• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Boy Died After Brain Eating Amoeba Got Inside Skull Sankri
ମହଙ୍ଗା ପଡିଲା ମଇଳା ସ୍ଥାନରେ ଖେଳିବା , ଶିଶୁର ମସ୍ତିଷ୍କରେ ପଶିଗଲା ପୋକ ! ଆଉ ତା ପରେ....

ଅଳିଆ ହେଲା କାଳ । ଆବର୍ଜନାରେ ଖେଳୁ ଖେଳୁ ଶିଶୁଟିର ମସ୍ତିଷ୍କରେ ପଶିଗଲା ପୋକ । ଆମେରିକା ସ୍ଥିତ ଟେକ୍ସାସ୍‌ର ଆର୍ଲିଙ୍ଗଟନ୍ରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ସେଠାରେ ରହୁଥିବା ଗୋଟିଏ ଛୁଆର ମସ୍ତିଷ୍କରେ ଏକ ପୋକ ପଶିଯିବାରୁ ତାର ମୃତ୍ୟୁ ଘଟିଛି । ଏହି ପୋକଟି ଶିଶୁଟିର ଖପୁରୀ ମଧ୍ୟରେ ପ୍ରବେଶ କରି ମସ୍ତିଷ୍କ ମଧ୍ୟରେ ଥିବା ସବୁକିଛି ଅଂଶକୁ ଖାଇକି ଖୋଳ କରିଦେଇଥିଲା ।

Taliban Severely Restrict Media
ସମାଲୋଚନା ପାଇଁ ଭୟଭୀତ ତାଲିବାନ୍ : ମହିଳାଙ୍କ ପରେ ମିଡ଼ିଆ ଉପରେ ଅନେକ ପ୍ରତିବନ୍ଧକ

ତାଲିବାନଙ୍କ ନୂତନ ନିର୍ଦ୍ଦେଶ ପରେ ଗଣମାଧ୍ୟମ କୌଣସି ପ୍ରସଙ୍ଗରେ ସନ୍ତୁଳିତ ରିପୋର୍ଟ ପ୍ରଦାନ କରିପାରିବ ନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ମିଡିଆ ନିକଟକୁ ସେପଟି କୌଣସି ନିର୍ଦ୍ଦେଶ ଆସିନାହିଁ । ତାଲିବାନ ଅଧିକାରୀଙ୍କ ପ୍ରତିକ୍ରିୟା ନଆସିବା ପର୍ଯ୍ୟନ୍ତ ସେହି ପ୍ରସଙ୍ଗରେ କୌଣସି ପ୍ରକାରର ଖବର ପ୍ରକାଶ ପାଇବ ନାହିଁ ବୋଲି କହିଛନ୍ତି ହ୍ୟମାନ୍ ରାଇଟସ୍‌ର ଆସୋସିଏଟ୍ ଡାଇରେକ୍ଟର Patricia Gossman

Rohingya
‘ସୀମାରେ ସୁରକ୍ଷା ନାହିଁ, ଭାରତକୁ ପଶି ଶରଣ ନେଉଛନ୍ତି ରୋହିଙ୍ଗ୍ୟା’

 ମିଳିତ ଜାତିସଂଘ (UN)ର ସଭାପତି ଆଣ୍ଟୋନିଓ ଗୁଟେରସ୍ ଏକ ସାଧାରଣ ବୈଠକରେ ଆଶ୍ଚର୍ଯ୍ୟଜନକ ତଥ୍ୟକୁ ସାମ୍ନାକୁ ଆଣିଛନ୍ତି । ତାଙ୍କ କହିବାନୁଯାୟୀ ମିଆଁମାର ସେନାର ଏକଛତ୍ରବାଦୀ ଶାସନ ଯୋଗୁଁ ଲୋକମାନେ ଅତିଷ୍ଠ ହୋଇପଡ଼ୁଛନ୍ତି ।

Money taken from the patient for crying
ଚିକିତ୍ସା ବେଳେ କାନ୍ଦିବାରୁ ଦେବାକୁ ପଡିଲା ଟଙ୍କା

ଭାବନ୍ତୁ ଯେ ତୁମେ ଚିକିତ୍ସା ପାଇଁ ଏକ ଡାକ୍ତରଖାନାକୁ ଯାଇଛ ଏବଂ ସେଠାରେ ତୁମର ଭାବନା ପ୍ରକାଶ କରିବାବେଳେ ତୁମ ଆଖିରୁ ଲୁହ ଆସିଯାଉଛି, ଏନେଇ ତୁମେ ଫାଇନ ଦେବ କି? ଉତ୍ତର ନିଶ୍ଚିତ ନା ହେଇପାରେ। କିନ୍ତୁ ଗୋଟିଏ ଡାକ୍ତରଖାନାରେ ଏପରି ଘଟିଥିବା ଦେଖାଯାଇଛି। ଜଣେ ରୋଗୀ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନା ଆସିଥିଲେ। ଅସ୍ତ୍ରୋପଚାର ସମୟରେ ଭାବପ୍ରବଣ ହୋଇ କାନ୍ଦି ପକେଇଥିଲେ। ଯେତେବେଳେ ଡାକ୍ତରଖାନା ତରଫରୁ ତାଙ୍କୁ ବିଲ୍ ଦିଆଯାଇଥିଲା ସେଥିରେ ଭାବପ୍ରବଣତା ପ୍ରକାଶ କରିବା ନେଇ ଚାର୍ଜ ମଧ୍ୟ ପକାଯାଇଥିଲା।

Covid Test
କୋଭିଡ୍ ଟେଷ୍ଟ ପାଇଁ ଦରକାର ୪୦ ଲକ୍ଷ!

ଟେକ୍ସାସ୍‌ର ଜଣେ ବ୍ୟକ୍ତି କରୋନା ପରୀକ୍ଷା କରିବା ପରେ ହତବାକ୍‌ ହୋଇଗଲେ। କୋଭିଡ ଟେଷ୍ଟର ରିପୋର୍ଟକୁ ନୁହେଁ ବରଂ ବିଲ୍‌କୁ ଦେଖି ଚକିତ ହୋଇଗଲେ। ସମ୍ପୃକ୍ତ ବ୍ୟକ୍ତିଙ୍କର କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିଲା ସତ କିନ୍ତୁ ବିଲ୍ ଆସିଥିଲା ୪୦ ଲକ୍ଷ ଟଙ୍କା।

America May Drone Strike On Taliban In Afghanistan
ତାଲିବାନ୍‌ ଗଡ଼ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ପେଣ୍ଟାଗନ୍‌ !

ଭାଙ୍ଗିବ ତାଲିବାନ୍‌ ଗଡ଼ । କାବୁଲ୍‌ ଉପରେ ଡ୍ରୋନ୍‌ ଦ୍ୱାରା ଆକ୍ରମଣ କରିବା ପାଇଁ ପ୍ରସ୍ତୁତରେ ଲାଗିପଡିଛି ପେଣ୍ଟାଗନ୍‌ । ଏନେଇ ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

Afghanistan
ଆଫଗାନିସ୍ତାନର ଏହି ପର୍ଯ୍ୟଟନସ୍ଥଳୀକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା

ଆଫଗାନିସ୍ତାନରେ ଚାଲିଛି ତାଲିବାନ ଶାସନ। ପୂରା ଦେଶକୁ କବଜା କରିବା ପରେ ତାଲିବାନୀମାନେ ରାଜ କରୁଛନ୍ତି। ଏବେ ଆଫଗାନିସ୍ତାନ ନାଁ ଶୁଣିବା ମାତ୍ରେ ମନକୁ ଆସି ଯାଉଛି ରକ୍ତପାତ ଓ ଯୁଦ୍ଧର ଝଲକ

Satnam Singh
ପାକିସ୍ତାନରେ ଶିଖ୍ ହାକିମ୍‌ଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନରେ ପୁଣି ଆତଙ୍କୀୟ କାର୍ଯ୍ୟକଳାପ। ପାକିସ୍ତାନର ପେଶୱାରରେ ଶିଖ ସମ୍ପ୍ରଦାୟର ଜଣେ ହାକିମଙ୍କୁ ଅଜଣା ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରିବାର ଏହା ଆଉ ଏକ ନୂଆ ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ଆକ୍ରମଣକାରୀମାନେ କ୍ଲିନିକରେ ପ୍ରବେଶ କରି ଶିଖ୍‌ ହାକିମଙ୍କ ଉପରକୁ ଚାରିଟି ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ହାକିମ୍‌ଙ୍କ ଦୁଃଖଦ ମୃତ୍ୟୁ ଘଟିଛି।

South Asia Color Of Women Dress Should Not Be Attractive Will Not Use Perfume Says Taliban
ତାଲିବାନୀ ଫରମାନ୍ ! ମହିଳାମାନେ ପିନ୍ଧି ପାରିବେ ନାହିଁ ଗାଢ ରଙ୍ଗର ପୋଷାକ ଓ ପର୍‌ଫ୍ୟୁମ ବ୍ୟବହାର ଉପରେ କଟକଣା

ମହିଳାମାନେ ପିନ୍ଧି ପାରିବେ ନାହିଁ ଗାଢ ରଙ୍ଗର ପୋଷାକ । ଏପରି ନୂଆ ନିୟମ ବାହାର କରି ପୁଣି ବିକୃତ ମାନସିକତା ଦେଖାଇଲା ତାଲିବାନ୍‌ । ଆଫଗାନିସ୍ତାନ ଦଖଲ ପରଠାରୁ ହିଁ ତାଲିବାନ ମହିଳାଙ୍କ ପାଇଁ ଗୋଟେ ପରେ ଗୋଟେ ନୂଆ ନିୟମ ବାହାର କରିବାରେ ଲାଗିଛି । ଯାହାପରେ ମହିଳାଙ୍କ ପାଇଁ ତାଲିବାନ୍‌ ଏବେ ପୁଣି ନୂଆ ନିୟମ ବାହାର କରିଛି ।

brocoli company
ଏହି କମ୍ପାନୀରେ କାମ କଲେ ଦରମା ମିଳିବ ୬୩ ଲକ୍ଷ!

ଲିଙ୍କନଶିୟର୍ ଫୁଡ କମ୍ପାନୀ ତରଫରୁ କର୍ମଚାରୀ ମାନଙ୍କୁ ଏକ ବଡ ଅଫର୍‌ ଦିଆଯାଇଛି। ଏହି ଅଫର ଅନୁଯାୟୀ କର୍ମଚାରୀ ମାନେ ବିପୁଳ ପରିମାଣରେ ଅର୍ଥରାଶି ରୋଜଗାର କରିପାରିବେ। ଫାର୍ମିଙ୍ଗ୍ ଗ୍ରୁପ ଟିଏଚ୍ କ୍ଲେମେଣ୍ଟ୍ସ କର୍ମଚାରୀଙ୍କ ପାଇଁ ଘଣ୍ଟା ପ୍ରତି ୩୦ ପାଉଣ୍ତ ଅର୍ଥରାଶିର ଘୋଷଣା କରିଛନ୍ତି। ଅର୍ଥାତ କର୍ମଚାରୀଙ୍କୁ ମାସକୁ ୬୨,୦୦୦ ପାଉଣ୍ତ ମଜୁରି ମିଳିବ।

Wingman
ଚୀନ୍‌ର ନୂତନ ଆବିଷ୍କାର: ଏୟାର ଶୋ’ରେ ୱିଙ୍ଗମ୍ୟାନ୍ FH-97 ର ଝଲକ୍

ଚୀନ୍‌ର ନୂତନ ଆବିଷ୍କାର। ମଙ୍ଗଳବାର ଚୀନ୍‌ର ଜୁହାଇ ‘ଏୟାର ଶୋ’ ରେ ନିଜର ବାୟୁ ଶକ୍ତିର ପ୍ରଦର୍ଶନ କରିଛି ଚୀନ୍। ମାନବ ବିହୀନ ଡ୍ରୋନ୍ 'ୱିଙ୍ଗମ୍ୟାନ୍’ ର ଝଲକ ଦେଖାଇଛି ଚୀନ୍। ଏହା ଆମେରିକାର କ୍ରାଟୋସ୍ XQ-58A ଡ୍ରୋନ୍‌ ସଦୃଶ ବୋଲି ଚୀନ୍‌ ପକ୍ଷରୁ କୁହାଯାଇଛି।

Indian Consulate
ଟରୋଣ୍ଟୋ ଭାରତୀୟ ଦୂତାବାସରେ ବୋମା; ଏନେଇ ଜଣେ ଅଭିଯୁକ୍ତ ଗିରଫ୍

କାନାଡାର ଟରୋଣ୍ଟୋରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ନିକଟରେ ଏକ ସନ୍ଦିଗ୍ଧ ସୁଟକେସ ଥିବାର ଖବର ମିଳିଥିଲା। ଏହି ସୁଟକେସରେ ଏକ ବୋମା ରଖାଯଇଥିବାର ସୂଚନା ମିଳିଥିଲା। ତା’ପରେ ସେହି ପ୍ୟାକେଜ୍‌କୁ ସହର ଠାରୁ ଦୂରକୁ ନିଆଯାଇ ଡିଫ୍ୟୁଜ୍ କରି ଦିଆଯାଇଥିଲା। ବୋମା ରଖିବା ଅଭିଯୋଗରେ ପୋଲିସ ପକ୍ଷରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।

electricity
ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଲା ଚୀନ୍‌ ! ଠପ୍‌ ହୋଇଗଲା ୩୦ରୁ ଅଧିକ ତାଇଓ୍ୱାନ କମ୍ପାନୀ

ଚୀନ୍‌ରେ ବଡ଼ ଧରଣର ବିଜୁଳି ସଂକଟ । ଅନେକ ରାଜ୍ୟରେ ଲୋକେ କେବଳ ଯେ, ଅନ୍ଧାରରେ ରାତି କାଟିଛନ୍ତି ତାହା ନୁହେଁ ବରଂ ଆର୍ଥିକ ଗତିବିଧି ଠପ୍ ହୋଇଯିବାରୁ ଏହାର ବଡ଼ ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ପଡ଼ିଛି ।

Taliban Hang 4 Bodies From Cranes In Herat Says Its Lesson For Kidnapper
ରାସ୍ତା ଉପରେ ନୀରିହ ଶିଶୁକୁ ନିର୍ମମ ହତ୍ୟା କଲା ତାଲିବାନ୍‌

ଉଗ୍ର ହେବାରେ ଲାଗିଛି ତାଲିବାନ। ଶାସନ କ୍ଷମତାକୁ ଫେରିବା ପରେ ମନଇଚ୍ଛା କାମ କରୁଛନ୍ତି ତାଲିବାନ ନେତା। କିନ୍ତୁ ଏବେ ଗୋଟିଏ ପରେ ଗୋଟିଏ ବର୍ବରତାର କାହାଣୀ ସାମ୍ନାକୁ ଆସୁଛି ଯାହାକୁ ନେଇ ବିଶ୍ୱ ଚିନ୍ତା ପ୍ରକାଶ କରିଛି। ପୂର୍ବରୁ ଏମାନଙ୍କ ଆକ୍ରୋଷର ଶିକାର ହେଉଥିଲେ ପୁରୁଷ ଓ ମହିଳା

taliban
ଦାଢି କାଟିଲେ ମିଳିବ କଠୋର ଦଣ୍ଡ

ମିଛ କହୁଥିଲା ତାଲିବାନ। ପଦାକୁ ଆସିଲା ପ୍ରକୃତ ରୂପ। ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନ ଯାହା କହିଥିଲା, ତାହା ମିଛ ପ୍ରମାଣିତ ହୋଇଛି। ଆଉ ଏବେ ପଦାକୁ ଆସୁଛି ତାଲିବାନୀଙ୍କ ଅସଲ ଚେହେରା। ଆଫଗାନିସ୍ତାନରେ ପୁରୁଣା ଫତୱା ଜାରି କରିଛି ତାଲିବାନ। ଦାଢି କାଟିଲେ ମିଳିବ କଠୋର ଦଣ୍ଡ।

Mullah Abdul Salam Zaeef
ଧୋକାବାଜ୍ ଦେଶ ପାକିସ୍ତାନ, ଆମେ ଭାରତ ସହ ବନ୍ଧୁତା ଚାହୁଁଛୁ : ତାଲିବାନୀ ନେତା

ପାକିସ୍ତାନର ଦୋମୁହାଁ ନୀତିକୁ ପସନ୍ଦ କରୁନି ନୂଆ ଆଫଗାନ୍ ସରକାର । ତେଣୁ ପାକିସ୍ତାନର ପ୍ରକୃତି ଉପରେ ପ୍ରଶ୍ନ ଉଠାଇଲା ତାଲିବାନ୍ । ଧୋକାବାଜ୍ ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ ବୋଲି କହିଛନ୍ତି ତାଲିବାନୀ ନେତା । ଏକ ମାସ ମଧ୍ୟରେ ତାଲିବାନ ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ସମ୍ପର୍କରେ ଅନେକ ନୂଆ ମୋଡ଼ ଆସିଛି ।

China’s Power Crisis
ବିଦ୍ୟୁତ୍‌ ପାଇଁ ବିକଳ ଚୀନ, ଅଧିକ ବିଦ୍ୟୁତ୍‌ ବ୍ୟବହାର ନକରିବା ଲାଗି ପରାମର୍ଶ

ଚୀନ୍‌ରେ ବଡ଼ ଧରଣର ବିଦ୍ୟୁତ୍‌ ସଙ୍କଟ। ଚୀନ୍‌ରେ ବିଦ୍ୟୁତ୍‌ ସଙ୍କଟ ସ୍ଥିତି ଏମିତି ହୋଇଛି ଯେ, ଚୀନ୍ ସରକାର ଅନେକ ପ୍ରାନ୍ତରେ ଥିବା କମ୍ପାନୀମାନଙ୍କୁ ଉତ୍ପାଦନ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି। ଏପରି କଲେ କମ୍ ବିଦ୍ୟୁତ୍‌ ଖର୍ଚ୍ଚ ହେବ। କେବଳ କମ୍ପାନୀ କାହିଁକି, ଏସବୁ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ମଧ୍ୟ କମ୍ ବିଦ୍ୟୁତ୍‌ ବ୍ୟବହାର କରିବାକୁ ସରକାର କହିଛନ୍ତି।

Mauro Morandi
ଶୂନଶାନ୍ ଦ୍ୱୀପରେ ୩୨ ବର୍ଷ, ଏକଲାପଣରେ ସାଥୀ ହୋଇଥିଲେ ପଶୁପକ୍ଷୀ

ନିର୍ଜନ ଓ ଶୂନଶାନ ଦ୍ୱୀପରେ ୩୨ ବର୍ଷ । ପାଖରେ ସାଙ୍ଗସାଥୀ, ବନ୍ଧୁପରିଜନ, ପରିବାର ଲୋକ କେହି ନଥିଲେ । ହେଲେ ନିଛାଟିଆ ଦ୍ୱୀପରେ ଶାନ୍ତି ଅନୁଭବ ହେଉଥଇଲା । ମୁକ୍ତ ବିହଙ୍ଗ ପରି ସେ ମନ ଇଚ୍ଛା ଘୁରି ବୁଲୁଥିଲେ । ଜଣେ ଇଟାଲୀୟ ନାଗରିକ ୩୨ ବର୍ଷ ଧରି ଏକ ଦ୍ୱୀପରେ ଏକାକୀ ରହୁଥିଲେ ।

Mohammad Ali Jinnah
ପାକିସ୍ତାନରେ ଜିନ୍ନାଙ୍କ ପ୍ରତିମୂର୍ତ୍ତି ଉଡ଼ାଇଦେଲେ

ମାଟିରେ ମିଶିଲା ପାକିସ୍ତାନର ଜନକ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପ୍ରତିମୂର୍ତ୍ତି । ବେଲୋଚିସ୍ତାନର ଗୁଆଦରରେ କିଛି ମାସ ତଳେ ସ୍ଥାପନ କରାଯାଇଥିବା ଜିନ୍ନାଙ୍କ ପ୍ରତିମୂର୍ତ୍ତିକୁ ବିସ୍ଫୋରଣରେ ଉଡ଼ାଇ ଦେଇଛି ବେଲୋଚିସ୍ତାନ ଲିବେରେସନ ଆର୍ମି-BLA ।

water baby
ୱାଟର୍ ସ୍କିଙ୍ଗ୍‌ରେ ଛଅ ମାସ ଶିଶୁର ବିଶ୍ୱ ରେକର୍ଡ

ଆମେରିକାରେ ମାତ୍ର ଛଅ ମାସର ଶିଶୁ ୱାଟର ସ୍କିଙ୍ଗରେ ବିଶ୍ୱ ରେକର୍ଡ କରିଛି। ସୋସିଆଲ ମିଡିଆରେ ଏହି ଶିଶୁର ଭିଡିଓ ଦିନକୁ ଦିନ ବେଶ ଭାଇରାଲ ହେବାରେ ଲାଗିଛି। ଆମେରିକାର ଉଟାହ୍ ରାଜ୍ୟର ପାୱେଲ୍ ହ୍ରଦରେ ୬ ମାସର ରିଚ୍ ହମ୍ଫ୍ରିଜ୍‌କୁ ୱାଟର ସ୍କିଙ୍ଗ୍ କରୁଥିବାର ଚିତ୍ର ସାମ୍ନାକୁ ଆସିଛି। ସାରା ବିଶ୍ୱରେ ଶିଶୁଟିର ସାହାସିକତାକୁ ବେଶ ପ୍ରଶଂସା କରାଯାଇଛି।

Imran Khan
ପୁଣି ଥରେ ପାକିସ୍ତାନକୁ ଅପମାନିତ କଲା ଆମେରିକା !

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହେବାକୁ ପଡ଼ିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ନିକଟରେ ମୋଦି ବାଇଡ଼େନଙ୍କୁ ଭେଟିଥିଲେ

Pakistan home to 12 foreign terrorist organisations: CRS report
ପାକିସ୍ତାନରେ ୧୨ ଦୁର୍ଦ୍ଦଶ ଆତଙ୍କୀ ସଂଗଠନ, ୫ ସଂଗଠନର ଟାର୍ଗେଟ ଭାରତ : ରିପୋର୍ଟ

ଗୋଟିଏ କି ଦୁଇଟି ନୁହେଁ ପାକିସ୍ତାନ ପାଳୁଛି ୧୨ ଦୁର୍ଦ୍ଦଶ ଆତଙ୍କୀ ସଂଗଠନ । ଆତଙ୍କବାଦ ଉପରେ ଆମେରିକାର Congressional Research Service (CRS)ର ରିପୋର୍ଟରେ ପାକିସ୍ତାନ ସମ୍ପର୍କରେ ବଡ ଖୁଲାସା କରାଯାଇଛି। ପାକିସ୍ତାନରେ ୧୨ଟି ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଥିବା ସହ ପ୍ରଶିକ୍ଷଣ ନେଉଥିବା ତଥ୍ୟରେ ପ୍ରକାଶ

china-first-batch-of-aid
ଚୀନ୍‌କୁ ତାଲିବାନୀ ସରକାରଙ୍କ ଥ୍ୟାଙ୍କ୍ ୟୁ ! ଆଫଗାନିସ୍ତାନକୁ ପ୍ରଥମ ସହାୟତା ପଠାଇବେ ଜିନପିଙ୍ଗ୍ ସରକାର

ଚୀନ୍ ସରକାରଙ୍କ ତାଲିବାନୀ ପ୍ରେମ । ତାଲିବାନ ସରକାର ଗଠନ ପରେ ପ୍ରଥମ ସହାୟତା ପଠାଇବେ ଜିନପିଙ୍ଗ୍ ସରକାର । ଆଫଗାନିସ୍ତାନରେ ତାଲିବାନ ସରକାରକୁ ମାନ୍ୟତା ଦେବା ପରେ ୩୧୦ ଲକ୍ଷ ସହାୟତା ଘୋଷଣା କରିଥିଲା ଚୀନ୍  ।

Joe Baiden
କରୋନାର ବୁଷ୍ଟର ଡୋଜ ନେଲେ ବାଇଡେନ

ରାଷ୍ଟ୍ରପତି ବାଇଡେନ ସୋମବାର ଭାକ୍ସିନର ତୃତୀୟ ଡୋଜ ନେଇଛନ୍ତି। ଏପରିକି ଭାକ୍ସିନ ନେବାକୁ ରାଜି ହେଉ ନ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରି କହିଛନ୍ତି, ଯେଉଁମାନେ ଭାକ୍ସିନ ନେଉ ନାହାନ୍ତି ସେମାନେ ଆମେରିକାର କ୍ଷତି କରୁଛନ୍ତି।

Power cuts hit homes in north-east China
ଚୀନରେ ବିଜୁଳି ସଙ୍କଟ ! କଳ କାରଖାନା ଓ ମଲ୍ ବନ୍ଦ, ପାଣି ଗରମ କରିବାକୁ ବାରଣ

ବିଜୁଳି ସଙ୍କଟ ପାଇଁ ଚାଙ୍ଗଚୁନ୍ ଅଞ୍ଚଳରେ ଗତ ସପ୍ତାହରେ ବିଦ୍ୟୁତ୍ ଯୋଗାଣ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା, ଯାହାଫଳରେ ଘର ଏବଂ କାରଖାନାକୁ ସମାନ ଭାବେ ବିଜୁଳି ଯୋଗେଇ ହେବ । ତେବେ ଏଠାରେ ରହୁଥିବା ଲୋକେ ଅନେକ ଅଭିଯୋଗ କରିଛନ୍ତି । ଅଳ୍ପ ସମୟ ବ୍ୟବଧାନରେ ପାୱାର କଟ୍ ହେଉଛି ବୋଲି ସେମାନେ କହିଛନ୍ତି ।