/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736478865.jpg)
Morning Walk
ଆଜିର ସମୟରେ ସାଧାରଣତଃ ସମେସ୍ତ ଫିଟ ରହିବାକୁ ପସନ୍ଦ କରନ୍ତି। ତେଣୁ ମର୍ଣ୍ଣିଂ ୱାକ ସାଧାରଣତଃ ସମସ୍ତଙ୍କ ଜୀବନର ଏକ ଅଂଶ ରହିଛି। ମାତ୍ର ଏହାକୁ କରିବାର ସଠିକ ଉପାୟ ଅଧିକ ଲୋକଙ୍କୁ ଜଣା ନ ଥାଏ। ମର୍ଣ୍ଣିଂ ୱାକ ଶରୀରର ପାଚନ ପ୍ରକ୍ରିୟାକୁ ତ୍ବରିତ କରିଥାଏ ଯାହା ଫଳରେ ଶରୀର ରୋଗମୁକ୍ତ ରହିଥାଏ। ଏହା ସହିତ ଜୀବନ ଧାରଣ କାରଣରୁ ସୃଷ୍ଟି ହେଉଥିବା ମେଦ ବହୁଳତା ଓ ଡାଇବେଟିସ ପରି ରୋଗକୁ ମଧ୍ୟ ଏହା ନିୟନ୍ତ୍ରଣରେ ରଖିଥାଏ।
ତେବେ ମର୍ଣ୍ଣିଂ ୱାକ କରିବା ସମୟରେ ଲୋକ ମାନେ କିଛି ସାଧାରଣ ନିୟମକୁ ମାନି ନଥାନ୍ତି। ଫଳରେ ଏହାର ସମ୍ପୂର୍ଣ୍ଣ ଫାଇଦା ମିଳି ନଥାଏ। ମର୍ଣ୍ଣିଂ ୱାକ କରିବା ସମୟରେ କଣ ନିୟମ ମାନିବା ଉଚିତ, ଚାଲିବାର ବେଗ କଣ ରହିବା ଉଚିତ ଓ କିପରି ଚାଲିବା ଉଚିତ ଆସନ୍ତୁ ଜାଣିବା....
ମର୍ଣ୍ଣିଂ ୱାକ ସମୟରେ ନିଜ ଶ୍ବାସ ପ୍ରଶ୍ବାସ ଓ ଚାଲିବାର ବେଗ ଉପରେ ଧ୍ୟାନ ଦେବାକୁ ପଡିଥାଏ। ମର୍ଣ୍ଣିଂ ୱାକ ସମୟରେ ପ୍ରଥମେ ଧୀରେ ଧୀରେ ଚାଲିବା ସହ ଶ୍ବାସ ଉପରେ ଧ୍ୟାନ ଦେବ ଉଚିତ। ଧୀରେ ଧୀରେ ଚାଲିବାର ଗତି ବଢାଇବା ସହିତ ଶ୍ବାସ ପ୍ରଶ୍ବାସ କିଭଳି ରହୁଛି ଏହାକୁ ମନିଟର କରିବା ଉଚିତ।
ଅଧିକ ପଢ଼ନ୍ତୁ: Hair Care Tips: ମୁଣ୍ଡରେ ହାତ ମାରିଦେଲେ ଉପୁଡୁଛି କି ଚୁଟି; ଘରେ ତିଆରି କରି ଲଗାନ୍ତୁ ଏହି ଶାମ୍ପୁ, ବନ୍ଦ ହେବ ସମସ୍ୟା
ମର୍ଣ୍ଣିଂ ୱାକରେ ଜଣେ ୧୩ ମିନିଟରୁ ଓ ୨୦ ମିନିଟ ମଧ୍ୟରେ ୧ ମାଇଲ ଚାଲିବା ଉଚିତ। ଏପରି ବେଗରେ ଚାଲିବା ଦ୍ବାରା ମର୍ଣ୍ଣିଂ ୱାକର ବାସ୍ତବ ଫାଇଦା ମିଳିଥାଏ। ଓଜନ ହ୍ରାସ ଓ ରକ୍ତ ଶର୍କରା (ଡାଇବେଟିସ) ନିୟନ୍ତ୍ରଣରେ ଏହା ସାହାଯ୍ୟ କରିଥାଏ। ମେଦବହୁଳତା ରୋଗରେ ପୀଡିତ ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ଏହା ବେଶ ସହାୟକ ହୋଇଥାଏ।
ମର୍ଣ୍ଣିଂ ୱାକରେ ଯାଉଥିଲେ ଦୈନିକ ୨୦-୩୦ ମିନିଟ ଚାଲିବା ଉଚିତ। ସପ୍ତାହରେ ୫ ଦିନ ଯଦି ଜଣେ ଦୈନିକ ୨୦-୩୦ ମିନିଟ ଚାଲନ୍ତି ତେବେ ଏହା ବାସ୍ତବରେ ଫାଇଦା ପ୍ରଦାନ କରିଥାଏ। ଏହା ଠାରୁ କମ୍ ଚାଲୁଥିଲେ ଏହା ଆମର ଶାରୀରିକ ପ୍ରକ୍ରିୟା ଉପରେ ବିଶେଷ ପ୍ରଭାବ ପକାଇ ନଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)