• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Ratha Jatra Updates

aadapa Abadha
ଭକ୍ତଙ୍କ ପାଇଁ ବାହାରିଲା ଆଡ଼ପ ଅବଢ଼ା

ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ରଥଯାତ୍ରା । ଭକ୍ତଙ୍କ ପାଇଁ ରତ୍ନସିଂହାସନରୁ ଓହ୍ଲାଇ ଆସିଛନ୍ତି ମହାପ୍ରଭୁ । ଗତକାଲି ମହାପ୍ରଭୁଙ୍କ ଆଡ଼ପ ବିଜେ ହେଇଥିବାବେଳେ ଆଜି ଭକ୍ତଙ୍କ ପାଇଁ ବାହାରିଛି ଆଡ଼ପ ଅବଢ଼ା ।

 Adapa Mandap Bije of sibling deities to be held today
ଆଜି ଆଡ଼ପ ମଣ୍ଡପ ବିଜେ: ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଆଜି ଆଡ଼ପ ମଣ୍ଡପ ବିଜେ କରିବେ ତିନି ଠାକୁର। ରଥ ଉପରେ ଶ୍ରୀଜିଉମାନଙ୍କର ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଛି। 

‘Chhera Pahanra’ ritual of sibling deities’ in Ganjam
ଗଞ୍ଜାମ ଧରାକୋଟ, ଯାଜପୁର ଗଡ଼ ମଧୁପୁରରେ ରାଣୀଙ୍କ ରଥଯାତ୍ରା

ଯାଜପୁର ଧର୍ମଶାଳା ବ୍ଲକ ଗଡ଼ ମଧୁପୁରରେ ଛେରା ପହଁରା କରିଛନ୍ତି ରାଜଜେମା ଅପର୍ଣ୍ଣା ଧିରସିଂ। ଗତ ୧୫ ବର୍ଷ ଧରି ସେ ଛେରା ପହଁରା କରୁଛନ୍ତିା

Puri Rath Jatra
ଘୋଷଯାତ୍ରାର ଦ୍ୱିତୀୟ ଦିନରେ ବି କମ୍ପିଲା ବଡ଼ଦାଣ୍ଡ; ଅଧାବାଟରୁ ଦର୍ପଦଳନ ଓ ନନ୍ଦିଘୋଷକୁ ଟାଣିନେଲେ ଶ୍ରଦ୍ଧାଳୁ

ଆଖି ମିଶିଲା, ମନ ପୁରିଲା। ଆଷାଢ଼ ଶୁକ୍ଲ ଦ୍ବିତୀୟା ତିଥି ନହୋଇ ବି ପୁରୀ ବଡ଼ଦାଣ୍ଡରେ ନନ୍ଦିଘୋଷ ଟାଣିବାର ସୌଭାଗ୍ୟ ଜୁଟିଲା। କାଲି ଘୋଷଯାତ୍ରାରେ ଗୁଣ୍ଡିଚା ମନ୍ଦିର ଆସିବା ବେଳେ ଅଧାବାଟରେ ଅଟକି ରହିଥିବା ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଆଜି ପୁଣି ଭକ୍ତି ଭାବରେ ଟାଣି ନେଇଛନ୍ତି ଭକ୍ତ।

Failure of chariots to reach Gundicha temple same day raises several questions
କାହିଁକି ଗତକାଲି ଶରଧାବାଲିରେ ଲାଗିଲାନି ତିନିରଥ ?

ସଂଧ୍ୟା ପରେ, ରାତି ୮ଟା ପରଯାଏଁ ରଥ ଟଣା ଯିବା ପରେ ବି ବଳଭଦ୍ରଙ୍କ ତାଳଧ୍ବଜକୁ ଛାଡ଼ି କାହିଁକି ଗୁଣ୍ଡିଚା ମନ୍ଦିର ପହଞ୍ଚି ପାରିଲାନି ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ? କେଉଁଠି ରହିଲା ସମସ୍ୟା ?

SJTA Chief Ranjan Das
ସାଲବେଗ, ବନ୍ଧୁ ମହାନ୍ତିଙ୍କୁ ମହାପ୍ରଭୁଙ୍କ ଅପେକ୍ଷା !

ପୁରୀ ରଥଯାତ୍ରାରେ ଗତକାଲି ତିନି ଦିଅଁଙ୍କ ରଥ ଶରଧାବାଲିରେ ପହଞ୍ଚି ନ ପାରିବା ପ୍ରସଙ୍ଗରେ ରଂଜନ ଦାଶ ଏହି ଥିଓରିର ଅବତାରଣା କରିଛନ୍ତି।

Ratha Jatra
ରଥଯାତ୍ରା: ନୀତିରେ ବିଳମ୍ବ ଯୋଗୁଁ ଭୋକରେ ମହାପ୍ରଭୁ

କେଉଁ କାରଣ ପାଇଁ ନୀତି ବିଳମ୍ବ ହେଉଛି, ତାହା ସ୍ପଷ୍ଟ କରିନି ପ୍ରଶାସନ ।

Lord Jagannath’s chariot pulling resumes at Bada Danda
ପୁରୀରେ ପୁଣି ଆରମ୍ଭ ହେଲା ରଥଟଣା

ଶ୍ରୀକ୍ଷେତ୍ରରେ ଆଜି ପୁଣି ଆରମ୍ଭ ହୋଇଛି ରଥଟଣା । ଅଧା ବାଟରେ ଅଟକି ରହିଥିବା କାଳିଆର ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥଟଣା ହୋଇଛି।

Ratha Jatra
ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରୁ ଦର୍ଶନ ଦେଉଛନ୍ତି ତିନି ଠାକୁର

Rath Jatra
ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ପୁରୀରେ ପୁଣି ଆରମ୍ଭ ହେଲା ରଥଟଣା

କାଲି ବଡ଼ଦାଣ୍ଡରେ ଅଟକିଥିଲା ୨ ରଥ, ଆଜି ପୁଣି ଟାଣି ନେଉଛନ୍ତି ଭକ୍ତ

Ratha Jatra
ଅଟକିଲେ ଦେବଦଳନ ଓ ନନ୍ଦିଘୋଷ, କାଲି ପୁଣି ଟଣାହେବ ରଥ

ଭକ୍ତମାନେ ଆସନ୍ତାକାଲି ମଧ୍ୟ ରଥଟଣାର ସୁଯୋଗ ପାଇବେ। ଏହାସହ କାଲି ମଧ୍ୟ ଶରଧାବାଲିରେ ରଥ ଉପରେ ତିନି ଠାକୁରକଙ୍କ ଦର୍ଶନ କରିପାରିବେ ଭକ୍ତ।

volunteers deployed at Bada Danda
ମାନବ ସେବାରେ ବହୁ ବ୍ୟକ୍ତି ଓ ଅନୁଷ୍ଠାନ

ସବୁ ବର୍ଷ ଭଳି ଏଥର ବି ରଥଯାତ୍ରାରେ ମାଧବଙ୍କ ଦର୍ଶନ ଅପେକ୍ଷା ମାନବ ସେବାକୁ ବ୍ରତ କରିଥିଲେ ବହୁ ବଦାନ୍ୟ ବ୍ୟକ୍ତି ଓ ଦାତବ୍ୟ ଅନୁଷ୍ଠାନ। ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ର ଧାଇଁ ଆସିଥିବା ଅଗଣିତ ଭକ୍ତଙ୍କୁ ସକାଳୁ ସନ୍ଧ୍ୟା ଯାଏଁ ନିରବଚ୍ଛିନ୍ନ ଭାବେ ଯୋଗାଇ ଦେଇଥିଲେ ଭିନ୍ନ ଭିନ୍ନ ସେବା। କିଏ ଖାଦ୍ୟ, କିଏ ପାନୀୟ ତ ଆଉ ଶୃଙ୍ଖଳା ରକ୍ଷା, ଆମ୍ବୁଲାନ୍ସ, ସେବା ଶୁଶ୍ରୁଷାରେ ହଜାଇ ଦେଇ ନିଜକୁ ଧନ୍ୟ ମନେ କରିଥିଲା।

Ratha Jatra
ବଡ଼ଦାଣ୍ଡରେ ଆଜି ସଭିଏଁ ଏକ

ବଡ଼ଦାଣ୍ଡରେ ଆଜି ସଭିଏଁ ଏକ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ସାଧାରଣ ଭକ୍ତ । ମହାପ୍ରଭୁଙ୍କୁ ଦର୍ଶନ ଲାଭ ପାଇଁ ସମସ୍ତେ ଛୁଟି ଆସିଥିଲେ ଶ୍ରୀକ୍ଷେତ୍ରକୁ। ମହାପ୍ରଭୁଙ୍କ ରଥ ଟାଣିଥିଲେ, ଆଖି ପୁରାଇ ଦର୍ଶନ କରିଥିଲେ। ଆଉ ସେପଟେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜଳ ସ୍ଥଳ ଏବଂ ଆକାଶ ମାର୍ଗରୁ ପୁରୀ ଉପରେ ରହିଥିଲା ସୁରକ୍ଷା ବାହିନୀର କଡ଼ା ନଜର।

Ratha Jatra
ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା

ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି ମହାପ୍ରଭୁ ଜଗନ୍ନାଥ। ସଅଳ ପହଣ୍ଡି ଓ ରଥ ଟଣା ସତ୍ତ୍ବେ ଏପର୍ଯ୍ୟନ୍ତ ଶରଧାବାଲିରେ ରଥ ପହଞ୍ଚିପାରିନି। ଏବେ ବି ଜାରି ରହିଛି ରଥଟଣା।

Ratha Jatra
ଯୁଆଡ଼େ ଦେଖିବ ରଥଯାତ୍ରା

ଶ୍ରୀକ୍ଷେତ୍ର ପୁରୀରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିବା ବେଳେ ରାଜ୍ୟର ଅନ୍ୟ ପ୍ରମୁଖ ସ୍ଥାନରେ ମଧ୍ୟ ଭକ୍ତି ଭାବର ସହିତ ରଥ ଟଣା ଯାଇଛି ।

Ratha Jatra
ନାନା ରଙ୍ଗ, ଭାବ ଆଉ ଭଙ୍ଗୀ ସହ ଭକ୍ତିରେ ଆଜି ମଜ୍ଜିଯାଇଥିଲେ ଭକ୍ତ

ଆଜି ଲୋକାରଣ୍ୟ ଶ୍ରୀକ୍ଷେତ୍ରରେ ବିଭୋର ସମସ୍ତେ..ଲୀଳାମୟଙ୍କୁ ଅଶ୍ରୁଳ ନୟନରେ କିଏ ଜଣାଇଛି ଅନ୍ତରର ଅପ୍ରକାଶିତ ଦୁଃଖ ତ ଆଉ କିଏ ଚର୍ମଚକ୍ଷୁରେ ଦର୍ଶନ କରି ଆତ୍ମ ବିଭୋର, ଭାବ ବିହ୍ୱଳ ।

Ratha Jatra
ବଡ଼ଦାଣ୍ତରେ ଏକାକାର ଭକ୍ତ ଆଉ ଭଗବାନ; ଚକାଆଖିରେ ଆଖି ମିଶାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଦିଅଁ । ଏକାକାର ହୋଇଛନ୍ତି ଭକ୍ତ ଓ ଭଗବାନା କେହି ବି ଏହି ଦିବ୍ୟ ସୁଯୋଗକୁ ହାତ ଛଡ଼ା କରିବାକୁ ଚାହିଁ ନାହାନ୍ତି ।

Ratha Jatra
ଆଜି ସବୁଆଡ଼େ ଜଗନ୍ନାଥମୟ; ଭକ୍ତ ଆଉ ଭଗବାନଙ୍କ ମିଳନରେ କମ୍ପିଲା ସାରା ଜଗତ

ରାଜ୍ୟର ଅନ୍ୟ ପ୍ରମୁଖ ସ୍ଥାନରେ ଭକ୍ତି ଭାବର ସହିତ ରଥ ଟଣା ଯାଇଛି ।

Ratha Jatra
କେତେ ଭାବ, କେତେ ଭଙ୍ଗୀ ! ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ

ଭଜନ-କୀର୍ତ୍ତନ ସାଙ୍ଗକୁ ନୃତ୍ୟଗୀତରେ ବିଭୋର । ଜଗା ଦର୍ଶନ କରି ବିଦେଶୀ ବି ଆତ୍ମ ବିଭୋର ।

volunteers deployed at Bada Danda
ସ୍ୱେଚ୍ଛାସେବୀଙ୍କ ସେବାରେ ଧନ୍ୟ ହେଲା କାଳିଆର ବଡ଼ଦାଣ୍ଡ

ସେବା ହିଁ ଧର୍ମ, ସେବା ହିଁ ଇଶ୍ୱର। ମାନବ ସେବାରେ ମାଧବ ପ୍ରାପ୍ତି। ଏ ଉକ୍ତିରେ ବିଶ୍ୱାସ ରଖୁଥିବା ଶହ ଶହ ସଂଖ୍ୟାରେ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ଧନ୍ୟ ହୋଇଥିଲା କାଳିଆର ବଡ଼ଦାଣ୍ଡ। ଏମାନଙ୍କ ନିରବଚ୍ଛିନ୍ନ ସେବା ଓ କର୍ତ୍ତବ୍ୟରେ କୃତକୃତ ହୋଇଥିଲେ ଅଗଣିତ ଭକ୍ତ ଓ ସେବକ।

PURI RATHAYATRA
ଘୋଷଯାତ୍ରାରେ ବାହାରିଛନ୍ତି ଜଗତ ଠାକୁର: ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଅଭିମୁଖେ ଶ୍ରୀଜୀଉ

କାଳିଆର ଦିବ୍ୟଲୀଳା। ପୁଣି ଜନ ସମୁଦ୍ରରେ ଭାବରଠାକୁରଙ୍କ ଘୋଷଯାତ୍ରା। ବରଷକ ପରେ ଜଗତଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତିିରେ ଉଛୁଳିଥିଲା ଭକ୍ତର ମନ

Several persons reportedly injured during pulling of Taladhwaja Chariot at Marichikote Chhak
ରଥଟଣା ବେଳେ ଠେଲାପେଲା...ଏକାଧିକ ଆହତ, ପୁରୀ ମେଡିକାଲ୍‌ରେ ଭର୍ତ୍ତି

ମରିଚିକୋଟ ଛକରେ ଠେଲାପେଲାରେ ଏକାଧିକ ଆହତ ହୋଇଛନ୍ତି।

Ratha Jatra
ଗଡ଼ିଲା ରଥ, ଲକ୍ଷାଧିକ ଭକ୍ତଙ୍କ ଗହଣରେ ରଥଟଣା ଆରମ୍ଭ

ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ଗଡ଼ିଛି ରଥ

Ratha Jatra
ବଡ଼ ଦାଣ୍ଡକୁ ଆସିଲାଣି କାଳିଆ, ଭକ୍ତଙ୍କୁ ଦେବ ଦର୍ଶନ; ରଥରେ ଚଢ଼ି ଯିବ ମାଉସୀ ଘର

ତୁମକୁ ଏ ଉନ୍ମୁକ୍ତ ବଡ଼ଦାଣ୍ଡରେ ଥରେ ଦେଖି, ତୁମର ସେ ବାହୁ ଯୁଗଳରେ ନିଜକୁ ହଜାଇ ଏ ପାପରୁ କ୍ଷଣିଏ ମୁକ୍ତି ଚାହୁଁ ପ୍ରଭୁ । ଆଉ ଅପେକ୍ଷା କରାଅନି ଆମକୁ  । ଶୀଘ୍ର ଚାଲିଆସ। ଆଉ ଅଝଟ ହୁଅନି ବୋଲି କୁହୁଛି ଭକ୍ତ । 

Ratha Jatra
ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହେଲେ ସୁଦର୍ଶନଙ୍କ ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା

ସୁଦର୍ଶନଙ୍କ ପରେ ବଡ଼ ଭାଇ ବଳଭଦ୍ର ବି ରଥରେ ବିଜେ କରିଛନ୍ତି । ତାଙ୍କ ପରେ ପରେ ଧାଡ଼ି ପହଣ୍ଡିରେ ଆସି ଦେବୀ ଭଭଦ୍ରା ବି ରଥରେ ବିରାଜମାନ ହୋଇଛନ୍ତି ।