• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Ratha Jatra Updates

PURI RATHAYATRA
ଘୋଷଯାତ୍ରାରେ ବାହାରିଛନ୍ତି ଜଗତ ଠାକୁର: ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଅଭିମୁଖେ ଶ୍ରୀଜୀଉ

କାଳିଆର ଦିବ୍ୟଲୀଳା। ପୁଣି ଜନ ସମୁଦ୍ରରେ ଭାବରଠାକୁରଙ୍କ ଘୋଷଯାତ୍ରା। ବରଷକ ପରେ ଜଗତଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତିିରେ ଉଛୁଳିଥିଲା ଭକ୍ତର ମନ

Several persons reportedly injured during pulling of Taladhwaja Chariot at Marichikote Chhak
ରଥଟଣା ବେଳେ ଠେଲାପେଲା...ଏକାଧିକ ଆହତ, ପୁରୀ ମେଡିକାଲ୍‌ରେ ଭର୍ତ୍ତି

ମରିଚିକୋଟ ଛକରେ ଠେଲାପେଲାରେ ଏକାଧିକ ଆହତ ହୋଇଛନ୍ତି।

Ratha Jatra
ଗଡ଼ିଲା ରଥ, ଲକ୍ଷାଧିକ ଭକ୍ତଙ୍କ ଗହଣରେ ରଥଟଣା ଆରମ୍ଭ

ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ଗଡ଼ିଛି ରଥ

Ratha Jatra
ବଡ଼ ଦାଣ୍ଡକୁ ଆସିଲାଣି କାଳିଆ, ଭକ୍ତଙ୍କୁ ଦେବ ଦର୍ଶନ; ରଥରେ ଚଢ଼ି ଯିବ ମାଉସୀ ଘର

ତୁମକୁ ଏ ଉନ୍ମୁକ୍ତ ବଡ଼ଦାଣ୍ଡରେ ଥରେ ଦେଖି, ତୁମର ସେ ବାହୁ ଯୁଗଳରେ ନିଜକୁ ହଜାଇ ଏ ପାପରୁ କ୍ଷଣିଏ ମୁକ୍ତି ଚାହୁଁ ପ୍ରଭୁ । ଆଉ ଅପେକ୍ଷା କରାଅନି ଆମକୁ  । ଶୀଘ୍ର ଚାଲିଆସ। ଆଉ ଅଝଟ ହୁଅନି ବୋଲି କୁହୁଛି ଭକ୍ତ । 

Ratha Jatra
ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହେଲେ ସୁଦର୍ଶନଙ୍କ ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା

ସୁଦର୍ଶନଙ୍କ ପରେ ବଡ଼ ଭାଇ ବଳଭଦ୍ର ବି ରଥରେ ବିଜେ କରିଛନ୍ତି । ତାଙ୍କ ପରେ ପରେ ଧାଡ଼ି ପହଣ୍ଡିରେ ଆସି ଦେବୀ ଭଭଦ୍ରା ବି ରଥରେ ବିରାଜମାନ ହୋଇଛନ୍ତି । 

Gujarat Ratha Jatra
ଗୁଜରାଟରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଲା ତିନି ରଥ

ରଥାରୁଢ ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ପହଣ୍ଡି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଅମିତ ଶାହ ଜମଲପୁରା ସ୍ଥିତ ଜଗନ୍ନାଥ ମନ୍ଦିର ପହଞ୍ଚି ମହାପ୍ରଭୁଙ୍କ ଆରତି କରିଥିଲେ।

ବଡ଼ଦାଣ୍ଡରେ ନୃତ୍ୟ ମୁଦ୍ରାରେ କଳାକାର
ବଡ଼ଦାଣ୍ଡରୁ ମନ ଛୁଇଁଲା ଭଳି ଭକ୍ତଙ୍କର Exclusive Photo, ଦେଖନ୍ତୁ

ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଆସିବେ ଶ୍ରୀଜିଉ । ପହଣ୍ଡିରେ ଆସି ରଥାରୁଢ଼ ହେବେ ଶ୍ରୀଜିଉ।

Ratha Jatra
ଘଣ୍ଟ କାହାଳି ଶବ୍ଦରେ ଦୁଲୁକୁଛି ବଡ଼ ଦାଣ୍ଡ, ଜୟଜଗନ୍ନାଥ ଧ୍ୱନୀରେ କମ୍ପୁଛି ଶ୍ରୀକ୍ଷେତ୍ର

ପହଣ୍ଡିରେ ଆସି ରଥାରୁଢ ହେଲା ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ ତିନିଠାକୁର ।

ସିଂହଦ୍ୱାର
ଫଟୋରେ ଖବର: ବଡ଼ ଦାଣ୍ଡରେ ଭକ୍ତଙ୍କ ଭିଡ଼, କଳାକାରଙ୍କ ନୃତ୍ୟରେ ଝୁମୁଛି ଶ୍ରୀକ୍ଷେତ୍ର

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଏଥିପାଇଁ ଉତ୍ସବମୁଖର ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ । ସେପଟେ ଶ୍ରୀଜିଉଙ୍କ ଅପେକ୍ଷାରେ ସିଂହଦ୍ୱାରରେ ରହିଛି ତିନି ରଥ ।

Ratha Jatra
ଆଜି ଆଡ଼ପ ମଣ୍ଡପ ବିଜେ

ଦୁଲୁକୁଛି ବଡ଼ଦାଣ୍ଡ...ଲାଗିଛି ଭକ୍ତଙ୍କ ଗହଳିଚହଳି। ସମସ୍ତଙ୍କ ଅପେକ୍ଷା...ଭାଇ

Ratha Jatra 2023 Lord Jagannath appear on the Ratha
Ratha Jatra 2023: ଆଜି ରଥରେ କାଳିଆର ଦର୍ଶନ, ଚକାଆଖିରେ ନିଜକୁ ହଜେଇ ଦେବାର ଦିନ

ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା। ସମସ୍ତେ ଚାହିଁ ବସିଛନ୍ତି ରଥ ଉପରେ କାଳିଆ ଠାକୁରକୁ ଦର୍ଶନ କରି ଚର୍ମ ଚକ୍ଷୁକୁ ପବିତ୍ର କରିବେ। କାଳିଆର ପ୍ରେମରେ ମଗ୍ନ ହେବେ ଆଉ ଚକାଆଖିରେ ନିଜକୁ ହଜେଇଦେବେ। ଏହିଅବସରରେ ଆସନ୍ତୁ ରଥଯାତ୍ରାର କେତେକ ବିଧିବିଧାନ ଜାଣିନେବା।

Archita and Sabysachi
ଜଗନ୍ନାଥଙ୍କ ଭଜନ ଗାଇଲେ ସବ୍ୟସାଚୀ ଓ ଅର୍ଚ୍ଚିତା

ରାଜ୍ୟର ପ୍ରତିଷ୍ଠିତ ଓଲିଉଡ ନାୟକ ଓ ନାୟିକାଙ୍କ କଣ୍ଠରେ ରେକର୍ଡିଂ ହେଲା ଓଡ଼ିଆ ଭଜନ

Puri Ratha Jatra Parking System
ରଥ ବେଳେ କେଉଁଠି ରଖିବେ ଗାଡ଼ି ? ସବୁ ଟୁରିଷ୍ଟ ବସ୍ ମାଳତୀପାଟପୁରରେ ରହିବେ, ଆଉ ବାକି...

ଭୁବନେଶ୍ୱର ପଟର ନିୟମିତ ବସ୍ ତାଳବଣିଆରେ ପାର୍କିଂ । ଅନ୍ୟ ୪ ଚକିଆ ଗାଡ଼ି ITI, ଇନଡୋର ଷ୍ଟାଡିୟମ ଅଞ୍ଚଳରେ ପାର୍କିଂ ।

Ratha Jatra 2023 Nabajaubana besa
Ratha Jatra 2023: ନୂଆ ହୋଇ ଭକ୍ତଙ୍କୁ ଦେଖାଦେଲେ ମହାବାହୁ

ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରୁହନ୍ତି। ପନ୍ଦର ଦିନ ପାଇଁ ଭକ୍ତମାନେ ତାଙ୍କର ଦର୍ଶନରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କୁହାଯାଏ।

Today nabajouban darshan of lord jagannath and his siblings
ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ଆଜି ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ସକାଳ ୮ଟାରୁ ୧ ଘଣ୍ଟା ଧରି ପରିମାଣିକ ଟିକେଟ୍ ଦର୍ଶନ ଚାଲିଛି। ସେହିପରି ୯ଟାରୁ ଦୁଇ ଘଣ୍ଟା ଧରି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ।

Puri Ratha Jatra: Traffic Route Chart Released
ରଥଯାତ୍ରାରେ ପୁରୀ ଆସୁଛନ୍ତି କି ? ଜାଣନ୍ତୁ କେଉଁଠି ଗାଡ଼ି ପାର୍କିଂ କରିବେ...

ପୁରୀ ରଥଯାତ୍ରା ପାଇଁ ଟ୍ରାଫିକ ପ୍ଲାନ୍‌ ପ୍ରସ୍ତୁତ ହୋଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁରୀକୁ ୩ ଭାଗରେ ବିଭକ୍ତ କରାଯାଇଛି। ୧୪ଟି ସେକ୍ଟର ଓ ୨୯ଟି ଜୋନ୍‌ରେ ବିଭକ୍ତିକରଣ କରାଯାଇଛି। 

Puri Ratha Jatra
Ratha Jatra: ବଡ଼ ତ୍ରୁଟି, ସୁଭଦ୍ରାଙ୍କ ରଥ ଅଖରେ ଫାଟ

ଏତେ ବଡ଼ ତ୍ରୁଟିକୁ କିଏ ଓ କାହିଁକି ଲୁଚେଇଲା ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

Ratha Jatra
ମହାପ୍ରଭୁଙ୍କ ସେବାରେ କାରିଗର

ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାଖେଳା ସହ ସଂପୃକ୍ତ ଅନେକ ସେବା । ଖାଲି ଶ୍ରୀମନ୍ଦିର ନୁହେଁ, ଶ୍ରୀକ୍ଷେତ୍ରଠୁ ଯୋଜନ ଯୋଜନ ଦୂରରେ ଥାଇ ବି ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପଣ କରିଥାନ୍ତି ଅନେକ ଭକ୍ତ ।

Siali Creeper
ଜଙ୍ଗଲଜାତ ସାମଗ୍ରୀରେ ତିଆରି ହୁଏ ମହାପ୍ରଭୁଙ୍କ ରଥ ଦଉଡ଼ି

ମହାପ୍ରଭୁଙ୍କ ସେବାରେ ଶିଆଳି ଲତାର ବ୍ୟବହାର ଏକ ନିଆରା ପରମ୍ପରା । କାରଣ ଏହି ଜଙ୍ଗଲଜାତ ସାମଗ୍ରୀରେ ତିଆରି ହୁଏ ରଥ ଦଉଡ଼ି । କେନ୍ଦୁଝରର ପ୍ରସିଦ୍ଧ ନନ୍ଦିଘୋଷ ରଥକୁ ଏହି ଶିଆଳି ଲତାର ଦଉଡ଼ି ଦ୍ୱାରା ହିଁ ଟଣାଯାଏ ।

Siali Creeper
କାନ୍ଧରେ କୁରାଢ଼ି, ହାତରେ ବକ୍କଳ : କେନ୍ଦୁଝର ରଥ ପାଇଁ ବଣରେ ବୁଲି ବୁଲି ଶିଆଳି ଲତା ସଂଗ୍ରହ କରୁଛନ୍ତି ଭୂୟାଁ ସେବକ

ଘଞ୍ଚ ଜଙ୍ଗଲରେ ସନ୍ଧାନ..କାନ୍ଧରେ କୁରାଢ଼ି, ହାତରେ ବକ୍କଳ । ଇଏ ଖୋଜ୍ ଏମିତି ସେମିତି ନୁହେଁ । ସ୍ୱୟଂ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଖୋଜା ଚାଲିଛି ଶିଆଳି ଲତା ।

Ratha Jatra
ଜଗା ପ୍ରେମରେ କାରିଗର; କିଏ ଗଢ଼ୁଛି ସୋଲଫୁଲ, କିଏ ବୁଣୁଛି ଗୀତଗୋବିନ୍ଦ ଖଣ୍ଡୁଆ ପାଟ..

ଶ୍ରୀକ୍ଷେତ୍ରଠୁ ଯୋଜନ ଦୂରେ ଥାଇ କାଳିଆ ସେବାରେ ସମର୍ପିତ । କିଏ ଗଢ଼ୁଛି ସୋଲଫୁଲ, କିଏ ବୁଣୁଛି ଗୀତଗୋବିନ୍ଦ ଖଣ୍ଡୁଆ ପାଟ । ପିଢ଼ି ପରେ ପିଢ଼ି ମହାପ୍ରଭୁଙ୍କ ସେବାରେ ସମର୍ପିତ ଦୁଇ ପରିବାର ।

Nabajouban Darshan
ଉଭା ନାହିଁ, ସାହାଣ ମେଲା ମାତ୍ର ଘଣ୍ଟାଏ; ଏତେ କମ ସମୟରେ ସମସ୍ତେ ଜଗା ଦର୍ଶନ ପାଇବେ ତ ?

ଭକ୍ତଙ୍କୁ ମାତ୍ର ୩ ଘଣ୍ଟା ପାଇଁ ମହାପ୍ରଭୁଙ୍କ ନବ ଯୌବନ ବେଶ ଦର୍ଶନ ସୁଯୋଗ ମିଳିବ । ସେ ଭିତରୁ ପାରିମାଣିକ ଟିକେଟ୍ କାଟିଥିବା ଭକ୍ତଙ୍କ ପାଇଁ ଏକ ଘଣ୍ଟା ଓ ସର୍ବସାଧାରଣ ବା ସାହାଣ ମେଲା ଦର୍ଶନ ପାଇଁ ଦୁଇ ଘଣ୍ଟାର ସମୟ ଧାର୍ଯ୍ୟ କରାଯାଇଛି ।

Ratha Jatra 2023 the Greatness of the rope of Jagannath ratha jatra
Ratha Jatra 2023: ଜନ୍ମ ଜନ୍ମାନ୍ତର ପାପ ହରେ ରଥ ଦଉଡ଼ି; ଜାଣନ୍ତୁ ଦଉଡ଼ିର ରୋଚକ କଥା

କାଳିଆ ସାଆନ୍ତର ବଡଦାଣ୍ଡ ଧୂଳି ହେଉ କି ଶ୍ରୀମନ୍ଦିରର ମଳି ହେଉ। ସାଗରର ନୀଳ ଜଳ ହେଉ କି ଶ୍ରୀଅଙ୍ଗର ବାସି ମାଳ ହେଉ, ସବୁକିଛି ମହାନ ଆଉ ପବିତ୍ର। ଏହି ପବିତ୍ର ଜିନିଷ ମଧ୍ୟରେ ରଥ ଦଉଡି ବା ବାଦ ପଡିବ କାହିଁକି। ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି। ଆସନ୍ତୁ ଜାଣିବା ଏହି ଦଉଡିର ରହସ୍ୟ।

Ratha Jatra 2023 the rituals of Niladribije
Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

ନୀଳାଦ୍ରିବିଜେରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳେ ମହାପ୍ରଭୁଙ୍କ ମାନବୀୟ ଲୀଳା ଖେଳାର ଏକ ଅନନ୍ୟ ନିଦର୍ଶନ। ପତ୍ନୀଙ୍କୁ ସାଥିରେ ନ ନେଇ ରଥଯାତ୍ରାରେ ଯାଇଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥାନ୍ତି ମହାଲଷ୍ମୀ। କାଳିଆ ସାଆନ୍ତ ବଡ଼ ଦେଉଳ ଭିତରକୁ ପ୍ରବେଶ କଲାବେଳେ ବାଟ ଓଗାଳନ୍ତି ମହାଲଷ୍ମୀ। ଏହା ପରେ କ’ଣ ହୁଏ ଜାଣିବା ପାଇଁ ପଢନ୍ତୁ।

adharapana 2023
Ratha Jatra 2023: ଅତୃପ୍ତ ଆତ୍ମାର ତୃପ୍ତି, ଅଶରୀରୀଙ୍କ ମୁକ୍ତି ପାଇଁ କାଳିଆ ସାଆନ୍ତର ଅଧରପଣା ନୀତି

ଠାକୁରଙ୍କ ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧରପଣା କୁହାଯାଏ। ତେବେ ଏହି ନୀତି ପଛର ରହସ୍ୟ କ’ଣ ଜାଣିବା ପାଇଁ ପଢନ୍ତୁ।