ଏପରି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ପ୍ରାକୃତିକ ବିପର୍ଯ୍ୟୟ ହେତୁ ନିଜ ଘର ଛାଡି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହୁଅନ୍ତି। ଏମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପାଳନ ହୁଏ ‘ବିଶ୍ୱ ଶରଣାର୍ଥୀ ଦିବସ’।
ଯେଉଁମାନେ ଜାତି, ରାଜନୈତିକ ସଂଘର୍ଷ କିମ୍ବା ଆନ୍ତର୍ଜାତୀୟ ବିବାଦ ଭଳି ସମସ୍ୟା ହେତୁ ନିଜ ଘର ଛାଡି ଅନ୍ୟ ଦେଶକୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି ସେମାନଙ୍କୁ ଶରଣାର୍ଥୀ କୁହାଯାଏ। ଏମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପାଳନ ହୁଏ ବିଶ୍ୱ ଶରଣାର୍ଥୀ ଦିବସ।
ଘର ଗଲା, ବ୍ୟବସାୟ ଗଲା। ଜୀବନ ସାରା ଯାହା ଅର୍ଜି ଥିଲେ ତାହା ବି ଗଲା। ପରିସ୍ଥିତି ଏପରି ହୋଇଛି କି, ପରିଚୟ ବି ବଦଳି ଯାଇଛି ୟୁକ୍ରେନ୍। ନାଗରିକରୁ ପାଲଟି ଯାଇଛନ୍ତି ଶରଣାର୍ଥୀ। ଜନବସତିପୂର୍ଣ୍ଣ ଅଞ୍ଚଳରେ ଋଷର ଆକ୍ରମଣ ବଢୁଥିବାରୁ ପ୍ରାଣ ବିକଳରେ ଦେଶ ଛାଡି ପଳାଇ ଯିବାକୁ ବାଧ୍ୟ ହେଉଛନ୍ତି ହଜାର ହଜାର ୟୁକ୍ରେନ୍ ନାଗରିକ।