ଶେଷ ହେଲା ଶ୍ରୀଜିଉଙ୍କ ଅଧରପଣା ନୀତି । ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଲାଗି ହେବ ସୁସ୍ୱାଦୁ ଓ ସୁବାସିତ ପଣା । ୩ ରଥରେ ୩ଟି ଲେଖାଏଁ ମୋଟ ୯ଟି ମାଟି ତୁମ୍ଭରେ ଏହି ପଣା ଲାଗି ହେବାର ପରମ୍ପରା ରହିିଛି । ଏହି ତୁମ୍ଭର ଉଚ୍ଚତା ମହାପ୍ରଭୁଙ୍କ ଅଧର ଉଚ୍ଚର ହୋଇଥିବାରୁ ଏହାକୁ ଅଧର ପଣା କୁହାଯାଏ । ତେବେ ଏହି ପଣା ରଥ ଉପରେ ଲାଗି ପରେ ସେହିଠାରେ ହିଁ ହାଣ୍ଡିକୁ ଭାଙ୍ଗି ଦିଆଯାଇଥାଏ ।
Published By: Chandan Shishu
Last updated: 11 July 2022, 11:25 PM IST
ଶ୍ରୀଜିଉଙ୍କ ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ଓ ବଡ଼ ଓଡ଼ିଆ ମଠ ଦିଅନ୍ତି ସାମଗ୍ରୀ...
ରଥ ଉପରକୁ ଅଣାଯାଉଛି ଅଧର ହାଣ୍ଡି
ସର, କଦଳୀ, ଛେନା, କର୍ପୁର, ଜାଇଫଳ, କ୍ଷୀର ଓ ପାଣି ସହ ଗୋଲମରିଚ ପଡ଼ି ପ୍ରସ୍ତୁତ ଅଧରପଣା...
ପଣା ହେବା ପାଇଁ ଚାଲିଛି ପାଣିବୁହା
ପାଣିଆ ଆପଟ ସେବକମାନେ ଅଧର ହାଣ୍ଡିରେ ପାଣି ଭର୍ତ୍ତି କରନ୍ତି...
ଶ୍ରୀଜିଉଙ୍କ ଅଧରପଣା ନୀତି ପ୍ରକ୍ରିୟା ଆରମ୍ଭ
ଭାଙ୍ଗିଲା ଶ୍ରୀଜଗନ୍ନାଥଙ୍କ ଅଧରପଣା ହାଣ୍ଡି। ତୃପ୍ତ ହେଲେ ଚଣ୍ଡିଚାମୁଣ୍ଡା ଓ ଅଶରୀରୀ