Advertisment

୧୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ହନ୍ତସନ୍ତ ହେବେ ଭକ୍ତ..!

ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଆଉ କମ୍ ସମୟ ଥିବା ବେଳେ ବେଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Deva Snana Purnima 2023

Lord Jagannath, SriMandir

୧୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ଆଜି ରାତି ୧୦ଟାରୁ ଆସନ୍ତାକାଲି । ଦିନ ୨ଟା ଯାଏଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଦେବସ୍ନାନ ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ମହାପ୍ରଭୁଙ୍କ ସ୍ନାନଯାତ୍ରା ଉଦ୍ଦେଶ୍ୟରେ ଚାରମାଳ ବନ୍ଧା ତଥା ସେନାପଟା ଲାଗି ନୀତି ପାଇଁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Advertisment

ଅନ୍ୟପଟେ ଶ୍ରୀଜିଉଙ୍କ ହାତୀବେଶ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ପରମ୍ପରା ମୁତାବକ ପବିତ୍ର ଅକ୍ଷୟ ତୃତୀୟା ଠାରୁ ବେଶ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ଆଉ ହାତରେ ମାତ୍ର କମ ସମୟ ରହିଛି। ବେଶ ନିର୍ମାଣ ପାଇଁ ମୁଖ୍ୟତଃ ସୋଲ, କପଡା, କଦଳୀ ପାଟୁକା, ବିଭିନ୍ନ ପ୍ରକାରର ଜରି, ଜମ୍ବୁରା, ବିଭିନ୍ନ ପ୍ରକାର ଲେସ୍, ବାଉଁସ କାଠି ଏବଂ କଇଁଥ ଅଠା ଆବଶ୍ୟକ ହୋଇଥାଏ । ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଆଉ କମ୍ ସମୟ ଥିବା ବେଳେ ବେଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ।

ଦରଜି ସେବକ ଏବଂ ଚିତ୍ରକାର ସେବକ ମଧ୍ୟ ବେଶ ନିଜ ନିଜର କାର୍ଯ୍ୟ ଜାରି ରଖିଛନ୍ତି । କାରିଗର ମାନେ ହବିଷାନ୍ନ ଖାଇ ଶୁଦ୍ଧପୁତ ଭାବରେ ଠାକୁରଙ୍କ ବେଶ ନିର୍ମାଣ କରୁଛନ୍ତ । ହାତୀବେଶ ବାଲିସାହି ସ୍ଥିତ ଗୋପାଳ ତିର୍ଥ ମଠ ଏବଂ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖରେ ଥିବା ଶ୍ରୀ ରାଘବ ଦାଶ ମଠ ଯୋଗାଇ ଦେଇଥାନ୍ତି । ସ୍ନାନପୂର୍ଣ୍ଣିମା ଦିନ ଜଳଲାଗି ନୀତି ବା ସ୍ନାନ ନୀତି ପରେ ଠାକୁରମାନେ ହାତୀବେଶରେ ସଜିତ ହୋଇ ଦର୍ଶନ ଦେଇଥାନ୍ତି । ଏପଟେ ଘୋଷଯାତ୍ରା ବେଳେ ଶ୍ରୀମନ୍ଦିରରେ ପଟି ଦିଅଁ ପଜା ପାଇଥାନ୍ତି। ସେଥିଲାଗି ପଟିଦିଅଁ କାମ ମଧ୍ୟ ଆଗେଇ ଚାଲିଛି । କାରିଗରମାନେ ପଟିଦିଅଁ ନିର୍ମାଣରେ ଲାଗିଛନ୍ତି ।

Advertisment

ଅନ୍ୟପଟେ ଘୋଷଯାତ୍ରା ପାଇଁ ଆଜି ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିଛନ୍ତି ଦଇତାପତି ସେବାୟତ। ସ୍ନାନପୂର୍ଣ୍ଣମୀ ନୀତିକୁ ନଜରରେ ରଖି ଦଇତାପତିମାନେ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିଛନ୍ତି । ସନ୍ଧ୍ୟାଧୂପ ପରେ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କୁ ବାହୁଟ କଣ୍ଟ ଲାଗି କରିବେ । ବଉଳ କାଠରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ମାପ ଅନୁଯାଇ ସେନାପଟା ଓ ବାହୁଟ ନିର୍ମାଣ କରାଯିବ ।

Srimandir Puri Srimandir Ratha Jatra
Advertisment
Advertisment