Advertisment

Benefits of Green Tea: ନିୟମିତ ‘ଗ୍ରିନ୍ ଟି’ ସେବନ କଲେ ବୃଦ୍ଧି ପାଏ ସ୍ମରଣ ଶକ୍ତି

ଅଧ୍ୟୟନରୁ ଜଣାପଡିଛି ନିୟମିତ ଭାବରେ ସବୁଜ ଚା (Green Tea) ପିଇଲେ ବୟସ୍କ ବ୍ୟକ୍ତିଙ୍କ ମସ୍ତିଷ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Benefits Of green Tea

Brain Boosting Benefits of Green Tea

ବୟସ ବଢିବା ବା ଜଣେ ବୟସ୍କ ହେବା ଜୀବନର ସ୍ୱାଭାବିକ ପ୍ରକ୍ରିୟା । ସବୁ ଜୀବଜନ୍ତୁ ଏହି ପ୍ରକ୍ରିୟା ଦେଇ ଗତି କରନ୍ତି । ଏହାକୁ ରୋକିହେବ ନାହିଁ କି ଏହାର ଗତିକୁ ନିୟନ୍ତ୍ରଣ କରିହେବ ନାହିଁ । ବୟସ ବଢିବା ସହ ଶାରୀରିକ ସ୍ୱାସ୍ଥ୍ୟ ସହ ମାନସିକ ସ୍ୱାସ୍ଥ୍ୟ ବା ମସ୍ତିଷ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ପଡିଥାଏ ।

Advertisment

ତେବେ ବୟସ୍କଙ୍କ ପାଇଁ କାନାଜାୱା ବିଶ୍ୱବିଦ୍ୟାଳୟର (Kanazawa University) ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (Graduate School of Medical Sciences) ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଆସିଛି ଏକ ଖୁସି ଖବର ।

ଏହି ଅଧ୍ୟୟନରୁ ଜଣାପଡିଛି ନିୟମିତ ଭାବରେ ସବୁଜ ଚା (Green Tea) ପିଇଲେ ବୟସ୍କ ବ୍ୟକ୍ତିଙ୍କ ମସ୍ତିଷ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଗବେଷକମାନେ ଜାଣିବାକୁ ପାଇଛନ୍ତି ପ୍ରତିଦିନ ତିନି ଗ୍ଲାସ୍ କିମ୍ବା ଅଧିକ ସବୁଜ ଚା ପିଇବା ଦ୍ୱାରା ସ୍ମରଣ ଶକ୍ତି ହ୍ରାସ ଏବଂ ଆଲଜାଇମର(Alzheimer's) ଭଳି ଭୟଙ୍କର ରୋଗ ପାଇଁ ଲାଭଦାୟକ ହେବ ।

Advertisment

ଗବେଷକ ମାନେ ଜାପାନର ବିଭିନ୍ନ ଗବେଷଣା କେନ୍ଦ୍ରରେ ପ୍ରୋସ୍ପେକ୍ଟିଭ୍ ଷ୍ଟଡିଜ୍ କୋଲାବୋରେସନ ଫର ଏଜିଂ ଆଣ୍ଡ୍ ଡିମେନ୍ସିଆରୁ ତଥ୍ୟ ନେବା ସହ, MRI ତଥ୍ୟ ଏବଂ ଅନ୍ୟାନ୍ୟ ତଥ୍ୟକୁ ଅଧ୍ୟୟନକରି ସବୁଜ ଚା ଏବଂ କଫି ସେବନର ପ୍ରଭାବ ଅନୁଶୀଳନ କରିଛନ୍ତି ।

ଅଧିକ ପଢ଼ନ୍ତୁ: ମହାମାରୀ ଆଣିବ କି ହ୍ୟୁମାନ୍ ମେଟାନିମୋ ଭାଇରସ୍, ସୁରକ୍ଷା ପାଇଁ ମାନନ୍ତୁ ଏହି ଉପାୟ

ଉଭୟ ସବୁଜ ଚା ଏବଂ କଫି ସେମାନଙ୍କର ନ୍ୟୁରୋ ପ୍ରୋଟେକ୍ଟିଭ୍ (neuroprotective) ଗୁଣ ପାଇଁ ବେଶ୍ ଜଣାଶୁଣା । ତେଵେ ଏହି ଅଧ୍ୟୟନରେ ମସ୍ତିଷ୍କ ସ୍ୱାସ୍ଥ୍ୟ ଉପରେ କଫିର କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଥିବା ନେଇ ଜଣାପଡିନାହିଁ । ଏନ.ପି.ଜେ. (NPJ) ସାଇନ୍ସ ଅଫ୍ ଫୁଡ୍ ଜର୍ଣ୍ଣାଲରେ ପ୍ରକାଶିତ ଫଳାଫଳ ସୂଚାଇଛି ଯେ ଦୈନନ୍ଦିନ ଖାଦ୍ୟରେ ସବୁଜ ଚା’କୁ ସାମିଲ କଲେ, ଏହା ବୟସ୍କ ବ୍ୟକ୍ତିଙ୍କୁ ଦୀର୍ଘକାଳୀନ ଲାଭ ପ୍ରଦାନ କରିଥାଏ ।

ତେବେ ଏହି ଅଧୟନ ପରେ ଗବେଷକ ମାନେ ମନ୍ତବ୍ୟ ଦେଇଛନ୍ତି କି "ଆମର ଫଳାଫଳ ସୂଚିତ କରୁଛି ଯେ ବିଶେଷକରି ଦିନକୁ ତିନି କିମ୍ବା ଅଧିକ ଗ୍ଲାସ ସବୁଜ ଚା ପିଇବାଦ୍ୱାରା ଏହା ଡିମେନ୍ସିଆକୁ ରୋକିବାରେ ସାହାଯ୍ୟ କରିପାରେ" କିନ୍ତୁ ଗବେଷକମାନଙ୍କ ଅନ୍ୟ ଏକ ମନ୍ତବ୍ୟ ଅନୁସାରେ "ତଥାପି, ଆମର ଫଳାଫଳଗୁଡ଼ିକୁ ବୈଧ କରିବା ପାଇଁ ଆହୁରି ଅଧିକ ଅଧ୍ୟୟନ ଏବଂ ମୌଳିକ ଗବେଷଣା ଆବଶ୍ୟକ ରହିଛି ।"

ଅଧିକ ପଢ଼ନ୍ତୁ: HMPV vs Covid-19: ଚିନ୍ତା ବଢାଉଛି HMPV; କରୋନା ପରି ସାଂଘାତିକ ହେବନି ତ ?

Mental Health Old Age Healthcare Benefit Of Green Tea Green Tea
Advertisment
Advertisment