Ukraine-Russia War
ପଞ୍ଚମ ଦିନରେ ପହଞ୍ଚିଛି ୟୁକ୍ରେନ ଉପରେ ଋଷିଆର ଆକ୍ରମଣ। ତେବେ ଏହା ପୂର୍ବରୁ ଶାନ୍ତି କଥାବାର୍ତ୍ତା ପାଇଁ ସମ୍ମତି ଜଣାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର୍ ଜେଲେନସ୍କି। ବେଲାରୁସ୍ ରାଷ୍ଟ୍ରମୁଖ୍ୟ ଆଲେକ୍ଜାଣ୍ଡାର ଲକସେଙ୍କୋଙ୍କଠାରୁ ଫୋନ୍ କଲ୍ ପାଇବା ପରେ ଜେଲେନସ୍କି ଆଲୋଚନା ପାଇଁ ରାଜି ହୋଇଥିବା ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ବେଲାରୁସ୍-ୟୁକ୍ରେନ ସୀମାରେ ଥିବା ପ୍ରିପ୍ୟାତ ନଦୀ କୂଳରେ ହେବାକୁ ଥିବା ଆଲୋଚନା ପାଇଁ ଏକ ପ୍ରତିନିଧି ମଣ୍ଡଳ ପଠାଇବାକୁ ଜେଲେନସ୍କି ରାଜି ହୋଇଥିବା କୁହାଯାଇଛି। ଋଷିଆର ଆକ୍ରମଣ ପରେ ପ୍ରଥମ ଥର ପାଇଁ ଏହି ଆଲୋଚନା ହେବାକୁ ଯାଉଛି।
ତେବେ କୌଣସି ପ୍ରାକ୍ ସର୍ତ୍ତ ବିନା ଏହି ଆଲୋଚନା ହେବ ବୋଲି ଜେଲେନସ୍କିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଋଷିଆକୁ ସନ୍ତୁଷ୍ଟ କରିବା ଲାଗି କୌଣସି ସର୍ତ୍ତ ବିନା ଅନ୍ୟ ସବୁ ପଦକ୍ଷେପ ନିଆଯିବ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି। ଗତକାଲି ଖାରକିଭ୍ ଦଖଲ ପାଇଁ ଋଷିଆର ଉଦ୍ୟମକୁ ୟୁକ୍ରେନ ସେନା ପଣ୍ଡ କରିଛନ୍ତି।ଋଷିଆର ଆକ୍ରମଣ ବିରୋଧରେ ୟୁକ୍ରେନ ଅନ୍ତର୍ଜାତୀୟ କୋର୍ଟରେ ଦ୍ୱାରସ୍ଥ ହୋଇଛି। ଏହାସହ ଋଷିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁକ୍ରେନ ନିବେଦନ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)