Advertisment

Health Tips: କିପରି ଜାଣିବେ ସ୍ତନ କର୍କଟର ପ୍ରାରମ୍ଭିକ ଲକ୍ଷଣ; କେଉଁମାନଙ୍କ ପାଇଁ ହୁଏ ସାଙ୍ଘାତିକ…

ପ୍ରାରମ୍ଭିକ ପର୍ଯ୍ୟାୟରେ କର୍କଟ ଚିକିତ୍ସା ସମ୍ଭବ, କିନ୍ତୁ ଯେତେବେଳେ ଏହା ତିନି ଏବଂ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚେ, ଚିକିତ୍ସା ଆରମ୍ଭ କରିବା ଏବଂ ଏଥିରୁ ସୁସ୍ଥ ହେବା କଷ୍ଟକର ହୋଇଯାଏ। କିପରି ଜାଣିବେ ଏହାର ପ୍ରାରମ୍ଭିକ ଲକ୍ଷଣ…

author-image
Pramod Behera
ଅଦ୍ୟତନ ହୋଇଛି
Breast Cancer Symptoms

Breast Cancer Symptoms

ଦୁନିଆରେ ଅନେକ ପ୍ରକାରର କର୍କଟ ରୋଗ ଅଛି। ଏସବୁ ମଧ୍ୟରେ ସ୍ତନ କର୍କଟ ମହିଳାମାନଙ୍କ ମଧ୍ୟରେ ଅତି ସାଧାରଣ ହୋଇଯାଇଛି। ଆମ ଦେଶରେ ଏହାର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହା ମହିଳାମାନଙ୍କୁ ଅଧିକ ପ୍ରଭାବିତ କରିଥାଏ। ଆଜିକାଲି ପ୍ରସିଦ୍ଧ ଟିଭି ଅଭିନେତ୍ରୀ ହିନା ଖାନ ମଧ୍ୟ ସ୍ତନ କର୍କଟ ସହିତ ଲଢୁଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି।

Advertisment

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ କର୍କଟ ଚିକିତ୍ସା ସମ୍ଭବ, କିନ୍ତୁ ଯେତେବେଳେ ଏହା ତିନି ଏବଂ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚେ, ଚିକିତ୍ସା ଆରମ୍ଭ କରିବା ଏବଂ ଏଥିରୁ ସୁସ୍ଥ ହେବା ଅତ୍ୟନ୍ତ କଷ୍ଟକର ହୋଇଯାଏ। ଯଦି ସ୍ତନ କର୍କଟରେ ପୀଡିତ ରୋଗୀ ଉନ୍ନତ ଚିକିତ୍ସା, ଉପଯୁକ୍ତ ଔଷଧ, କେମୋଥେରାପି, ରେଡିଏସନ୍ ଆଦି ପାଇଥାଏ, ତେବେ ରୋଗୀ ଆରୋଗ୍ୟ ହୋଇପାରେ।

ସ୍ତନ କର୍କଟର ପ୍ରାରମ୍ଭିକ ଲକ୍ଷଣ:

ଯଦି ଏହାର ପ୍ରାରମ୍ଭିକ ଲକ୍ଷଣଗୁଡିକ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୁଏ ଏବଂ ଚିକିତ୍ସା ଆରମ୍ଭ ହୁଏ, ତେବେ ରୋଗୀ ଏକ ନୂତନ ଜୀବନ ପାଇଥାଏ। କିନ୍ତୁ ଅନେକ କ୍ଷେତ୍ରରେ ଲୋକେ ଆରମ୍ଭରୁ ସଠିକ୍ ସୂଚନା ପାଆନ୍ତି ନାହିଁ। ଏହି କାରଣରୁ, ଚିକିତ୍ସାରେ ବିଳମ୍ବ ହୁଏ, ଯାହାର ପରିଣାମ ପରବର୍ତ୍ତୀ ସମୟରେ ଭୟଙ୍କର ହୋଇଯାଏ।

Advertisment

ବିଶେଷଜ୍ଞଙ୍କ ମତରେ ସ୍ତନ କର୍କଟ ମହିଳାମାନଙ୍କଠାରେ ସବୁଠାରୁ ସାଧାରଣ କର୍କଟ। ଯଦି ଆପଣ ଏହାକୁ ଠିକ୍ ସମୟରେ ଚିହ୍ନଟ କରନ୍ତି, ତେବେ ଚିକିତ୍ସା ସଠିକ୍ ଭାବରେ କରାଯାଇଥାଏ ଏବଂ ଏହାର ସଫଳତାର ସମ୍ଭାବନା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ। ସ୍ତନ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ କ’ଣ ଆସନ୍ତୁ ଜାଣିବା।

  • ସ୍ତନ ଭିତରେ କିମ୍ବା ଏହାର ଆଖପାଖରେ ଗେଟାଳିଆ ଅନୁଭବ ହେବା। ଏହା ସାଧାରଣତଃ ଯନ୍ତ୍ରଣା ଦିଏ ନାହିଁ। ଏମିତି ଅନୁଭବ ହେଉଥିବା ପ୍ରତ୍ୟେକ ଜିନିଷ ସ୍ତନ କର୍କଟ ରୋଗର କାରଣ ନୁହେଁ, ତଥାପି ଏହା କର୍କଟ ରୋଗ କି ନୁହେଁ ଜାଣିବା ପାଇଁ ପରୀକ୍ଷା କରିବା ଜରୁରୀ।
  • ସ୍ତନର ଆକାର କିମ୍ବା ଆକୃତିର ପରିବର୍ତ୍ତନ ମଧ୍ୟ ଏକ ସଙ୍କେତ ହୋଇପାରେ।
  • ଏହା ବ୍ୟତୀତ ଚର୍ମ ଲାଲ ପଡିବା, ସ୍ତନ ଝୁଲିଯିବା, ସ୍ତନର ଚର୍ମରେ କମଳା ରଙ୍ଗର ଚୋପା ଭଳି ଦେଖାଇବା ଆଦି ସ୍ତନ କର୍କଟର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ।
  • ବେଳେବେଳେ ସ୍ତନ କର୍କଟ ହେତୁ ନିପଲ୍‌ରୁ ଡିସ୍‌ଚାର୍ଜ ହୁଏ। ଯଦି ରକ୍ତ କିମ୍ବା ଅନ୍ୟାନ୍ୟ ତରଳ ପଦାର୍ଥ ବାହାରେ, ତେବେ ଏହା ଏକ ଗମ୍ଭୀର ବିଷୟ ହୋଇପାରେ।
  • ଯଦି ସ୍ତନ ଯନ୍ତ୍ରଣା ଦୀର୍ଘ ସମୟ ଧରି ରୁହେ ଏବଂ ଏହାର କୌଣସି ସମ୍ପର୍କ ଯଦି ଋତୁସ୍ରାବ ସହିତ ଜଡିତ ନ ଥାଏ, ତେବେ ନିଶ୍ଚିତ ଭାବରେ ଏହାକୁ ନେଇ ଯାଞ୍ଚ କରନ୍ତୁ। ସେହିପରି ସ୍ତନ କଡରେ ବାହୁରେ ଫୁଲା ବା ବର୍ଦ୍ଧିତ ଲସିକା ଗ୍ରନ୍ଥି ମଧ୍ୟ ସ୍ତନ କର୍କଟର ଲକ୍ଷଣ ହୋଇପାରେ।

କେଉଁ ବୟସରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ:

୫୦ ବର୍ଷରୁ ଅଧିକ ମହିଳାମାନଙ୍କର ସ୍ତନ କର୍କଟ ହେବାର ଆଶଙ୍କା ଅଧିକ। ପରିବାରରେ ଯଦି କାହାର ସ୍ତନ କର୍କଟ ହୋଇଥାଏ ତେବେ ଏହାର ଆଶଙ୍କା ବଢିଯାଏ।

  • ବେଳେବେଳେ ହରମୋନାଲ କାରଣରୁ ସ୍ତନ କର୍କଟ ମଧ୍ୟ ହୋଇପାରେ। ଏଥିରେ ଶୀଘ୍ର ଋତୁସ୍ରାବ ହେବା ଏବଂ ହର୍ମୋନ୍ ଏଷ୍ଟ୍ରୋଜେନ୍‌ ସହିତ ଦୀର୍ଘ ସମୟ ଧରି ସଂପର୍କ ମଧ୍ୟ କର୍କଟ ରୋଗର ଆଶଙ୍କା ବଢାଇ ଦେଇପାରେ।
  • ଯେଉଁ ମହିଳାମାନେ ଅତ୍ୟଧିକ ମଦ୍ୟପାନ କରନ୍ତି, ବ୍ୟାୟାମ କରନ୍ତି ନାହିଁ ଏବଂ ଅଧିକ ଓଜନର ଥାଆନ୍ତି, ବିଶେଷକରି ମେନୋପଜ ପରେ ସ୍ତନ କର୍କଟ ହେବାର ଆଶଙ୍କା ବଢିଥାଏ।
  • ସ୍ତନ କର୍କଟ ରୋଗର ଏହି ଲକ୍ଷଣ ଏବଂ କାରଣ ଜାଣିବା ଦ୍ୱାରା, ଯଦି ଆପଣ ଏହାକୁ ଠିକ୍ ସମୟରେ ଚିହ୍ନଟ କରନ୍ତି ତେବେ ଚିକିତ୍ସା ସଫଳ ହୋଇପାରେ।
Cancer Breast Cancer Health Tips
Advertisment
Advertisment