Advertisment

Fatty Liver Diet: କେମିତି ଦୂର ହେବ ଫ୍ୟାଟି ଲିଭର୍ ସମସ୍ୟା, କ’ଣ ଖାଇବେ...

ପାଳଙ୍ଗ ଓ ପତ୍ରଯୁକ୍ତ ପରିବା ଆଦି ଫ୍ୟାଟି ଲିଭରରୁ ଦୂରେଇ ରଖେ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ସବୁଜ ପନିପରିବାରେ ଥିବା ପଲିଫେନଲ୍ ଓ ନାଇଟ୍ରେଟ୍ ଲିଭରର ପିତକୋଷ ପାଇଁ ଉପଯୋଗୀ ହୋଇଥାଏ। ଏଥିସହିତ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଲିଭରର  ମେଟାବୋଲିଜିମ୍ ନିୟନ୍ତ୍ରଣରେ ସହାୟକ ହୁଏ।

author-image
Jyotsna Mohapatra
ଅଦ୍ୟତନ ହୋଇଛି
ଫ୍ୟାଟି ଲିଭର ପାଇଁ କେଉଁ ଖାଦ୍ୟ ଉପକାରୀ

ଫ୍ୟାଟି ଲିଭର ପାଇଁ କେଉଁ ଖାଦ୍ୟ ଉପକାରୀ

ଆଜିକାଲି ଆପଣ ପ୍ରାୟ ସମ୍ବାଦ ପାଉଥିବେ କୌଣସି ଫିଲ୍ମ ଷ୍ଟାର୍‌ଙ୍କ ଲିଭର୍ ସମ୍ବନ୍ଧିତ ରୋଗରେ ମୃତ୍ୟୁ ହୋଇଯାଇଛିଏପରି କେସ୍ ମଧ୍ୟ ଆସେ ଯେ, ଅତ୍ୟଧିକ ମଦ୍ୟପାନ ଜନିତ ଲିଭର ରୋଗରେ ଲୋକଙ୍କ ମୃତ୍ୟୁ ହୋଇଯାଇଥିଏପରିକି ଅତ୍ୟନ୍ତ କମ୍ ବୟସର ତଥା ଯୁବବର୍ଗରେ ମଧ୍ୟ ଫ୍ୟାଟି ଲିଭର୍ ସମସ୍ୟା ବଢ଼ିବାରେ ଲାଗିଛି।ତେବେ ଏହି ଫ୍ୟାଟି ଲିଭର୍ ତଥା ଲିଭର୍ ସିରୋସିସ୍ ପାଇଁ ପ୍ରତିକାର ସ୍ୱରୂପ କଣ ପୋଷଣ ଗ୍ରହଣ କରିପାରିଲେ କୌଣସି ଲିଭର ସମସ୍ୟାକୁ ପ୍ରତିହତ କରିହେବ ତାହା ଆଜି ଜାଣିବା।

Advertisment

ଯେପରି ନାମରୁ ପ୍ରତୀତ ହେଉଛି, ଫ୍ୟାଟି ଲିଭର୍ ଅର୍ଥାତ୍ ଯକୃତରେ ଚର୍ବି ପରିମାଣ ବଢ଼ିଯିବା।ଏହା ସାଧାରଣତଃ ଦୁଇପ୍ରକାର ହୋଇଥାଏ। ଆଲକହଲ୍ ଜନିତ ଫ୍ୟାଟି ଲିଭର୍ ଏବଂ ନନ୍‌ଆଲକୋହଲିକ୍ ଫ୍ୟାଟି ଲିଭର୍ ସମସ୍ୟା। ଅତ୍ୟଧିକ ମଦ୍ୟପାନରୁ ଲିଭର୍ ସିରୋସିସ୍ ହୁଏ ଏବଂ  ତାହା ମୃତ୍ୟୁର କାରଣ ହୁଏ।ତେବେ ଆଜି ଆମେ ନନ୍‌ଆଲକୋହଲିକ୍ ଫ୍ୟାଟି ଲିଭର୍ ବିଷୟରେ କଥା ହେବା। ଅତ୍ୟଧିକ ମୋଟାପଣ ତଥା ଟାଇପ୍ 2 ଡାଇବେଟିସ୍ ସମସ୍ୟା ଥିବା ବ୍ୟକ୍ତିମାନେ ସାଧାରଣତଃ ଏହି ପ୍ରକାର ଫ୍ୟାଟି ଲିଭର୍ ସମସ୍ୟା ଭୋଗିବାର ଆଶଙ୍କା ଥାଏ।ନନ୍‌ଆଲକହଲିକ୍ ଫ୍ୟାଟି ଲିଭର୍ ମଧ୍ୟ ଦୁଇ ପ୍ରକାର, ଯେପରିକି- ∙ଫ୍ୟାଟି ଲିଭର୍- ଏଥିରେ ଲିଭରର୍ ଚର୍ବି ଜମା ହୋଇ ଲିଭର ଫୁଲିଯାଏ ଏବଂ ଯନ୍ତ୍ରଣା ହୁଏ। 

ଷ୍ଟେଟୋ ହେପାଟାଇଟିସ୍

ଏଥିରେ ଲିଭରରେ ପ୍ରଦାହ ହେବା ଯୋଗୁଁ ସିରୋସିସ୍ ହୋଇଥାଏ ଏବଂ ଠିକ୍ ସମୟରେ ଟିକିତ୍ସା ନ ହେଲେ ଲିଭର୍ କାର୍ଯ୍ୟକ୍ଷମତା ହରାଏ ଓ ପ୍ରାଣଘାତୀ ହୋଇଥାଏତେବେ ଏକ ସୁସ୍ଥ ଶରୀରରେ ଲିଭରର କାର୍ଯ୍ୟ କଣ ଜାଣନ୍ତି କି? ଏହା ଶରୀରରୁ ବିଷାକ୍ତ ଦ୍ରବ୍ୟ ନିଷ୍କାସିତ କରେ ଏବଂ ପିତରସ ଉତ୍ପାଦ କରେ ଯାହା ପାଚନରେ ବ୍ୟବହୃତ ହୁଏ। କୌଣସି କାରଣରୁ ଏଥିରେ ବ୍ୟାଘାତ ହେଲେ କିମ୍ୱା ଅତ୍ୟଧିକ ଚର୍ବି ସଂଚିତ ହେଲେ ଏହା ଲିଭରର କାର୍ଯ୍ୟକ୍ଷମତା ହ୍ରାସ କରେ।ଏହାର ଲକ୍ଷଣ ସର୍ବଦା ବାହାରକୁ ଜଣାପଡ଼େ ନାହିଁ କିନ୍ତୁ ଯଦି ଆପଣଙ୍କ ପେଟରେ ଯନ୍ତ୍ରଣା ହେଉଛି, ତେବେ ରକ୍ତ ପରୀକ୍ଷା କରେଇ ରୋଗ ନିର୍ଣ୍ଣୟ କରିବା ବିଧେୟ। 

Advertisment

ସିବିସି, ଭାଇରାଲ୍ ହେପାଟାଇଟିସ୍, ସିଲିଆକ୍ ଡିଜିଜ୍, ହିମୋଗ୍ଲାବିନ୍ ଏଚ୍ ୱାନ୍ ସି, ଲିପିଡ୍ ପ୍ରୋଫଆଇଲ୍ ପରି ପରୀକ୍ଷା ମୁଖ୍ୟତଃ ଜରୁରୀ ହୋଇଥାଏ,ଏହା ବାଦ ଯଦି କିଛି ଅଧିକ ସମସ୍ୟା ରହୁଛି ତେବେ ଡାକ୍ତର ବାୟୋପ୍ସି ପାଇଁ କୁହନ୍ତି ଯାହା ଦ୍ୱାରା କୌଣସି କ୍ୟାନସର ସେଲ ରହିଥିଲେଜଣା ପଡ଼ିବ।  

ଏବେ ଜାଣିବା କିଛି ଖାଦ୍ୟ ବିଷୟରେ ଯାହା ଆମେ ନିୟମିତ ଖାଇବା ଦ୍ୱାରା ଏପରି ପ୍ରାଣଘାତୀ ଲିଭର ସମସ୍ୟାରୁ ରକ୍ଷା ପାଇପାରିବା। 

ପୋଷକପୂର୍ଣ୍ଣ ଫାଇବର, ପ୍ରୋଟିନ୍ ଓ ଅନ୍‌ସାଚୁରେଟେଡ୍ ଫ୍ୟାଟ୍ ଥିବା ଖାଦ୍ୟ ଓ ପାନୀୟ ସେବନ ସହ ଅତ୍ୟଧିକ ଶର୍କରା, ଚର୍ବିଯୁକ୍ତ ଖାଦ୍ୟ, କୋଲ୍ଡଡ୍ରିଙ୍କ୍ସ ଓ ଆଲକହଲ ପାନୀୟ ପରି ଖାଦ୍ୟରୁ ଦୂରେି ରହିବାକୁ ପଡ଼ିବ। ଓଜନ କମାଇବାକୁ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ସେବନ କଲେ 

ଏହା ଲିଭର୍ ଉପରେ ଭଲ ପ୍ରଭାବ ପକାଇବ। 

1.ସବୁଜ ପନିପରିବା 

ପାଳଙ୍ଗ ଓ ପତ୍ରଯୁକ୍ତ ପରିବା ଆଦି ଫ୍ୟାଟି ଲିଭରରୁ ଦୂରେଇ ରଖେ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ସବୁଜ ପନିପରିବାରେ ଥିବା ପଲିଫେନଲ୍ ଓ ନାଇଟ୍ରେଟ୍ ଲିଭରର ପିତକୋଷ ପାଇଁ ଉପଯୋଗୀ ହୋଇଥାଏ। ଏଥିସହିତ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଲିଭରର 

ମେଟାବୋଲିଜିମ୍ ନିୟନ୍ତ୍ରଣରେ ସହାୟକ ହୁଏ।  

2.ଛୁଇଁ ଜାତୀୟ ପରିବା 

ଝୁଡ଼ଙ୍ଗ, ବିନ୍ସ, ବୁଟଡାଲି, ସୋୟାବିନ୍, ମଟର, ଛୋଲେ ପରି ଛୁଇଁଜାତୀୟ ପରିବା ପ୍ରୋଟିନ୍ ବା ପୁଷ୍ଟିସାର ଓ ଫାଇବରରେ ପରିପୂର୍ଣ୍ଣ ହୋଇଥିବାରୁ ଏହାର ସେବନ ମୋଟାପଣ କମେଇବା ସହ ଖାଦ୍ୟନଳୀର ଅନ୍ତଃ ସ୍ତର ପାଇଁ ଉପକାରୀ ହୋଇଥାଏ।ଏହା ରକ୍ତରେ ଶର୍କରା ଓ ଟ୍ରାଇଗ୍ଲିସେରାଇଡ୍ ତଥା ଚର୍ବି କମ୍ କରିବାରେ ସାହାଯ୍ୟ କରେ ଯାହା ଲିଭର ଜନିତ ସମସ୍ୟାରୁ ଆମକୁ ଦୂରେଇ ରଖେ।  

3.ମାଛ 

ମାଛ ହେଉଛି ଓମେଗା 3 ଫ୍ୟାଟିଏସିଡ୍ ର ଏକ ଉତ୍ତମ ଉତ୍ସ। ସାଲମୋନ୍ ଆଦି ମାଛରେ ଏହା ପ୍ରଚୁର ଥିବା ସହ ଭିଟାମିନ୍ ଡି ମଧ୍ୟ ଉପଲବ୍ଧ। ଏହା ଲିଭରର ଚର୍ବି କମ୍ କରିବା ସହ ଶରୀର ପାଇଁ ଉପଯୋଗୀ ଏଚ୍.ଡି.ଏଲ୍ ବା ହାଇ ଡେନସିଟି ଲିପିଡ୍ (ଉପକାରୀ ଚର୍ବି)ର 

ପରିମାଣ ବଢ଼ାଏ ଏବଂ ଖରାପ ଚର୍ବି କମାଏ।  

4.ଶସ୍ୟ ଜାତୀୟ ଖାଦ୍ୟ/ହୋଲ୍ ଗ୍ରେନ୍ ଫୁଡ୍ସ 

ହୋଲ ଗ୍ରେନ୍ ଫୁଡ୍ ଅର୍ଥାତ୍ ଚୁରାଯାଇନଥିବା ଶସ୍ୟ ଯେପରି ଓଟ୍ସ, ଦଲିଆ, କିନୁଆ ଇତ୍ୟାଦି ଫାଇବରରେ ପରିପୂର୍ଣ୍ଣ ହୋଇଥିବାରୁ ଫ୍ୟାଟି ଲିଭର ପାଇଁ ଖୁବ୍ ଉପାଦେୟୀ ହୋଇଥାଏ। ଏଗୁଡ଼ିକ ଆମ ଦେହରେ ଚର୍ବି ପରିମାଣ କମ୍ କରିବାରେ ମଧ୍ୟ ସହାୟକ ହୁଏ।  

5.ନଟ୍ସ ଆଦି ଅନ୍ ସାଟୁରେଟେଡ୍ ଫ୍ୟାଟ୍ସ 

ବିଭିନ୍ନ ମଞ୍ଜିଜାତୀୟ ଖାଦ୍ୟ ଯେପରିକି ଆଲମଣ୍ଡ, ୱାଲନଟ୍, ଇତ୍ୟାଦି ଜାରଣ ଜନିତ କ୍ଷତିରୁ ଲିଭରକୁ ବଞ୍ଜାଏ ଏବଂ ଫ୍ୟାଟି ଲିଭର ହେବାରୁ ଦୂରେଇ ରଖେ।

ସୂର୍ଯ୍ୟମୁଖୀ ଫୁଲର ମଞ୍ଜି, ପାଣିକଖାରୁ ମଞ୍ଜି (ମିଲନ୍ ସିଡ୍ସ), ଫ୍ଲାକ୍ସ ସିଡ୍ସ ଇତ୍ୟାଦିରେ ଭିଟାମିନ୍ ଇ ପ୍ରଚୁର ଥାଏ ଯାହା ଏକ ଉତ୍ତମ ଆଣ୍ଟିଅକ୍ସିଡାଣ୍ଟ ଭାବେ ଲିଭର ପାଇଁ କାମ କରେ।

ଏସବୁ ଖାଦ୍ୟ ନିୟମିତ ନେବା ସହ ମଇଦା, ଚିନିଯୁକ୍ତ ଖାଦ୍ୟ, ଛଣାଖାଦ୍ୟ, ଅତ୍ୟଧିକ ଲୁଣଯୁକ୍ତ ଖାଦ୍ୟ, ମଟନ୍ ଇତ୍ୟାଦି ଖାଇବାରୁ ଦୂରେଇ ରହିବା ଆବଶ୍ୟକ। ନିୟମିତ କିଛି ସମୟ ଶାରୀରିକ ବ୍ୟାୟାମ ପାଇଁ ଦେବା ସହିତ ଅତି କମ୍‌ରେ 30 ମିନିଟ୍ ଏରୋବିକ୍ ବ୍ୟାୟାମ କରିବା 

ଜରୁରୀ। ରକ୍ତରେ ଚର୍ବିର ପରିମାଣ କମ୍ ରହିଲେ ଲିଭର ସୁସ୍ଥ ରହିବ। ଏଥିସହିତ ଆପଣ ଡାଇବେଟିକ୍ ହୋଇଥିଲେ ଶର୍କରା ଆପଣଙ୍କୁ ଉକ୍ତ ଖାଦ୍ୟ ଅଭ୍ୟାସ ପ୍ରତି ଯତ୍ନବାନ୍ ହେବାକୁ ପ଼ଡ଼ିବ।

ଟାଇପ୍ 1 ଡାଇବେଟିସ୍ ଥିବା ବ୍ୟକ୍ତିମାନେ ନିହାତି ଭାବେ କୋଲେଷ୍ଟରଲ୍ ଓ ଶର୍କରାକୁ ନିୟନ୍ତ୍ରଣରେ ରଖିବା ଦରକାରୀ। ଉପଯୁକ୍ତ ସମୟରେ ଲକ୍ଷଣ ଜାଣିପାରି ଚିକିତ୍ସା ଆରମ୍ଭ କଲେ ସିରୋସିସ୍ ହେବା ଆଗରୁ ଆମେ ଲିଭରକୁ ବଞ୍ଚାଇ ସୁସ୍ଥ ହୋଇ ପାରିବା।  

Vegetable Dietary Benefits Diets Fatty Liver
Advertisment
Advertisment