ସାମାନ୍ୟ କ୍ରୋଧ ପ୍ରତ୍ୟେକ ମଣିଷର ଏକ ପ୍ରାକୃତିକ ପ୍ରତିକ୍ରିୟା। କିନ୍ତୁ ଯେତେବେଳେ ଏହା ଅତ୍ୟଧିକ ହୋଇଯାଏ ଏହା ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ଏହାକୁ କିପରି ରୋକାଯାଇ ପାରିବ।
ବୟସ ବଢିବା ସହିତ ଅଣ୍ଟା-ପିଠି ଯନ୍ତ୍ରଣା ସମସ୍ୟା ବଢିବାରେ ଲାଗେ। କିଛି ଟିପ୍ସ ମାନିଲେ ଆପଣ ଏଥିରୁ ସାରାଜୀବନ ରକ୍ଷା ପାଇପାରିବେ। ଏହି ଟିପ୍ସ କେବଳ ପିଠି ଯନ୍ତ୍ରଣାକୁ ଏଡାଇ ଦେବ ନାହିଁ ବରଂ ବୃଦ୍ଧାବସ୍ଥାରେ ଏକ ସକ୍ରିୟ ଜୀବନକୁ ମଧ୍ୟ ଉପଭୋଗ କରିବାର ସୁଯୋଗ ଦେବ।
ଶାଗରେ ଅନେକ ପୋଷକ ତତ୍ତ୍ୱ ମିଳେ। ସାଧାରଣତଃ ଶୀତ ଦିନେ ହେଉଥିବା କୋଶଳା ଶାଗ ଅନେକ ପୋଷକର ତତ୍ତ୍ୱର ଭଣ୍ଡାର। ଏହି ଶାଗରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ। କେବଳ ଗୋଟିଏ ନୁହେଁ ଏହାର ବ୍ୟବହାରରୁ ଅନେକ ଲାଭ ମିଳିଥାଏ।
ଡାଇବେଟିସ ହେବା ଦ୍ୱାରା ହୃଦଘାତ,ନର୍ଭ ଡ୍ୟାମେଜ୍,କୀଡନୀ ରୋଗ ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ତେଣୁ ମଧୁମେହ ରୋଗୀ ମାନଙ୍କର ବିଶେଷ ଧ୍ୟାନ ଓ ଯତ୍ନ ନେବା ଆବଶ୍ୟକ ରହିଛି । ବିଶେଷ କରି ଖାଦ୍ୟ ଓ ପାନୀୟର ବିଶେଷ ଭାବେ ଧ୍ୟାନ ଦେବା ଜରୁରୀ ରହିଥାଏ । ତେବେ ଚାଲନ୍ତୁ ଜାଣିବା ମଧୁମେହ ରୋଗୀମାନେ କେଉଁ ଡାଲି ଜାତୀୟ ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ ଓ କେଉଁ ଡାଲି ଖାଇବା ଆବଶ୍ୟକ ।
ଶୀତଦିନର ସବୁଠାରୁ ବଡ ସମସ୍ୟା ହେଉଛି ଚର୍ମ ଶୁଖିଲା ହୋଇଯିବା। କିନ୍ତୁ ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା କେବଳ ଆପଣଙ୍କ ଚର୍ମକୁ ହାଇଡ୍ରେଟ୍ କରିବ ନାହିଁ ବରଂ ଆପଣଙ୍କ ଚେହେରାରେ ଗ୍ଲୋ ଆଣିବ।
ଆମେ ଯାହାକୁ ଜୀବନ ରକ୍ଷା ପାଇଁ ପିଉଛେ, ସେ ହିଁ ଜୀବନ ପାଇଁ ଆଣିପାରେ ବିପଦ। ବଜାରରେ ମିଳୁଥିବା ପାଣି ବୋତଲକୁ ଏବେ ହାଇ ରିସ୍କ ଫୁଡ୍ କାଟାଗୋରୀଭୁକ୍ତ କରିବା ଲାଗି ନିଷ୍ପତ୍ତି ନେଇଛି FSSAI।
ମୋଟା ହେଲେ କଥା ସରିଲା। ଏହି ଗୋଟିଏ ରୋଗ ଅନେକ ରୋଗକୁ ଡାକି ଆଣେ। ଡାକ୍ତର କହୁଛନ୍ତି, ମେଦ ବହୁଳତା ଏକ ଦୀର୍ଘକାଳୀନ ରୋଗ। ଯାହା ସମୟକୁ ସମୟ ଜଟିଳ ହୋଇଥାଏ। ଦୈନନ୍ଦିନ ଜୀବନରେ ମୋଟା ମଣିଷଟିଏ ତା ନିଜର କାମ କରିବାରେ ସମସ୍ୟାର ସମ୍ମୁଖୀନ ହୁଏ। ଯେମିତିକି ଶୋଇବା କିମ୍ବା ଚଳପ୍ରଚଳ ହେବାରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ। ମେଦବହୁଳତା କାରଣରୁ ଯେଉଁସବୁ ରୋଗ ଆମକୁ ମାଡ଼ିବସେ, ଆସନ୍ତୁ ଜାଣିବା ଏହାର ତାଲିକା ଆଉ ଜାଣିବା କେମିତି ଏଥିରୁ ମୁକ୍ତି ପାଇବା।
ଆପଣଙ୍କ ବାଡ଼ିରେ ଥିବା ଏହି ଗଛର ପତ୍ରଠାରୁ ଫଳ ଯାଏ ସବୁକିଛି ଔଷଧ। କେଶ ସମସ୍ୟା ରହିବନି, ହୃଦରୋଗ ଆସିବନି, ନପୁଂସକତା ଦୂରହେବ, ଆଜମା ଓ ଶ୍ୱାସରୋଗ ଉଡ଼ିଯିବ। କିନ୍ତୁ କିଛି ପଇସା ଖର୍ଚ୍ଚ ହେବନି। ପଢ଼ନ୍ତୁ ୧୫ଟି ରୋଗର ସହଜ ଆୟୁର୍ବେଦିକ ଔଷଧ ତିଆରିର ଉପାୟ।
ଏଠାରେ ଆମେ ଏପରି କିଛି ଅଭ୍ୟାସ ବିଷୟରେ କହୁଛୁ ଯାହାକୁ ଯଦି ଧ୍ୟାନରେ ରଖାଯାଏ, ଆପଣ କେବଳ ପିଠି ଯନ୍ତ୍ରଣାକୁ ଏଡାଇ ଦେବେ ନାହିଁ ବରଂ ବୃଦ୍ଧାବସ୍ଥାରେ ଏକ ସକ୍ରିୟ ଜୀବନକୁ ମଧ୍ୟ ଉପଭୋଗ କରିପାରିବେ। ତେବେ ଆସନ୍ତୁ ସେହି ଉପାୟଗୁଡିକ ଜାଣିବା।
ସକାଳୁ ଶୀଘ୍ର ଉଠିବାରେ ଅନେକ ଫାଇଦା ଅଛି ଯାହା ହୁଏତ ଆପଣ ଜାଣିନଥିବେ। ଅନେକ ସମୟରେ ଡାକ୍ତର ଆମକୁ ସକାଳୁ ଶୀଘ୍ର ଉଠିବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ଆମ ଭିତରୁ ଅନେକ ଏହି ପରାମର୍ଶକୁ ଗ୍ରହଣ କଲେ ବି କାମରେ ଲଗାଇନଥାଉ। କିନ୍ତୁ ଆଜି ଆମେ ଜାଣିବା ଏହାକୁ କାମରେ ଲଗାଇଲେ ଆମକୁ କ’ଣ ଫାଇଦା ମିଳେ…।
ଚୁଟି କଳା କରୁଥିବାରୁ ମୁଣ୍ଡରେ ଘା’ ହେଉଛି ଓ ରୁପି ବଢୁଛି। ହାତରେ ବଜାରର କୃତ୍ରିମ ରଙ୍ଗ ଆଣି ମେହେନ୍ଦି କରିବାରୁ କଣନଖା ହେଲା ଓ ଚର୍ମରେ ଇମ୍ଫେକ୍ସନ୍ ହେଉଛି। ଏହା ଗୋଟିଏ ଥରରେ ଭଲ ହେଇଯିବ। ଆପଣଙ୍କ ବାଡ଼ିର ଏହି ଗଛଟି ଏହାର ମହୌଷଧି ପରି କାମ କରିବ।
ସବୁଦିନ ପରି ରେଡି ହୋଇ ଟିଫିନ ବକ୍ସ ନେଇ ସ୍କୁଲକୁ ଯାଇଥିଲେ ବିରେନ୍ । ଯେମିତି ପଢିବା କଥା ପାଠ ବି ପଢିଲେ । ମଧ୍ୟାହ୍ନ ବିରତିରେ ଘରୁ ଆଣିଥିବା ଟିଫିନ୍ ଖୋଲି ଖାଇବା ଆରମ୍ଭ କଲେ । ଠିକ୍ ସେତିକି ବେଳେ ତଳେ ପଡିଗଲେ। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।
ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଅନୁସାରେ ବର୍ତ୍ତମାନ ପୃଥିବୀର ପାଖାପାଖି ୧୦୦ଟି ଦେଶରେ ଡେଙ୍ଗି ଜ୍ୱର ଦେଖାଯାଉଛି, ଏମିତିକି ଏବେ ୟୁରୋପୀୟ ରାଷ୍ଟ୍ର ଗୁଡିକରେ ମଧ୍ୟ ସ°କ୍ରମଣ ଦେଖା ଗଲାଣି। ବାର୍ଷିକ ହାରାହାରି ୩୯୦ ମିଲିୟନ ଲୋକ ଡେଙ୍ଗି ଜ୍ବର ଦ୍ବାରା ଆକ୍ରାନ୍ତ ହୋଇଥାନ୍ତି ଏବଂ ପାଖାପାଖି ୩୬୦୦୦ ରୋଗୀଙ୍କର ମୃତ୍ୟୁ ହୋଇଥାଏ।
ଆଜିର ଆଧୁନିକ ଜୀବନଶୈଳୀ ଅଧିକାଂଶ ଲୋକଙ୍କୁ ଡିପ୍ରେସନ ଆଡ଼କୁ ଟାଣି ନେଉଛି। ଆମ ଅଜାଣତରେ ଏହି ଭୟଙ୍କର ରୋଗ କେତେବେଳେ ଆମ ଭିତରେ ସୃଷ୍ଟି ହୋଇ ସାରିଥାଏ ଆମେ ଜାଣିପାରନ୍ତି ନାହିଁ। ଏହି ପ୍ରବନ୍ଧଟି ପଢ଼ି ସାରିଲା ପରେ ଥରଟିଏ ନିଜକୁ ବିଶ୍ଳେଷଣ କରି ଦେଖନ୍ତୁ, ହୁଏତ ଆପଣଙ୍କୁ ବି ଏହା ଆକ୍ରାନ୍ତ କରିନାହିଁ ତ ?
ଶୀତ ବଢ଼ିଲେ ସାଧାରଣତଃ ଥଣ୍ଡା ରୋଗ ଏକ ସାଧାରଣ ସମସ୍ୟାରେ ପରିଣତ ହୁଏ। ତେବେ ବଡ଼ମାନେ ଏହାକୁ ସହଜରେ ମୁକାବିଲା କରିପାରୁଥିବା ବେଳେ ଶିଶୁଙ୍କ ପାଇଁ ଏହା ଅନେକ ସମସ୍ୟା ସୃଷ୍ଟି କରେ। ଏଥିପାଇଁ ଆମକୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ।
ଦୀର୍ଘଦିନ ଧରି ବ୍ରେଷ୍ଟ କ୍ୟାନସରରେ ପୀଡିତ ଥିଲେ ନବଜୋତ୍ କୌର । ଚତୁର୍ଥ ଷ୍ଟେଜରେ ଥିବା ବେଳେ ଡାକ୍ତର କହିଥିଲେ, ବଂଚିବାର ଆଶା ମାତ୍ର ୩ ପ୍ରତିଶତ । କେମୋ ଥେରାପି ସହ ଅପରେସନ୍ ବି ହେଲା । ତା ଭିତରେ ଚାଲିଥିଲା ସୁଷମ ତଥା ନିୟନ୍ତ୍ରିତ ଖାଦ୍ୟ ପ୍ରଣାଳୀ ।
ଆଖି ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗ ଏକ ସ୍ଥାୟୀ ଚିକିତ୍ସା। ଯୋଗାସନର ନିୟମିତ ଅଭ୍ୟାସ ଆଖିର ପ୍ରତ୍ୟେକ ସମସ୍ୟାକୁ ହ୍ରାସ କରିଥାଏ।
ଆୟୁର୍ବେଦ ମତ ଅନୁଯାୟୀ, ଶୀତଦିନେ କାଞ୍ଜି ଶରୀର ପାଇଁ ବେଶ୍ ଲାଭଦାୟକ। ଏହା ପେଜ ଓ ତୋରାଣିରୁ ପ୍ରସ୍ତୁତ ହେଉଥିବାରୁ ଏହାକୁ ଖାଇଲେ ପେଟ ଥଣ୍ଡା ରହିଥାଏ। ଆସନ୍ତୁ ଜାଣିବା ଏହାର ଅନ୍ୟାନ୍ୟ ଫାଇଦା।
କେବଳ ସୁସ୍ଥ ଖାଦ୍ୟ ଏବଂ ଘରୋଇ ଉପଚାର ୟୁରିକ୍ ଏସିଡ୍ ସମସ୍ୟା ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ। ବିଶେଷକରି ଯଦି ଆମେ ଆୟୁର୍ବେଦକୁ ଯାଇ ଏକ ସୁସ୍ଥ ଖାଦ୍ୟ ଶୈଳୀକୁ ଗ୍ରହଣ କରିବା, ତେବେ ମୂଳରୁ ୟୁରିକ୍ ଏସିଡ୍ ସମସ୍ୟା ସମାଧାନ ହୋଇପାରିବ।
ନିଜର ବୋଲ୍ଡ ଫିଗର ଏବଂ ଷ୍ଟାଇଲିସ୍ ଡ୍ରେସିଂ ସେନ୍ସ କାରଣରୁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମଧ୍ୟରେ ମଲାଇକା ଆରୋରା ସବୁବେଳେ ଚର୍ଚ୍ଚିତ। ମଲାଇକା ତାଙ୍କ ସୋସିଆଲ ମିଡିଆରେ ବହୁତ ସରଳ ୱାର୍କଆଉଟ୍ ରୁଟିନ୍ ଶେୟାର କରନ୍ତି, ଯାହା ତାଙ୍କ ପ୍ରଶଂସକମାନେ ଘରେ ସହଜରେ କରିପାରିବେ।
ସାମ୍ନାକୁ ଆସିଛି ନବଜ୍ୟୋତ ସିଂ ସିଦ୍ଧୁଙ୍କ ପତ୍ନୀଙ୍କ କ୍ୟାନସର୍ ସହ ସଂଘର୍ଷର ପ୍ରେରଣାଦାୟୀ କାହାଣୀ । ଯେଉଁଠି ପ୍ରାୟ ଦୁଇ ବର୍ଷ ଧରି କ୍ୟାନସର ସହ କେମିତି ମୁହୂର୍ତ୍ତ ଲଢ଼ିଥିଲେ ସିଦ୍ଧୁ ।
ଏହି ବଣୁଆ ଘାସକୁ ପ୍ରାୟ ସମସ୍ତେ ଅନାବନା ଘାସ ଭାବି ଉପାଡ଼ି ଫୋପାଡି ଦିଅନ୍ତି। କିନ୍ତୁ ଏହାର ଅନେକ ଗୁଣ ରହିଛି। ଏହି ଘାସ କାଶକୁ ଭଲ କରିବାରେ ସାହାଯ୍ୟ କରିବା ସହିତ, ଆଜମା ଏବଂ ମଧୁମେହ ରୋଗୀଙ୍କୁ ଖୁବ ଉପକାର କରିଥାଏ।
ଶୀତଦିନ ଆସିବା ମାତ୍ରେ ପିଲାମାନଙ୍କଠାରେ ଥଣ୍ଡା କାଶ ଆଦି ଦେଖାଯାଏ। ଜଳବାୟୁର ପରିବର୍ତ୍ତନ ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଏ, ଏଣୁ ଏହା ପୁନଃ ବିକାଶ କରିବାକୁ ଆମକୁ ଉପଯୁକ୍ତ ପୋଷକ ତତ୍ତ୍ୱ ଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ପଡ଼ିବ। ସେଥିପାଇଁ ଋତୁ ପରିବର୍ତ୍ତନ ହେବା ସହ ଉକ୍ତ ସମୟରେ ମିଳୁଥିବା ପନିପରିବା ତଥା ଶସ୍ୟ ଆଦି ଖାଇବାର ଅଭ୍ୟାସ ରହି ଆସିଛି।
ଚା' ଓ କଫି ପରି ଗରମ ପାନୀୟକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଯେଉଁଥିରେ ଅତ୍ୟଧିକ ଗରମ ଚା' ପିଇବା ଦ୍ୱାରା ଏହା ଖାଦ୍ୟନଳୀ ବା ଓସୋଫାଗାଲରେ କର୍କଟ ରୋଗ ସୃଷ୍ଟି କରିପାରେ ବୋଲି ଜଣାପଡିଛି।
ଅପସ୍ମାର ବା ମୂର୍ଚ୍ଛାରୋଗ କେବେବି ହୋଇପାରେ। ଶିଶୁ ଓ ଯୁବକ ଏଥିରେ ଅଧିକ ଅସୁରକ୍ଷିତ। ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ....