• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମାର୍ଚ୍ଚ ୭ ସୁଦ୍ଧା ଛାଡ଼ି ପଳାଇବାକୁ ଆମେରିକାର ନିର୍ଦ୍ଦେଶ

  • ଜାତିସଂଘ କାର୍ଯ୍ୟାଳୟରେ କାର୍ଯ୍ୟରତ ୧୨ ଅଧିକାରୀଙ୍କୁ ନିର୍ଦ୍ଦେଶ

ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ରୁଷ ବିରୋଧରେ ଆମେରିକାର ବଡ଼ କାର୍ଯ୍ୟାନୁଷ୍ଠାନ । ମିଳିତ ଜାତିସଂଘରେ ଅବସ୍ଥାପିତ ରୁଷ ଡିପ୍ଲୋମେଟିକ ମିଶନର ୧୨ ଅଧିକାରୀଙ୍କୁ ବହିଷ୍କାର କରିଛି ଆମେରିକା । ମାର୍ଚ୍ଚ ୭ ସୁଦ୍ଧା ନ୍ୟୁୟର୍କ ଛାଡ଼ି ପଳାଇବାକୁ ଆମେରିକା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜାତିସଂଘରେ ରୁଷର ସ୍ଥାୟୀ ପ୍ରତିନିଧି ବାସିଲି ନେବେଜିଆ ସୂଚନା ଦେଇଛନ୍ତି ।

ଆମେରିକାର ଏଭଳି ପଦକ୍ଷେପ ଅତ୍ୟନ୍ତ ଦୁଃଖଦାୟକ ଓ ଅନ୍ତର୍ଜାତୀୟ ଆଇନ ବିରୋଧୀ ବୋଲି ନ୍ୟୁୟର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ନେବେଜିଆ କହିଛନ୍ତି । ଜାତିସଂଘର ଆବାସିକ ରାଷ୍ଟ୍ର ଭାବେ ଆମେରିକା ନିଜର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛି । ତେବେ କେଉଁ ଅଧିକାମାନଙ୍କୁ ନ୍ୟୁୟର୍କ ଛାଡ଼ି ଯିବାକୁ କୁହାଯାଇଛି, ସେନେଇ କୌଣସି ସ୍ପଷ୍ଟ ତଥ୍ୟ ଆସିନାହିଁ । ଏଭଳି ପଦକ୍ଷେପ ନେଇ ଆମେରିକା ଜାତିସଂଘ ରାଜିନାମା ଉଲ୍ଲଂଘନ କରିଛି ବୋଲି ନେବେଜିଆ କହିଛନ୍ତି ।

ସେପଟେ ୟୁକ୍ରେନ୍ ବିରୋଧରେ ଋଷିଆର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରହିଛି । ଦୁଇ ଦେଶରେ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧର ଆଜି ଷଷ୍ଠ ଦିନ । ରୁଷ୍ ଘନଘନ ଆକ୍ରମଣ କରୁଛି କିନ୍ତୁ ୟୁକ୍ରେନ ପ୍ରତିଆକ୍ରମଣରେ ରୁଷର ୪୫୦୦ ସୈନିକ ପ୍ରାଣ ହରାଇଥିବା ଦାବି କରିଛି । ଏହାବ୍ୟତୀତ ରୁଷର ୧୫୦ ଟ୍ୟାଙ୍କ, ୨୭ ଏୟାରକ୍ରାଫ୍ଟ, ୨୬ ହେଲିକପ୍ଟର ଏବଂ ବିପୁଳ ପରିମାଣର ବନ୍ଧୁକକୁ ନଷ୍ଟ କରିଦିଆଯାଇଥିବା ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ।

ତେବେ ଶତାଧିକ ୟୁକ୍ରେନ୍ ସେନା ମଧ୍ୟ ଯୁଦ୍ଧରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଗୁରୁବାର ଠାରୁ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷ ସେନା ବେଲାରୁଷ ସୀମାକୁ ବ୍ୟବହାର କରି ୟୁକ୍ରେନରେ ଅନୁପ୍ରବେଶ କରିଥିଲା । ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ ରୁଷ ସେନା ଅନ୍ତର୍ଜାତୀୟ ମାନବାଧିକାର ଆଇନର ଉଲ୍ଲଂଘନ କରିଛି ।