ଗୋଟିଏ ସର୍ବେକ୍ଷଣ ଅନୁସାରେ ଆମ ଭିତରୁ ହାରାହାରି ୯ ପ୍ରତିଶତ ଲୋକ ବର୍ଷାଋତୁକୁ ପସନ୍ଦ କରନ୍ତିନି। କାହିଁକି ନା ଏଇ ୯% ମଣିଷଙ୍କର ବର୍ଷାଋତୁରେ ହଠାତ୍ ଅକାରଣରେ ମନଦୁଃଖ ଲାଗି ରହିବା ସହ, ଦେହ ଅବଶ ଲାଗେ ଏବଂ କାମ କରିବା ପାଇଁ ସ୍ପୃହା ଆସେ ନାହିଁ। ଆପଣ ମଧ୍ୟ ନିଜ ଆଖପାଖରେ ଏମିତି କାହାକୁ ନା କାହାକୁ ଭେଟିଥିବେ ଯିଏ କହିଥିବେ ବର୍ଷାଋତୁ ଆସିଲେ ମାନସିକ ଅବସାଦ ବା ଅଳସୁଆ ପଣ ବଢିଯାଏ। ଏହି ଗ୍ରୁପର ଲୋକେ ବର୍ଷାଦିନରେ କୌଣସି ପ୍ରକାର ଶାରୀରିକ କାର୍ଯ୍ୟ ପାଇଁ ଫୁର୍ତ୍ତି ଦେଖାନ୍ତି ନାହିଁ। ଅଧିକରୁ ଅଧିକ ସମୟ ଶୋଇ ରହିବା, ମନ ଦୁଃଖ ରହିବା ଏବଂ ଅନ୍ୟ ମାନଙ୍କ ସହ କମ୍ କଥାବାର୍ତ୍ତା କରନ୍ତି ଏବଂ ସେମାନଙ୍କ ସହ କଥା ହେବାକୁ ଚେଷ୍ଟା କଲେ କିମ୍ବା ଖବର ଜାଣିବା ପାଇଁ ଚାହିଁଲେ ଚିଡ଼ି ଯାଆନ୍ତି।
ମାନସିକ ପରିବର୍ତ୍ତନ ଯେପରିକି ମାନସିକ ଭାରସାମ୍ୟ ହରାଇବା, ଚିନ୍ତାଗ୍ରସ୍ତ ରହିବା, କୌଣସି କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ ନ ହେବା ଓ ସ୍ମରଣ ଶକ୍ତି ହ୍ରାସ ପଛରେ ଅନେକ କାରଣ ରହିଛି ।
ସେମାନେ ଆପଣଙ୍କୁ ଛାଡ଼ି ଚାଲିଯିବେ ବୋଲି ଭୟ କରୁଛନ୍ତି କି? କେହି ଭଲ ପାଇବେନି ଭୟ କରି ଆପଣ ଅନ୍ୟକୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି କି ? ସେଥିପାଇଁ ନିଜ ଆବଶ୍ୟକତା ସହ କମ୍ପ୍ରୋମାଇଜ୍ କରୁଛନ୍ତି କି? ତାହେଲେ ଆଜିର ବିଷୟଟି ଆପଣଙ୍କ ପାଇଁ। ଆସନ୍ତୁ ଜାଣିବା ପରିତ୍ୟକ୍ତ ହେବାର ଭୟ କ'ଣ ? ଏହା ପଛର କାରଣ କ'ଣ? ଏହା କେବେଠୁ ରହିଛି? ଆପଣ ଏହା ଦ୍ୱାରା କେତେ ପ୍ରଭାବିତ? ଏବଂ ଏଥିରୁ ମୁକୁଳିବାର ଉପାୟ କ'ଣ?
ଦୈନନ୍ଦିନ ଜୀବନ ଭିତରେ ଦିନେଅଧେ ମନ ଦୁଃଖ ହେବା କିମ୍ବା କାମ କରିବା ପାଇଁଁ ସ୍ପୃହା ନରହିବା ସାଧାରଣ କଥା, କିନ୍ତୁ କୌଣସି କାରଣ ନଥାଇ ଦିନଦିନ ଧରି ଏମିତି ଲାଗି ରହିବା, ମାନସିକ ସ୍ତରରେ ଅସହାୟ ଲାଗିବା କିମ୍ବା ଲମ୍ବା ସମୟ ପାଇଁ ଏକୁଟିଆ ଲାଗିବା ଆଦି ଜଣେ ବ୍ୟକ୍ତିର ମାନସିକ ସ୍ଵାସ୍ଥ୍ୟକୁ ନେଇ ଚେତାବନୀ ହୋଇପାରେ। ଚାଲନ୍ତୁ ଆଜି ଜାଣିବା ଏମିତି କିଛି ଲକ୍ଷଣ ବିଷୟରେ ଯେତେବେଳେ ମାନସିକ ରୋଗ ବିଶେଷଜ୍ଞଙ୍କ ସାହାଯ୍ୟ ନେବା ଜରୁରୀ ହୋଇ ପଡେ।
ଆପଣ କେବେ ନିଜର ପ୍ରକୃତ ଚେହେରା ଦେଖି ଭାବିଛନ୍ତି କି - "ସେତେ ଭଲ ଦିଶୁନି ତ"। ଫେସ୍ ଫିଲ୍ଟର, ମେନ୍ କେରେକ୍ଟର୍ ସିଣ୍ଡ୍ରୋମ ଏବଂ FOMOର ଦୁନିଆରେ, ନିଜ ପ୍ରତି ସମ୍ମାନ ଓ ଭଲପାଇବା ଏଡିଟ୍ କରାଯାଇଥିବା ସେଲଫି ପଛରେ ଭାଙ୍ଗିରୁଜି ଚାଲିଛି। କିନ୍ତୁ ଯଦି ସତସତିଆ ରିଏଲ୍ ହେବାକୁ ଆପଣ ପସନ୍ଦ କରୁଥାଆନ୍ତି, ତେବେ କଣ' ହେବ? ଆସନ୍ତୁ ଡିଜିଟାଲ୍ ଡିସମୋର୍ଫିଆ, ଶାରୀରିକ ନିରପେକ୍ଷତା ଏବଂ ଫିଲ୍ଟର ହୋଇନଥିବା "ଅସଲ ଆପଣ" କାହିଁକି ସର୍ବାଧିକ ପ୍ରଶଂସାର ଯୋଗ୍ୟ ସେ ବିଷୟରେ ଆଲୋଚନା କରିବା।
'ଡର', ଆଗରୁ ଟିଭିରେ ଦେଖି ଦୂରରେ ଘଟୁଥିବା ଗୋଟେ ଘଟଣା ବିଷୟରେ ଜାଣିବା ହୋଇ ଆଉ ରହିନାହିଁ । ଏହା ଆମର ଘର, ଆମ ମନ, ଶରୀର ଓ ଦୈନନ୍ଦିନ ଜୀବନରେ ଘର କରିସାରିଲାଣି । ସମଗ୍ର ବିଶ୍ୱରେ ହିଂସ୍ରତାର ଯେଉଁ ମହାମାରୀ ବ୍ୟାପିଛି ତାହା ବ୍ୟକ୍ତିଗତ ଜୀବନକୁ ବି ସଂକ୍ରମିତ ହେଲାଣି । ଉତ୍ତେଜନାପୂର୍ଣ୍ଣ ଏପରି ପରିସ୍ଥିତିରେ ଆପଣ କେତେ ପ୍ରଭାବିତ ହୋଇଛନ୍ତି ଏବଂ ସବୁ ଭିତରେ ନିଜର ମାନସିକ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବେ କିପରି ଜାଣିବା ପାଇଁ ପଢନ୍ତୁ ଆଜିର ଅଧ୍ୟାୟ ।
ଆପଣଙ୍କୁ ଏକାସାଙ୍ଗରେ ଦୁଃଖ, ହତାଶା, ଭୟ, ଅପରାଧବୋଧ, ଅସହାୟତା ପରି ଅନେକଗୁଡିଏ ଭାବନା ଘେରିଯାଉଛି କି? ଆପଣ ନିଜ ଭାବନା ପ୍ରକାଶ କରିବାରେ ଅକ୍ଷମ ହେଉଛନ୍ତି କି? ଏହା ଆବେଗଗତ ଚାପର ଲକ୍ଷଣ, ଯାହା ବିଷୟରେ ଖୁବ୍ କମ ଆଲୋଚ଼ନା ହେଉଛି । ଏହା କ'ଣ, ଏହାକୁ ଚିହ୍ନିବେ କିପରି ଓ ଏଥିରୁ ମୁକୁଳିବାର ଉପାୟ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।
ମଡର୍ଣ୍ଣ ଏନଜାଇଟି ସୁକ୍ଷ୍ମ ଭାବରେ ଆସି ଆପଣଙ୍କୁ କବଳିତ କରେ, ନିରନ୍ତର ଲାଗି ରହେ ଓ ସର୍ବତ୍ର ବ୍ୟାପିଯାଏ । ଏହାର ରହିଛି ଅନେକ ଚେହେରା ଓ ନାଁ । ସେସବୁକୁ ଜାଣିବା ବୁଝିବା ସହ ସେଥିରୁ ମୁକ୍ତି ପାଇବା ପାଇଁ ପଢନ୍ତୁ ଆଜିର ବିଷୟ ।
ଏକ ମିଡ଼ିଆ ସର୍ଭେରେ ଲୋକମାନଙ୍କୁ ପଚରା ଯାଇଥିଲା, ସେମାନେ ଜୀବନର କୌଣସି କଠିନ ମୁହୂର୍ତ୍ତରେ ChatGPT ସାହାଯ୍ୟ ନିଅନ୍ତି କି ? ପ୍ରଶ୍ନ ପଚାରିବାର କେଇ ମିନିଟ ପରେ ଯେମିତି ଉତ୍ତରର ବନ୍ୟା ଆସିଥିଲା । ଲୋକେ କେମିତି ଏବଂ କାହିଁକି ଚାଟବଟର ମାର୍ଗଦର୍ଶନ, ସମର୍ଥନ ଉପରେ ନିର୍ଭର କରନ୍ତି ଖୋଲାଖୋଲି କହିଥିଲେ ।
ମଣିଷର ବୟସ ବଢିବା, ବୟସ୍କ ହେବା ଏବଂ କାର୍ଯ୍ୟକ୍ଷେତ୍ରରୁ ଅବସର ନେବା ପ୍ରାକୃତିକ ଓ ତାକୁ କେହି ଏଡାଇ ପାରିବେ ନାହିଁ। କିନ୍ତୁ କାର୍ଯ୍ୟକ୍ଷେତ୍ରରୁ ଅବସର ନେବାର ଅର୍ଥ ଯେ ସାମାଜିକ ଓ ପାରିବାରିକ ଏବଂ ଦୈନନ୍ଦିନ ଜୀବନରୁ ଅବସର ନେବା ତା’ ଆଦୌ ନୁହେଁ। କେମିତି ରଖିବେ ନିଜର ଏବଂ ନିଜ ଘରର ବୟସ୍କ ମାନଙ୍କ ମସ୍ତିଷ୍କ ଓ ବ୍ୟବହାରକୁ ସୁସ୍ଥ, ଜାଣିବା ଆଜି।
ପ୍ରଯୁକ୍ତିବିଦ୍ୟା ଆପଣଙ୍କର ସେବା କରିବା ଉଚିତ, ଆପଣଙ୍କୁ ଉପରେ ଶାସନ ଚଳେଇବା ନୁହେଁ। ଯେଉଁ ମୁହୂର୍ତ୍ତରେ ଆପଣ ଆପଣଙ୍କ ସ୍କ୍ରିନ୍ର ଦାସ ହୋଇଯାଇଛନ୍ତି ବୋଲି ଅନୁଭବ କରିବେ, ସେତେବେଳେ ଜାଣିନିଅନ୍ତୁ ଯେ ପୁନର୍ବାର ଆପଣଙ୍କୁ ନିଜର ଏକାଗ୍ରତା ଓ ଶାନ୍ତି ଖୋଜିବାର ସମୟ ଆସିଯାଇଛି।
ମାତ୍ର ୫ଟି ସରଳ ଉପାୟ ଦ୍ୱାରା ସ୍ମୃତି ଶକ୍ତିକୁ ଅତି ସହଜରେ ବୃଦ୍ଧି କରାଯାଇ ପାରିବ ।
ଅଧ୍ୟୟନରୁ ଜଣାପଡିଛି ନିୟମିତ ଭାବରେ ସବୁଜ ଚା (Green Tea) ପିଇଲେ ବୟସ୍କ ବ୍ୟକ୍ତିଙ୍କ ମସ୍ତିଷ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।
ମାନସିକ ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ସଠିକ୍ ଖାଦ୍ୟ ଅଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସଠିକ୍ ଡାଏଟ୍ ମସ୍ତିଷ୍କର କାର୍ଯ୍ୟକୁ ପ୍ରୋତ୍ସାହିତ କରିଥାଏ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ତେବେ କ’ଣ ଖାଇବା ଓ ନ ଖାବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଠିକ୍ ରୁହେ ଆସନ୍ତୁ ଜାଣିବା।
ଆପଣ ବି କ’ଣ ଚାପଗ୍ରସ୍ତ ଓ କ୍ଳାନ୍ତ ଅନୁଭବ କରୁଛନ୍ତି କି? ଆପଣ ଚାହୁଁଛନ୍ତି କି ଅଧିକ ସକରାତ୍ମକ ଏବଂ ଶକ୍ତିଶାଳୀ ଅନୁଭବ କରିବାକୁ? ଏଠାରେ ଆପଣଙ୍କ ପାଇଁ କିଛି ଉପାୟ ଦିଆଗଲା, ଏହାକୁ ପଢନ୍ତୁ ଆଉ ଗ୍ରହଣ କରନ୍ତୁ ଯାହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ।
ଆମେ ଅତି ଆଧୁନିକ ଢାଞ୍ଚାର ଜୀବନଶୈଳୀ ପାଇଁ ପରିଶ୍ରମ କରୁଛେ, କିନ୍ତୁ ବିକଳ୍ପ ଭାବେ ଦେଖିଲେ ଆମକୁ ମାନସିକ ଅବସାଦ ମାଡ଼ି ବସୁଛି। ଆଧୁନିକ ମନସ୍କତାର ଚଳଣିରୁ ଆମ ପିଲାମାନେ ମଧ୍ୟ ଅଟିଜିମ୍ ପରି ମାନସିକ ବ୍ୟାଧିରେ ପିଡ଼ିତ ହେଉଛନ୍ତି। ତେବେ ମନକୁ ସୁସ୍ଥ ରଖିବାରେ କ’ଣ ଆମେ ଗ୍ରହଣ କରୁଥିବା ଖାଦ୍ୟର କିଛି ଭୂମିକା ରହିଛି…
ପିଲାର ସବୁ ଦାୟିତ୍ୱ ବାପା-ମା’ଙ୍କର। ଖାଇବା, ପିନ୍ଧିବାଠାରୁ ଆରମ୍ଭ କରି କିପରି ଶରୀର ସୁସ୍ଥ ରହିବ ସେ କଥା ପରିବାର ଲୋକେ ହିଁ ବୁଝିଥାନ୍ତି । ଏସବୁ ସହିତ ଅଭିଭାବକ ମାନସିକ ସୁସ୍ଥତାକୁ ବି ଗୁରୁତ୍ୱ ଦେବା ଉଚିତ।
ଗୋଟିଏ ଘରେ ବେଡ୍ରୁମ୍, ଲିଭିଙ୍ଗ୍ରୁମ୍, କିଚେନ୍ ରୁମ୍ ଥିବା କଥା ପ୍ରାୟ ସମସ୍ତେ ଜାଣନ୍ତି। ଆପଣମାନେ କ’ଣ କେବେ କ୍ରାଇଙ୍ଗ୍ ରୁମ୍ ବିଷୟରେ ଶୁଣିଛନ୍ତି କି? ବିଶ୍ୱାସ ନ ହେଉଥିଲେ ବି ଏହା ସତ। ଲୋକଙ୍କୁ ଚାପମୁକ୍ତ କରିବା ନେଇ ଏଭଳି ରୁମ୍ ତିଆରି ହେଉଛି। ଏଠାକୁ ଲୋକେ ଆସୁଛନ୍ତି ଆଉ ମନ ଭରି କାନ୍ଦୁଛନ୍ତି। ଏହି କ୍ରାଇଙ୍ଗ ରୁମ୍ରେ ମତେ ବି ତୁମ କଥା ମନେପଡେ ଲେଖାଯାଇଛି। ଏହା ଗୋଲାପି ରଙ୍ଗରେ ଚମକୁଛି।