Advertisment

ପ୍ରଥମଥର ପାଇଁ ମଣିଷ ଶରୀରରେ ମିଳିଲା H3N8 ବାର୍ଡ ଫ୍ଲ୍ୟୁ ସଂକ୍ରମଣ; ଜାଣନ୍ତୁ, ଏହା କେତେ ଭୟାନକ...

ପ୍ରଥମ ଥର ପାଇଁ ମଣିଷ ଶରୀରରେ H3N8 ବାର୍ଡ ଫ୍ଲ୍ୟୁ ଷ୍ଟ୍ରେନ୍‌ ଚିହ୍ନଟ କରାଯାଇଛି। ଚୀନର ଜଣେ ୪ ବର୍ଷୀୟ ବାଳକ H3N8 ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
China Reports 1st Human Case Of H3N8 Bird Flu

China Reports 1st Human Case Of H3N8 Bird Flu

ପ୍ରଥମ ଥର ପାଇଁ ମଣିଷ ଶରୀରରେ H3N8 ବାର୍ଡ ଫ୍ଲ୍ୟୁ ଷ୍ଟ୍ରେନ୍‌ ଚିହ୍ନଟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଚୀନର ହେନାନ ପ୍ରଦେଶରେ ମଣିଷ ଶରୀରରେ ବାର୍ଡ ଫ୍ଲ୍ୟୁର H3N8 ଷ୍ଟ୍ରେନ ସହ ଏହି ସଂକ୍ରମଣ ଠାବ କରାଯାଇଛି। ଚୀନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ(NHC) ପକ୍ଷରୁ ଏକ ବୟାନ ଜାରି କରାଯାଇ ଏନେଇ  ସୂଚନା ଦିଆଯାଇଛି। ତେବେ ଲୋକମାନଙ୍କୁ ସଂକ୍ରମଣ ହେବା ଆଶଙ୍କା କମ୍‌। ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି NHC ପକ୍ଷରୁ କୁହାଯାଇଛି।

Advertisment

ଚୀନର ଜଣେ ୪ ବର୍ଷୀୟ ବାଳକ H3N8 ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ଏନ୍‌ଏଚ୍‌ସି ସୂଚନା ଅନୁସାରେ, ଜ୍ୱର ସହ ଅନେକ ଲକ୍ଷଣ ଦେଖାଯିବା ପରେ ଶିଶୁଟି H3N8 ଭାଇରସ୍‌ରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଆଶ୍ୱସ୍ତିକର କଥା, ସମ୍ପୃକ୍ତ ଶିଶୁ ସହ ସମ୍ପର୍କରେ ଆସିଥିବା କୌଣସି ବ୍ୟକ୍ତି ଏହି ଭାଇରସ୍‌ରେ ସଂକ୍ରମିତ ହୋଇ ନାହାନ୍ତି। ଶିଶୁଟି ଘରେ ପାଳିତ କୁକୁଡ଼ା ଓ କାଉ ମାନଙ୍କ ସହ ସମ୍ପର୍କରେ ଆସିଥିଲା। ଏହାପରେ ତାଙ୍କୁ ଜ୍ୱର ସହ ଅନେକ ଲକ୍ଷଣ ଦେଖାଯାଇଥିଲା। ଯାଞ୍ଚ ପରେ ଶିଶୁଟି H3N8 ଭାଇରସ୍‌ରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। 

ସ୍ୱାସ୍ଥ୍ୟ ଆୟୋଗ ପକ୍ଷରୁ କୁହାଯାଇଛି ଯେ, H3N8 ଭାଇରସ୍‌ ପ୍ରଥମେ ଘୋଡ଼ା, କୁକୁର, ପକ୍ଷୀଙ୍କ ଠାରେ ଠାବ କରାଯାଇଥିଲା। ହେଲେ ମଣିଷଙ୍କ ପାଖରେ H3N8 ଷ୍ଟ୍ରେନ୍‌  ମିଳି ନଥିଲା। ହେଲେ ଏବେ ଚୀନର ଜଣେ ୪ ବର୍ଷୀୟ ଶିଶୁ ଏହି ଷ୍ଟ୍ରେନ୍‌ରେ ସଂକ୍ରମିତ ହୋଇଛନ୍ତି। ତେଣୁ ଏହା ଦୁନିଆର ପ୍ରଥମ ମାମଲା ଯାହା ମଣିଷଙ୍କ ଠାରେ ଠାବ କରାଯାଇଛି। 

Advertisment
China Bird Flu H3N8 Bird Flu
Advertisment
Advertisment