Advertisment

Tips and Tricks: ଆପଣ ନିଜ ଶରୀରକୁ ଭଲ ପାଆନ୍ତି କି… ଏହିସବୁ ଖାଦ୍ୟକୁ ମାଇକ୍ରୋୱେଭ୍‌ରେ କରନ୍ତୁନି ରି-ହିଟ୍

ମାଇକ୍ରୋୱେଭରେ ଖାଦ୍ୟ ଗରମ କରିବା ଏକ ଅତି ସହଜ ଉପାୟ। କିନ୍ତୁ ମାଇକ୍ରୋୱେଭରେ କିଛି ଖାଦ୍ୟ ପଦାର୍ଥ ଗରମ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେବେ ଆସନ୍ତୁ ଏମିତି ୫ଟି ଖାଦ୍ୟ ସାମଗ୍ରୀ ବିଷୟରେ ଜାଣିବା ଯାହା ମାଇକ୍ରୋୱେଭରେ ଭୁଲରେ ବି ଗରମ ହେବା ଉଚିତ ନୁହେଁ।

author-image
Pramod Behera
ଅଦ୍ୟତନ ହୋଇଛି
5 foods you should never reheat in the microwave know why is it bad

5 foods you should never reheat in the microwave know why is it bad

ଆଜିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଚାହାନ୍ତି ସବୁକିଛି ଫଟାଫଟ୍ ହେଇଯାଉ। ଫଳରେ ଧିରେ ଧିରେ ପାରମ୍ପରିକ ସାମଗ୍ରୀ ଦୂରେଇ ଯାଉଥିବା ବେଳେ ସେ ସ୍ଥାନରେ ଅତ୍ୟାଧୁନିକ ଜିନିଷର ବ୍ୟବହାର ବଢି ବଢି ଚାଲିଛି। ସେଥିମଧ୍ୟରୁ ମାଇକ୍ରୋୱେଭ୍ ଗୋଟିଏ।

Advertisment

ତେବେ ମାଇକ୍ରୋୱେଭ୍‌ରେ ଖାଦ୍ୟକୁ ଶୀଘ୍ର ଏବଂ ସହଜରେ ଗରମ କରିବାର ଏକ ଉପାୟ ମଧ୍ୟ ଅଛି। ଯଦି ଆପଣ କୌଣସି ଏକ ଅଫିସ୍‌ରେ କାମ କରୁଛନ୍ତି, ତେବେ ଜଳଖିଆ ହେଉ କି ମଧ୍ୟାହ୍ନ ଭୋଜନ ଆପଣ ପ୍ରାୟତଃ ମାଇକ୍ରୋୱେଭରେ ପୁଣି ଥରେ ଗରମ କରୁଥିବେ। କିନ୍ତୁ ଆପଣ ଜାଣନ୍ତି କି ମାଇକ୍ରୋୱେଭରେ ଗରମ କରୁଥିବା୍ ଖାଦ୍ୟରୁ ସବୁ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ।

ଅଧିକ ପଢ଼ନ୍ତୁ: ଆପଣ ଗାଧୋଇବା ବେଳେ ଏହି ଭୁଲ୍ କରୁଛନ୍ତି କି… ହୋଇପାରେ ବ୍ରେନ୍‌ଷ୍ଟ୍ରୋକ୍

Advertisment

ମାଇକ୍ରୋୱେଭରେ ଖାଦ୍ୟ ଗରମ କରିବା ଏକ ଅତି ସହଜ ଉପାୟ। କିନ୍ତୁ ମାଇକ୍ରୋୱେଭରେ କିଛି ଖାଦ୍ୟ ପଦାର୍ଥ ଗରମ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେବେ ଆସନ୍ତୁ ଏମିତି ୫ଟି ଖାଦ୍ୟ ସାମଗ୍ରୀ ବିଷୟରେ ଜାଣିବା ଯାହା ମାଇକ୍ରୋୱେଭରେ ଭୁଲରେ ବି ଗରମ ହେବା ଉଚିତ ନୁହେଁ।

ଚିକେନ୍ ଏବଂ ଅଣ୍ଡା:

ମାଇକ୍ରୋୱେଭରେ ଚିକେନ୍‌କୁ ପୁଣି ଗରମ କରିବା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ। କାରଣ ଯେତେବେଳେ ଚିକେନ୍ ଥଣ୍ଡା ହୋଇଯାଏ, ସେଥିରେ ଜୀବାଣୁ ବଢିବାରେ ଲାଗନ୍ତି। ଯଦି ଏହାକୁ ସଠିକ୍ ଭାବରେ ଆଉ ଥରେ ଗରମ ନ କରାଯାଏ ତେବେ ଏହା ଖାଇବା କ୍ଷତିକାରକ ହୋଇପାରେ, ଯାହାଦ୍ୱାରା ପେଟ ଯନ୍ତ୍ରଣା ହୋଇଥାଏ।

5 foods you should never reheat in the microwave know why is it bad ଆପଣ ନିଜ ଶରୀରକୁ ଭଲ ପାଆନ୍ତି କି… ଏହିସବୁ ଖାଦ୍ୟକୁ ମାଇକ୍ରୋୱେଭ୍‌ରେ କରନ୍ତୁନି ରି-ହିଟ୍

ତେଣୁ, ଚିକେନ୍‌କୁ ସବୁବେଳେ ଭଲ ଭାବେ ଗରମ କରନ୍ତୁ, କିମ୍ବା ଏହାକୁ ଆଉ ଥରେ ଗରମ କରିବାରୁ ଦୂରେଇ ରୁହନ୍ତୁ। ସେହିପରି, ଯଦି ଆପଣ ଅଣ୍ଡାକୁ ମାଇକ୍ରୋୱେଭରେ ଗରମ କରନ୍ତି, ତେବେ ଏହା ଅଣ୍ଡାର ପ୍ରୋଟିନ୍‌ ଗୁଣକୁ ନଷ୍ଟ କରିଦିଏ, ଯାହା ଖୁବ କ୍ଷତିକାରକ ହୋଇଥାଏ। ଏହା ବ୍ୟତୀତ ଅଣ୍ଡା ଥଣ୍ଡା ହେଲେ ଏଥିରେ ଜୀବାଣୁ ମଧ୍ୟ ବଢନ୍ତି।

ଅଧିକ ପଢ଼ନ୍ତୁ: ଶୀତ ଲହରୀ ଯୋଗୁଁ ବାହାରକୁ ଯାଇ କରିହେଉନି କି ବ୍ୟାୟାମ… ଘରେ କରନ୍ତୁ ଏହିସବୁ ଯୋଗ

ଭିଟାମିନ୍ C ଖାଦ୍ୟ:

ଭିଟାମିନ୍ C ଯୁକ୍ତ ଖାଦ୍ୟ ପ୍ରାୟତଃ ପାଣିରେ ଦ୍ରବୀଭୂତ ହୋଇଥାଏ, ଅର୍ଥାତ୍ ସେସବୁ ପାଣିରେ ମିଳେଇଯାଏ। ଏହା ସହିତ ଭିଟାମିନ୍ C ଜାତୀୟ ଖାଦ୍ୟ ଗରମ ହେଲେ କ୍ଷତିକାରକ ହୋଇଥାଏ।

ଏପରି ପରିସ୍ଥିତିରେ, ଯେତେବେଳେ ଆପଣ ମାଇକ୍ରୋୱେଭରେ ଏପରି ଖାଦ୍ୟକୁ ପୁନର୍ବାର ଗରମ କରନ୍ତି, ଏହାର ଭିଟାମିନ୍ ନଷ୍ଟ ହୋଇଯାଏ। ଯେପରି କି ବ୍ରୋକୋଲି, କ୍ୟାପ୍‌ସିକମ୍, କୋଳି ଏବଂ ସବୁଜ ପତ୍ରଯୁକ୍ତ ପନିପରିବା ଗରମ ହେବା ଉଚିତ ନୁହେଁ।

5 foods you should never reheat in the microwave know why is it bad ଆପଣ ନିଜ ଶରୀରକୁ ଭଲ ପାଆନ୍ତି କି… ଏହିସବୁ ଖାଦ୍ୟକୁ ମାଇକ୍ରୋୱେଭ୍‌ରେ କରନ୍ତୁନି ରି-ହିଟ୍

ପାଳଙ୍ଗ ଏବଂ ଅନ୍ୟାନ୍ୟ ଶାଗ:

ଶୀତ ଦିନେ ପ୍ରାୟ ଲୋକ ମଧ୍ୟାହ୍ନ ଭୋଜନରେ ସବୁଜ ପନିପରିବା ଆଦି ଖାଇବାକୁ ଭଲ ପାଆନ୍ତି। ଯଦି ଆପଣ ଥଣ୍ଡା ହୋଇଯାଇଥିବା ଶାଗକୁ ମାଇକ୍ରୋୱେଭରେ ଗରମ କରି ଖାଉଛନ୍ତି, ତେବେ ଟିକେ ସତର୍କ ରୁହନ୍ତୁ। ମାଇକ୍ରୋୱେଭରେ ପାଳଙ୍ଗ କିମ୍ବା ଅନ୍ୟାନ୍ୟ ଶାଗ ଗରମ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

ପାଳଙ୍ଗ, ମେଥି, ସୋରିଷ ଆଦି ଶାଗରେ ନାଇଟ୍ରେଟ୍ ଥାଏ। ଏହା ଉଚ୍ଚ ତାପମାତ୍ରାରେ ଗରମ ହେଲେ ନାଇଟ୍ରାଇଟ୍‌ସ୍‌ରେ ପରିଣତ ହୋଇପାରେ। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଏହା ହୃଦୟ ଏବଂ ରକ୍ତଚାପକୁ ପ୍ରଭାବିତ କରିଥାଏ।

ସୁପ୍ ଏବଂ ସନ୍ତୁଳା:

ଆଜିକାଲି ଅନେକ ସ୍ୱାସ୍ଥ୍ୟ ପ୍ରତି ଖୁବ ଯତ୍ନବାନ। ତେଣୁ ସେମାନେ ଅଫିସ୍‌ ସମୟରେ କୌଣସି ଏକ ସୁପ୍ ବା ସନ୍ତୁଳା ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏ ସବୁକୁ ମାଇକ୍ରୋୱେଭରେ ଗରମ କରିବାବେଳେ ମନେ ରଖିବା ଜରୁରୀ ଯେ ଏହା ସମ୍ପୂର୍ଣ୍ଣ ଗରମ ହେବା ଉଚିତ। ନଚେତ ଏଥିରେ ଜୀବାଣୁ ବଢିପାରନ୍ତି।

ଏହା ସହିତ, ଯଦି ସୁପ୍ କିମ୍ବା ସନ୍ତୁଳାରେ କୌଣସି ପ୍ରକାର କ୍ଷୀର ଜାତୀୟ ଜିନିଷ ବା କ୍ରିମ୍ ଥାଏ, ତେବେ ଥଣ୍ଡା ହେବା ପରେ ପୁଣି ଗରମ ହେଲେ ଏହା ସ୍ୱାଦକୁ ଖରାପ କରିଦିଏ।

5 foods you should never reheat in the microwave know why is it badଆପଣ ନିଜ ଶରୀରକୁ ଭଲ ପାଆନ୍ତି କି… ଏହିସବୁ ଖାଦ୍ୟକୁ ମାଇକ୍ରୋୱେଭ୍‌ରେ କରନ୍ତୁନି ରି-ହିଟ୍

ଭାତ:

ମାଇକ୍ରୋୱେଭରେ ଭାତକୁ ପୁଣି ଗରମ କରିବା ଦ୍ୱାରା ସମସ୍ୟା ହୋଇପାରେ। ଯଦି ଭାତକୁ ଭଲ ଭାବରେ ରଖା ନ ଯାଇଥାଏ, ତେବେ ଏଥିରେ ଜୀବାଣୁ ବଢିବାର ସମ୍ଭାବନା ଥାଏ, ଯାହା ପେଟ ରୋଗର କାରଣ ହୋଇପାରେ। ତେଣୁ ଭାତକୁ ପୁଣି ଗରମ କରୁଥିଲେ, ଏହାକୁ ଭଲ ଭାବେ କରନ୍ତୁ।

ଖାଦ୍ୟକୁ ଶୀଘ୍ର ଗରମ କରିବା ପାଇଁ ମାଇକ୍ରୋୱେଭ୍ ଏକ ସୁବିଧାଜନକ ଉପାୟ ହୋଇପାରେ, କିନ୍ତୁ ଏମିତି କିଛି ଖାଦ୍ୟ ସାମଗ୍ରୀ ଅଛି ଯାହାକୁ ଗରମ କରିବାକୁ ଏଡାଇବା ଉଚିତ।

ଅଧିକ ପଢ଼ନ୍ତୁ: ଘିଅ ସହିତ ଏହି ୫ ଖାଦ୍ୟ ଖାଉଛନ୍ତି କି… ଆଜିଠାରୁ ଛାଡନ୍ତୁ, ହୋଇପାରେ ସାଂଘାତିକ

Tips And Trick
Advertisment
Advertisment