ଅଲାର ନାଥ। କଳା କମନୀୟ ବିଷ୍ଣୁ ପ୍ରତିମା। ନିରିଖେଇ ଦେଖିଲେ ଦିଅଁଙ୍କ ଥୋଡ ଆଉ ହାତ ପୋଡିଯାଇଛି। ହେଲେ କେମିତି ଦିଅଁଙ୍କ ଓଠ ପୋଡିଗଲା। ଆସନ୍ତୁ ଶୁଣିବା ଏହା ପଛର କାହାଣୀ ।
ରଥ ଟଣାର ଅନେକ ଚମତ୍କାରିତା ମଧ୍ୟରେ ରଥ ଦଉଡିର ରହିଛି ବିଶେଷ ଆକର୍ଷଣ। ଏହି ପବିତ୍ର ଦଉଡ଼ିକୁ ଛୁଇଁବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମନେକରନ୍ତି। ଏହି ଦଉଡିର ଛୁଆଁରେ ଜନ୍ମ ଜନ୍ମାନ୍ତର ପାପ ମୋଚନ ହୋଇଯିବା ବିଶ୍ୱାସ ରହିଛି। ଏହି ଦଉଡି ଟିକେ ଛୁଇଁବା ପାଇଁ ଲାଗିଥାଏ ଲକ୍ଷ ଲକ୍ଷ ଲୋକଙ୍କ ଭିଡ।
କଥାରେ ଅଛି ‘ଅରକ୍ଷିତକୁ ଦଇବ ସାହା’। ଜୀବନରେ ସତ୍ ପଥରେ ଥାଇ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ ବିଭିନ୍ନ କଷ୍ଟକର ପରିସ୍ଥିତି ତଥା ଦୁଃଖଦ ମୁହୂର୍ତ୍ତରୁ ତ୍ରାହି ମିଳିପାରିବ। ତେଣୁ ଆଧ୍ୟାତ୍ମିକତାର ମହାମନ୍ତ୍ର ହେଉଛି ‘ଭକ୍ତି’। ଭକ୍ତ ବନ୍ଧୁ ମହାନ୍ତି ଏହାର ଉଦାହରଣ।
ରୂପକାର ସେବକ ସଫା ସଫା କହିଦେଇଛନ୍ତି, ନୂଆ ନିର୍ମାଣ ପାଇଁ ହାତରେ ଆଉ ସମୟ ନାହିଁ।
ଏଥର ଶ୍ରୀଜୀଉଙ୍କ ରଥରେ କମିବ କି ସଖୀଙ୍କ ସଂଖ୍ୟା । ବେପରୁଆ ରକ୍ଷଣାବେକ୍ଷଣକୁ ନେଇ ଉଦବେଗ । ମ୍ୟୁଜିୟମ୍ କରି ସଂରକ୍ଷଣ ପାଇଁ ଦାବି ।
ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା । ଅଣସରରେ ତିନି ଠାକୁର, ସିଂହଦ୍ୱାରରେ ଏବେ ପଡିଛି ତାଲା । ଖାଁ ଖାଁ ଲାଗୁଛି ମନ୍ଦିର । ଭକ୍ତଙ୍କ ଗହଳି ନାହିଁ । ଜ୍ୱରରେ ପଡ଼ିଛନ୍ତି ତିନି ଠାକୁର, ଚାଲିଛି ଗୁପ୍ତ ସେବା ।
ପବିତ୍ର ସ୍ନାନପୂର୍ଣ୍ଣିମା ଦିନ ୧୦୮ ଗରା ଜଳରେ ସ୍ନାନ କରି ଅସୁସ୍ଥ ହୋଇ ପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ। ଶାବର ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ ଆଦିବାସୀ ସେବକଠାକୁର ମାନଙ୍କର ଉପଚାର ଆରମ୍ଭ କରିଛନ୍ତି।
ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ବଡ ଓଡିଆ ମଠ ପକ୍ଷରୁ ଯୋଗାଇ ଦିଆଯାଇଥାଏ ଏହି ଫୁଲୁରୀ ତେଲ । ଘଣାପେଡା ରାଶି ତେଲ ସହ ୨୪ଟି ଉପାଦାନରେ ତିଆରି ହୋଇଥାଏ ଏହି ଫୁଲୁରୀ ତେଲ । ସ୍ନାନ ପରେ ଜ୍ୱରରେ ପୀଡିତ ହୋଇଛନ୍ତି ମହାପ୍ରଭୁ । ଅଣସର ବାସରେ ରହିବା ପରେ ଚାଲିଛି ଉପଚାର ।
ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ବଡ ଓଡିଆ ମଠ ପକ୍ଷରୁ ଯୋଗାଇ ଦିଆଯାଇଥାଏ ଏହି ଫୁଲୁରୀ ତେଲ ।
ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ରଥଯାତ୍ରା । ତେବେ ରଥ ଟାଣିବା ପାଇଁ ଆବଶ୍ୟକ ହେଉଥିବା ଦଉଡି ଆସେ କେଉଁଠୁ? କିଭଳି ହୁଏ ପ୍ରସ୍ତୁତ?
ସେ ବ୍ରାହ୍ମଣ ନୁହଁନ୍ତି। ପୂଜା ପାଠ ପାଇଁ ସଂସ୍କୃତ ବି ଭଲରେ ଜାଣି ନାହାନ୍ତି। କିନ୍ତୁ ସେବକ ବୋଲି ମହାପ୍ରଭୁଙ୍କଠାରେ ତାଙ୍କ ମନ। ଅଣସର ବେଳେ ସେ ହିଁ ସେବା କରନ୍ତି। ନିଜେ ଫୁଲ ତୋଳନ୍ତି, ନିଜେ ଠାକୁରଙ୍କୁ ସଜେଇ ଦିଅନ୍ତି। ନିଜେ ବଣକୁ ଯାଇ ଜଟିବୁଡି ସଂଗ୍ରହ କରି ଆଣି ମହାପ୍ରଭୁଙ୍କ ସେବାରେ ଦିଅନ୍ତି। ଆଦିବାସୀ ସେବକ କରୁଛନ୍ତି ଠାକୁରଙ୍କ ଅଣସର ନୀତି, ଶାବର ଶ୍ରୀକ୍ଷେତ୍ରରେ ଭିନ୍ନ ଏକ ପରମ୍ପରା ।
ରଥ ପାଇଁ ଚଳିତ ବର୍ଷ ୧୪ଟି ରଥ ଟଣା ଦଉଡ଼ି ଏବଂ କଡ଼ନ ପାଇଁ ୧୨ ଗୋଟି କତା ଦଉଡ଼ି ଯୋଗାଇବା ପାଇଁ ସ୍ଥିରୀକୃତ ହୋଇଛି । ଏହା ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋଉଥିବା ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ଦଉଡ଼ି ଏଠାରୁ ପଠାଯାଏ।
ପୁରୀ ଟାଉନ୍ ହଲ ପରିସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକରେ ବିଭିନ୍ନ ଦିଗକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।
ସରିଛି ଶ୍ରୀଜିଉଙ୍କ ସ୍ନାନଯାତ୍ରା: ସ୍ନାନବେଦୀରୁ ଅଣସର ଘରକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦେଖନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅଣସରକୁ ଯିବା ବେଳର ସେହି ସୁନ୍ଦର ଦୃଶ୍ୟ...
ଜୁଲାଇ ୬ରୁ ୯ ତାରିଖ ଯାଏ ଓଡ଼ିଶା ଗସ୍ତରେ ଆସିପାରନ୍ତି । ପୁରୀ ସହ ଭୁବନେଶ୍ୱରରେ ରହଣି ନେଇ ସୂଚନା ।
୧୯୭୧ ମସିହା ଭଳି ଏଥର ହେବ ଶ୍ରୀକ୍ଷେତ୍ରରେ ରଥଯାତ୍ରା ନୀତିକାନ୍ତି। ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୋଲିସ ପ୍ରଶାସନ ଓ ନୂଆ ରାଜ୍ୟ ସରକାରଙ୍କ ପାଇଁ ହୋଇଛି ବଡ଼ ଚ୍ୟାଲେଞ୍ଜ।
ପରିଚାଳନା କମିଟି ବୈଠକରେ ପ୍ରସଙ୍ଗ ଏଡ଼ାଇଯିବା ସନ୍ଦେହ ସୃଷ୍ଟି କରୁଛି ।
ସକାଳ ୭ଟା ରୁ ୮ଟା ୩୦ ମଧ୍ୟରେ ସକାଳ ଧୂପ ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ରଥ ଆଜ୍ଞାମାଳ ବିଜେ ସକାଳ ୮ଟା ୪୫ରେ ଅନୁଷ୍ଠିତ ହେବ।
ଦିନ ୧୧ଟାରେ ରଥ ପ୍ରତିଷ୍ଠା ପରେ ଦିନ ଗୋଟାଏ ୧୦ରେ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି। ଆଜି ରଥଯାତ୍ରା ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏବର୍ଷ ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ପଡୁଛି।
ସ୍ନାନ ବେଦୀରେ ଦିବ୍ୟସ୍ନାନ ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁ । ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।
ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ହାତୀବେଶରେ ଦର୍ଶନ ଦେଉଛନ୍ତି ମହାବାହୁ। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ପୁରୀ।
ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ହାତୀବେଶରେ ଦର୍ଶନ ଦେଉଛନ୍ତି ମହାବାହୁ। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ପୁରୀ।
୧୦୮ ଗରା ଜଳରେ ସ୍ନାନ କଲେ ଶ୍ରୀଜିଉ। ଜଗନ୍ନାଥ ସ୍ୱାମୀଙ୍କ ଅପୂର୍ବ ସ୍ନାନୋତ୍ସବର ଲୀଳାକୁ ଦର୍ଶନ କରିବା ପାଇଁ ସବୁରି ମନରେ ଉତ୍କଣ୍ଠା। ଅସରାଏ ବର୍ଷାରେ ପ୍ରଭୁଙ୍କୁ ଅଭିଷେକ କଲେ ଇନ୍ଦ୍ରଦେବ ।
ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରାରେ ଅମୃତର ଧାରା ଢାଳୁଛି ବର୍ଷା। ମେଘ ଜଳବିନ୍ଦୁରେ ସିକ୍ତ ହେଉଛି ପାବନ ପୁରୁଷୋତ୍ତମ କ୍ଷେତ୍ର। ଅଗଣିତ ଭକ୍ତଜନ ଭିଜୁଛନ୍ତି ଭକ୍ତିର ବାରିଧିରେ।
ବଉଳ କାଠ ଆଉ କାଳିଆ ସାଆନ୍ତ। ପ୍ରତିବର୍ଷ ଏ ସମ୍ପର୍କର କଥା ଉଠେ। କାଳିଆ ଠାକୁରଙ୍କ ଦାରୁ ଦେହକୁ ନିଜ ଛାତିରେ ଧରିରଖେ ଏହି ବଉଳ କାଠର ସାଜ। ନାଁ ତାର ସେନାପଟା।