With profound sorrow
ୟୁକ୍ରେନ୍ରେ ଭାରତୀୟ ଛାତ୍ର ମୃତ । ଋଷିଆର ଆକ୍ରମଣ ଯୋଗୁଁ ଚାଲିଗଲା ଜୀବନ । ଉଦ୍ଧାର ଅପେକ୍ଷାରେ ଥିବା ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ କର୍ଣ୍ଣାଟକ ବେଙ୍ଗାଲୁରୁର ନବୀନ ଶେଖରପ୍ପା ଜ୍ଞାନଗୌଡା । ତାଙ୍କର ବୟସ ୨୧ ବର୍ଷ । ଖାରକିଭରେ ରୁଷ ସେନାର ବୋମାଡ଼ମାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ବୋମାମାଡ଼ରେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ନେଇ ସ୍ପଷ୍ଟ କରିଛି ବୈଦେଶିକ ମନ୍ତ୍ରାଳୟ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହି ସୂଚନା ଦେଇଛନ୍ତି ।
ଛାତ୍ର ଜଣକ ଖାଦ୍ୟ ଆଣିବାକୁ ବାହାରକୁ ଯାଇଥିଲେ । ଖାଦ୍ୟ ଅପେକ୍ଷାରେ ଧାଡ଼ିରେ ସେମାନେ ଜଗି ରହିଥିଲେ । ଏହି ସମୟରେ ରୁଷ ସେନା ପକ୍ଷରୁ ବିମାନରୁ ବୋମାମାଡ଼ ହୋଇଥିଲା । ଆଜି ସକାଳୁ ଋଷିଆ ୟୁକ୍ରେନର ସମସ୍ତ ପ୍ରମୁଖ ସହରରକୁ ଟାର୍ଗେଟ କରିଛି । ଏଥିରେ ଛାତ୍ର ଜଣଙ୍କ ପ୍ରାଣ ହରାଇଛନ୍ତି । ରୁଷିଆ ସେନା ଏକ ସରକାରୀ କୋଠାରେ ବିସ୍ଫୋରଣ କରିଥିବାବେଳେ ଏଥିରେ ଛାତ୍ର ଜଣକର ମୃତ୍ୟୁ ଘଟିଛି । ବୈଦେଶିକ ବିଭାଗ ମୃତ ଛାତ୍ରଙ୍କ ପରିବର ସହ ସମ୍ପର୍କରେ ରହିଛନ୍ତି । ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛି ।
ଅରିନ୍ଦମ ବାଗଚି କହିଛନ୍ତି, ଅତ୍ୟନ୍ତ ଦୁଃଖର ସହିତ କହିବାକୁ ପଡ଼ୁଛି, ଖାରକିଭରେ ଘଟୁଥିବା ଏୟାର ଷ୍ଟ୍ରାଇକରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ମନ୍ତ୍ରଣାଳୟ ଛାତ୍ରଙ୍କ ପରିବାର ସହ ଯୋଗାଯୋଗରେ ରହିଛି । ଆମର ସହାନୁଭୂତି ପରିବାର ସହିତ ରହିଛି ।
ୟୁକ୍ରେନର ଦ୍ୱିତୀୟ ବୃହତ ସହର ହେଉଛି ଖାରକିଭ୍ । ରୁଷ ସେନା ପକ୍ଷରୁ ଖାରକିଭରେ ଘନଘନ ବୋମା ବର୍ଷଣ କରାଯାଉଛି । ବିସ୍ପୋରଣରେ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।
With profound sorrow we confirm that an Indian student lost his life in shelling in Kharkiv this morning. The Ministry is in touch with his family.
We convey our deepest condolences to the family.
— Arindam Bagchi (@MEAIndia) March 1, 2022
ବର୍ତ୍ତମାନ ସମୟରେ ଭାରତୀୟ ବୈଦେଶିକ ସଚିବ ଋଷିଆ ଏବଂ ୟୁକ୍ରେନର ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗରେ ଅଛନ୍ତି । ଖାରକିଭ ଏବଂ ଅନ୍ୟାନ୍ୟ ସହରରେ ବହୁ ଛାତ୍ର ଅଟକି ରହିଥିବାରୁ ଭାରତୀୟ ଛାତ୍ର ଓ ନାଗରିକଙ୍କୁ ଏକ ସୁରକ୍ଷିତ ପାସ୍ ଦିଆଯିବାକୁ ସେମାନଙ୍କୁ ନିବେଦନ କରାଯାଇଛି ।
ସେପଟେ ଆଜି ସୁଦ୍ଧା ସମସ୍ତ ଭାରତୀୟ ଛାତ୍ର ୟୁକ୍ରେନ ରାଜଧାନୀ କିଭରୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୟୁକ୍ରେନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜି ଯେକୌଣସି ମତେ କିଭରୁ ସମସ୍ତ ଭାରତୀୟ ଭାରତୀୟ ବାହାରି ଯିବାକୁ କଡା ସୂଚନା ଦେଇଛି ଭାରତୀୟ ଦୂତାବାସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)