/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651302862.jpg)
Ghost Of Kyiv Dies In Battle
ଋଷ୍-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୪୦ ଋଷୀୟ ଲଢ଼ୁଆ ବିମାନ ଉପରେ ଆକ୍ରମଣ କରି ଏହାକୁ ଖସାଇଥିବା ୟୁକ୍ରେନର ଫାଇଟର ପାଇଲଟ୍ଙ୍କ ମୃତ୍ୟୁ ହୋଇଛି। ‘The Times Of London’ର ରିପୋର୍ଟ ଅନୁସାରେ, ଗତ ମାସରେ ଯୁଦ୍ଧ ବେଳେ ଋଷୀୟ ଲଢ଼ୁଆ ବିମାନ ଉପରେ ଆକ୍ରମଣ ପରେ ସାହସୀ ପାଇଲଟ୍ ମେଜର ଷ୍ଟେପନ ତାରାବାଲ୍କା(୨୯)ଙ୍କ ମୃତ୍ୟୁ ଘଟିଛି। ମେଜର ଷ୍ଟେପନଙ୍କୁ ‘Ghost of Kyiv’ କୁହାଯାଉଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତ ମାର୍ଚ୍ଚ ୧୩ରେ ଶତ୍ରୁଙ୍କ ସହ ଲଢ଼େଇ କରୁଥିବା ବେଳେ ଷ୍ଟେପନଙ୍କ ଲଢ଼ୁଆ ବିମାନ ମିଗ୍-୨୯ ନଷ୍ଟ ହୋଇଯାଇଥିଲା।
ଯୁଦ୍ଧର ପ୍ରଥମ ଦିନରେ ମେଜର ଷ୍ଟେପନ ୬ ଋଷୀୟ ବିମାନ ଉପରେ ଆକ୍ରମଣ କରିଥିଲେ। ହେଲେ ସେହି ସମୟରେ ତାଙ୍କର ନାଁକୁ ସାର୍ବଜନୀନ କରାଯାଇନଥିଲା ଓ ତାଙ୍କ ନାଁକୁ ଗୋପନ ରଖାଯାଇଥିଲା। ଏହି କାରଣରୁ ମେଜର ଷ୍ଟେପନଙ୍କୁ ‘Ghost of Kyiv’ କୁହାଯାଉଥିଲା। ଫେବୃଆରୀ ୨୭ରେ ୟୁକ୍ରେନ ସରକାର ଟ୍ୱିଟ୍ କରି କହିଥିଲେ, ‘ଲୋକମାନେ ତାଙ୍କୁ(ମେଜର ଷ୍ଟେପନ ତାରାବାଲ୍କା) ଘୋଷ୍ଟ୍ ଅଫ୍ କିଭ୍ ବୋଲି ଡାକୁଛନ୍ତି। ଏହା ଏକଦମ୍ ଠିକ୍। ସେ ଋଷ୍ର ଲଢ଼ୁଆ ବିମାନ ପାଇଁ ଏକ ଖରାପ ସ୍ୱପ୍ନ ହୋଇଯାଇଛନ୍ତି।’ ଏହାପରେ ମେଜର ଷ୍ଟେପନଙ୍କୁ ୟୁକ୍ରେନବାସୀ ଭଗବାନଙ୍କ ଦୂତ ବୋଲି ଭାବି ନେଇଥିଲେ।
🕯13 березня 2022 року під час повітряного бою з переважаючими силами 🇷🇺 загарбників «пішов у небо» майор Степан Тарабалка.
⁰🎖За захист повітряного простору, доблесть і відвагу майору Степану Тарабалці присвоєно звання «Герой України» (посмертно). pic.twitter.com/otjqT32ZP4— Defence of Ukraine (@DefenceU) March 25, 2022
ଯୁଦ୍ଧରେ ଅଦ୍ୟମ ସାହସ ପାଇଁ ମେଜର ଷ୍ଟେପନଙ୍କୁ ୟୁକ୍ରେନର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଦ ଗୋଲ୍ଡେନ୍ ଷ୍ଟାର’ରେ ସମ୍ମାନିତ କରାଯାଇଥିଲା। ତାଙ୍କୁ ୟୁକ୍ରେନବାସୀ ହିରୋ ବୋଲି ଭାବିଥାନ୍ତି। ତାଙ୍କର ପରିବାର କହିଲେ ପତ୍ନୀ ଓ ୮ ବର୍ଷର ପୁଅ। ଟାଇମ୍ସ ରିପୋର୍ଟ ଅନୁସାରେ, ମେଜର ଷ୍ଟେପନ ପଶ୍ଚିମ ୟୁକ୍ରେନର କୋରଲିଭ୍କାର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ପାଇଲଟ୍ ହେବା ତାଙ୍କର ସ୍ୱପ୍ନ ଥିଲା। ଯେତେବେଳେ ଆକାଶରେ ବିମାନ ଉଡ଼ୁଥିଲା, ଏହାକୁ ଦେଖି ସେ ପାଇଲଟ୍ ହେବା ପାଇଁ ସ୍ୱପ୍ନ ଦେଖିଥିଲେ।
ମେଜର ଷ୍ଟେପନଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଯୁଦ୍ଧ ବେଳେ କିମ୍ବା ତାଙ୍କ ମୃତ୍ୟୁକୁ ନେଇ ୟୁକ୍ରେନ ସେନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ତାଙ୍କ ବାପା କହିଛନ୍ତି, ‘ଫ୍ଲାଇଂ ମିଶନରେ ସେ ଯାଇଥିଲେ ବୋଲି ଆମେ ଜାଣିଥିଲୁ। ହେଲେ ସେ ଆଉ ଫେରି ନଥିଲେ। କେବଳ ଏତିକି ସୂଚନା ଆମ ପାଖରେ ଅଛି।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)