ବରଗଛ କୌଣସି ଏକ ଔଷଧଠାରୁ କମ୍ ନୁହେଁ। ଏହା ଆମ ଶରୀର ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। ଏଥିରେ ଅନେକ ପୋଷକ ତତ୍ତ୍ୱ ଥାଏ, ଯାହାକୁ ବ୍ୟବହାର କରି ଶରୀରର ଅନେକ ରୋଗରୁ ମୁକ୍ତି ମିଳିପାରିବ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆନାଲେଜିକ୍ ଫାଇବର, ପ୍ରୋଟିନ୍, କ୍ୟାଲୋରୀ, ଭିଟାମିନ୍, ଓମେଗା 3-6 ଏବଂ କ୍ୟାଲସିୟମ୍ ଏବଂ ଫସଫରସ୍ ଭଳି ପୋଷକ ତତ୍ତ୍ୱ ରହିଥାଏ ଯାହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ।
ବର୍ତ୍ତମାନ ସୁଦ୍ଧା ଆପଣ ହୁଏତ କ୍ଷୀରରୁ ସର ବାହାର କରି ଘରେ ଘିଅ ତିଆରି କରିଥିବେ। ଏହି ଘିଅ ତିଆରି କରିବାକୁ ହେଲେ ଆପଣଙ୍କୁ କ୍ଷୀର କିମ୍ବା ସର ଦରକାର ହେବ ନାହିଁ। କେବଳ ତେଲ ଆଉ ପତ୍ରରେ ଏହି ଘିଅ ହୋଇଯିବ।
ଡାଇବେଟିସ୍ ଏମିତି ଏକ ରୋଗ ଯାହାର ନିରାକରଣ ନାହିଁ । ଏଥିରେ କେବଳ ନିଜର ବ୍ଲଡସୁଗାର ସ୍ତର ନିୟନ୍ତ୍ରଣ କରିବାକୁ ପଡିଥାଏ । ସୁଗାର ସ୍ତର ବୃଦ୍ଧି ଏହି ରୋଗୀଙ୍କ ପାଇଁ ଘାତକ ହୋଇଥାଏ । ଏହି କାରଣରୁ ଡାଇବେଟିସ ରୋଗୀ ନିଜ ଖାଦ୍ୟପେୟ ପ୍ରତି ଅଧିକ ସଚେତନ ରହିବା ଆବଶ୍ୟକ ।
ଖରାଦିନେ ସାଧାରଣତଃ ଝାଳ ବୋହି ଶରୀରରୁ ଦୁର୍ଗନ୍ଧ ବାହାରିଥାଏ। ତେବେ ବିଭିନ୍ନ ଘରୋଇ ଉପାୟରେ ଝାଳର ଗନ୍ଧ ଦୂରକରି କିଭଳି ଫ୍ରେଶ୍ ଅନୁଭବ କରିବେ ଆସନ୍ତୁ ଜାଣିବା...
ଭଲ ହାଇଟ୍ ହେବା ପିଲାଙ୍କ କନଫିଡେନ୍ସ ସ୍ତର ଓ ପର୍ସନାଲିଟି ଉଭୟକୁ ବୃଦ୍ଧି କରିଥାଏ । ହାଇଟ୍ ଏମିତି ଏକ ଫ୍ୟାକ୍ଟର, ଯାହା ଖୁବ୍ ସମୟ ଯାଏ ଅନୁବଂଶିକ କାରଣ ଉପରେ ନିର୍ଭର କରିଥାଏ, କିନ୍ତୁ ଅନେକ ସମୟରେ ଖାଦ୍ୟପେୟ ଠିକ୍ ନଥିଲେ ଏହା ଶିଶୁଙ୍କ ହାଇଟ୍ ଉପରେ ପ୍ରଭାବ ପକାଇଥାଏ ।
ବ୍ରଶ୍ କରିବା ବେଳେ ଆପଣଙ୍କ ମାଢିରୁ ରକ୍ତସ୍ରାବ ହେଉଛି କିମ୍ବା ଯନ୍ତ୍ରଣା ଅନୁଭବ କରୁଛନ୍ତି କି? ଏହା ପାଏରିଆର ଆରମ୍ଭ ହୋଇପାରେ। କିନ୍ତୁ ଚିନ୍ତା କରିବାର କିଛି ନାହିଁ। ଦାମୀ ଔଷଧର ଜାଲରେ ପଡ଼ିବା ପୂର୍ବରୁ, କିଛି ଘରୋଇ ଉପଚାର ଚେଷ୍ଟା କରନ୍ତୁ, ଯାହା ଆପଣଙ୍କ ମାଢିକୁ ସୁସ୍ଥ ଏବଂ ଶକ୍ତିଶାଳୀ କରିପାରେ।
ଯଦି ଆପଣ ଚା’ ପିଇବାକୁ ଭଲ ପାଆନ୍ତି ଆଉ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଚାହାନ୍ତି, ତେବେ କ୍ଷୀର ଚା’ ବଦଳରେ ସୁସ୍ଥ ଏବଂ ପ୍ରାକୃତିକ ବିକଳ୍ପ ଗ୍ରହଣ କରନ୍ତୁ, କାରଣ ସ୍ୱାସ୍ଥ୍ୟ ଅପେକ୍ଷା କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ।
ଖାଦ୍ୟ ପେୟରେ ମଧ୍ୟ ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଅନେକ ସମୟରେ କିଛି ଲୋକ ଅନେକ ଖାଦ୍ୟ ମିଶାଇ ଖାଇଥାଆନ୍ତି । ଏହା ଖାଇବା ଦ୍ବାରା ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିଥାଏ ।
ଯଦିଓ ମଣିଷର କାର୍ଯ୍ୟ ଦକ୍ଷତା ବଢାଇବା ପାଇଁ କିଛି ମାତ୍ରାରେ ଚିନ୍ତା ଆବଶ୍ୟକ କିନ୍ତୁ ଯେତେବେଳେ ଏହା ଅନିୟନ୍ତ୍ରିତ ହୁଏ, ଅନେକ ଶାରୀରିକ ଓ ମାନସିକ ବ୍ୟାଧିର କାରଣ ହୋଇଥାଏ। ସାଧାରଣତଃ ଦୁଶ୍ଚିନ୍ତାର ଚିକିତ୍ସା ପାଇଁ ମଣିଷ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଲୋଡିବାକୁ ଏଡାଇବା ପାଇଁ ଚେଷ୍ଟା କରନ୍ତି। ହେଲେ ଆମେ ଆମ ଦୈନନ୍ଦିନ ଜୀବନ ଅଭ୍ୟାସରେ ଅଳ୍ପ ପରିବର୍ତ୍ତନ ଆଣିପାରିଲେ ଦୁଶ୍ଚିନ୍ତାରୁ ଅନେକ ମାତ୍ରାରେ ମୁକ୍ତି ମିଳିଥାଏ।
ଯୁବପିଢି କିପରି ଦୀର୍ଘ ସମୟ ହେଡଫୋନ୍ ଏବଂ ଇଅରଫୋନ୍ ବ୍ୟବହାରରୁ ବର୍ତ୍ତିବେ ସେଥିପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛି। ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଅତୁଲ ଗୋଏଲ ଏକ ଚିଠି ଯୋଗେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ବର୍ତ୍ତମାନ ଅନେକ ମହିଳା ନିଜର ଜୀବନ ଶୈଳୀ ପାଇଁ ସେମାନଙ୍କ ବୟସ ଠାରୁ ଅଧିକ ବୟସ୍କ ଦେଖାଯାଉଛନ୍ତି । ଏମିତି ସମସ୍ୟାରୁ ମୁକ୍ତି ପାଇବା ପାଇଁ କମ୍ ବୟସରେ ଆସୁଥିବା ବାର୍ଦ୍ଧକ୍ୟକୁ ରୋକିବାକୁ ପଡ଼ିବ । ଏଥିପାଇଁ କିଛି ଅଭ୍ୟାସକୁ ପରିତ୍ୟାଗ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିପାରିବ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ହୃଦ୍ରୋଗ ପରେ କର୍କଟ ରୋଗର ଭୟାବହତା ବଢ଼ିବାରେ ଲାଗିଛି। ଏହାକୁ ନେଇ ପିଲାଦିନରୁ ସମସ୍ତେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏହାର ଲକ୍ଷଣ ପ୍ରତି ଗମ୍ଭୀର ଧ୍ୟାନ ଦେବା ଏବଂ ଏହାକୁ ଠିକ୍ ସମୟରେ ଚିହ୍ନଟ କରିପାରିଲେ ଜୀବନ ରକ୍ଷା ହୋଇପାରେ।
ଆମର ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟ ଉପରେ ସବୁଠୁ ଅଧିକ ପ୍ରଭାବ ପକାଇଥାଏ । ଫଳ ଖାଇବା ଦ୍ୱାରା ଏହା ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । କିନ୍ତୁ, ଏମିତି କିଛି ଫଳ ଅଛି ,ଯାହାକୁ ରାତିରେ ଭୁଲ୍ରେ ବି ଖାଇବା ଉଚିତ୍ ନୁହେଁ ।
କୋଶଳା ଶାଗ ଖାଇବା ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଏହି ଶାଗ ଅନେକ ପୋଷକର ତତ୍ତ୍ୱର ଭଣ୍ଡାର । ଏଥିରେ ଭିଟାମିନ-ଇ, ଭିଟାମିନ-କେ, ଭିଟାମିନ-ସି ସହିତ କ୍ୟାଲସିୟମ, ଆଇରନ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ । ଏହା ଶରୀରରେ ରକ୍ତହୀନତା ଦୂର କରିଥାଏ । କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ଆରାମ ଦେଇଥାଏ । ଜାଣନ୍ତୁ କୋଶଳା ଶାଗ ଖାଇଲେ ଆଉ କ'ଣ ସବୁ ଫାଇଦା ମିଳେ...
ଅନେକଙ୍କ ରୋଷେଇ ଘରେ ଆମ୍ବକଷିଆ ଅଦା ବ୍ୟବହାର କରାଯାଏ। ଆମ୍ବକଷିଆ ଅଦା ଆପଣଙ୍କୁ ଯୁବକ ରଖିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟ ଅନେକ ରୋଗରୁ ରକ୍ଷା କରିଥାଏ। ଆମ୍ବକଷିଆ ଅଦାରେ ଏମିତି କିଛି ଗୁଣ ଅଛି ଯାହା ଅନେକ ପ୍ରକାରର ରୋଗ ସହିତ ଲଢିବା ପାଇଁ ଶକ୍ତି ପ୍ରଦାନ କରେ।
ଲୋକଙ୍କ କହିବା କଥା, ଅଧିକ ଲୋକ ରହୁଥିବା ଅଞ୍ଚଳରେ ଡାକ୍ତରଖାନା ନିର୍ମାଣ ହେଲେ ଅଧିକ ଲୋକ ଉପକୃତ ହେବେ। ମାତ୍ର ଏହି ଡାକ୍ତରଖାନାକୁ କମ୍ ଜନସଂଖ୍ୟା ଅଞ୍ଚଳକୁ ସ୍ଥାନାନ୍ତର ପାଇଁ ମସୁଧା ଚାଲିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।
ଖରା ଦିନରେ ଶରୀର ଅନ୍ତଃଭାଗକୁ ଶୀତଳତା ପ୍ରଦାନ ପାଇଁ ଥଣ୍ଡା ପାନୀୟ ବା ଜୁସ୍ର ଆବଶ୍ୟକତା ପଡ଼ିଥାଏ । ଆସନ୍ତୁ ଜାଣିବା ଖରା ଦିନରେ ଶରୀରକୁ କୁଲ୍ ଫିଲିଙ୍ଗ ଦେଉଥିବା କିଛି ଉପକାରୀ ଫ୍ରୁଟ୍ ଜୁସ୍ ବିଷୟରେ...
ବିଗତ କିଛି ବର୍ଷ ମଧ୍ୟରେ ଯଦି କୌଣସି ଖାଦ୍ୟସାର ସପ୍ଲିମେଣ୍ଟସ୍ ବା ଟାବଲେଟ୍ସ ବଜାରରେ ସର୍ବାଧିକ ବ୍ୟବସାୟ କରିଥାଏ ତାହେଲେ ତା’ ଭିତରୁ ଅନ୍ୟତମ ହେଉଛି “ବାୟୋଟିନ୍”! ସୁନ୍ଦର ଲମ୍ବା, ସାଇନି କେଶ ଓ ସୁସ୍ଥ ନଖ ପାଇଁ ଅନେକ ପରିବାର, ପ୍ରତ୍ୟେକ ମାସରେ ହଜାର ହଜାର ଟଙ୍କାର ବାୟୋଟିନ୍ ଟାବଲେଟ୍ସ କିମ୍ବା କ୍ୟାପସୁଲ୍ କିଣି ବ୍ୟବହାର କରନ୍ତି। କିନ୍ତୁ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି ଏ ବାୟୋଟିନ୍ କ’ଣ, ପ୍ରତିଦିନ ଆପଣଙ୍କ ଶରୀର ପାଇଁ କେତେ ମାତ୍ରାରେ ଆବଶ୍ୟକ ଏବଂ ପ୍ରକୃତରେ ଶରୀର ପାଇଁ ଏହି ଟାବଲେଟ୍ସ ଖାଇବା ଜରୁରୀ ନା’ ଅନାବଶ୍ୟକ ?
ଅଁଳା ହେଉଛି ଏମିତି ଏକ ଫଳ ଯେଉଁଥିରେ ଅନେକ ଔଷଧୀୟ ଗୁଣ ଥାଏ। ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। କିନ୍ତୁ ଅନେକ ସମୟରେ ଏହାକୁ ଖାଇବା ଉଚିତ ନୁହେଁ। ଆସନ୍ତୁ ସେ ବିଷହରେ ଜାଣିବା…
କଲରା ଏପରି ଏକ ପରିବା ଯାହାକୁ ସମସ୍ତେ ଖାଇବାକୁ ପସନ୍ଦ କରିନଥା'ନ୍ତି । ଏହା ପାଟିକୁ ସୁଆଦିଆ ଲାଗୁନଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ।
ସମସ୍ତେ ମଜବୁତ ଏବଂ ଚକଚକିଆ ଦାନ୍ତ ପାଇବାକୁ ଇଚ୍ଛା କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦାମୀ ଟୁଥ୍ପେଷ୍ଟ ଏବଂ ବ୍ରଶ ବିନା ମଧ୍ୟ ଦାନ୍ତକୁ ସୁସ୍ଥ ରଖାଯାଇପାରିବ? ପୁରୁଣା କାଳରେ, ଲୋକଙ୍କ ଦାନ୍ତ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ମଧ୍ୟ ଦୃଢ ରହୁଥୁଲା। ଏହାର କାରଣ କ’ଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା…
ସବୁଠାରୁ ଚିନ୍ତାଜନକ କଥା ହେଉଛି ଏହି ଭାଇରସର କୋଭିଡ୍-୧୯ ସହିତ ସମାନତା ରହିଛି ଓ ଏହା ମଧ୍ୟ ମଣିଷ ଶରୀରକୁ ସଂକ୍ରମିତ କରିବାର କ୍ଷମତା ରଖିଛି ।
ସକାଳର ଆରମ୍ଭ ହୁଏ ଚା' କପ୍ରୁ । ଅନେକ ଲୋକ ଦୈନିକ ଚା' ପିଇବାକୁ ପସନ୍ଦ କରିଥା'ନ୍ତି । ଆମେ ଅନେକ ସମୟରେ ଚା' ରେ ଅଦା ପକାଇ ପିଇବାକୁ ପସନ୍ଦ କରନ୍ତି । ତେବେ ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ।
ଅଣ୍ଡା ଅଧିକାଂଶ ଲୋକଙ୍କ ଦୈନନ୍ଦିନ ଖାଦ୍ୟ । ଅଣ୍ଡା ଓମଲେଟ୍, ଭୁଜି, ତରକାରୀ କିଏ କେତେ ପ୍ରକାରେ ଅଣ୍ଡା ଖାଆନ୍ତି । କୁହାଯାଏ, ଗରମ ହେଉ ଅବା ଥଣ୍ଡା, ସବୁଦିନ ଖାଆନ୍ତୁ ଅଣ୍ଡା । କାରଣ ଅଣ୍ଡାରେ ପ୍ରଚୁର ପ୍ରୋଟିନ ମିଳେ । ଏଥିସହ ଭିଟାମିନ ଏ, ବି, ଭିଟାମିନ ଡି, ଆଣ୍ଟିଅକ୍ସିଡାଣ୍ଟ ସହ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ, ଯାହାକି ଶରୀରକୁ ସୁସ୍ଥ ରଖେ । ଯଦିଓ ଅଣ୍ଡା ଏକ ସୁପରଫୁଡ୍, ହେଲେ ଅଧିକ ଅଣ୍ଡା ଖାଇବା ହାନିକାରକ ହୋଇପାରେ । ତେଣୁ ଏହି ଖବରରେ ଜାଣନ୍ତୁ ଦିନକୁ କେତୋଟି ଅଣ୍ଡା ଖାଇବା ଶରୀର ପାଇଁ ସ୍ୱାସ୍ଥ୍ୟକର
ଅମୃତଭଣ୍ଡା ପତ୍ରରୁ ଭିଟାମିନ୍, ମିନେରାଲ୍ସ, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟର ଉତ୍ସ ମିଳିଥାଏ। ଏଥିରେ ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍ ସି, ଭିଟାମିନ୍ ଇ, ଭିଟାମିନ୍ କେ ମଧ୍ୟ ରହିଥାଏ।ଏହା ବ୍ୟତୀତ ଫସଫରସ୍, ଆଇରନ୍, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ଖଣିଜ ପଦାର୍ଥ ଅମୃତଭଣ୍ଡା ପତ୍ରରୁ ମିଳିଥାଏ।