• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Angela merkel
ଅବସର ନେଲେ ଜର୍ମାନ ଚାନ୍‌ସେଲର୍ ଆଞ୍ଜେଲା ମର୍କେଲ

ଅବସର ନେଲେ ଜର୍ମାନର କୁଳାଧିପତି ଆଞ୍ଜେଲା ମର୍କେଲ। ୧୬ ବର୍ଷ ଧରି ଜର୍ମାନୀର ଶାସନ କରିବା ପରେ କୁଳାଧିପତି ଆଞ୍ଜେଲା ମର୍କେଲ ବର୍ତ୍ତମାନ ଅବସର ନେବାକୁ ପ୍ରସ୍ତୁତ ହୋଇଛନ୍ତି। ୨୬ ସେପ୍ଟେମ୍ବରରେ ଜର୍ମାନୀରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​ଭୋଟରଙ୍କ ମନରେ ଏକମାତ୍ର ପ୍ରଶ୍ନ ଉଠିଛି ଯେ ୟୁରୋପର ବୃହତ୍ତମ ଅର୍ଥବ୍ୟବସ୍ଥାର ଭାର କିଏ ନେବ।

Taliban Hang 4 Bodies From Cranes In Herat Says Its Lesson For Kidnapper
୪ ଜଣଙ୍କୁ ହତ୍ୟା କରି ଖୁଣ୍ଟିରେ ଝୁଲାଇଲା ତାଲିବାନ୍‌; କହିଲା ଅପହରଣକାରୀଙ୍କୁ ଏମିତି ମିଳିବ ଦଣ୍ତ

ତାଲିବାନ୍‌ର ବର୍ବରତା ହିଂସା କାଣ୍ଡ । ୪ ଜଣଙ୍କ ହତ୍ୟା କରି ଖୁଣ୍ଟିରେ ଝୁଲାଇଲା ତାଲିବାନ । କିଡ୍‌ନ୍ୟାପିଂ ଅଭିଯୋଗରେ ଆଫଗାନିସ୍ତାନର ହେରାଟ୍ ସହର ମୁଖ୍ୟ ଛକରେ ଖୁଣ୍ଟିରେ ୪ ଜଣଙ୍କୁ ହତ୍ୟାକରି ତାଙ୍କ ମୃତ ଦେହ ଟାଙ୍ଗିଦେଇଛି ତାଲିବାନ୍‌। ଏଭଳି ଦଣ୍ତାଦେଶ ଦ୍ୱାରା ଅହରଣକାରୀଙ୍କୁ ଉଚିତ୍ ଶିକ୍ଷା ମିଳିବ ବୋଲି ତାଲିବାନ୍‌ ପକ୍ଷରୁ କୁହାଯାଇଛି ।

blind dog
ଅନ୍ଧ ହୋଇ ମଧ୍ୟ ଦେଖି ପାରୁଛି କୁକୁର! ଡାକ୍ତର କହିଲେ “ମେଡିକାଲ୍ ମିଷ୍ଟ୍ରି”

ଅନ୍ଧ ହୋଇ ମଧ୍ୟ ଦେଖିପାରୁଛି କୁକୁର। ସାଧାରଣ କୁକୁର ଭଳି କାମ ମଧ୍ୟ କରୁଛି ଡେଭ୍। ଜନ୍ମରୁ ଅନ୍ଧ ବୋଲି ଜାଣିନଥିଲେ ମହିଳା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣାକୁ ମେଡିକାଲ୍ ମିଷ୍ଟ୍ରି କହିଛନ୍ତି ପଶୁ ବିଶେଷଞ୍ଜ ଡେଭିଡ୍ ୱିଲିୟମ୍ସ୍। ତେବେ ଏହି ଘଟଣା ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Train Derails In US
ଯାତ୍ରୀବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌: ୩ ମୃତ, ୫୦ରୁ ଅଧିକ ଆହତ

ଆମେରିକାର ନର୍ଥ ସେଣ୍ଟ୍ରାଲ ମୋନଟାନାରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ ହୋଇଛି। ଏଥିରେ ଅଧିକାଂଶ ଯାତ୍ରୀ ଆହତ ହେବାସହ ୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Special Story | Alert! China Mobile Users At Risk Of Data Breach
ଚାଇନା ଫୋନ୍ କରୁଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି?

ଆପଣଙ୍କ ଫୋନ୍‌ରେ ଥିବା ବ୍ୟକ୍ତିଗତ ତଥ୍ୟ, ଫଟୋ, ଭିଡ଼ିଓ ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରି ନେଉଛି ଚାଇନା। ଯଦି ଆପଣ ଚାଇନା ମୋବାଇଲ ବ୍ୟବହାର କରୁଛନ୍ତି ତେବେ, ନିଶ୍ଚିତ ଦେଖନ୍ତୁ ଏହି ଭିଡ଼ିଓ...

Terror alert issued in Jammu and Kashmir before festive season
ହାଇ ଆଲର୍ଟ ; ପାର୍ବଣ ଋତୁରେ ହେବ ଆତଙ୍କୀ ଆକ୍ରମଣ !

ପାର୍ବଣର ଗହଳିପୂର୍ଣ୍ଣ ସ୍ଥାନରେ ହୋଇପାରେ ଆତଙ୍କୀ ହମଲା । ଭାରତର ଉତ୍ସବର ମାହୋଲରେ ବିଷ ମିଶାଇବା ତଥା ଆକ୍ରମଣ କରିବା ପାଇଁ ଆତଙ୍କୀ ସଂଗଠନମାନେ ଜୋରସୋରରେ ପ୍ରସ୍ତୁତ କରୁଛନ୍ତି । ଯାହା ଦ୍ୱାରା ଭାରତର ଶାନ୍ତିରେ ଅସ୍ଥିରତା ଦେଖାଯିବ । ଏନେଇ ଗୁପ୍ତଚର ଏଜେନ୍ସି ମାନେ ଆଇଏସ୍‌ଆଇ ମାଧ୍ୟମରେ ଭାରତକୁ ଆଲର୍ଟ କରିଛନ୍ତି ।

Little Boy Sing Special Song For Pakistan Pm Imran Khan Goes Viral On Social Media
ମିଶିକି ଲୁଟିବା, ମିଶିକି ଖାଇବା ...ଏହି ଗୀତ ଗାଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପରେ ରାଗ ସୁଝାଇଲେ ଛୋଟ ବାଳକ

ମିଶିକି ଲୁଟିବା, ମିଶିକି ଖାଇବା....ଏହି ଗୀତଟି ଗାଇ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି ପାକିସ୍ତାନର ଛୋଟ ବାଳକ ଅଲ୍ଲୀ ହାଇଦର । ଛୋଟ ପିଲାଟି ପାକ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଉଦ୍ଦେଶ୍ୟରେ ଏକ ଗୀତ ଗାଇଛି । ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ପ୍ରତି ଥିବା ନିଜ କ୍ରୋଧକୁ ଦର୍ଶାଇଛି ।

Air Pollution
ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି: WHO

ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବାର WHO ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଦୂଷଣ ରୋକିବା ପାଇଁ WHO ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି ଏବଂ ଏହାକୁ ମାନିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛି।

Taliban New Order All Afghan Girls Of 20 Years Of Age Or Above Must Be Married
ମହିଳାଙ୍କୁ ତାଲିବାନୀ ଚାବୁକ୍‌; ବାହା ନ ହେଲେ ବିଶ୍ୱବିଦ୍ୟାଳୟ ଦ୍ୱାର ବନ୍ଦ

୨୦ ବର୍ଷ ହେଲେ ଝିଅମାନଙ୍କୁ ବିବାହ କରିବାକୁ ପଡିବ । ଏଭଳି ନୂଆ ନିୟମ ଜାରି କରି ମହିଳାମାନଙ୍କ ଆତ୍ମସମ୍ମାନକୁ ପୁଣି ତଳେ ପକାଇଛି ତାଲିବାନ୍‌ । କେବଳ ଏତିକି ନୁହେଁ ୧୮ ବର୍ଷର ଝିଅମାନଙ୍କୁ ବିବାହ ପରେ ହିଁ ବିଶ୍ୱବିଦ୍ୟାଳୟରେ ପଢିବାକୁ ଅନୁମତି ମିଳିବ । ବିବାହ ପରେ ଝିଅମାନେ ତାଙ୍କ ସ୍ୱାମୀଙ୍କ ସହିତ ବିଶ୍ୱବିଦ୍ୟାଳୟକୁ ଯାଇପାରିବେ।

OIC
ଜାତିସଂଘରେ ଜାମ୍ମୁ କାଶ୍ମୀରକୁ ନେଇ OICର କୁମ୍ଭୀର କାନ୍ଦଣା

କାଶ୍ମୀର ପ୍ରସଙ୍ଗକୁ ନେଇ ସାରା ବିଶ୍ୱ ଭାରତର ପଦକ୍ଷେପକୁ ସମର୍ଥନ କରୁଥିବା ବେଳେ ଇସ୍‌ଲାମିକ୍ ସହଯୋଗୀ ସଂଗଠନ OIC ବାରମ୍ବାର ଜାତିସଂଘରେ ଏହାକୁ ବିରୋଧ କରୁଛି । ତେବେ ଭାରତ ପକ୍ଷରୁ OICକୁ ମୁହଁତୋଡ଼ ଜବାବ ମିଳିଛି ଜାତିସଂଘରେ । ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ପାଇଁ ଭାରତ ପକ୍ଷରୁ OIC କୁ ଚେତାବନୀ ଦିଆଯାଇଛି ।

aap banned
ଗୁଗଲ, ଆପଲ୍ ଷ୍ଟୋରରୁ ୮ ଲକ୍ଷ ଆପ୍ ବ୍ୟାନ୍

ଗୁଗୁଲ ଏବଂ ଆପଲ୍ ଏକାସାଙ୍ଗରେ ଅନେକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯାହା ଦ୍ୱାରା ଉପଭୋକ୍ତାମାନେ ଏହି ଆପ୍ସ ବ୍ୟବହାର କରିବାକୁ ସମର୍ଥ ହେବେ ନାହିଁ। ସୂଚନା ଅନୁଯାୟୀ, ଉପଭୋକ୍ତାଙ୍କ ପ୍ରାଇଭେସିକୁ ଦୃଷ୍ଟିରେ ରଖି ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋର୍‌ରେ ୮,୧୩,୦୦୦ ରୁ ଅଧିକ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Modi Meets Kamala Harris Ahead Of First-Ever In-Person Quad Summit
ଭାରତ ଆସିବାକୁ କମଳା ହାରିସଙ୍କୁ ନିମନ୍ତ୍ରଣ

ଆମେରିକା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭେଟିଲେ ମୋଦି। ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା।କୋଭିଡ୍ ବେଳେ ଆମେରିକାର ସହାୟତା ପାଇଁ ଜଣାଇଲେ କୃତଜ୍ଞତା

kabul university
ପିଏଚ୍‌ଡି ଡିଗ୍ରୀଧାରୀଙ୍କୁ ହଟାଇ ବିଏ ପାସ୍‌ ବ୍ୟକ୍ତିଙ୍କୁ ବିଶ୍ୱବିଦ୍ୟାଳୟ ଭିସି କଲା ତାଲିବାନ, ୭୦ କର୍ମଚାରୀ ଦେଲେ ଇସ୍ତଫା

ପିଏଚ୍‌ଡି ପଢିଥିବା ସ୍କଲାରଙ୍କୁ ହଟାଇ ବିଏ ପାସ୍‌ ପଢିଥିବା ଲୋକକୁ ବିଶ୍ୱବିଦ୍ୟାଳୟର ଭିସି କଲା ତାଲିବାନୀ । ଏହା ପରେ ବିଶ୍ୱବିଦ୍ୟାଳୟର ପ୍ରାୟ ୭୦ ଜଣ କର୍ମଚାରୀ ଇସ୍ତଫା ଦେଇଛନ୍ତି ।

PM Modi and US Vice President Kamla Harris
କୋଭିଡ ଦ୍ୱିତୀୟ ଲହରରେ ଆମେରିକାର ସହାୟତା ପାଇଁ କମ୍‌ଲା ହାରିସ୍‌ଙ୍କୁ ଧନ୍ୟବାଦ ଦେଲେ ମୋଦି

ଭାରତ-ଆମେରିକା ସମ୍ପର୍କ ପ୍ରାକୃତିକ। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମ୍‌ଲା ହାରିସଙ୍କ ନେତୃତ୍ୱରେ ଭାରତ-ଆମେରିକା ସମ୍ପର୍କ ଶୀର୍ଷରେ ପହଞ୍ଚିବ। ଗୁରୁବାର ହ୍ୱାଇଟ ହାଉସ୍‌ରେ ଆମେରିକା ଉପ ରାଷ୍ଟ୍ରପତି କମଲା ହାରିସ୍‌ଙ୍କ ସହ ସାକ୍ଷାତ କରି ଏପରି କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Narendra Modi
ଆଉ କିଛି ସମୟ ପରେ କମଲା ହାରିସଙ୍କୁ ସାକ୍ଷାତ୍‌ କରିବେ ମୋଦି

ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସମ୍ବର୍ଦ୍ଧନା। ୩ ଦିନିଆ ଗସ୍ତରେ ଯାଇଁ ଓ୍ୱାଶିଂଟନରେ ପହଞ୍ଚିବା ପରେ ବାଇଡେନ୍ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ, ଭାରତୀୟ ରାଷ୍ଟ୍ରଦୂତ ତରନଜିତ୍ ସିଂହ ସାନ୍ଧୁ ପ୍ରମୁଖ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ ଜଣାଇଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଲାଗି ପହଞ୍ଚିଥିଲେ ବହୁସଂଖ୍ୟାରେ ପ୍ରବାସୀ ଭାରତୀୟ। ମୋଦି ମୋଦି ସ୍ଲୋଗାନାରେ ପୁରା ପରିବେଶ ପ୍ରକମ୍ବିତ ହୋଇଥିଲା

China Mobile
ଚାଇନା ଫୋନ୍‌ କରୁଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି? ଜାଣନ୍ତୁ କଣ ରହିଛି ପୂରା ଘଟଣା....

ଆପଣ ଚାଇନା ମୋବାଇଲ ବ୍ୟବହାର କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ...କାରଣ ଆପଣଙ୍କ ମୋବାଇଲର ସମସ୍ତ ଡାଟା ଚୋରି କରି ନେଉଛି ଚାଇନା। ସମସ୍ତ ଚୀନ୍‌ ନିର୍ମିତ ଫୋନ୍‌ମାନଙ୍କରେ ସେନସର୍‌ସିପ୍‌ ଥିବା କଥା ଏକ ଯାଂଚ୍‌ରେ ଜଣା ପଡିଥିବା କଥା କୁହାଯାଇଛି । ଯାହାଦ୍ୱାରା ଆପଣ ଆପଣଙ୍କ ମୋବାଇଲରେ ଯେଉଁ ସବୁ ତଥ୍ୟ ରଖିଛନ୍ତି ତାହା ଚୋରି ହେଉଥିବା ନେଇ ଖବର ଜଣାପଡ଼ିଛି

SCO 2021
SCO ସମ୍ମୀଳନୀରେ ଭାରତୀୟ ପକ୍ଷରୁ ଯୋଗ ଦେଲେ CDS ମୁଖ୍ୟ ବିପିନ୍ ରାୱତ୍

ଭାରତୀୟ ସେନା ଏସସିଓର(SCO) ଷଷ୍ଠ ସଂସ୍କରଣର ଉଦଘାଟନୀ ସମାରୋହରେ ଭାଗ ନେଇଛି। ଭାରତର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ ଏନେଇ ଋଷିଆ ଆସଛନ୍ତି। ସିଡିଏସ୍ ଦାୟିତ୍ୱ ଗ୍ରହଣ କରିବା ପରେ ଜେନେରାଲ୍ ବିପିନ ରାୱତଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ। ତାଙ୍କର ଏହି ଗସ୍ତ ସମୟରେ ସେ ଋଷିଆରେ ଚାଲିଥିବା SCO ଶାନ୍ତି ମିଶନ ଡ୍ରିଲରେ ଅଂଶଗ୍ରହଣ କରୁଥିବା ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟକଳାପର ପର୍ଯ୍ୟବେକ୍ଷଣ କରିବେ।

Special Story | China Gathers Strength At Border, India Concerned
ବର୍ଡରରେ ଚୀନ୍ ସେନାର ଯୁଦ୍ଧ ଅଭ୍ୟାସ, ଠୁଳ କରୁଛି ଯୁଦ୍ଧାସ୍ତ୍ର

ବର୍ଡରରେ କଳ ବଳ କୌଶଳ ଲଗାଇ ଦେଇଛି ଚୀନ। ରାତି ରାତି ତିଆରି କରୁଛି ଭିତ୍ତିଭୂମି। ଠୁଳ କରିବାରେ ଲାଗିଛି ଯୁଦ୍ଧାସ୍ତ୍ର।

PM Modi Arrives In Washington
ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି, ବିଭିନ୍ନ ପ୍ରସଙ୍ଗରେ ହୋଇପାରେ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ସମୟ ଭୋର ୪ଟାରେ ଆମେରିକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ୱାଶିଂଟନ ଡିସିରେ ଥିବା ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସ୍‌ରେ ଅବତରଣ କରିଥିଲା।

Mark Zuckerberg
ଫେସବୁକ୍‌ ଡାଟାଲିକ୍‌ ମାମଲାରୁ ଜୁକରବର୍ଗଙ୍କ ନା ହଟାଇବାକୁ ୫ ବିଲିୟନ ଡଲାର ଖର୍ଚ୍ଚ !

ଫେସବୁକ୍‌ ଦେଇଛି ୫ ବିଲିୟନ ଡଲାର ଲାଞ୍ଚ ! ତଦନ୍ତରେ ନଫଶିବା ପାଇଁ ଫେସ୍‌ବୁକ୍‌ କରିଛି ଏଭଳି ବଡ଼ ଧରଣର ଲାଞ୍ଚ କାରବାର ! ଫେସବୁକ୍‌ ବିରୋଧରେ ଥିବା ମାମଲାର ରଫାଦଫା କରିବା ପାଇଁ ୟୁଏସ୍‌ ଫେଡରାଲ ଟ୍ରେଡ୍‌ ୟୁନିୟନ୍‌ କମିଶନ ସହ ଏଭଳି ଡିଲ୍ କରାଯାଇଥିବା କଥା ସାମ୍ନାକୁ ଆସିଛି ।

Narendra Modi
ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ: ବାଇଡ଼େନଙ୍କ ଡ଼ିନର ପାର୍ଟିରେ ହୋଇପାରେ ଗମ୍ଭୀର ପ୍ରସଙ୍ଗରେ ଆଲୋଚନା

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ମୋଦି ଆମେରିକା ଯାଇଛନ୍ତି ବୋଲି ସେ ଟୁଇଟ୍ କରିଛନ୍ତି। ଏହି ଗସ୍ତ ଅବସରରେ ସେ କ୍ୱାଡ୍ ବୈଠକରେ ଯୋଗ ଦେବା ସହ ବିଭିନ୍ନ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

Taliban Fighter Tore Pakistan Flag
ପାକିସ୍ତାନ୍ ପତାକାକୁ ଚିରି ଦେଲା ତାଲିବାନ୍

କେମିତି ବିଶ୍ୱ ସମୁଦାୟ ତାଲିବାନକୁ ସମର୍ଥନ କରିବ ସେଥିପାଇଁ ଅବିରତ ଉଦ୍ୟମ ଚଲାଇଛି ପାକିସ୍ତାନ୍। କିନ୍ତୁ ତାଲିବାନ୍‌ ପାକିସ୍ତାନର ଏହି ଉଦ୍ୟମକୁ ଅଣଦେଖା କରି ପାକିସ୍ତାନକୁ ବାରମ୍ବାର ଧମକାଇବାରେ ଲାଗିଛି।

China President Xi Jinping
ଡ୍ରାଗନର ନୂଆ ନିଷ୍ପତ୍ତି: ଚୀନରେ ରହିବ ତ ସେନାରେ ସାମିଲ ହୁଅ

ଭାରତ ସଂଲଗ୍ନ ତିବତ୍ତ ଅଞ୍ଚଳରେ ରହୁଥିବା ପ୍ରତ୍ୟେକ ପରିବାରର ୧୮ ରୁ ୪୦ ବର୍ଷ ବୟସର ଜଣେ ବ୍ୟକ୍ତିଙ୍କୁ ଚୀନ୍ ସୈନ୍ୟରେ ଯୋଗଦେବା ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ୧୮ ବର୍ଷ ବୟସ ପରେ ସୈନ୍ୟରେ ଯୋଗ ଦେବା ପାଇଁ ଯୁବପୀଢିଙ୍କୁ ପଞ୍ଜୀକୃତ କାରିବାକୁ ପଡୁଥିଲା, କିନ୍ତୁ ସୈନ୍ୟରେ ଯୋଗ ଦେବା ବାଧ୍ୟତାମୂଳକ ନଥିଲା। କିନ୍ତୁ ବର୍ତ୍ତମାନ୍ ଚୀନ ସରକାର ଚୀନର ନାଗରିକଙ୍କୁ ନୁହେଁ ବରଂ ତିବତ୍ତର ଲୋକଙ୍କୁ ସେନାରେ ଯୋଗ ଦେବା ଲାଗି ବାଧ୍ୟ କରୁଛି।

taliban
ଅନ୍ତରୀଣ ସରକାରରେ ଉପମନ୍ତ୍ରୀ ନିଯୁକ୍ତ କଲା ତାଲିବାନ : ଏଥର ବି ମନ୍ତ୍ରିମଣ୍ଡଳରେ ମହିଳାଙ୍କୁ ସ୍ଥାନ ମିଳିଲାନି

ଅସଲ ଚରିତ୍ର ଦେଖାଇଲା ତାଲିବାନ । ଏତେ ବିକ୍ଷୋଭ ଓ ଆନ୍ଦେଳନ ସତ୍ତ୍ୱେ ମନ୍ତ୍ରିମଣ୍ଡଳରେ ମିଳିଲାନି ଜଣେ ବି ମହିଳାଙ୍କୁ ସ୍ଥାନ । ବାହାରେ କାମ କରିବାକୁ ବି ମହିଳାଙ୍କୁ ମନା କରିଛି ଆତଙ୍କୀ ସଂଗଠନ । ତାଲିବାନ ନେତୃତ୍ୱାଧୀନ ଆଫଗାନିସ୍ତାନର ଅନ୍ତରୀଣ ସରକାରକୁ ଇନକ୍ଲୁସିଭ୍ କରିବାକୁ ସବୁ ମହଲରେ ଦାବି ଉଠିଥିଲା । ତେଣେ ମହିଳା ଓ ସଂଖ୍ୟାଲଘୁଙ୍କୁ ସରକାରରେ ସାମିଲ କରାଯିବା ନେଇ ବି ଆଶା କରାଯାଉଥିଲା । ତେବେ ବିଶ୍ୱବାସୀଙ୍କ ଆସ୍ଥା ଜିତିବାରେ ପୁଣି ଫେଲ୍ ମାରିଛି ତାଲିବାନ ।

  • Wednesday, 22 September 2021
  • Taliban
taliban Government
ପୁଣି ତାଲିବାନ ସରକାରରେ ସାମିଲ ହେଲେ ନୂଆ ମନ୍ତ୍ରୀ

ଆଫଗାନିସ୍ତାନରେ ତାଲିବାନର ମଧ୍ୟବର୍ତ୍ତିକାଳୀନ ସରକାରରେ ଆଉ କିଛି ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି । ଆଫଗାନିସ୍ତାନରେ ସରକାର ରୂପରେଖ ଉପରେ ସାରା ବିଶ୍ୱର ନଜର ଥିବା ବେଳେ ଆଜିର ନୂଆ ତାଲିକାରେ ମଧ୍ୟ କୌଣସି ମହିଳାଙ୍କୁ ସ୍ଥାନ ମିଳିନି ।