Advertisment

ନେତ୍ର ଉତ୍ସବକୁ ଆଉ ୬ ଦିନ; ଜଗାର ସେବା ପାଇଁ ଦିନରାତି ଏକ କରିଦେଇଛନ୍ତି ଦରଜୀ ସେବାୟତ

ରଥଖଳାରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ । ତିନି ରଥରେ ସୌନ୍ଦର୍ଯ୍ୟ ଭରିବାରେ ବ୍ୟସ୍ତ ରୂପକାର ଓ ଚିତ୍ରକାର ସେବାୟତ । ଆଉ ଏପଟେ ଦରଜୀ ସେବାୟତଙ୍କୁ ବି ତର ନାହିଁ । କିଏ ମେସିନରେ କପଡ଼ା ସିଲେଇରେ ବ୍ୟସ୍ତ, ତ କିଏ ଲାଗିଛନ୍ତି ହାତ କାମରେ ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Ratha Jatra

ଘୋଷଯାତ୍ରା ପାଇଁ ରଥଖଳାରେ ଧିରେ ଧିରେ ଦିବ୍ୟ, ଭବ୍ୟ ରୂପ ନେବାରେ ଲାଗିଲେଣି ମହାପ୍ରଭୁଙ୍କ ତିନି ରଥ । ତିନି ରଥ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରଥ କନା ତିଆରି କାମ ବି ଦ୍ରୁତ ଗତିରେ ଆଗେଇ ଚାଲିଛି । ବତା କାମ ସରିବା ପରେ ଏବେ ଦୂଆର ବେଢ଼ କାମ ଚାଲିିଛି । ନିଜ ହାତର ସ୍ପର୍ଶରେ ରଥକୁ ସୁନ୍ଦରପଣରେ ଭରିବା ପାଇଁ ସିଲେଇ କାମରେ ବ୍ୟସ୍ତ ଅଛନ୍ତି ଦରଜୀ ସେବାୟତ ।

Advertisment

ରଥଖଳାରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ । ତିନି ରଥରେ ସୌନ୍ଦର୍ଯ୍ୟ ଭରିବାରେ ବ୍ୟସ୍ତ ରୂପକାର ଓ ଚିତ୍ରକାର ସେବାୟତ । ଆଉ ଏପଟେ ଦରଜୀ ସେବାୟତଙ୍କୁ ବି ତର ନାହିଁ । କିଏ ମେସିନରେ କପଡ଼ା ସିଲେଇରେ ବ୍ୟସ୍ତ, ତ କିଏ ଲାଗିଛନ୍ତି ହାତ କାମରେ । କାରଣ ନେତ୍ର ଉତ୍ସବକୁ ହାତରେ ଆଉ ମାତ୍ର ୬ ଦିନ । ତେଣୁ ତା ପୂର୍ବରୁ ୧୭ ତାରିଖ ସୁଦ୍ଧା ସିଲେଇ କାମ ସାରି ୧୮ ତାରିଖରେ ରଥରେ କନାମୁଣ୍ଡଣି କାମ କରିବାକୁ ହେବ । ସେଥିପାଇଁ ମନ୍ଦିର କାର୍ଯ୍ୟାଳୟ ପରିସରରେ କନାମୁଣ୍ଡଣି ପାଇଁ ପୂର୍ବ ପ୍ରସ୍ତୁତିରେ ଦିନ ରାତି ଏକ କରି ଦେଇଛନ୍ତି ୧୭ ଜଣ ସେବକ ।

ତିନି ରଥ ପାଇଁ ନାଲି, ହଳଦିଆ, ସବୁଜ ଓ କଳା ରଙ୍ଗର ମୋଟ୍ ୧୨୫୦ ମିଟର କନାର ଆବଶ୍ୟକ ପଡ଼ିଥାଏ । ଅହମ୍ମଦାବାଦରୁ ସ୍ୱତନ୍ତ୍ର ଭାବେ ମଗାଯାଇଥିବା ଏ କପଡ଼ାରେ ହୁଏ ଭିନ୍ନ ଭିନ୍ନ ସିଲେଇ କାମ । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ନାଲି ଓ ସବୁଜ ରଙ୍ଗର କପଡ଼ା ଲାଗୁଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ନାଲି ଓ ହଳଦିଆ ଏବଂ ମା’ ସୁଭଦ୍ରାଙ୍କ ରଥରେ ଲାଗେ ନାଲି ଓ କଳା ରଙ୍ଗର କପଡ଼ା ।

Advertisment

ତେଣୁ ସେଇ ଅନୁସାରେ ଏସବୁ କପଡ଼ାରେ ୨୪ଟି ବତା, ୭୨ ବିଳାସପଟି, ୧୨ଟି ଦୁଆର ବେଢ଼ା, ୧୨ଟି ଚନ୍ଦ୍ରଶାଳୀ, ୧୨ ଅଁଳାଶ୍ରୀ, ତିନୋଟି ପୋଟଳ, ପୋଲମୁଦ୍ରା, ପୋଲ ଚାଦର, ରଥ ଘେର, ୨୪ ଟି ମେଣ୍ଢାମୁଣ୍ଡିଆ, ୨୪ଟି ମଗରବତଆ, ସାରଥୀ ପୋଷାକ, ଅନ୍ୟାନ୍ୟ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ କରାଯାଏ ।

ତିନି ରଥର ସୌନ୍ଦର୍ଯ୍ୟକରଣ କାମ ସରିବା ପରେ କୋଠ ସୁଆଁସିଆଁଙ୍କ ଦ୍ୱାରା ସଂପନ୍ନ ହୁଏ ରଥ ମୁଣ୍ଡଣି କାର୍ଯ୍ୟ । ଆଉ ତାପରେ ସୁନ୍ଦରପଣରେ ସାରା ସଂସାରକୁ ଆକର୍ଷିତ କରି ଘୋଷଯାତ୍ରାରେ ଯିବାକୁ ପ୍ରସ୍ତୁତ ହୁଅନ୍ତି ବିଶ୍ୱ ନିୟନ୍ତାଙ୍କ ତିନି ରଥ ।

Ratha Jatra
Advertisment
Advertisment