Advertisment

Balasore District Health Update: ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖାଲି ପଡ଼ିଛି ୯୯ ପଦବୀ, ବାହାରକୁ ରେଫର ହେଉଛନ୍ତି ରୋଗୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗରେ ୧୬୭ ଡାକ୍ତର ପଦବୀରୁ ୯୯ଟି ଖାଲିପଡ଼ିଛି। ଡାକ୍ତରଙ୍କ ଅଭାବ ଯୋଗୁଁ ୱାର୍ଡରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ବି ମେଡ଼ିକାଲ କଲେଜକୁ ରେଫର କରାଯାଉଛି। ଆଉ ମେଡ଼ିକାଲ କଲେଜ ଆମ୍ବୁଲାନ୍ସରୁ ହିଁ ରୋଗୀଙ୍କୁ କଟକ ପଠାଇ ଦେଉଥିବା ଅଭିଯୋଗ ହେଉଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
balasore

balasore

ବାହାର ଚକାଚକ୍, ଭିତର ଅବସ୍ଥା ନକହିବା ଭଲ। ହସ୍ପିଟାଲ ଭିତରେ ଭୟଙ୍କର ଭିଡ଼, ହେଲେ ରୋଗୀ ଦେଖିବାକୁ ଡାକ୍ତର ନାହାଁନ୍ତି । ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଏଠି ସ୍ବାସ୍ଥ୍ୟବସ୍ଥା। ଏହି ଫଟୋ ହେଉଛି ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର। ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହେବାପରେ ସଦର ଚିକିତ୍ସାଳୟରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ମୟୂରଭଞ୍ଜରୁ ପ୍ରତିଦିନ ଶତାଧିକ ରୋଗୀ ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତି। ହେଲେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଡାକ୍ତର ନାହାନ୍ତି। ୨୪ ବର୍ଷ ଧରି ଶାସନ କ୍ଷମତାରେ ବସିଥିବା ବିଜେଡିର ଅସଲ ମୁଖା ପୁଣି ଥରେ ପଦାରେ ପଡିଛି। ବିକାଶର ଡିଣ୍ଡିମ ପିଟୁଥିଲେ ମଧ୍ୟ ତୃଣମୂଳ ସ୍ତରରେ ସାଧାରଣ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି ସାଧାରଣ ଲୋକ।

Advertisment

ଅଧିକ ପଢ଼ନ୍ତୁ: ଇସ୍ରୋ ରଚିବାକୁ ଯାଉଛି ଆଉ ଏକ ଇତିହାସ, ଲଂଚ ହେବ ସ୍ପେଡେକ୍ସ ମିଶନ୍

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗରେ ୧୬୭ ଡାକ୍ତର ପଦବୀରୁ ୯୯ଟି ଖାଲିପଡ଼ିଛି। ଡାକ୍ତରଙ୍କ ଅଭାବ ଯୋଗୁଁ ୱାର୍ଡରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ବି ମେଡ଼ିକାଲ କଲେଜକୁ ରେଫର କରାଯାଉଛି। ଆଉ ମେଡ଼ିକାଲ କଲେଜ ଆମ୍ବୁଲାନ୍ସରୁ ହିଁ ରୋଗୀଙ୍କୁ କଟକ ପଠାଇ ଦେଉଥିବା ଅଭିଯୋଗ ହେଉଛି। ଏହା ବ୍ୟତୀତ ମୁଖ୍ୟ ଚିକିତ୍ସାଳୟରୁ ଚିକିତ୍ସା ନ ପାଇ ବହୁ ରୋଗୀ ସହରରେ ଥିବା ଘରୋଇ ନର୍ସିଂହୋମ ଯିବାକୁ ବାଧ୍ୟ ହେଉଛନ୍ତି।

ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଭଗବାନ ଭରସା। ଖାଲି ଡାକ୍ତର ନୁହଁନ୍ତି ନର୍ସିଂ ଅଫିସରଙ୍କ ପଦ ଖାଲି ପଡ଼ିଛି। ଜିଲ୍ଳାର ଥିବା ୱେଲନେସ ସେଣ୍ଟର ଗୁଡ଼ିକୁ ୧୪୦ ନର୍ସିଂ ଅଫିସରଙ୍କ ମଧ୍ୟରୁ ୫୦ ନର୍ସିଂ ଅଫିସର ଡେପୁଟେଶନରେ ସେବା ଯୋଗାଇବାକୁ ଯାଉଥିବାରୁ ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ବାଧାପ୍ରାପ୍ତ ହେଉଛି । ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲେ ବି ଏହାର ସ୍ଥାୟୀ ସମାଧାନ କରାଯାଉ ନାହିଁ।

Advertisment

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାଲେଶ୍ବର ଗସ୍ତ ସମୟରେ ଡାକ୍ତରଙ୍କ ଅଭାବ କେବଳ ବାଲେଶ୍ବର ନୁହଁ ସାରା ରାଜ୍ୟରେ ରହିଛି ବୋଲି କହିବା ସହ ଆଗାମୀ ଦିନରେ ଏହାର ସମାଧାନ ହେବବୋଲି କହିଛନ୍ତି । ବାଲେଶ୍ବର ମୂଖ୍ୟ ଚିକିତ୍ସାଳୟକୁ ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ୩ ହଜାର ରୋଗୀ ଟ୍ରିଟମେଣ୍ଟ ପାଇଁ ଆସୁଛନ୍ତି। ହେଲେ ପ୍ରାୟ ୧୦୦ ଡାକ୍ତର ପଦବୀ ଖାଲି ପଡ଼ିବା ସହ ଶତାଧିକ ନର୍ସିଂ ଅଫିସରଙ୍କ ଅନୁପସ୍ଥିତି ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି ।

ଅଧିକ ପଢ଼ନ୍ତୁ: ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା, ଦିଶିବ 'କଳା ଜହ୍ନ

Balasore
Advertisment
Advertisment