• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପାକିସ୍ତାନର କରାଚୀ ବିଶ୍ୱବିଦ୍ୟାଳୟ ପରିସରରେ ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିବାର ସୂଚନା ମିଳିଛି । ୪ ଜଣ ମୃତକଙ୍କ ମଧ୍ୟରୁ ୨ ଚୀନ୍ ନାଗରିକ ଥିବା ସୂଚନା ଦିଆଯାଇଛି । କରାଚୀ ବିଶ୍ୱବିଦ୍ୟାଳୟର କନଫ୍ୟୁସିୟସ ଇନଷ୍ଟିଚ୍ୟୁଟ ନିକଟରେ ଏକ ଭ୍ୟାନରେ ଏହି ବିସ୍ଫୋରଣ ହୋଇଛି ।

ବିସ୍ଫୋରଣର କିଛି ସମୟ ମଧ୍ୟରେ ସୁରକ୍ଷାକର୍ମୀ ମାନେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ସେହି ସ୍ଥାନକୁ ପୋଲିସ ପକ୍ଷରୁ ସିଲ୍‌ କରାଯାଇଛି । ପୋଲିସଙ୍କ କହିବାନୁଯାୟୀ ସେହି ଭ୍ୟାନ୍‌ରେ ସାତରୁ ଆଠ ଜଣ ବ୍ୟକ୍ତି ଥିଲେ । ଆହତ ବ୍ୟକ୍ତି ମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, କରାଚୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଚାଇନିଜ ଦାର୍ଶନିକ କନଫ୍ୟୁସିୟସଙ୍କ ନାଁରେ ଗୋଟିଏ ଇନଷ୍ଟିଚ୍ୟୁଟ ରହିଛି। ଏହି କନଫ୍ୟୁସିୟସ ଇନଷ୍ଟିଚ୍ୟୁଟ ନିକଟରେ ହିଁ ସ୍ଥାନୀୟ ସମୟ ୧.୫୨ରେ ଭ୍ୟାନ ଯୋଗେ ବିସ୍ଫୋରଣ କରାଯାଇଛି। ଖବର ପାଇ ସୁରକ୍ଷାକର୍ମୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ପୂରା ଅଞ୍ଚଳକୁ କର୍ଡନ କରି ଯାଞ୍ଚ କରୁଛନ୍ତି। ଫରେନ୍ସିକ ଟିମ ଓ ସନ୍ଧାନୀ କୁକୁରଙ୍କୁ ମଧ୍ୟ ଘଟଣାସ୍ଥଳକୁ ଅଣାଯାଇଛି।

ପୋଲିସ କହିଛି ଯେ ପ୍ରାଣ ହରାଇଥିବା ୩ ଚାଇନିଜ୍‌ଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ପ୍ରଥମେ ଗ୍ୟାସ ସିଲିଣ୍ଡର ଯୋଗୁ ବିସ୍ଫୋରଣ ହୋଇଛି ବୋଲି ଆଶଙ୍କା କରାଯାଉଥିଲା। ତେବେ ଆତ୍ମଘାତୀ ହମଲା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଅଧିକାଂଶ ମୃତାହତ ଚାଇନିଜ୍‌ ଭାଷାରେ ପାଠ ପଢ଼ାଯାଉଥିବା କଫ୍ୟୁସିୟସ ଇନିଷ୍ଟିଚ୍ୟୁଟର ଶିକ୍ଷାର୍ଥୀ। ୨ ଜଣ ବିଦେଶୀ ସେମାନଙ୍କ ଗେଷ୍ଟ ହାଉସରୁ ନିଜ ବିଭାଗକୁ ଯାଉଥିବା ବେଳେ ହିଁ ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।