ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା । ଅନାସ୍ଥା ଭୋଟର ସାମନା କରିବେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ।
ଭାରତର ବିଦେଶ ନୀତି ସ୍ବତନ୍ତ୍ର ଏବଂ କେହି ଆଖି ଦେଖାଇ ପାରିବେ ନାହିଁ।
ଏପଟେ ଇମ୍ରାନଙ୍କ ଆସନ ଟଳମଳ ସେପଟେ ହାଫିଜ୍ ବିରୋଧରେ କୋର୍ଟଙ୍କ ଦଣ୍ଡାଦେଶକୁ ନାନା ଚର୍ଚ୍ଚା
ଇମ୍ରାନଙ୍କ ନିଜ ଦଳର ଦୁଇ ଡର୍ଜନ୍ରୁ ଅଧିକ ସାଂସଦ ମଧ୍ୟ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବା ଆଶଙ୍କା କରାଯାଉଛି । ତେବେ ନିଶ୍ଚିତ ପରାଜୟ ଜାଣିବା ସତ୍ତ୍ୱେ ଇମ୍ରାନ୍ ଯଦି ଇସ୍ତଫା ନଦିଅନ୍ତି, ତେବେ ସେ ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବାରେ ପ୍ରଥମ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବେ ।
କିଭ୍ ଦଖଲରେ ବିଫଳ ହେବା ପରେ ଋଷ ଫୋକସରେ ପୂର୍ବ ୟୁକ୍ରେନ୍ । କିଭ୍ ଉପକଣ୍ଠରୁ ସୈନ୍ୟ ପ୍ରତ୍ୟାହାର କରି, ପୂର୍ବ ୟୁକ୍ରେନରେ ସେନା ଠୁଳ କରୁଛି ଋଷ ।
ଶ୍ରୀଲଙ୍କାରେ ଲୋକଙ୍କ ବିରୋଧ ଓ ପ୍ରତିବାଦ ଜାରି ରହିଛି। ଗଳିକନ୍ଦିରେ ଦେଖିବାକୁ ମିଳୁଛି ପ୍ରତିବାଦର ସ୍ୱର। ରାଷ୍ଟ୍ରପତି ଭବନଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁଠି ଶୁଭୁଛି ପ୍ରତିବାଦର ସ୍ୱର।
ଗୋଟିଏପଟେ ଶ୍ରୀଲଙ୍କାରେ ଅର୍ଥନୀତି ଅତ୍ୟନ୍ତ ଖରାପ ହୋଇ ଥିବାବେଳେ ଏବେ ରାଜନୈତିକ ଅସ୍ଥିରତା ଶ୍ରୀଲଙ୍କାକୁ ଅଣନିଶ୍ୱାସୀ କଲାଣି। ସବୁ କ୍ୟାବିନେଟ୍ ମନ୍ତ୍ରୀ ଇସ୍ତଫା ଦେବା ପରେ ବିରୋଧୀ ଦଳଙ୍କୁ ସରକାରରେ ସାମିଲ୍ ହେବା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆହ୍ୱାନ ଦେଇଛନ୍ତି।
ଲଦାଖ ସୀମାରେ ଭାରତ-ଚୀନ୍ ମଧ୍ୟରେ ବଳ କଷାକଷି ଚାଲିଥିବା ବେଳେ, ଭାରତୀୟ ସୀମାବର୍ତ୍ତୀ ବିଦ୍ୟୁତ୍ ଯୋଗାଣ କେନ୍ଦ୍ର ଉପରେ ଆଖି ପକାଇଛି ଡ୍ରାଗନ୍ । ଭାରତର ବିଦ୍ୟୁତ ସରବରାହ ବ୍ୟବସ୍ଥା ଭିତରେ ବାରମ୍ବାର ପଶିବାକୁ ଉଦ୍ୟମ କରୁଛନ୍ତି ଚୀନ୍ ପ୍ରାୟୋଜିତ ହ୍ୟାକର୍
ଲାପଟପ୍, କମ୍ପ୍ୟୁଟର ଏବଂ ମୋବାଇଲରେ ଥିବା VLC ମିଡିଆ ପ୍ଲେୟାର ମାଧ୍ୟମରେ ଏବେ ହ୍ୟାକ୍ କରାଯାଉଛି। ଚୀନ୍ର ହ୍ୟାକିଂ ଗ୍ରୁପ୍ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି।ସିଷ୍ଟମରେ ଭାଇରସ୍ ଆକ୍ଟିଭ୍ କରିବାକୁ ଏହି ହ୍ୟାକର ଗ୍ରୁପ୍ ଭିଏଲ୍ସି ମିଡିଆ ପ୍ଲେୟାର ବ୍ୟବହାର କରୁଛି।
ସେଣ୍ଟ୍ରାଲ ଆମେରିକାର କୋଷ୍ଟା ରିକା(Costa Rica) ଦେଶରେ ଗୁରୁବାର ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି। ଏର୍ମଜେନ୍ସି ଲ୍ୟାଣ୍ଡିଂ ବେଳେ ବିମାନଟି ମଝିରୁ ୨ ଖଣ୍ଡ ହୋଇଯାଇଛି। ବିମାନ ଦୁର୍ଘଟଣା ବେଳର ଦୃଶ୍ୟ ଏବେ ସାମ୍ନାକୁ ଆସିଛି।
ଭୋଟିଂରେ ରୁଷ ବିରୋଧରେ ୯୩ଟି ଭୋଟ ପଡ଼ିଥିବା ବେଳେ ସପକ୍ଷରେ ପଡ଼ିଥିଲା ମାତ୍ର ୨୪ଟି ଭୋଟ୍ । ତେବେ ଏହାରି ଭିତରେ ସବୁଠୁ ରୋଚକ ଖବର ହେଉଛି ଭୋଟ୍ଦାନରୁ ବିରତ ରହିଲା ଭାରତ ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା । ଅନାସ୍ଥା ପ୍ରସ୍ତାବ ଖାରଜକୁ ଅସାମ୍ବିଧାନିକ କହିଛନ୍ତି ସୁପ୍ରିମକୋର୍ଟ ।
ଶ୍ରୀଲଙ୍କାରେ ଶୁଭୁଛି ରାଜପକ୍ଷେ ପରିବାର ବିରୋଧୀ ସ୍ୱର। ଦେଶର ରାଷ୍ଟ୍ରପତି ହୁଅନ୍ତୁ ଅବା ପ୍ରଧାନମନ୍ତ୍ରୀ ସେମାନେ ସମସ୍ତେ ଗୋଟିଏ ପରିବାରର। ଆଉ ଏବେ ଶ୍ରୀଲଙ୍କା ସଙ୍କଟ ପାଇଁ ଏଭଳି ପରିବାରବାଦ ରାଜନୀତିକୁ ଦାୟୀ କରାଯାଉଛି।
ଲଙ୍କାରେ ହାହା କାର। ସୌନ୍ଦର୍ଯ୍ୟଭରା ଶ୍ରୀଲଙ୍କା ଏବେ ଶ୍ରୀହୀନ ହୋଇଯାଇଛି। ଦେଶବ୍ୟାପୀ ଜନ ଆନ୍ଦୋଳନ ତୀବ୍ର ହେଉ ଥିବାବେଳେ ଏବେ ଶ୍ରୀଲଙ୍କାର ସ୍ଥିତି ଶୋଚନୀୟ ହୋଇପଡ଼ିଛି। ଏବେ ଦେଶରେ ଶୁଭୁଛି ରାଜପକ୍ଷେ ପରିବାର ବିରୋଧୀ ସ୍ୱର।
ଶ୍ରୀଲଙ୍କା ସ୍ଥିତି ସଙ୍ଗୀନ। ସେଓ କିଲୋପ ଦାମ୍ ଦେଢ ହଜାର, ନାସପାତି କିଲୋ ୧୫ ଶହ ଟଙ୍କା। ଗହମ ଆଉ ଚିନିର ଦର ୨୪୦ ଉପରେ...ଗ୍ରାହକଙ୍କୁ ଅପେକ୍ଷା କରି କରି ଦିନ କାଟୁଛନ୍ତି ଦୋକାନୀ
ପାକିସ୍ତାନରେ ଇମ୍ରାନ ଖାନ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଇମ୍ରାନଙ୍କ ପତ୍ନୀ ବୁଶ୍ରା ବିବିଙ୍କ ବନ୍ଧୁ ଫରାହ ଖାନଙ୍କ ସମ୍ପତ୍ତି ୪ ଗୁଣା ବଢ଼ିଛି। ରିପୋର୍ଟ ଅନୁସାରେ, ଫରାହ ଖାନ ଦୁବାଇ ପଳାଇଛନ୍ତି। ତାଙ୍କ ପୂର୍ବରୁ ତାଙ୍କ ସ୍ୱାମୀ ବିଦେଶ ପଳାଇଛନ୍ତି। ତାଙ୍କ ପାଖରେ ଥିବା ୬୮ ଲକ୍ଷ ଟଙ୍କାର ବ୍ୟାଗ୍କୁ ନେଇ ମଧ୍ୟ ଚର୍ଚ୍ଚା।
ନିଜ ଜାଲରେ ଛନ୍ଦି ହେଉଛନ୍ତି ଇମ୍ରାନ୍ ଖାନ୍ । ଏମିତିକି ଇମ୍ରାନ ପାକିସ୍ତାନର ସୁପ୍ରିମ୍ କୋର୍ଟକୁ ମଧ୍ୟ ପ୍ରତିଉତ୍ତର ଦେଇପାରୁନାହାଁନ୍ତି ।
ଭାରତକୁ କୃତଜ୍ଞତା ଜଣାଇଲେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର । ଭାରତକୁ ବଡ଼ ଭାଇର ଆଖ୍ୟା ଦେଇଛନ୍ତି ସନଥ ଜୟସୁରିୟା। ଏଥିସହ ଭାରତ ସମେତ ସବୁ ପଡ଼ୋଶୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି।
ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ମଧ୍ୟରେ ଋଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ଅଧିକ ଆଲୋଚନା କରାଯାଉଛି। ବର୍ତ୍ତମାନ ପୁଟିନ ସହ ଜଡିତ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି। ବିଗତ କିଛି ବର୍ଷ ମଧ୍ୟରେ ଭ୍ଲାଦିମିର ପୁଟିନ ଏବଂ ତାଙ୍କ ନୀତିକୁ ବିରୋଧ କରୁଥିବା ଲୋକମାନେ ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଛନ୍ତି।
ଗୋଟିଏ ପଟେ ଦେଶବ୍ୟାପୀ ଅଭାବରୁ ଆର୍ତ୍ତ ଚିତ୍କାର, ଅନ୍ୟପଟେ କ୍ଷମତାସୀନ ସରକାର ବିରୋଧରେ ଶକ୍ତିଶାଳୀ ବିକ୍ଷୋଭ । ଗୁରୁତର ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାରେ ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି ସାଧାରଣ ଲୋକଙ୍କ ଜୀବନ
ଶ୍ରୀଲଙ୍କାରେ ବିଭିନ୍ନ ସାମଗ୍ରୀର ଦରଦାମ ଦେଖିବା ଯଦି, ଏବେ ଚା କପ୍ର ମୂଲ୍ୟ ୧୦୦ ଟଙ୍କା ଆଉ ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା । କିଲେ ଚାଉଳ କିଣିବାକୁ ହେଲେ ଦେବାକୁ ପଡ଼ୁଛି ୨୨୦ ଟଙ୍କା ।
କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ତାଇଓ୍ୱାନ୍ ଏକ ସ୍ୱାଧୀନ ଗଣତାନ୍ତ୍ରିକ ଦେଶ ହୋଇଥିବା ବେଳେ ଏହା ମୂଳ ଚୀନ୍ ଭୁଖଣ୍ଡର ବୋଲି ଦାବି କରୁଛି ବେଜିଂ । ଖାସ୍ କରି ସାଇ-ଇଙ୍ଗ-ୱେଙ୍ଗ ୨୦୧୬ରେ ତାଇଓ୍ୱାନ୍ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଚୀନ୍ ଚାପ ବଢାଇ ଚାଲିଛି ।
ସାରା ବିଶ୍ୱ ତାଙ୍କୁ ଜଣେ ବିଚକ୍ଷଣ ରାଜନେତା ଭାବେ ସମ୍ମାନ ବି ଦେଇଆସୁଥିଲା । ତେବେ ୟୁକ୍ରେନ ଆକ୍ରମଣ ତାଙ୍କୁ ଜଣେ କ୍ରୁର ମଣିଷ ଭାବେ ଚିତ୍ରିତ କରିଛି ।
ଟ୍ୱିଟରରେ ଆପଣ ଏଡିଟ୍ ବଟନ୍ ଚାହାନ୍ତି କି? ଟେସଲା ସିଇଓ ଏଲନ୍ ମସ୍କଙ୍କ ଜନମତ ସର୍ଭେକୁ ନେଇ ଏବେ ଉତ୍କଣ୍ଠା ଦେଖାଦେଇଛି ।
ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।