/odishatv-khabar/media/post_attachments/uploadimage/library/16_9/16_9_0/Habit_1737458862.jpg)
Habit
ସୁନ୍ଦରତାକୁ ଆଜିର ସମୟରେ ସମସ୍ତେ ପ୍ରାଥମିକତା ଦେଇଥାନ୍ତି। ତେବେ ସୁନ୍ଦରତା କେବଳ ବାହାର ଲୁକରେ ନଥାଏ ବରଂ ଭିତରୁ ଆମ ଜୀବନଶୈଳୀ କିଭଳି ଏହା ଉପରେ ନିର୍ଭର କରିଥାଏ। ବୟସ ବଢିବା ସହିତ ଆମର ଦୈନନ୍ଦିନ ଜୀବନର କିଛି ଅଭ୍ୟାସ ଆମର ସୁନ୍ଦରତାକୁ ପରୋକ୍ଷରେ ନିୟନ୍ତ୍ରିତ କରିଥାଏ। ସାଧାରଣତଃ ଜେନେଟିକ୍ସର ସୁନ୍ଦରତା ଉପରେ ପ୍ରଭାବ ରହିଥାଏ। ତେବେ ଆମେ ଆମର ଶରୀର, ମନ ଓ ମାନସିକତାକୁ ଯେଉଁଭଳି ରଖୁ ଆମ ବ୍ୟକ୍ତିତ୍ବରେ ଏହାର ଝଲକ ଦେଖିବାକୁ ମିଳିଥାଏ।
ଏମିତି କିଛି ଅଭ୍ୟାସ ରହିଛି ଯାହା କରିବା ଦ୍ବାରା ସୁନ୍ଦରତା ପ୍ରାକୃତିକ ଭାବରେ ବୃଦ୍ଧି ପାଇଥାଏ। ଅନ୍ୟ ପକ୍ଷରେ ଏହି ସବୁ ଅଭ୍ୟାସ ନ ଛାଡିବା ଦ୍ବାରା ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଏହି ୯ଟି ଅଭ୍ୟାସକୁ ଆଜି ହିଁ ପରିତ୍ୟାଗ କଲେ ଆପଣ ବୃଦ୍ଧାବସ୍ଥାରେ ମଧ୍ୟ ସୁନ୍ଦର ଦେଖାଯିବେ।
ନିଦ୍ରାହୀନତା: ସୁନ୍ଦରତା ଓ ନିଦ୍ରା ପରସ୍ପର ସହ ଅଙ୍ଗାଙ୍ଗୀ ଭାବରେ ଜଡିତ। ଶୋଇବା ବର୍ତ୍ତମାନ ସମୟରେ ଏକ ସ୍ବଚ୍ଛନ୍ଦ ନୁହେଁ ବରଂ ଆବଶ୍ୟକତାରେ ପରିଣତ ହୋଇଛି। ଶୋଇବା ସମୟରେ ଆମ ଶରୀରର ସେଲ ଗୁଡିକର ପୁନନିର୍ମାଣ ହୋଇଥାଏ। ଯାହା ଫଳରେ ଚର୍ମରେ ଚମକ ଆସିଥାଏ। ତେଣୁ ଦୈନିକ ୭-୯ ଘଣ୍ଟାର ନିଦ୍ରା ନିହାତି ଆବଶ୍ୟକ। ରାତିରେ ଠିକ୍ରେ ନ ଶୋଇବା ଦ୍ବାରା ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ। ଫଳରେ ଚମ ଧୁଡୁ ଧୁଡୁ ହେବାର ପରସ୍ଥିତି ଆଗୁଆ ଆସିଥାଏ।
ଷ୍ଟ୍ରେସରେ ରହିବା: ଷ୍ଟ୍ରେସ ଆଧୁନିକ ଜୀବନଶୈଳୀର ଏକ ଅଂଶ ପାଲଟି ସାରିଛି। ତେବେ କ୍ରୋନିକ ଷ୍ଟ୍ରେସ କାରଣରୁ ସ୍କିନର ଗ୍ଲୋ ହ୍ରାସ ପାଉଥିବା ବେଳେ ଏହା ଲୋଚାକୋଚା ହେବାର ସମ୍ଭାବନା ବୃଦ୍ଧି ପାଇଥାଏ। ଷ୍ଟ୍ରେସ ନେବା ଫଳରେ ଶରୀରରେ ସୃଷ୍ଟି ହେଉଥିବା ହରମୋନ ବୟସ ବୃଦ୍ଧିରେ ସାହାଯ୍ୟ କରିଥାଏ। ତେଣୁ ଷ୍ଟ୍ରେସ ନନେବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି।
ୱାର୍କଆଉଟ ନ କରିବା: ଦୈନିକ ୱାର୍କଆଉଟ କରିବା ଏକ ଭଲ ଅଭ୍ୟାସ। ଏହା ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହିତ ଷ୍ଟ୍ରେସ ମୁକ୍ତ ରହିବାରେ ସାହଯ୍ୟ କରିଥାଏ। ମାନସିକ ଅବସାଦ ଓ ଚିନ୍ତାରୁ ଦୂରେଇ ରହିବା ପାଇଁ ୱାର୍କଆଉଟ ଏକ ଚମତ୍କାର ଅଭ୍ୟାସ। ସେହିପରି ଶରୀରକୁ ଫିଟ ରଖିବାରେ ମଧ୍ୟ ଏହା ସାହଯ୍ୟ କରିଥାଏ। ଅଧିକ ୱାର୍କଆଉଟ କରିବା ଦ୍ବାରା ଶରୀର ସାମାନ୍ୟ କ୍ଲାନ୍ତ ହୋଇଥାଏ। ଏହା ଦ୍ବାରା ନିଦ ଭଲ ହେଉଥିବା ବେଳେ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
କମ ପାଣି ପିଇବା: ଆମ ଶରୀରରେ ୬୦ ପ୍ରତିଶତ ପାଣି ରହିଛି । ତେବେ ପାଣି ପିଇବାରେ ଅବହେଳା କରିବା ଦ୍ବାରା ଆମ ଶରୀରରେ ନାନାଦି ସମସ୍ୟା ଦେଖା ଦେଇଥାଏ। ଶରୀରରେ ଜଳର ଉପସ୍ଥିତି ଚର୍ମକୁ ସୁସ୍ଥ ଓ ସତେଜ ରଖିଥାଏ। ତେବେ ଶରୀରରେ ଜଳ ପ୍ରତିଶତ ହ୍ରାସ ହେବା ଦ୍ବାରା ହିଁ ଏହାର ପ୍ରଭାବ ଚର୍ମ ଓ ଆଖି ଉପରେ ଦେଖିବାକୁ ମିଳିଥାଏ। ନିୟମିତ ବ୍ୟବଧାନରେ ପାଣି ପିଇବା ଦ୍ବାରା ବୟସ ବୃଦ୍ଧି ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
ଖରାପ ଖାଦ୍ୟ ଅଭ୍ୟାସ: ଖାଇବା ଅଭ୍ୟାସର ଆମ ସୁସ୍ଥତା ଉପରେ ବଡ ଭୂମିକା ରହିଥାଏ। ‘ୟୁ ଆର ହ୍ବାଟ ୟୁ ଇଟ’ ଏହାର ଜ୍ବଳନ୍ତ ଉଦାହରଣ। ସାଧାରଣ ଓ ସୁଷମ ଖାଦ୍ୟ ଦ୍ବାରା ଶରୀର ସତେଜ ରହିଥାଏ। ମାତ୍ର ବାହାର ଖାଇବା, ତେଲ ମସଲ ଓ ପ୍ୟାକେଜଡ ଖାଦ୍ୟ ଅଧିକ ଖାଇବା କାରଣରୁ ଏହା ବୟସ ବୃଦ୍ଧି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ। ଚିନି ଜାତୀୟ ଖାଦ୍ୟର ଅଧିକ ସେବନ, ମିଲ ସ୍କିପ କରିବା ଦ୍ବାରା ମଧ୍ୟ ଆମ ଶରୀର ପ୍ରଭାବିତ ହୋଇଥାଏ।
ଅଧିକ ପଢ଼ନ୍ତୁ: ଶୀତ ଲହରୀ ଯୋଗୁଁ ବାହାରକୁ ଯାଇ କରିହେଉନି କି ବ୍ୟାୟାମ… ଘରେ କରନ୍ତୁ ଏହିସବୁ ଯୋଗ
ଖରାରେ ବୁଲିବା: ସୂର୍ଯ୍ୟ ଆଲୋକ ଆମ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ। ତେବେ ସମାନ ଭାବରେ ଏହା ଆମ ଚର୍ମକୁ କ୍ଷତି ମଧ୍ୟ ପହଞ୍ଚାଇଥାଏ। ମାତ୍ରାଧିକ ସମୟ ଖରାରେ ବାହାରେ ରହିବା ଦ୍ବାରା ଆମର ଚର୍ମ ଖରାପ ହୋଇଥାଏ। ଯାହା ଫଳରେ ବୟସ ଅଧିକ ଜଣା ପଡିଥାଏ। ନିୟମିତ ଭାବରେ ଖରାରେ ବାହାରେ ରହୁଥିଲେ ଏହାକୁ ଆଭଏଡ କରିବା ଆବଶ୍ୟକ କିମ୍ବା ସନସ୍କ୍ରିନ ଲୋଶନର ବ୍ୟବହାର କରିବା ଉଚିତ।
ନିଜର ଯତ୍ନ ନ ନେବା: ସାଧାରଣତଃ ସେଲ୍ଫ କେୟାର ନେବାକୁ ସମସ୍ତେ ଭୁଲି ଯାଇଥାନ୍ତି। କାମ ପରେ ଯେତେବେଳେ ଜଣେ ଉଭୟ ଶାରୀରିକ ଓ ମାନସିକ ଭାବରେ ଥକି ପଡିଥିବ ଶୋଇବା ପୂର୍ବରୁ କିଛି ସମୟର ସେଲ୍ଫ କେୟାର ନିହାତି ଆବଶ୍ୟକ। ଉଭୟ ଶାରୀରିକ ଓ ମାନସିକ ଭାବରେ ନିଜକୁ ରିଚାର୍ଜ କରିବା ପାଇଁ ଯୋଗ ଓ ବବଲ ବାଥ ନେବା ଆବଶ୍ୟକ।
ଅତ୍ୟଧିକ ମଦ୍ୟପାନ: ମଦ୍ୟ ପାନ ଖରାପ ଅଭ୍ୟାସ। ତେବେ ସୀମିତ ମାତ୍ରାରେ ମଦ୍ୟପାନ ପରୋକ୍ଷରେ ସାହାଯ୍ୟ କରିଥାଏ। ନିୟମିତ ଅଳ୍ପ ମଦ୍ୟପାନ କରିବା ଦ୍ବାରା ସ୍କିନରେ ଗ୍ଲୋ ଆସିଥାଏ। ତେବେ ଅଧିକ ପାନ କରିବା ଲାଭ ବଦଳରେ କ୍ଷତି ପହଞ୍ଚାଇଥାଏ।
ନକରାତ୍ମକତା: ଷ୍ଟ୍ରେସ କାରଣରୁ ସକରାତ୍ମକତା ପ୍ରଭାବିତ ହୋଇଥାଏ। ଏହା ପରୋକ୍ଷରେ ଆମର ଶରୀରକୁ ପ୍ରଭାବିତ କରିଥାଏ। ନକରାତ୍ମକ ଭାବନା ଆମ ଶରୀରକୁ କ୍ଷତି ପହଞ୍ଚାଉଥିବା ବେଳେ ଏହାକୁ ପରିତ୍ୟାଗ କରିବା ନିତାନ୍ତ ଆବଶ୍ୟକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)