ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ଅନ୍ୟ 3ଟି ଦ୍ୱାର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ବଡଦାଣ୍ଡ ପାର୍ଶ୍ବରୁ ଏବଂ ବିଭିନ୍ନ ଗଳିରୁ ଆସୁଥିବା ଭକ୍ତମାନେ ମାର୍କେଟ ଛକରୁ ଆରମ୍ଭ ହେଉଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ ।
ଦେବସ୍ନାନ ପୂର୍ଣ୍ଣିମା ଦିନ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ଅନ୍ୟ ୩ଟି ଦ୍ୱାର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ ।
ଦେବସ୍ନାନ ପୂର୍ଣ୍ଣିମା ପରେ ଆରମ୍ଭ ହୁଏ ଠାକୁରଙ୍କ ଅଣସର ନୀତି। ଏହି ବିଧି ମହା ଅଣସର ନାମରେ ଜଣାଶୁଣା। ଅଣସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ। ତେବେ ଆସନ୍ତୁ ଜାଣିବା କିପରି ତିଆରି ହୁଏ ଏହି ଅଣସର ପଟି।
ପ୍ରତି ଓଡ଼ିଆଙ୍କ ହୃଦୟସ୍ପନ୍ଦନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ। ଏହା ଅତ୍ୟନ୍ତ ଉପଭୋଗ୍ୟ ଆଉ ଆକର୍ଷଣୀୟ ମଧ୍ୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ଏହାକୁ ଦର୍ଶନ କରିବା ନେଇ ଶ୍ରୀକ୍ଷେତ୍ର ପାଲଟିଯାଏ ଜନସମୁଦ୍ର।
ବୟସ ସିନା ୯୬ ହେଲେ କାଳିଆ ସେବା ତାଙ୍କ ଦେହରେ ଭରି ଦେଇଛି ଯୁଆନ ଫୂର୍ତ୍ତି । ପରିଣତ ବୟସରେ ମଧ୍ୟ ଶ୍ରୀଜିଉଙ୍କ ସେବାରେ ସମର୍ପିତ ଆଶେଲିଙ୍କ ହାତକୁ ତର ନାହିଁ।
ଶନିବାର ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ୧୦୮ କୁମ୍ଭ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ମୂରତି। ଆଜି ପହୁଡ଼ ନୀତି ପରେ ଦଇତାପତିମାନେ ମହାପ୍ରଭୁଙ୍କ ବାହୁଟକଣ୍ଟ ନୀତି କରିବେ।
ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ସେଥିପାଇଁ ଆଜି ଜ୍ୟେଷ୍ଠ ତ୍ରୟୋଦଶୀ ତିଥିରେ ଦଇତାପତି ସେବାୟତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।
ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ଉତ୍ସବ ହେଉଛି ଶ୍ରୀଜୀଉଙ୍କ ବାହୁଡାଯାତ୍ରା। ଆଷାଢ଼ ଶୁକ୍ଳପକ୍ଷ ଦଶମୀରେ ପାଳନ ହୁଏ ମହାପ୍ରଭୁଙ୍କ ଏହି ବାହୁଡା ଯାତ୍ରା। ୯ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଭାଇ ଭଉଣୀଙ୍କ ସହ ବଡ଼ ଦେଉଳକୁ ଫେରନ୍ତି କାଳିଆ ସାଆନ୍ତେ। କାଳିଆ ଠାକୁରଙ୍କ ଏହି ଫେରିବା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ।
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପାଳିତ ହୋଇଥାଏ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ନିର୍ମିତ ହୋଇଥାଏ ତିନୋଟି ସୁଦୃଶ୍ୟ ରଥ। ଏହି ତିନି ରଥର ଭିନ୍ନ ଭିନ୍ନ ନାମ ଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ହେଉଛି ‘ନନ୍ଦିଘୋଷ’। ତେବେ ଆସନ୍ତୁ ଏହି ନନ୍ଦିଘୋଷ ରଥକୁ ନେଇ କିଛି ରୋଚକ କଥା ଜାଣିନେବା।
ଓଡ଼ିଶାର ମୁଖ୍ୟ ଯାତ୍ରା ଭାବେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ। ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରେ ପ୍ରଧାନ।
ବିଚିତ୍ର ଠାକୁର କାଳିଆ ଗୋସେଁଇ। ଅଜବ ତାଙ୍କର ନୀତିକାନ୍ତି। ସବୁକିଛି ମାନବ ପରି। ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ କଳସୀର ପବିତ୍ର ଜଳରେ ସ୍ନାନ କରନ୍ତି ଶ୍ରୀଜିଉ। ଏହି ଅନନ୍ୟ ପରମ୍ପରା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଭାବବିହ୍ୱଳ କରିଦିଏ।
ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉଙ୍କ ଅଣସର ନୀତି ପାଳନ ହୁଏ। ଅତ୍ୟଧିକ ସ୍ନାନ କରିବା ହେତୁ ଶ୍ରୀଜୀଉମାନେ ଜରରେ ପଡନ୍ତି। ଏହି ସମୟରେ ଅଣସର ଗୃହରେ କ’ଣ ରହିଛି ବିଧି, ଜାଣନ୍ତୁ ଏହି ଆଲେଖ୍ୟରେ।
ଆସନ୍ତା ଜୁଲାଇ ୭ରେ ରଥଯାତ୍ରା । ଅନ୍ୟବର୍ଷ ମାନଙ୍କ ଅପେକ୍ଷା ଏଥର ରଥଯାତ୍ରା ଏଇଥି ପାଇଁ ବିରଳ, କାରଣ ସେଇ ଗୋଟିଏ ଦିନରେ ପଡୁଛି ଠାକୁରଙ୍କ ନବଯୌବନ ଦର୍ଶନ ସାଙ୍ଗକୁ ନେତ୍ରୋତ୍ସବ । କେତେବେଳେ ରଥଟଣା ହେବ ? ଦିନେ କି ଦୁଇ ଦିନ ଧରି ରଥଯାତ୍ରା ଚାଲିବ, ତାକୁ ନେଇ ଉପୁଜିଛି ସଂଶୟ ।
ଗୋଟିଏ ଦିନରେ ପଡୁଛି ଠାକୁରଙ୍କ ନବଯୌବନ ଦର୍ଶନ ସାଙ୍ଗକୁ ନେତ୍ରୋତ୍ସବ। କେତେବେଳେ ରଥଟଣା ହେବ ? ଦିନେ କି ଦୁଇ ଦିନ ଧରି ରଥଯାତ୍ରା ଚାଲିବ, ତାକୁ ନେଇ ଉପୁଜିଛି ସଂଶୟ। ତେଣେ ସେବାୟତ କହିଲେଣି ଇତିହାସ ତର୍ଜମା କରି ନୀତିକାନ୍ତି କରିବୁ।
ମାନବୀୟ ଲୀଳାରେ ଅବର୍ତ୍ତୀର୍ଣ୍ଣ ଆମ ବଡ଼ ଠାକୁର। ଆଜି ହେଉଛି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ। ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କ ବିବାହ ଉତ୍ସବ।
ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଭୋଇ ସେବକଙ୍କ ମୃତ୍ୟୁ ହୋଇଛି ।
ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ ମହାପ୍ରଭୁ।
ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ
ଅଭିମାନ କରିଥିବା ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ପ୍ରଭୁ ଜଗନ୍ନାଥ ମନାଇବାର ପରମ୍ପରା ରହିଛି। ରସଗୋଲା ଖାଇବା ପରେ ମହାଲକ୍ଷ୍ମୀ ସିଂହଦ୍ୱାର ଖୋଲିବେ।
ଆଜି ପ୍ରଭୁ ମହାଲକ୍ଷ୍ମୀଙ୍କ ମାନଭଂଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ରତ୍ନ-ସିଂହାସନରେ ପୁନଃ ବିରାଜମାନ କରିବେ। ଶ୍ରୀମନ୍ଦିର ରୂପକ ନୀଳଶୈଳର ଗର୍ଭଗୃହ ସ୍ୱରୂପ ନୀଳକନ୍ଦରରେ ବିରାଜମାନ କରିବାର ଏହି ଅଲୌକିକ ଲୀଳା ‘ନୀଳାଦ୍ରିବିଜେ’ ନାମରେ ବିଖ୍ୟାତ।
ତିନିରଥ ଉପରେ ସୁନାବେଶ ପରଦିନ ଅଧରପଣା ନୀତି ସମାପନ ହୋଇଥାଏ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ।
ଶ୍ରୀଜିଉଙ୍କ ସୁନାବେଶ ପରଦିନ ତିନିରଥ ଉପରେ ଆରମ୍ଭ ହୁଏ ଅଧରପଣା ନୀତି।
ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି। ସୁନାବେଶ ପରଦିନ ରଥ ଉପରେ ଅଧରପଣା ନୀତି ସମାପନ ହୋଇଥାଏ। ଏହାର ରହସ୍ୟ କ’ଣ ଆସନ୍ତୁ ଜାଣିବା।
ସୁନାବେଶ ଦର୍ଶନ ସରିବା ପରେ ଆସନ୍ତାକାଲି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗିହେବ ଅଧରପଣା। ଆଉ ଶନିବାର ନିଳାଦ୍ରୀ ବିଜେ।
ଆଜି ଶ୍ରୀଜିଉଙ୍କ ସୁନାବେଶ। ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଲେ ଜଗତ ଠାକୁର। ମହଣ ମହଣ ସୁନାରେ ସଜ୍ଜିତ ହେଲେ ତିନି ଠାକୁର। ରଥ ଉପରେ ମହାପ୍ରଭୁଙ୍କ ଅତି ସୁନ୍ଦର, କମନୀୟ ଓ ସୁଶୋଭିତ ସୁନା ବେଶ ଦେଖି କୃତ୍ୟ କୃତ୍ୟ ଅଗଣିତ ଭକ୍ତ।