ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଅନୁସାରେ ପୃଥିବୀରେ ପାଖାପାଖି ୧.୬୨ ବିଲିଅନ୍ ବ୍ୟକ୍ତି, ଅର୍ଥାତ ପୃଥିବୀର ସମସ୍ତ ଜନସଂଖ୍ୟାର ପାଖାପାଖି ୨୫% ରକ୍ତହୀନତା ବା Anemia ଦ୍ବାରା ଆକ୍ରାନ୍ତ। ସାଧାରଣତଃ ଏହା ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ଠାରେ ଦେଖାଯାଇଥାଏ। ପୃଥିବୀରେ ଦେଖାଯାଉଥିବା ସମସ୍ତ ରକ୍ତହୀନତା ଭିତରେ ଲୌହସାର ଅଭାବ ହିଁ ସର୍ବାଧିକ ଦାୟୀ। ସାଧାରଣତଃ ଖାଦ୍ୟସାର ଅଭାବ, ସ°କ୍ରମଣ, ଦୀର୍ଘସ୍ଥାୟୀ ବ୍ୟାଧି ଏବଂ ଜେନେଟିକ୍ କାରଣରୁ ରକ୍ତହୀନତା ଦେଖା ଯାଇଥାଏ। ଆଜି ଆମେ ଜାଣିବା ଲୌହସାର ବ୍ୟତୀତ ଅନ୍ୟ କେଉଁ ଖାଦ୍ୟସାରର ଅଭାବରୁ ରକ୍ତହୀନତା ଦେଖାଯାଇ ପାରେ।