ଶ୍ରୀକ୍ଷେତ୍ରଠୁ ଯୋଜନ ଦୂରେ ଥାଇ କାଳିଆ ସେବାରେ ସମର୍ପିତ । କିଏ ଗଢ଼ୁଛି ସୋଲଫୁଲ, କିଏ ବୁଣୁଛି ଗୀତଗୋବିନ୍ଦ ଖଣ୍ଡୁଆ ପାଟ । ପିଢ଼ି ପରେ ପିଢ଼ି ମହାପ୍ରଭୁଙ୍କ ସେବାରେ ସମର୍ପିତ ଦୁଇ ପରିବାର ।
ଭକ୍ତଙ୍କୁ ମାତ୍ର ୩ ଘଣ୍ଟା ପାଇଁ ମହାପ୍ରଭୁଙ୍କ ନବ ଯୌବନ ବେଶ ଦର୍ଶନ ସୁଯୋଗ ମିଳିବ । ସେ ଭିତରୁ ପାରିମାଣିକ ଟିକେଟ୍ କାଟିଥିବା ଭକ୍ତଙ୍କ ପାଇଁ ଏକ ଘଣ୍ଟା ଓ ସର୍ବସାଧାରଣ ବା ସାହାଣ ମେଲା ଦର୍ଶନ ପାଇଁ ଦୁଇ ଘଣ୍ଟାର ସମୟ ଧାର୍ଯ୍ୟ କରାଯାଇଛି ।
କାଳିଆ ସାଆନ୍ତର ବଡଦାଣ୍ଡ ଧୂଳି ହେଉ କି ଶ୍ରୀମନ୍ଦିରର ମଳି ହେଉ। ସାଗରର ନୀଳ ଜଳ ହେଉ କି ଶ୍ରୀଅଙ୍ଗର ବାସି ମାଳ ହେଉ, ସବୁକିଛି ମହାନ ଆଉ ପବିତ୍ର। ଏହି ପବିତ୍ର ଜିନିଷ ମଧ୍ୟରେ ରଥ ଦଉଡି ବା ବାଦ ପଡିବ କାହିଁକି। ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି। ଆସନ୍ତୁ ଜାଣିବା ଏହି ଦଉଡିର ରହସ୍ୟ।
ନୀଳାଦ୍ରିବିଜେରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳେ ମହାପ୍ରଭୁଙ୍କ ମାନବୀୟ ଲୀଳା ଖେଳାର ଏକ ଅନନ୍ୟ ନିଦର୍ଶନ। ପତ୍ନୀଙ୍କୁ ସାଥିରେ ନ ନେଇ ରଥଯାତ୍ରାରେ ଯାଇଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥାନ୍ତି ମହାଲଷ୍ମୀ। କାଳିଆ ସାଆନ୍ତ ବଡ଼ ଦେଉଳ ଭିତରକୁ ପ୍ରବେଶ କଲାବେଳେ ବାଟ ଓଗାଳନ୍ତି ମହାଲଷ୍ମୀ। ଏହା ପରେ କ’ଣ ହୁଏ ଜାଣିବା ପାଇଁ ପଢନ୍ତୁ।
ଠାକୁରଙ୍କ ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧରପଣା କୁହାଯାଏ। ତେବେ ଏହି ନୀତି ପଛର ରହସ୍ୟ କ’ଣ ଜାଣିବା ପାଇଁ ପଢନ୍ତୁ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ଏହାକୁ ଦର୍ଶନ କରିବା ନେଇ ଶ୍ରୀକ୍ଷେତ୍ର ପାଲଟେ ଜନ ସମୁଦ୍ର।
ରଥଯାତ୍ରା ସମୟରେ ଠାକୁରମାନେ ଉତ୍ତରାଭିମୁଖୀ ହୋଇ ଯାତ୍ରା କରୁଥିବା ସମୟରେ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା ଯାତ୍ରାରେ ଦକ୍ଷିଣାଭିମୁଖୀ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳେ। ଏହି ଦୁର୍ଲଭ ଦର୍ଶନରେ ଭକ୍ତମାନଙ୍କ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
ରଥଯାତ୍ରାରେ ତିନି ରଥରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରି ଗୁଣ୍ଡିଚାଘରକୁ ଯାଇଥାନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ହେଉଛି ‘ନନ୍ଦିଘୋଷ’। ଏହି ରଥକୁ ମଧ୍ୟ ଚକ୍ରଧ୍ୱଜ ବା ଗରୁଡ ଧ୍ୱଜ ନାମରେ ଶାସ୍ତ୍ରରେ କୁହାଯାଇଛି। ତେବେ ଆସନ୍ତୁ ଏହି ନନ୍ଦିଘୋଷ ବିଷୟରେ କିଛି ରୋଚକ କଥା ଜାଣିନେବା।
ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ଦିଅନ୍ତି । ଋଗ୍ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ। ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ। ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ଏହି ରଥଯାତ୍ରାର କାରଣ କ’ଣ…
ରଥଖଳାରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ । ତିନି ରଥରେ ସୌନ୍ଦର୍ଯ୍ୟ ଭରିବାରେ ବ୍ୟସ୍ତ ରୂପକାର ଓ ଚିତ୍ରକାର ସେବାୟତ । ଆଉ ଏପଟେ ଦରଜୀ ସେବାୟତଙ୍କୁ ବି ତର ନାହିଁ । କିଏ ମେସିନରେ କପଡ଼ା ସିଲେଇରେ ବ୍ୟସ୍ତ, ତ କିଏ ଲାଗିଛନ୍ତି ହାତ କାମରେ ।
ଚନ୍ଦନ ଯାତ୍ରା ଗଲା, ସ୍ନାନଯାତ୍ରା ବି ସରିଗଲା ତଥାପି ଅନ୍ତ ହେଉନି ହେରିଟେଜ୍ କରିଡର। ଏବେ ପ୍ରଶ୍ନ ରଥଯାତ୍ରା ଆଗରୁ ସରିବ ତ ଶ୍ରୀମନ୍ଦିର ଐତିହ୍ୟ କରିଡରର ବାହ୍ୟ ପ୍ରକଳ୍ପ?
ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଆଉ କମ୍ ସମୟ ଥିବା ବେଳେ ବେଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ।
ଉତ୍ସବର ସହର ପୁରୀ। ଏଠି ବର୍ଷତ ସାତା ଆୟୋଜିତ ହୋଇଥାଏ ଅନେକ ଯାତ୍ରା। ତା ଭିତରେ ସାହିଯାତ ଅନ୍ୟତମ। ଆସନ୍ତୁ ଜାଣିବା ଏହି ସାହିଯାତ କ’ଣ ଆଉ କେବେଠାରୁ ଆରମ୍ଭ ହୋଇଛି ଏହି ସାହିଯାତ ପରଂପରା?
ଆଜି ନୀଳାଦ୍ରି ବିଜେ, ରଥରୁ ଓହ୍ଲାଇବା ପରେ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
ଜଗା ପ୍ରେମ ଆଗରେ ବୟସ ବି ହାର ମାନିଲା.. ମହାପ୍ରଭୁଙ୍କ ଦର୍ଶନ ଲାଳସାରେ ନୀଳମାଧବଙ୍କ ପୀଠରୁ ସାଇକେଲ ଧରି ଚାଲିଆସିଲେ ୭୫ ବର୍ଷୀୟ ବୃଦ୍ଧ..
ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି
ଶେଷ ହେଲା ଶ୍ରୀଜିଉଙ୍କ ଅଧରପଣା ନୀତି । ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଲାଗି ହେବ ସୁସ୍ୱାଦୁ ଓ ସୁବାସିତ ପଣା । ୩ ରଥରେ ୩ଟି ଲେଖାଏଁ ମୋଟ ୯ଟି ମାଟି ତୁମ୍ଭରେ ଏହି ପଣା ଲାଗି ହେବାର ପରମ୍ପରା ରହିିଛି । ଏହି ତୁମ୍ଭର ଉଚ୍ଚତା ମହାପ୍ରଭୁଙ୍କ ଅଧର ଉଚ୍ଚର ହୋଇଥିବାରୁ ଏହାକୁ ଅଧର ପଣା କୁହାଯାଏ । ତେବେ ଏହି ପଣା ରଥ ଉପରେ ଲାଗି ପରେ ସେହିଠାରେ ହିଁ ହାଣ୍ଡିକୁ ଭାଙ୍ଗି ଦିଆଯାଇଥାଏ ।
ଆଜିର ଅଧରପଣା ନୀତି ସମାପ୍ତ ପରେ ଆସନ୍ତାକାଲି ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଅଧରପଣା ନୀତି ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ଭିଡ଼ ଲାଗିଛି ।
ରାଣୀ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ କଲେ ଛେରାପହଁରା । ୨ ବର୍ଷ ପରେ ରଥଯାତ୍ରା ଦେଖିବାକୁ ଲୋକଙ୍କ ଭିଡ଼ ।
ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ ।
ଶ୍ରୀମନ୍ଦିର ଚାରିପଟେ ରହିଛି ଅନେକ ସାହି। ଏସବୁ ସହ ଶ୍ରୀଜଗନ୍ନାଥ ସଂସ୍କୃତି ମଧ୍ୟ ଓତପ୍ରୋତ ଭାବେ ଜଡ଼ିତ। ତେବେ ଆସନ୍ତୁ ଶ୍ରୀକ୍ଷେତ୍ରରେ ଥିବା ଜାଗା ଆଖଡ଼ା ଓ ସାହିଯାତ ସମ୍ପର୍କରେ ଜାଣିନେବା।
ଶ୍ରୀକ୍ଷେତ୍ରର ମାହାତ୍ମ୍ୟ ପୁରାଣ ବର୍ଣ୍ଣିତ। ଯୁଗେ ଯୁଗେ ଏହି କ୍ଷେତ୍ରର ସାଂସ୍କୃତିକ ପରମ୍ପରା ଉଣା ଅଧିକେ ସମଗ୍ର ଭାରତବର୍ଷକୁ ପ୍ରେରଣାସିକ୍ତ କରିଆସିଛି। ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ୭ ସାହି ମଧ୍ୟ ଶ୍ରୀଜଗନ୍ନାଥଙ୍କ ସେବା ଓ ପରମ୍ପରା ସହ ଅନେକାଂଶରେ ଜଡିତ।
ଲୀଳାମୟ ବଡ଼ଠାକୁରଙ୍କ ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ। ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ପୂର୍ବ ନୀତି ନିର୍ଘଣ୍ଟ ଅନୁସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଆସି ଶ୍ରୀଅଙ୍ଗରେ ଲାଗି ହୋଇଛନ୍ତି।
ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ତିନିଠାକୁର
ଜଗତର ଠାକୁର ସେ ଜଗନ୍ନଥ। ମନୁଆ ଠାକୁର ସେ। ହେଲେ ରାଜାଙ୍କ ପରି ଚଳଣୀ।