାରୀ କହିଛନ୍ତି।

ସେପଟେ ଋଷିଆ ସେନା କିଭ୍ ପାଖରେ ପହଞ୍ଚିଛନ୍ତି। ସହର ଭିତରେ ୟୁକ୍ରେନ ସେନା ସହ ମୁହାଁମୁହିଁ ଲଢ଼େଇ ହୋଇଥିବା ଦେଖିବାକୁ ମିଳିଛି। ତେବେ ନିଜ ମାଟିରେ ଋଷିଆ ସେନାକୁ ଯୁକ୍ରେନ ସେନା ସାଙ୍ଘାତିକ ଜବାବ ଦେଇଛନ୍ତି। ୫ ଦିନର ସଂଘର୍ଷରେ ପ୍ରାୟ ୪୩୦୦ ଋଷିଆ ସେନା ପ୍ରାଣ ହରାଛନ୍ତି ଓ ୨୦୦ଙ୍କୁ ଧରି ନିଆଯାଇଛି ବୋଲି କୁହାଯାଇଛି।

Advertisment

ଖାରକିଭ୍ ଓ କିଭ୍ ଉପକଣ୍ଠରେ ଋଷିଆ ସେନାଙ୍କ ଶବ ଏଣେତେଣେ ହୋଇ ପଡ଼ି ରହଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ଲୋକ ୟୁକ୍ରେନରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇ ସାରିଥିବା ସୂଚନା ମିଳିଛି। ଏହାସହ ୟୁକ୍ରେନରେ ୧୯୮ ଜଣ ନାଗରିକ ପ୍ରାଣ ହରାଇଥିବା ୟୁକ୍ରେନର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ବର୍ତ୍ତମାନ ପାଇଁ ଋଷିଆର କଡ଼ା ଆଭିମୁଖ୍ୟ ବିରୋଧରେ ୟୁକ୍ରେନ ସହ ୨୭ରୁ ଅଧିକ ଦେଶ ଛିଡ଼ା ହୋଇଛନ୍ତି। ୟୁରୋପ ଆକାଶରେ ଋଷିଆର ସାମରିକ ଓ ବେସାମରିକ ବିମାନ ଚଳାଚଳ ଉପରେ ୟୁରୋପୀୟ ରାଷ୍ଟ୍ର ସଂଘ ପ୍ରତିବନ୍ଧକ ଲଗାଇଛନ୍ତି। ଏହାସହ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ମଧ୍ୟ ଯୋଗାଇ ଦେଇଛନ୍ତି। ୟୁକ୍ରେନ ମଧ୍ୟ ଦେଶର ସମସ୍ତ ନାଗରିକଙ୍କୁ ସେନାରେ ସାମିଲ ହେବା ଲାଗି ଆହ୍ୱାନ ଦେଇଛି। ଏପରିକି ଜେଲ୍‌ରେ ଥିବା ବନ୍ଦୀମାନଙ୍କୁ ସେନାରେ ଯୋଗଦେବା ଲାଗି ମୁକୁଳାଇ ଦିଆଯାଇଛି।

Russia Ukraine Crisis Ukraine Crisis Ukraine Russia War
Advertisment
Advertisment