ଯଦି ଆପଣଙ୍କର ଗୋଡ ପତଳା ଅଛି କିମ୍ବା ଥଲଥଲ ମାଂସ ଜମା ହୋଇଛି, ତେବେ ଆପଣ କେବଳ ଗୋଟିଏ ବ୍ୟାୟାମ କରି ଏହାର ଲାଭ ପାଇପାରିବେ। ଏହା ହେଉଛି ୱାଲ୍ ସ୍କ୍ୱାଟସ୍। ଏହା କରିବା ଦ୍ୱାରା ପେଣ୍ଡା ଓ ଆଣ୍ଠୁ ଚାରିପାଖରେ ଥିବା ମାଂସପେଶୀ ସକ୍ରିୟ ହୁଏ। ଆସନ୍ତୁ ଜାଣିବା ଏହାର ଟିପ୍ସ।
GBS ଏକ ବିରଳ ସ୍ନାୟୁଗତ ରୋଗ । ହସ୍ପିଟାଲରେ ଥିବା ୫୯ ଜଣଙ୍କ ମଧ୍ୟରୁ ୧୨ ଜଣ ଭେଣ୍ଟିଲେଣ୍ଟରରେ ଚିକିତ୍ସାଧିନ ରହିଛନ୍ତି ।
Tricks of Morning Walk: ମର୍ଣ୍ଣିଂୱାକ୍ ସଂପର୍କରେ ୯ଟି ଟ୍ରିକ୍
ବଜାରରୁ ବିସ୍କୁଟ୍ କିଣିବା ବେଳେ କେବେ ଥରେ ତାହାର ପଛପାଖରେ ଥିବା ଉପାଦାନ ବା କମ୍ପୋଜିସନ୍ ପଢ଼ନ୍ତୁ। ଦେଖିବେ ଏଥିରେ କେବଳ ମଇଦା, ସାଚୁରେଟେଡ୍ ଫ୍ୟାଟ୍ ବା ତେଲ ଓ ସୁଗାର ବା ଚିନି ଛଡ଼ା ଆଉ କିଛି ନାହିଁ।
ମାଇକ୍ରୋୱେଭରେ ଖାଦ୍ୟ ଗରମ କରିବା ଏକ ଅତି ସହଜ ଉପାୟ। କିନ୍ତୁ ମାଇକ୍ରୋୱେଭରେ କିଛି ଖାଦ୍ୟ ପଦାର୍ଥ ଗରମ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେବେ ଆସନ୍ତୁ ଏମିତି ୫ଟି ଖାଦ୍ୟ ସାମଗ୍ରୀ ବିଷୟରେ ଜାଣିବା ଯାହା ମାଇକ୍ରୋୱେଭରେ ଭୁଲରେ ବି ଗରମ ହେବା ଉଚିତ ନୁହେଁ।
ଯୋଗ ଛାତିର ମାଂସପେଶୀକୁ ମଜବୁତ କରେ ଏବଂ ଛାତିର ଆକାରକୁ ବଢାଇଥାଏ। ଏହା ସହିତ କାନ୍ଧ ଶକ୍ତିଶାଳୀ ହୁଏ ଏବଂ ଶ୍ୱାସକ୍ରିୟାରେ ଉନ୍ନତି ହୁଏ। ତେବେ ଆସନ୍ତୁ ଏହି ସବୁ ଯୋଗାସନ ବିଷୟରେ ଜାଣିନେବା।
କ’ଣ ହେଉଛି କେହି ଜାଣି ପାରୁନାହାନ୍ତି । ପ୍ରଥମେ ଜ୍ୱର ହେଉଛି, ତା ପରେ ଦେହରୁ ଝାଳ ବାହାରୁଛି । କିଛି ସମୟ ପରେ ଲୋକ ମରିଯାଉଛନ୍ତି । ଏହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ଲୋକ । ସ୍ୱାସ୍ଥ୍ୟ ବିଭାଗ କାରଣ ଖୋଜୁଛି । କିନ୍ତୁ କୌଣସି ନିଷ୍କର୍ସରେ ପହଞ୍ଚିପାରୁନି । ପୋଲିସ ବି ତଦନ୍ତ କରୁଛି, କେଉଁ କାରଣରୁ ମରି ଯାଉଛନ୍ତି ଲୋକ । ଏହା ପଛରେ କିଛି ଖଳ ପ୍ରକୃତିର ଲୋକଙ୍କ ହାତ ଅଛି କି ?
ସାଧାରଣତଃ ଜେନେଟିକ୍ସର ସୁନ୍ଦରତା ଉପରେ ପ୍ରଭାବ ରହିଥାଏ। ତେବେ ଆମେ ଆମ ଶରୀର, ମନ ଓ ମାନସିକତାକୁ ଯେଉଁଭଳି ରଖୁ ଆମ ବ୍ୟକ୍ତିତ୍ବରେ ଏହାର ଝଲକ ଦେଖିବାକୁ ମିଳିଥାଏ।
ଆଜିକାଲି ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଭୁଲ ଖାଇବା ଅଭ୍ୟାସ ଅନେକ ରୋଗର କାରଣ ହେଉଛି। ଏହା ପୁରୁଷମାନଙ୍କ ଉପରେ ମଧ୍ୟ ବହୁତ ପ୍ରଭାବ ପକାଉଛି। ପୁରୁଷମାନେ ଶକ୍ତି ହରାଇବା ସହିତ ଏହା ମଧ୍ୟ ସେମାନଙ୍କ କ୍ଷେତ୍ରରେ ବନ୍ଧ୍ୟାକରଣ ସମସ୍ୟା ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ସେମାନେ ସନ୍ତାନ ପ୍ରାପ୍ତିର ସୁଖରୁ ବଞ୍ଚିତ ହେଉଛନ୍ତି। ଏନେଇ ଡାଏଟିସିଆନ୍ କ’ଣ କୁହନ୍ତି ଆସନ୍ତୁ ଜାଣିବା।
ବୁଧବାର କି ରବିବାର ହେଲେ କିମ୍ବା କୌଣସି ଭୋଜି, ସବୁଠାରୁ ଅଧିକ ଭିଡ଼ ଜମେ ମଟନ୍ ଦୋକାନ ସାମନାରେ। ହେଲେ ଆପଣଙ୍କ ଡାକ୍ତରଠୁ ଆରମ୍ଭ କରି ଡାଏଟିସିଆନ୍ ପର୍ଯ୍ୟନ୍ତ ସମସ୍ତେ ତାଗିଦ୍ କରନ୍ତି ମଟନ୍ କିମ୍ବା ଅନ୍ୟ ରେଡ୍-ମିଟ୍ ନଖାଇବା ପାଇଁ। କ’ଣ ରହିଛି ଏହା ପଛରେ କାରଣ, ପାଟିକୁ ସୁଆଦିଆ ଲାଗୁଥିବା ଆଉ ପୁଷ୍ଟିସାର ଯୁକ୍ତ ଏ ଖାଦ୍ୟକୁ ଗ୍ରହଣ ନକରିବା ପାଇଁ ଉପଦେଶର ? ଆପଣଙ୍କର ଏ ଅଭ୍ୟାସ କ’ଣ ପ୍ରାଣଘାତୀ ହୋଇପାରେ କି?
ପାଳଙ୍ଗ ଓ ପତ୍ରଯୁକ୍ତ ପରିବା ଆଦି ଫ୍ୟାଟି ଲିଭରରୁ ଦୂରେଇ ରଖେ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ସବୁଜ ପନିପରିବାରେ ଥିବା ପଲିଫେନଲ୍ ଓ ନାଇଟ୍ରେଟ୍ ଲିଭରର ପିତକୋଷ ପାଇଁ ଉପଯୋଗୀ ହୋଇଥାଏ। ଏଥିସହିତ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଲିଭରର ମେଟାବୋଲିଜିମ୍ ନିୟନ୍ତ୍ରଣରେ ସହାୟକ ହୁଏ।
8 Ways to Keep Your Kidneys Healthy, healthy habits for happy kidneys, Foods to avoid for kidney health,
ଖୋର୍ଦ୍ଧା କାଇପଦର ଅଞ୍ଚଳରୁ ଜଣେ HMPV ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏ ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।
ଅଧ୍ୟୟନରୁ ଜଣାପଡିଛି ନିୟମିତ ଭାବରେ ସବୁଜ ଚା (Green Tea) ପିଇଲେ ବୟସ୍କ ବ୍ୟକ୍ତିଙ୍କ ମସ୍ତିଷ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।
ଶୀତ ଦିନେ ଥଣ୍ଡା ଏବଂ ଜ୍ୱର ହେବା ସ୍ୱଭାବିକ କଥା। ଏବେ ପ୍ରଶ୍ନ ଉଠୁଛି କାଶ ଏବଂ ଥଣ୍ଡା ହେଲେ ପ୍ରଥମେ କ’ଣ କରିବା ଉଚିତ? ଥଣ୍ଡା ଏବଂ କାଶରେ କେଉଁ ଉପଚାର ଉପଯୋଗୀ ହୋଇପାରେ? ତେବେ ଏନେଇ ବିଶେଷଜ୍ଞମାନେ କ’ଣ କୁହନ୍ତି ଆସନ୍ତୁ ଜାଣିବା।
ବିଶେଷଜ୍ଞ ଏବଂ ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ଏହି hMPV ସ°କ୍ରମଣ ମାନବ ଜାତି ପାଇଁ ନୂଆ ନୁହେଁ। ଯଦି ଆପଣଙ୍କ ବୟସ ୫ବର୍ଷରୁ ଊର୍ଦ୍ଧ୍ବ ତାହେଲେ ଏହି hMPV ଦ୍ବାରା ଆପଣ ଆଗରୁ କେବେ ଥରେ ସ°କ୍ରମିତ ହୋଇସାରିଥିବାର ଅନେକ ସମ୍ଭାବନା ରହିଛି। ତେବେ କ’ଣ ଏ hMPV, କେତେ କ୍ଷତିକାରକ ଏହା ମଣିଷ ପାଇଁ ଏବଂ କେମିତି ନିଜକୁ ସୁରକ୍ଷିତ ରଖିବେ, ଜାଣିବା ପାଇଁ ପଢନ୍ତୁ ଆଜିର ଆଲେଖ୍ୟ।
ଯେତେବେଳେ ସ୍ୱାସ୍ଥ୍ୟ ଏବଂ ସ୍ୱାଦକୁ ନେଇ କଥା ଉଠେ, ସେତେବେଳେ ମିଲେଟ୍ ରୁଟି ଏକ ଉତ୍ତମ ବିକଳ୍ପ ହୋଇଯାଏ। ଶୀତ ଦିନେ ଏହା କେବଳ ଶରୀରକୁ ଗରମ ରଖେ ନାହିଁ, ବରଂ ହଜମ ଠାରୁ ଆରମ୍ଭ କରି ହୃଦୟ ସମ୍ବନ୍ଧୀୟ ସମସ୍ୟା ପର୍ଯ୍ୟନ୍ତ ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ। ମିଲେଟ୍ଜାତୀୟ ଜିନିଷ ଭିତରେ ବାଜରା ଅନ୍ୟତମ।
କୋଭିଡ ପରି HMPV ଏତେ ମାରାତ୍ମକ ନୁହେଁ । କେବଳ ପରିସ୍କାର ପରିଚ୍ଛନ୍ନତା ଦ୍ୱାରା ଆପଣ ଏହା ଠାରୁ ଦୂରେଇ ରହିପାରିବେ । HPMV ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ୍ ନଥିବା ବେଳେ, ଏହାକୁ ପାରାସିଟାମଲ୍ କିମ୍ବା ଜ୍ୱର ଏବଂ ଥଣ୍ଡା ହ୍ରାସ କରୁଥିବା ଅନ୍ୟ କୌଣସି ଔଷଧ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ ।
ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ୨୯ ହଜାର ୬୪୮ ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ମିଳୁଥିଲା। ଆୟୁଷ୍ମାନ ଭାରତରେ ୧୯ଶହ ୪୯ ପ୍ରକାର ମେଡିକାଲ ସେବା ସହ ମେଡିକାଲରୁ ଡିସାର୍ଜ ହେବା ପରର ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ମେଡିସିନ ସୁବିଧା ରହିଛି।
ଯଦି ଆପଣ ଫିଟ୍ ଏବଂ ପାଇନ୍ ରହିବାକୁ ଚାହାଁନ୍ତି ତେବେ ନିଶ୍ଚିତ ଭାବରେ ଯୋଗ ଅଭ୍ୟାସ କରନ୍ତୁ। ସବୁଠାରୁ ଭଲ କଥା ହେଉଛି ଏଥିପାଇଁ ଆପଣଙ୍କୁ ଅଲଗା ସମୟ ବାହାର କରିବାକୁ ପଡିବ ନାହିଁ। କେବଳ ଯିଆ-ଆସିବା ଏବଂ ଆପଣଙ୍କର ଦୈନନ୍ଦିନ କାମ କରିବା ଭିତରେ କିଛି ସହଜ ଯୋଗାସନ କରାଯାଇପାରିବ।
HMPV ମୁଖ୍ୟତଃ ବୟସ୍କ ଏବଂ ଶିଶୁମାନଙ୍କୁ ପ୍ରଭାବିତ କରେ। ବୟସ୍କ ଲୋକଙ୍କଠାରେ ଲକ୍ଷଣଗୁଡ଼ିକ ସାମାନ୍ୟରୁ ଗୁରୁତର ପର୍ଯ୍ୟନ୍ତ ହୋଇଥାଏ ଏବଂ ସଂକ୍ରମିତ ବ୍ୟକ୍ତିମାନେ ସାଧାରଣତଃ କାଶ, ନାକ ବନ୍ଦ, ନାକରୁ ପାଣି ବୋହିବା, ଗଳା ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି। ଜ୍ୱର ଏବଂ ଥକ୍କାପଣ ମଧ୍ୟ ହୋଇପାରେ।
ଆଜିର ସମୟରେ ସାଧାରଣତଃ ସମେସ୍ତ ଫିଟ ରହିବାକୁ ପସନ୍ଦ କରନ୍ତି। ତେଣୁ ମର୍ଣ୍ଣିଂ ୱାକ ସାଧାରଣତଃ ସମସ୍ତଙ୍କ ଜୀବନର ଏକ ଅଂଶ ରହିଛି। ମାତ୍ର ଏହାକୁ କରିବାର ସଠିକ ଉପାୟ ଅଧିକ ଲୋକଙ୍କୁ ଜଣା ନ ଥାଏ। ମର୍ଣ୍ଣିଂ ୱାକ ଶରୀରର ପାଚନ ପ୍ରକ୍ରିୟାକୁ ତ୍ବରିତ କରିଥାଏ ଯାହା ଫଳରେ ଶରୀର ରୋଗମୁକ୍ତ ରହିଥାଏ।
ଶରୀରର ପ୍ରତି ଆଭ୍ୟନ୍ତରୀଣ ବ୍ୟବସ୍ଥା ଓ ଜୈବ-ରାସାୟନିକ ପ୍ରକ୍ରିୟାଗୁଡ଼ିକ ପାଇଁ ଉପଯୁକ୍ତ ପରିମାଣର ଭିଟାମିନ୍, ଆୟୋଡିନ୍, ସେଲେନିୟମ୍ ଓ ଆଇରନ୍ ପରି ମାଇକ୍ରୋନ୍ୟୁଟ୍ରିଏଣ୍ଟ ଏବଂ ଲିପିଡ୍, ପ୍ରୋଟିନ୍ ତଥା କାର୍ବୋହାଇଡ୍ରେଟ୍ ପରି ମାକ୍ରୋନ୍ୟୁଟ୍ରିଏଣ୍ଟ ଆବଶ୍ୟକ ହୋଇଥାଏ। ଏବେ ନିମ୍ନରେ କେତେକ ଅତ୍ୟାବଶ୍ୟକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଓ ଅନ୍ୟ ପୋଷକ ବିଷୟରେ ଜାଣିବା।
ସାଧାରଣତଃ ଜଣେ ମଣିଷର ଚୁଟି ଗୋଟିଏ ମାସରେ ଗୋଟିଏ ସେଣ୍ଟିମିଟର ବଢିଥାଏ । ସେହିପରି ହାତ ଆଙ୍ଗୁଠିର ନଖ ମାତ୍ର ୩ ମିଲିମିଟର ବଢିଥାଏ । ଉଭୟ କେଶ ଏବଂ ଚୁଟି କେରାଟିନରେ ତିଆରି ହୋଇଥାଏ ଏବଂ ଉଭୟ ଶରୀର ଭିତରେ ଥିବା ମାଟ୍ରିକ୍ସ ସେଲରୁ ତିଆରି ହୋଇଥାନ୍ତି । ହେଲେ ଏମାନଙ୍କର ସେଲ ଫର୍ମେସନ ପଦ୍ଧତି ଭିନ୍ନ ହୋଇଥାଏ । ନଖର କୋଷିକା ଚମଡା ଭିତରେ ଥିବା ନଖର ମୂଳରୁ ତିଆରି ହୋଇଥାଏ ଏବଂ ବିଭାଜିତ ହୋଇଥାଏ । ଫଳରେ ପୁରୁଣା କୋଷିକା ଆଗକୁ ବାହାରି ଯାଇଥାଏ । ଯଦ୍ୱାରା ନଖ ବଢିଥାଏ ।
ଏହି ଭୂତାଣୁରେ ଅଧିକ ଶିଶୁ ଆକ୍ରାନ୍ତ ହେଉଥିବାରୁ ଚିନ୍ତା ବଢିଛି । କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ଏଥିପାଇଁ ଗାଇଡଲାଇନ୍ ଜାରି କରିସାରିଛନ୍ତି । କର୍ଣ୍ଣାଟକ ସରକାର ଲୋକଙ୍କ ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଥିବା ବେଳେ, ଗହଳି ସ୍ଥାନକୁ ନ ଯିବା ପାଇଁ ମହାରାଷ୍ଟ୍ରରେ କଟକଣା ଲାଗିଛି ।