These 8 foods will solve your indigestion problem

ଠିକରେ ହଜମ ହେଉ ନାହିଁ କି? ହଜମ ନହେବା ଯୋଗୁ ପେଟ ସମସ୍ୟା ଦେଖାଯାଉଛି କି? ଠିକରେ ଭୋକ ଲାଗୁ ନାହଁର କି? ତାହେଲେ ଖାଆନ୍ତୁ ଏହି ୮ଟି ଖାଦ୍ୟ। ଚଟାପଟ ହେବ ହଜମ।

ମେଥି: ରାତିରେ ମେଥିକୁ ପାଣିରେ ଭିଜାନ୍ତୁ, ସକାଳେ ତା ପାଣି ପିଅନ୍ତୁ। ନିୟମିତ ଏପରି କଲେ ହଜମ ପ୍ରକ୍ରିୟାରେ ଉନ୍ନତି ଆସେ। ପେଟର ଚର୍ବି ମଧ୍ୟ ହ୍ରାସ ପାଏ।

ହଳଦୀ: ଏକ ଗ୍ଲାସ୍ ପାଣିରେ ଗୋଟିଏ ଚାମଚ ହଳଦି ପାଉଡର ମିଶାଇ ଏହାକୁ ପିଅନ୍ତୁ। ପ୍ରତିଦିନ ଏହି ଅଭ୍ୟାସ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ।

ଅଦା: ପେଟ ଯନ୍ତ୍ରଣାରୁ ମୁକ୍ତି ଦେବା ବ୍ୟତୀତ ଅଦା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏଥିସହ ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ।

ଚିଆ ସିଡ୍ସ: ଚିଆ ସିଡ୍ସ ହଜମ ପ୍ରକ୍ରିୟା ପାଇଁ ସର୍ବୋତ୍ତମ। ଏଥିରେ ଫାଇବର ଭରପୂର ଥାଏ, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ଅମୃତଭଣ୍ଡା: ଯଦି ଆପଣଙ୍କର ହଜମ ପ୍ରକ୍ରିୟାରେ ସମସ୍ୟା ଓ ଏସିଡିଟି ଅଛି, ଅମୃତଭଣ୍ଡା ଖାଆନ୍ତୁ। ଏଥିରେ ଫାଇବର ଓ ପ୍ରୋଟିନ ଥାଏ।

ସେଓ : ସେଓ ଦୈନିକ ଖାଇଲେ ହଜମ ପ୍ରକ୍ରିୟା ସ୍ବଭାବିକ ହୁଏ। କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ। ସେଓରେ ରହିଛି ଉତ୍ତମ ପରିମାଣର ଦ୍ରବଣୀୟ ଫାଇବର ପେକ୍ଟିନ୍।

ଦହି: ଭଲ ହଜମ ପାଇଁ ନିଶ୍ଚିତ ରୂପେ ଖାଦ୍ୟ ତାଲିକାରେ ଦହି ଅନ୍ତର୍ଭୁକ୍ତ କରନ୍ତୁ। ଦହିର ପ୍ରୋ-ବାୟୋଟିକ୍ ଗୁଣ ପେଟର ସ୍ୱାସ୍ଥ୍ୟକୁ ଭଲ ରଖେ।

କିୱି: ଭିଟାମିନ୍-ସି ଭରପୂର ପରିମାଣରେ ଥାଏ କିୱିରେ। ଏଥିରେ ପ୍ରଚୁର ପରିମାଣର ଫାଇବର ମଧ୍ୟ ରହିଥାଏ, ଯାହା କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ। କିୱି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରୁହେ।