9 tricks of morning walk

ତେବେ ମର୍ଣ୍ଣିଂ ୱାକ କରିବା ସମୟରେ ଲୋକମାନେ କେତେ ସାଧାରଣ ନିୟମକୁ ମାନି ନଥାନ୍ତି। ଫଳରେ ଏହାର ସମ୍ପୂର୍ଣ୍ଣ ଫାଇଦା ମିଳି ନଥାଏ।

ମର୍ଣ୍ଣିଂୱାକ କରିବା ସମୟରେ କଣ ନିୟମ ମାନିବା ଉଚିତ, ଚାଲିବାର ବେଗ କେତେ ରହିବା ଉଚିତ ଓ କିପରି ଚାଲିବା ଉଚିତ ଆସନ୍ତୁ ଜାଣିବା।

ମର୍ଣ୍ଣିଂୱାକ ସମୟରେ ନିଜ ଶ୍ୱାସପ୍ରଶ୍ୱାସ ଓ ଚାଲିବାର ବେଗ ଉପରେ ଧ୍ୟାନ ଦେବାକୁ ପଡିଥାଏ। ପ୍ରଥମେ ଧୀରେଧୀରେ ଚାଲି ଶ୍ୱାସ ଉପରେ ଧ୍ୟାନ ଦେବେ।

ଏହାପରେ ଚାଲିବାର ଗତି ବଢାଇବେ ଓ ନଜର ରଖିବେ ଶ୍ୱାସ ପ୍ରଶ୍ୱାସ କିଭଳି ରହୁଛି, ଜୋର୍ ହେଉଛି ନା ଧୀରେ କିମ୍ବା ସ୍ୱଭାବିକ ଲକ୍ଷ୍ୟ ରଖିବେ।

ମର୍ଣ୍ଣିଂ ୱାକରେ ଜଣେ ୧୩ ମିନିଟରୁ ଓ ୨୦ ମିନିଟ ମଧ୍ୟରେ ୧ ମାଇଲ ଚାଲିବା ଉଚିତ। ଏପରି ବେଗରେ ଚାଲିବା ଦ୍ୱାରା ମର୍ଣ୍ଣିଂୱାକର ବାସ୍ତବ ଫାଇଦା ମିଳିଥାଏ।

ଓଜନ ହ୍ରାସ ଓ ରକ୍ତ ଶର୍କରା (ଡାଇବେଟିସ) ନିୟନ୍ତ୍ରଣରେ ଏହା ସାହାଯ୍ୟ କରିଥାଏ। ମେଦବହୁଳତା ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହା ସହାୟକ ହୋଇଥାଏ।