• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଋଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ପୁଣି ଚର୍ଚ୍ଚାକୁ ଆସିଲା ବାବା ଭାଙ୍ଗାଙ୍କ ଭବିଷ୍ୟତବାଣୀ । ବୁ‌ଲଗେରିଆର ପ୍ରସିଦ୍ଧ ଜ୍ୟୋତିର୍ବିଦ ଭାନଭେଲିୟା ପାଣ୍ଡେଭା ଗୁସ୍ତେରୋଭା ଓରଫ୍ ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ଏବେ ସବୁଠି ଚର୍ଚ୍ଚା ଓ ଆଲୋଚନା । ବାବା ଭାଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି, ଆଉ ସେଥି ମଧ୍ୟରୁ ଅନେକ ସତ୍ୟ ବୋଲି ମଧ୍ୟ ପ୍ରମାଣିତ ହୋଇଛି । କେତେକ ରିପୋର୍ଟ ଅନୁସାରେ ଋଷିଆ ସମ୍ପର୍କରେ ବାବା ଭାଙ୍ଗା ଦେଇଥିବା ଭବିଷ୍ୟବାଣୀ ସତ ହେବାକୁ ଲାଗୁଛି । ତେବେ ସେ ଋଷିଆ ସମ୍ପର୍କରେ କରିଥିବା ଭବିଷ୍ୟତବାଣୀ ଆଗାମୀ ସମୟରେ ସତ ହେବ କି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।

ବାବା ଭାଙ୍ଗା ଭବିଷ୍ୟବାଣୀ କରିଥିଲେ

ଋଷିଆ ସାରା ବିଶ୍ୱରେ ରାଜ୍ କରିବ । ବଞ୍ଜର ଭୂମିରେ ପରିଣତ ହୋଇଯିବ ୟୁରୋପ୍ । ଋଷିଆକୁ ଚାହିଁଲେ ବି କେହି ଅଟକାଇ ପାରିବେ ନାହିଁ । ସବୁ କିଛି ବରଫ ପରି ତରଳି ଯିବ । ଭ୍ଲାଦିମିର୍ ପୁଟିନ୍‌ଙ୍କ ନାମ ଓ ଗୌରମ ଚାରିଆଡ଼େ ମାଡ଼ି ଚାଲିବ । ଋଷିଆ ସାମ୍ନାକୁ କେହି ଆସିବାକୁ ସାହସ କରିବେ ନାହିଁ । ସେ ବିଶ୍ୱକୁ ଶାସନ କରିବ ବୋଲି ବାବା ଭାଙ୍ଗା ଭବିଷ୍ୟତ ବାଣୀ କରିଥିଲେ ।

ମୃତ୍ୟୁ ପୂର୍ବରୁ ୫୦୭୯ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରି ଯାଇଥିଲେ ବାବା ଭାଙ୍ଗା  । ତାଙ୍କର ୮୫ ପ୍ରତିଶତ ଭବିଷ୍ୟବାଣୀ ସତ ହୋଇଛି ବୋଲି ଅନେକ ରିପୋର୍ଟରୁ ଜଣାପଡ଼ିଛି । ନିଜତ ଭବିଷ୍ୟତବାଣୀ ପାଇଁ ପ୍ରସିଦ୍ଧ ବାବା ଭେଙ୍ଗା ୧୯୧୧ ମସିହାରେ ଜନ୍ମ ହୋଇଥିଲେ । ମାତ୍ର ୧୨ ବର୍ଷ ବୟସରେ ସେ ତାଙ୍କର ଦୃଷ୍ଟି ଶକ୍ତି ହରାଇଥିବା କୁହାଯାଏ । ବୁଲଗେରିଆର ବାସିନ୍ଦା ବାବା ଭାଙ୍ଗା ଜଣେ ଫକିର ଥିଲେ ।

ତାଙ୍କର ଅନେକ ଭବିଷ୍ୟତବାଣୀ ସତ୍ୟ ହୋଇଥିବା ବେଳେ ଅନେକ ଭୁଲ ସାବ୍ୟସ୍ତ ମଧ୍ୟ ହୋଇଛି । ୧୯୯୬ରେ ତାଙ୍କର ମୃତ୍ୟୁ ହୋଇସାରିଛି । ସୂଚନା ଅନୁସାରେ ୨୦୦୪ରେ ଆସିଥିବା ସୁନାମୀ ସମ୍ପର୍କରେ ସେ ଭବିଷ୍ୟତବାଣୀ କରିଥିଲେ । ୨୦୨୧ରେ ପଙ୍ଗପାଳ ସାରା ବିଶ୍ୱର ଫସଲକୁ ନଷ୍ଟ କରିଦେବେ ବୋଲି କହିଥିଲେ ।