• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୦୨୨ ଫିଫା ବିଶ୍ୱକପ ଫୁଟବଲ ଟୁର୍ଣ୍ଣାମେଣ୍ଟରୁ ଋଷକୁ ବାଦ ଦେଲା ଫିଫା । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନଜରରେ ରଖି ଫିଫା ଏହି ନିଷ୍ପତ୍ତି ନେଇଥିବା କହିଛି । ଉଭୟ ପିଫା ଓ ୟୁଇଏଫଏ ମିଳିତ ବୈଠକ କରି ଋଷକୁ ବାଦ ଦେଇଛନ୍ତି । ଏହି ମାସରେ ଋଷ ବିଶ୍ୱକପ ଲାଗି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଲିବାର ଥିଲା । ସେହିପରି ଋଷ ମହିଲା ଦଳ ବି ଇଂଲଣ୍ଡରେ ହେବାକୁ ଥିବା ୟୁରୋପିଅନ ଚାମ୍ପିୟନସିପରେ ଅଂଶଗ୍ରହଣ କରିପାରିବନି । କେବଳ ସେତିକି ନୁହେଁ ଋଷର କୌଣସି ଫୁଟବଲ ଖେଳାଳି ବି ୟୁରୋପିଅନ କ୍ଲବରେ ବି ଖେଳିପାରିବେନି ବୋଲି ଫିଫା ନିର୍ଦ୍ଦେଶ ଦେଇଛି ।

ସୂଚନାଯୋଗ୍ୟ, ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ପ୍ରଥମେ ନିର୍ଦେଶ ଦେଇଥିଲା ଋଷ । ଏହାପରେ ୟୁକ୍ରେନ୍‌ ଉପରେ ବୋମା ବର୍ଷା କରିଥିଲା ଋଷ ସେନା । ଆଜି ଷଷ୍ଠ ଦିନରେ ବି ୟୁକ୍ରେନ୍ ବିରୋଧରେ ଋଷିଆର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରହିଛି । ଦୁଇ ଦେଶରେ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ରୁଷ୍ ଘନଘନ ଆକ୍ରମଣ କରୁଛି କିନ୍ତୁ ୟୁକ୍ରେନ ପ୍ରତିଆକ୍ରମଣରେ ରୁଷର ୪୫୦୦ ସୈନିକ ପ୍ରାଣ ହରାଇଥିବା ଦାବି କରିଛି । ଏହାବ୍ୟତୀତ ରୁଷର ୧୫୦ ଟ୍ୟାଙ୍କ, ୨୭ ଏୟାରକ୍ରାଫ୍ଟ, ୨୬ ହେଲିକପ୍ଟର ଏବଂ ବିପୁଳ ପରିମାଣର ବନ୍ଧୁକକୁ ନଷ୍ଟ କରିଦିଆଯାଇଥିବା ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ।

ତେବେ ଶତାଧିକ ୟୁକ୍ରେନ୍ ସେନା ମଧ୍ୟ ଯୁଦ୍ଧରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଗୁରୁବାର ଠାରୁ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷ ସେନା ବେଲାରୁଷ ସୀମାକୁ ବ୍ୟବହାର କରି ୟୁକ୍ରେନରେ ଅନୁପ୍ରବେଶ କରିଥିଲା । ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ ରୁଷ ସେନା ଅନ୍ତର୍ଜାତୀୟ ମାନବାଧିକାର ଆଇନର ଉଲ୍ଲଂଘନ କରିଛି ।

ଏପଟେ ଉଭୟ ଦେଶ ମଧ୍ୟରେ ୫ ଦିନ ଧରି ମୁହାଁମୁହିଁ ସଂଘର୍ଷ ପରିସ୍ଥିତି ଉପୁଜିବା ପରେ ସମାଧାନ ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଏଥିପାଇଁ ବେଲାରୁଷ ସୀମାରେ ଗତକାଲି ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଆଲୋଚନା ହୋଇଛି । ପ୍ରାୟ ୫ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା । ହେଲେ ଏଥିରେ କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାସହ ଉକ୍ତ ବୈଠକରେ କୌଣସି ସୁଫଳ ମିଳିନାହିଁ । ପୁଣି ଏକ ବୈଠକ ଆୟୋଜନ ହେବା ସହ ଶାନ୍ତି ପାଇଁ ଆଲୋଚନା କରାଯିବ ବୋଲି ସୂଚନା ରହିଛି ।