Advertisment

୧୯୭୧ ଭଳି ଏଥର ରଥଯାତ୍ରା, ଦିନ ୧.୧୦ରେ ହେବ ପହଣ୍ଡି

ଦିନ ୧୧ଟାରେ ରଥ ପ୍ରତିଷ୍ଠା ପରେ ଦିନ ଗୋଟାଏ ୧୦ରେ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି। ଆଜି ରଥଯାତ୍ରା ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏବର୍ଷ ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ପଡୁଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Ratha Jatra 2024: Pahandi Bije Timing Of Lord Jagannath

Ratha Jatra

୧୯୭୧ ମସିହା ନୀତିକାନ୍ତି ଭଳି ଭଳି ଆଗାମୀ ୭ ତାରିଖରେ ଅନୁଷ୍ଠିତ ହେବ ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନୀତିକାନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ନିର୍ଘଣ୍ଟ ଅନୁସାରେ ସେଦିନ ମଧ୍ୟାହ୍ନ ୧ଟା ୧୦ରେ ଆରମ୍ଭ ହେବ ପହଣ୍ଡି। ସାଢ଼େ ୨ଟାରେ ପହଣ୍ଡି ସରିବା ଓ ୫ଟାରେ ରଥଟଣା ହେବ। ସେହିପରି ଅପରାହ୍ନ ୪ଟାରେ ଗଜପତି ମହାରାଜା ସମ୍ପନ୍ନ କରିବେ ଛେରାପହଁରା ନୀତି।

Advertisment

ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଅପରାହ୍ନ ୪ଟା ୩୦ରେ ରଥରୁ ଚାର ମାଳଫିଟା ହେବା ପରେ ଘୋଡ଼ା ଯଚା ହୋଇ ଅପରାହ୍ନ ୫ଟାରେ ରଥ ଟଣା ଆରମ୍ଭ ହେବ। ତେବେ ପୂର୍ବବର୍ଷ ମାନଙ୍କ ଭଳି ଏଥର ମହାପ୍ରଭୁଙ୍କଠାରୁ ନୁହେଁ ବରଂ ପଟି ଦିଅଁଙ୍କ ପାଖରୁ ରଥଖଳାକୁ ଆଜ୍ଞାମାଳ ବିଜେ ହେବେ। ଜୁଲାଇ ୭ରେ ରାତି ୨ଟାରେ ମଙ୍ଗଳ ଆଳତି ପରେ ବିଭିନ୍ନ ନୀତିକାନ୍ତି କରାଯିବ।

ପଢନ୍ତୁ ଏହି ଖବର: Ratha Jatra 2024: କାହିଁକି ହୁଏ ମହାପ୍ରଭୁଙ୍କ ଶ୍ରୀଗୁଣ୍ତିଚା ଯାତ ? ଜାଣନ୍ତୁ ରଥଯାତ୍ରାର ବିଧି ସମ୍ପର୍କିତ କିଛି ତଥ୍ୟ...

Advertisment

ଦିନ ୧୧ଟାରେ ରଥ ପ୍ରତିଷ୍ଠା ପରେ ଦିନ ଗୋଟାଏ ୧୦ରେ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି। ଆଜି ରଥଯାତ୍ରା ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏବର୍ଷ ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ପଡୁଛି।

ଅନ୍ୟପଟେ ସ୍ନାନ ବେଦୀରେ ଦିବ୍ୟସ୍ନାନ ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁ । ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ୧୫ ଦିନ ଧରି ଅସୁସ୍ଥ ଶ୍ରୀଜିଉଙ୍କର ଚାଲିବ ଗୁପ୍ତ ଅଣବସର ନୀତି । ଏଥି ପାଇଁ ରତ୍ନସିଂହାସନରେ ଆଉ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିବେନି ଶ୍ରଦ୍ଧାଳୁ । ଏହି ସମୟରେ ତାଙ୍କ ସ୍ଥାନରେ ପୂଜା ପାଇବେ ପଟ୍ଟି ଦିଅଁ ।

ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ପଟିଦିଅଁ ଭାବେ ପୂଜା ପାଇବେ । ଏଥିପାଇଁ ବିଳମ୍ବିତ ରାତିରେ ପଟିଦିଅଁ ଓ ଅନ୍ୟ ଦେବାଦେବୀ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି । ଅନ୍ୟପଟେ ବିଳମ୍ବିତ ରାତିରେ ବାହୁଡ଼ା ପହଣ୍ଡି ଶେଷ ପରେ ଶ୍ରୀଜିଉଙ୍କ ସୁନାଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଛି ।

ଅନ୍ୟପଟେ ଶ୍ରୀଜିଉ ଅଣବସର ଘରେ ଥିବାରୁ ବ୍ରହ୍ମଗିରି ଅଲାରନାଥ ପୀଠରେ ଆରମ୍ଭ ହୋଇଛି ଦର୍ଶନ । ଭୋରରୁ ଅଲାରନାଥ ପୀଠରେ ଦ୍ୱାର ଫିଟା, ମଙ୍ଗଳ ଆଳତି ଓ ତଡ଼ପଲାଗି ନୀତି ପରେ ସକାଳ ୬ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ସକାଳୁ ସକାଳୁ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିଛି ।

Lord Jagannath Puri Srimandir Ratha Jatra Ratha Yatra
Advertisment
Advertisment